ସ୍ୱେଜରେ ଅଟକିଲା କଣ୍ଟେନର, ଜଳ ପଥରେ ଟ୍ରାଫିକ ଜାମ୍

କାଇରୋ: ସଡକରେ ଟ୍ରାଫିକ ଜାମ ହେବା ସାଧାରଣ କଥା । ଯାହା ଆମ ସହ ମଧ୍ୟ ଅନେକଥର ଘଟିଛି । ସ୍ଥିତି ଏମିତି ହୋଇଛି କି ଘଣ୍ଟା ଘଣ୍ଟା ଧରି ଅଟକି ରହିବାକୁ ପଡେ । କିନ୍ତୁ କେବେ ଜଳପଥରେ ଟ୍ରାଫିକ ଜାମ କଥା ଶୁଣିଛନ୍ତି କି ? କିନ୍ତୁ ହଁ ଜଳ ପଥରେ ଏମିତି ଏକ ଟ୍ରାଫିକ ଜାମର ଘଟଣା ଏବେ ସାମ୍ନାକୁ ଆସିଛି । ଆଉ ଏହି ଘଟଣା ଘଟିଛି ଇଜିପ୍ଟରେ ।

ଜଳପଥରେ ଯାଉଥିବା ଏକ ଜାହାଜ କେନାଲରେ ଅଟକି ଯାଇଛି । ଏହା କେବଳ ଅଟକି ଯାଇନି, ବଂର ପୃଥିବୀର ନିଶ୍ବାସ ଅଟକାଇ ଦେଇଛି । ଏହି କେନାଲର ନାମ ହେଇଛି ସ୍ବେଜ କେନାଲ । ମଙ୍ଗଳବାର ଏହି କେନାଲରେ ଯାଉଥିବା ଏକ କଣ୍ଟେନର ଜାହାଜ ଟି ଫଶି ଯାଇଛି । ଫଳରେ କଣ୍ଟେନରର ଉଭୟ ପାର୍ଶ୍ବରେ ଶହ ଶହ ଜାହାଜ ଅଟକି ରହିଛନ୍ତି ।

ଏହି କଣ୍ଟେନର ଜାହାଜର ଲମ୍ବ ୪୦୦ ମିଟର ହୋଇଥିବାବେଳେ, ପ୍ରସ୍ଥ ରହିଛି ୫୯ ମିଟର । ଚୀନରୁ ସାମଗ୍ରୀ ନେଇ ଇଜିଫ୍ଟ ଗସ୍ତ କରୁଥିଲା ଏହି ଜାହାଜ । କିନ୍ତୁ ଜଳପଥର ନିତିଦିନିଆ ରାସ୍ତାରେ ଯାଉଥିବା ଏହି ଜାହାଜ ସ୍ବେଜ କେନାଲରେ ମଝି ଭାଗରେ ଫସି ଯାଇଥିଲା । ନା ଏହି ଜାହାଜଟି ଆଗକୁ ଯାଇପାରୁଛି, ନା ପଛକୁ । ଫଳରେ ଜଳପଥର ଟ୍ରାଫିକ ଏକପ୍ରକାର ଜାମ ହୋଇଯାଇଛି । ଯେଉଁଥିପାଇଁ କେନାଲର ଉଭୟ ଦିଗରେ ଅଟକି ରହିଛି ଶହ ଶହ ଜାହାଜ ।

ସେପଟେ ଏହି ଜଳପଥ ଦେଇ ପ୍ରତିଦିନ ହଜାର ହଜାର ଜାହାଜ ଯିବା ଆସିବା କରିଥାନ୍ତି । ଅନ୍ୟ ଦେଶ ମାନଙ୍କୁ ବିଭିନ୍ନ ପ୍ରକାର ସାମଗ୍ରୀ ଏହି ପଥ ଦେଇ ଆମଦାନୀ, ରପ୍ତାନି ହୋଇଥାଏ । କିଛି ବର୍ଷ୍ ପୂର୍ବେ ଅନ୍ୟ ଏକ ଜାହାଜ ମଧ୍ୟ ଏହି କେନାଲରେ ଅଟକି ଯାଇଥିଲା । ସେବେ ମଧ୍ୟ ନିକଟବର୍ତ୍ତୀ ଦେଶ ଗୁଡିକୁ ସାମଗ୍ରୀ ଆମଦାନୀ, ରପ୍ତାନୀ କରିବାରେ ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।

Leave a Reply