ଦୁନିଆର ୫ ଭୟାବହ ଚିତ୍ରର କାହାଣୀ,ଯାହା ଏବେ ଅଜ୍ଞାତ ସ୍ଥାନରେ ନେଇଛନ୍ତି କବର

1 min read

ନୂଆଦିଲ୍ଲୀ:  ଚିତ୍ରଶିଳ୍ପୀର ଚିତ୍ର କଥା କହେ । ସେହି ମନଲୋଭା ଚିତ୍ର ଦେଖିବାମାତ୍ରେ ଇଛାହୁଏ କିଣି ନେଇ ଘରର କାନ୍ଥରେ ସଜେଇ ଦେବାକୁ । କିନ୍ତୁ ସେହି ଚିତ୍ର କେବେ କ’ଣ ଅଘଟଣା ଘଟାଏ? କ’ଣ କଥା କହୁଥିବା ଭଳି ମନେ ହେଉଥିବା ଚିତ୍ର ମଧ୍ୟରେ କେବେ ଆତ୍ମା ଘର କରିଦିଏ? ଆଉ ଶେଷରେ ଚିତ୍ରଶିଳ୍ପୀ ଅତି ସରାଗରେ ଆଙ୍କିଥିବା ଚିତ୍ରକୁ କବର ଦେବାକୁ ବାଧ୍ୟ ହୁଏ । ରିପୋର୍ଟ କହୁଛି ବିଶ୍ୱରେ ଏଭଳି କିଛି ପେଣ୍ଟିଂ ରହିଛି ଯାହା ଏହି ସମସ୍ତ କଥାକୁ ବାସ୍ତବ ବୋଲି ପ୍ରମାଣିତ କରିଛି । ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ସେହି ଫଟୋ ସବୁଦିନ ପାଇଁ ହଜି ଯାଇଛି କେଉଁ ଏକ ଅଜ୍ଞାତ ସ୍ଥାନରେ । ତେବେ ସେହିଭଳି କିଛି ଭୟାନକ ପେଣ୍ଟିଂ ବିଷୟରେ ଆସନ୍ତୁ ଆଲୋଚନା କରିବା ।

ପେଣ୍ଟିଂ ଦୁନିଆରେ ଖୁବ୍‌ପରିଚିତ ୟୁକ୍ରେନର କଳାକାର ସ୍ୱେତଲାନା ଟେଲେଟ୍ସ । ତାଙ୍କର ପ୍ରତ୍ୟେକଟି ଚିତ୍ରକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିଯାଏ । କିନ୍ତୁ ଏହା ମଧ୍ୟ ସତ୍ୟଯେ, ସେ କରିଥିବା ଏକାଧିକ ଚିତ୍ର ମଧ୍ୟରୁ ଖୁବ ଭୟାନକ ଥିଲା The Rain Woman । ଯେଉଁଥିରେ ବର୍ଷାରେ ଜଣେ ମହିଳାଙ୍କ ଚିତ୍ର ଥିଲା । ସ୍ୱେତଲାନାଙ୍କ କହିବା ଅନୁସାରେ ମାତ୍ର ୫ ଘଣ୍ଟାରେ ଆଙ୍କିଥିବା ଏହି ପେଣ୍ଟିଂକୁ ଯଦିଓ ସେ ଆଙ୍କିଥିଲେ ତଥାପି ଏହା ପଛରେ ଥିଲା କୌଣସି ଅଦ୍ଭୁତ ଶକ୍ତିର ପ୍ରଭାବ । ଲୋକ ଏହାକୁ ଚଢା ମୂଲ୍ୟରେ କିଣି ତ ନେଇଯାନ୍ତି, କିନ୍ତୁ କିଛି ଘଣ୍ଟାରୁ ଅଧିକ ସମୟ ରଖିପାରନ୍ତି ନାହିଁ । କୁହାଯାଏ ଏହାକୁ ନେବାପରେ ଘରେ ଦୁଃଖ ଛାଇଯାଏ ଏବଂ ନିଦ ହଜିଯାଏ । ଏହା ସହିତ ଘରେ ପାରାନର୍ମାଲ ଆକ୍ଟିଭିଟି ନଜର ଆସେ ।

କେବଳ The Rain Woman ନୁହେଁ ବରଂ ଏକ କୁନି ଝିଅ ହାତରେ ଗୋଲାପ ଏବଂ ଲଫାପା ଧରି ଛିଡ଼ା ହୋଇଥିବା Love Letters Relpica ମଧ୍ୟ ଲୋକଙ୍କୁ ଖୁବ୍‌ଡରାଏ । ଏହି ଫଟୋ ପଛରେ ରହିଛି ଏକ ଭିନ୍ନ କାହାଣୀ । ୪ ବର୍ଷର ଏହି କୁନି ଝିଅର ନାଁ ହେଉଛି ସମନ୍ଥା ହଷ୍ଟନ । ସିଢୀରୁ ପଡ଼ି ଆଘାତ ପାଇବା ପରେ ସମନ୍ଥାର ମୃତ୍ୟୁ ହୋଇଥିଲା । ୧୮୮୭ରେ ଅଙ୍କା ଯାଇଥିବା ଏହି ଫଟୋକୁ ଦେଖିବାର ଏକ ମିନିଟ୍‌ମଧ୍ୟରେ କାହାର ମଧ୍ୟ ଆବଭାବ ବଦଳିଯାଏ ।

