ପ୍ୟାଙ୍ଗୋଗରେ ଭାରତୀୟ ଯବାନଙ୍କ ଡ୍ୟାନ୍ସ, ଭାଇରାଲ ହେଉଛି ଭିଡିଓ

ଲଦାଖ: ଯେଉଁ ପ୍ୟାଙ୍ଗୋଗ ହ୍ରଦ ଦିନେ ରକ୍ତ ରଞ୍ଜିତ ହୋଇଥିଲା, ସେହି ପ୍ୟାଙ୍ଗୋଗ କୂଳ ରୋମାଞ୍ଚିତ ହୋଇ ଉଠୁଛି । ଲଦାଖରେ ପ୍ୟାଙ୍ଗୋଗ କୂଳରେ ଖୁସିରେ ନୃତ୍ୟ କରୁଛନ୍ତି ଭାରତୀୟ ଯବାନ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ୟାଙ୍ଗୋଗ କୂଳରୁ ବହି ଆସୁଛି ଶୀତଳ ପବନ, ଆକାଶର ଅପୂର୍ବ ଶୋଭା । ଆଉ ଏହି ଶୋଭା ମଧ୍ୟରେ ହଜି ଯାଉଛନ୍ତି ଏ ଦେଶର ସୁରକ୍ଷା ବାହିନୀ । ଗୀତର ତାଳେ ତାଳେ ଯବାନମାନେ ଡ୍ୟାନ୍ସ କରୁଛନ୍ତି । କିଏ ନାଚି ନାଚି ଗଡିଯାଉଛନ୍ତି ତ, ଆଉ କିଏ ଜୋସ ବଢାଇବା ପାଇଁ ସମର୍ଥନ କରୁଛନ୍ତି । ଆପଣ ବି ଦେଖୁ ନାହାଁନ୍ତି କିପରି ଡ୍ୟାନ୍ସରେ ମସଗୁଲ ଏହି ଦୁଇ ଯବାନ ।

ପାଖରେ ବାଜା ଥୁଆହୋଇଛି  ଏବଂ କିଛି ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ନିକଟରେ ବସିଛନ୍ତି । ନୃତ୍ୟ କରୁଥିବା ଯବାନ ଯେତିକି ଆନନ୍ଦ ଅନୁଭବ କରୁଛନ୍ତି, ପାଖରେ ବସିଥିବା ସାଥି ଯବାନ ମଧ୍ୟ ସେତିକି । ଦେଖୁ ନାହାଁନ୍ତି କିପରି ଏହି ଦୁଇ ଯବାନଙ୍କ ନୃତ୍ୟକୁ ଉପଭୋଗ କରୁଥିବା ସାଥି ତାଳି ମାରି ସମର୍ଥନ କରୁଛନ୍ତି । ପୁଣି ଆଉ କିଏ କିଏ ତ, ଜୋରରେ ଶବ୍ଦ କରି ସମର୍ଥନ କରୁଛନ୍ତି ।

ଏହି ଭିଡିଓକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜଜୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି , ଖୁବ ଆନନ୍ଦ ଅନୁଭବ ହେଉଛି, ଯେତେବେଳେ ଏ ଦେଶର ଯବାନ ପ୍ୟାଙ୍ଗୋଗ କୂଳରେ ଏନଜୟ କରୁଛନ୍ତି । ସୂଚନା ଅନୁଯାୟୀ ନୃତ୍ୟ କରୁଥିବା ଯବାନ ହେଉଛନ୍ତି ଗୋରଖା ବାହିନୀର । ପ୍ୟାଙ୍ଗୋଗ ନିକଟରେ କର୍ତ୍ତବ୍ୟରେ ଥିବା ଏହି ଯବାନମାନେ ସୁରକ୍ଷାପ୍ରହରୀ ସାଜିଛନ୍ତି । କିନ୍ତୁ ଅବସର ସମୟରେ ସାଥି ଯବାନଙ୍କ ସହ ଗୀତର ତାଳେ ତାଳେ ନୃତ୍ୟ କରୁଥିବା ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ସାଜିଛି ।

Leave a Reply