ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା: ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ

210-tested-positive-for-covid-19-in-odisha

ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନା କହର । ୨୪ ଘଣ୍ଟାରେ ୨୧ଜିଲ୍ଲା ଓ ଷ୍ଟେଟପୁଲରୁ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୧୨୪, ଲୋକାଲ କେସ୍ ୮୬ ଚିହ୍ନଟ ହୋଇଥିବା ବେଳେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୫୧, ନୂଆପଡାରୁ ୨୩, କଟକରୁ ୧୯, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ଼଼ ଓ ଷ୍ଟେଟପୁଲରୁ ୧୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସମ୍ବଲପୁରରୁ ୧୧, ବରଗଡ଼, ଯାଜପୁର, ମୟୂରଭଞ୍ଜରୁ ୮ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୭, ବାଲେଶ୍ବରରୁ ୬, ପୁରୀରୁ ୫, , ଝାରସୁଗୁଡାରୁ ୪, ଗଞ୍ଜାମରୁ ୩, କେନ୍ଦ୍ରାପଡା, ନୟାଗଡ଼ ଓ ରାୟଗଡ଼ାରୁ ୨ଜଣ ଲେଖାଏଁ ଓ ଢେଙ୍କାନାଳ, କେନ୍ଦୁଝର ଓ ନବରଙ୍ଗପୁରରୁ ଜଣେ ଲେଖାଏଁ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୯ହଜାର ୯୦୪ଥିବା ବେଳେ ଆକ୍ଟିଭ କେସ୍ ରହିଛି ୧୪୪୯ । ଏଯାଏ କରୋନାରେ ୧୯୨୦ଜଣଙ୍କ ମୃତ୍ୟୁ  ହେଲାଣି । ସୁସ୍ଥ ହେଲେଣି ୩ଲକ୍ଷ ୩୬ହଜାର ୪୮୨ଜଣ କୋଭିଡ ଆକ୍ରାନ୍ତ ।

ଏଥିସହିତ ପଢ଼ନ୍ତୁ: ମାର୍ଚ୍ଚ ୨୮ରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ

Leave a Reply