କୁହାଯାଏ ଚିତ୍ରଶିଳ୍ପୀଙ୍କ ଲୌରା ପି’ଙ୍କ The Stagecraft ଏକ ଅଭିଶପ୍ତ ପେଣ୍ଟିଂ । ଯେଉଁଥିରେ ଶଗଡ଼ ଗାଡ଼ି ନିକଟରେ କେହି ଜଣେ ଛିଡ଼ା ହୋଇଥିବା ଦେଖିବାକୁ ମିଳେ । କିନ୍ତୁ ଚିତ୍ରଶିଳ୍ପୀ କୁହନ୍ତି ସେ ଆଙ୍କିଥିବା ଚିତ୍ରରେ କୌଣସି ବ୍ୟକ୍ତି ନଥିଲେ । ଏହି ଚିତ୍ରକୁ ଅଫିସରେ ରଖିବା ପରେ ଅଜବ ପ୍ରକାରର ପରିସ୍ଥିତି ସୃଷ୍ଟି ହେଲା । କେତେବେଳେ ଜରୁରୀ କାଗଜ ସବୁ ଗାଏବ ହୋଇଯାଏ ତ କେତେବେଳେ ଅଜବ ପ୍ରକାରର ଅନୁଭବ ହୁଏ । ଶେଷରେ ବାଧ୍ୟ ହୋଇ ଏହି ପେଣ୍ଟିଂକୁ ଜଳାଇବାକୁ ପଡ଼ିଥିଲା ।

ଅନ୍ୟ ଏକ ପେଣ୍ଟିଂ ହେଉଛି ଇଟାଲୀର ବ୍ରୁନୋ ଏମେଡିଓଙ୍କ ଦ୍ୱାରା ଅଙ୍କା ଯାଇଥିବା The Crying Boy । ଯାହା ଅଭିଶପ୍ତ ପେଣ୍ଟିଂ ନାମରେ ଜଣାଶୁଣା । ସୂଚନାଯୋଗ୍ୟ ଏହାକୁ ରଖିଥିବା ବ୍ୟକ୍ତି ସହିତ ଅଜବ ଘଟଣା ଘଟିବାକୁ ଲାଗିଲା । ଏହି ପେଣ୍ଟିଂ ହେଉଥିବା ସ୍ଥାନରେ ନିଆଁ ଲାଗିଯିବାଠାରୁ ଆରମ୍ଭ କରି ପିଲାର କାନ୍ଦିବା ଶବ୍ଦ ଭଳି ଅଜବ ଘଟଣା ଏଥିରେ ସାମିଲ ଥିଲା ।

ସେହିଭଳି ଅନ୍ୟ ଏକ ପେଣ୍ଟିଂ ହେଉଛି The Anguished Man । ଯାହାକୁ ଦୁନିଆର ସବୁଠାରୁ ଭୟାନକ ଏବଂ ଭୂତ ପେଣ୍ଟିଂ କୁହାଯାଏ । ଏହି ପେଣ୍ଟିଂକୁ ରକ୍ତରେ ଅଙ୍କା ଯାଇଥିଲା । ସିନ୍‌ରବିନସନ୍ସ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ମିଳିଥିବା ଏହି ପେଣ୍ଟିଂକୁ ନେଇ କୁହାଯାଏ,ଯେ ଏହାକୁ ଦେଖିବା ମାତ୍ରେ କାନ୍ଦିବା ଶବ୍ଦ ଠାରୁ ଆରମ୍ଭ କରି ଶୁନ୍ୟଘରେ ଅଜଣା ଚେହେରା ଦେଖିବା ପର୍ଯ୍ୟନ୍ତ ଅଜବ ଘଟଣା ଘଟୁଥିଲା । ଏହା ପଛର ରହସ୍ୟ ଜାଣିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ କେହି ଏହାର ରାଜ୍‌ଖୋଲିପାରିନଥିଲେ । ଯାହାପରେ ସିନ୍‌ଏହାକୁ ବିକିବା ପରିବର୍ତ୍ତେ କୌଣସି ଏକ ଅଜ୍ଞାତ ସ୍ଥାନରେ ଲୁଚାଇଦେଲେ ।

ସୂଚନାଯୋଗ୍ୟ ଗତବର୍ଷ ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଭିନ୍ନ ଭିନ୍ନ ଘଟଣା ସାମ୍ନାକୁ ଆସିଥିଲା । ରିୟା ଚକ୍ରବର୍ତ୍ତୀଙ୍କ ବୟାନ ଅନୁସାରେ ଇଉରୋପରେ ଥିବା ହୋଟେଲରେ କିଛି ପେଣ୍ଟିଂସକୁ ଦେଖି ସୁଶାନ୍ତ ଡରି ଯାଇଥିଲେ ଏବଂ ସେ ଅଜବ ବ୍ୟବହାର କରିବାକୁ ଲାଗିଲେ । ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ସହିତ ପେଣ୍ଟିଂସର ଭୂମିକା କ’ଣ ଥିଲା, ଯଦିଓ ତାହାକୁ ନେଇ କୌଣସି ଖୁଲାସା ହୋଇନାହିଁ ତଥାପି ଏହା ସତଯେ, ସୁଶାନ୍ତଙ୍କ ମୃତ୍ୟୁ ଭଳି ବିଶ୍ୱର ଏହି ସମସ୍ତ ଭୟାନକ ପେଣ୍ଟିଂର ରାଜ୍‌ଏବେ ମଧ୍ୟ ରାଜ୍‌ହୋଇ ରହିଯାଇଛି ।

Leave a Reply