ଦ୍ୱିତୀୟ ମ୍ୟାଚ ଇଂଲଣ୍ଡର,୧-୧ରେ ବରାବର ସିରିଜ

1 min read

ପୁନେ: ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚରେ ବିଦେଶୀ ଦଳର ବିଜୟ । ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ଇଂଲଣ୍ଡ ପଟକୁ ଯାଇଛି । ଫଳରେ ଦିନିକିଆ ସିରିଜ ୧-୧ରେ ବରାବର ରହିଛି । ଭାରତ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ୫୦ ଓଭରରେ ୩୩୬ ରନ ସଂଗ୍ରହ କରିଥିଲେ । ସେପଟେ ୩୩୭ରନର ପିଛା କରୁଥିବା ଇଂଲଣ୍ଡ ୪୩.୩ ଓଭରରେ ସହଜରେ ହାସଲ କରିନେଇଥିଲେ ।

ଭ୍ରମଣକାରୀ ଇଂଲଣ୍ଡ ଟିମର ବ୍ୟାଟ୍ସମ୍ୟାନ ବେୟରଷ୍ଟୋ ଚମତ୍କାର ବ୍ୟାଟିଂ କରିଥିଲେ । ଭଲ ପଦର୍ଶନ କରିବା ସହ ଦଳକୁ ୧୨୪ରନ ଏକାକୀ ଯୋଗାଇଦେଇଥିଲେ । ସେହିପରି ବେନ ଷ୍ଟୋକ୍ସ ମଧ୍ୟ ୯୯ରନ କରିଛନ୍ତି । ସେପଟେ ଭାରତ ପକ୍ଷରୁ ମଧ୍ୟ କେଏଲ ରାହୁଲ ୧୦୮ରନ ସଂଗ୍ରହ କରିଥିଲେ ।

ଅନ୍ୟପକ୍ଷରେ ଋଷଭ ପନ୍ଥ ୭୭ ରନ କରିଥିବାବେଳେ ବିରାଟ କୋହଲି ମଧ୍ୟ ୬୬ ରନ କରିଥିଲେ । ଭାରତ ପ୍ରଥମ ପାଳି ଖେଳିଥିଲା । ୫୦ ଓଭରର ପାଳିରେ ଦଳ ୬ ୱିକେଟ ହରାଇ ୩୩୬ ରନ କରିଥିଲେ । କିନ୍ତୁ ମ୍ୟାଚରେ ସବୁଠାରୁ ଚର୍ଚ୍ଚାରେ ଥିଲେ ହାର୍ଦ୍ଧିକ ପାଣ୍ଡ୍ୟା । ୧୬ ବଲରେ ୪ଟି ଛକା ମାରି ପାଣ୍ଡ୍ୟା ୩୫ରନ ସଂଗ୍ରହ କରିଥିଲେ ।

Leave a Reply