ଚେନ୍ନାଇ: ଚେନ୍ନାଇ ଟେଷ୍ଟରେ ଭାରତର କମବ୍ୟାକ୍ । ବ୍ୟାଟସମ୍ୟାନଙ୍କ ପରେ ଦମ୍ ଦେଖାଇଲେ ବୋଲର । ଭାରତ ୩୨୯ ରନ୍ କରି ପ୍ରଥମ ଇନିଂସରେ ଅଲଆଉଟ୍ ହୋଇଥିବା ବେଳେ ଭ୍ରମଣକାରୀ ଇଂଲଣ୍ଡ ଦଳ ମଇଦାନକୁ ଓହ୍ଲାଇଥିଲା । ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଛି । ଦଳ ପକ୍ଷରୁ ରୋରି ବନସ୍ କୌଣସି ରନ୍ ନ କରି ପ୍ୟାଭିଲିୟନ୍ ଫେରିଯାଇଥିବା ବେଳେ ଡୋମନିକ୍ ସିବଲେ ୧୬ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଏହାସହ ଡାନିଏଲ ଲରେନ୍ସ ୯ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ସେହିଭଳି ଜୋ ରୁଟ୍ ୬, ବେନ୍ ଷ୍ଟୋକ୍ସ ୧୮, ଓଲି ପପ୍ ୨୨ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି । ୪୫ ଓଭର ବେଳକୁ ୯୭ ରନ୍ କରି ଦଳ ୬ଟି ଓ୍ୱିକେଟ୍ ହରାଇ ସାରିଛି । ଏବେ କ୍ରିଜ୍ରେ ବ୍ୟାଟିଂ ଭାର ସମ୍ଭାଳିଛନ୍ତି ବେନ୍ ଫୋକ୍ସ ଓ ମୋଇନ୍ ଅଲ୍ଲୀ ।
ସେପଟେ ଭାରତୀୟ ଟିମ୍ ପକ୍ଷରୁ ଇଶାନ୍ତ ଶର୍ମା ଗୋଟିଏ ଓ୍ୱିକେଟ୍ ନେଇଥିବା ବେଳେ ରବିଚନ୍ଦନ ଅଶ୍ୱିନୀ ସର୍ବାଧିକ ୩ଟି ଓ୍ୱିକେଟ୍ ହାସଲ କରିଥିବା ବେଳେ ଅକ୍ସର ପଟେଲ୍ ଗୋଟିଏ ଓ୍ୱିକେଟ୍ ହାସଲ କରିଛନ୍ତି । ସେହିଭଳି ମହମ୍ମଦ ସିରାଜ ମଧ୍ୟ ଗୋଟିଏ ଓ୍ୱିକେଟ୍ ହାସଲ କରିଛନ୍ତି ।



ଅନ୍ୟପଟେ ଆସନ୍ତାକାଲି ଓଡିଶା ବନ୍ଦ କରିବ କଂଗ୍ରେସ । ସକାଳ ୭ ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ କରାଯିବ । ପେଟ୍ରୋଲ, ଡିଜେଲ ଓ ଗ୍ୟାସର ମୂଲ୍ୟବୃଦ୍ଧି ସହ ବିଭିନ୍ନ ପ୍ରସଙ୍ଗ ନେଇ ବନ୍ଦ ପାଳନ କରିବାକୁ କଂଗ୍ରେସ ଡାକରା ଦେଇଛି । ତେବେ ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
