spot_img
Home Blog Page 5971

Farmers ‘Rail Roko’ Protest: ଓଡ଼ିଶାରୁ ଉତ୍ତରପ୍ରଦେଶ,ରେଳ ଧାରଣାରେ ଚାଷୀ

0

ନୂଆଦିଲ୍ଲୀ: ଆଜି ଦେଶବ୍ୟାପୀ ରେଳ ରୋକ ଆନ୍ଦୋଳନ କରିଛନ୍ତି ଚାଷୀ। ଦିନ ୧୨ଟାରୁ ବିଭିନ୍ନ ସ୍ଥାନରେ ଚାଷୀମାନେ ରେଳଧାରଣା ଉପରେ ବସି ଆନ୍ଦୋଳନ କରୁଛନ୍ତି। ଏଥଯୋଗୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଚାଷୀଙ୍କ ରେଳ ରୋକ ନେଇ ହାଇଆଲର୍ଟରେ ରହିଛି ପୋଲିସ। ବିଶେଷକରି ଉତ୍ତରପ୍ରଦେଶ, ହରୟାଣା ଓ ପଞ୍ଜାବରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି।

ହରିୟାଣାର ଅମ୍ବାଲାରେ ଶହ ଶହ ଚାଷୀ ରେଳ ଟ୍ରାକ ଉପରେ ବସି ରେଳରୋକ କରିଛନ୍ତି। ସେହିପରି ଦିଲ୍ଲୀର ଆଖପାଖ ଅଞ୍ଚଳରେ ମଧ୍ୟ ଚାଷୀ ରେଳ ଟ୍ରାକରେ ବସି ରେଳରୋକ କରିଛନ୍ତି। ସେପଟେ ଗାଜିପୁର ବର୍ଡ଼ର ନିକଟସ୍ଥ ମୋଦି ନଗର ରେଳ ଷ୍ଟେସନରେ ଚାଷୀ ଏକାଠି ହୋଇଛନ୍ତି। ସେହିଭଳି ବିହାରର ପାଟନାଠାରେ ଜନ ଅଧିକାରୀ ପାର୍ଟିର ସଦସ୍ୟମାନେ ପାଟନା ଜଙ୍କସନଠାରେ ରେଳ ଧାରଣାରେ ଶୋଇ ନୂଆ କୃଷି ଆଇନକୁ ବିରୋଧ କରିଛନ୍ତି।  ରେଲୱେ ପୋଲିସ ପକ୍ଷରୁ ମଧ୍ୟ ଏ ଦିଗରେ ସତର୍କ ଦୃଷ୍ଟି ରଖିଛି। ଚାଷୀଙ୍କ ରେଳ ରୋକ ଆନ୍ଦୋଳନ ଯୋଗୁ ଅନେକ ଟ୍ରେନ୍ ବାତିଲ କରାଯାଇଥିବା ବେଳେ ଦିଲ୍ଲୀ ଗାଜିପୁର ସୀମାକୁ ବନ୍ଦ କରିଦିଆଯାଇଛି। ଏଥିସହ ଦିଲ୍ଲୀ ମେଟ୍ରୋର ଅନେକ ଷ୍ଟେସନରେ ଏଣ୍ଟ୍ରି-ଏକଜିଟ୍ ବନ୍ଦ କରିଦିଆଯାଇଛି।

ଅନ୍ୟପଟେ ଭୁବନେଶ୍ୱରରେ ମଧ୍ୟ ରେଳରୋକ କରାଯାଇଛି। ଭୁବନେଶ୍ୱରର ବିଭିନ୍ନ ସଂଗଠନ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଏହି ରେଳରୋକରେ ସାମିଲ ହୋଇଛନ୍ତି। ବିଶେଷକରି ସିବିୟୁଟି ,ଆମ ଅଧିକାର, ବିକେଏମୟୁ, ଏଆଇକେଏସ ରେଳ ରୋକରେ ସାମିଲ ହୋଇଛନ୍ତି। ପୁରୀ ହଉଡା ସ୍ବତନ୍ତ୍ର ଟ୍ରେନ ଷ୍ଟେସନରେ ଅଟକି ରହିଛି।

ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ରେଳରୋକ ଡାକରା ଦିଆଯାଇଥିବା ବେଳେ ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କରାଯାଉଛି ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାଏତ୍। ସାରା ଦେଶରେ ଚାଷୀ ସଂଗଠନର ଡାକରାରେ ଆଜି ୪ ଘଣ୍ଟିଆ ରେଳ ରୋକ କରାଯାଉଛି।

ତଣ୍ଟି ଚିପି ମାରିଲି, ମୃତଦେହ ଫୋପାଡି ଗାଧୋଇଥିଲି

ନୟାଗଡ଼: ପରୀ ହତ୍ୟା ଘଟଣାରେ ଲାଗିଲା ବଡ଼ ପ୍ରମାଣ । ହତ୍ୟା ଘଟଣାରେ ନାବାଳକ ଅଭିଯୁକ୍ତର ସ୍ୱୀକାରୋକ୍ତି ଭିଡିଓ । ପରୀକୁ କେମିତି ମାରିଲା, କେମିତି ଫିଙ୍ଗିଲା ଗୋଟି ଗୋଟି ସତ ବଖାଣିଛି ଅଭିଯୁକ୍ତ । ପ୍ରମାଣ ନଷ୍ଟ ପାଇଁ କଣ କରିଥିଲା ଯୋଜନା ସେନେଇ ବଖାଣିଛି ଅଭିଯୁକ୍ତ । ସ୍ୱୀକାରୋକ୍ତି ଭିଡିଓରେ ଅଭିଯୁକ୍ତ କେମିତି ପରୀର ତଣ୍ଟି ଚିପି ହତ୍ୟା କରିଥିଲା ସେ ବାବଦରେ ବର୍ଣ୍ଣନା କରିଛି ।

ଭିଡିଓରେ  ପରୀ ଘରକୁ ଆସିଥିବା ସମୟରେ  ଦୁଷ୍କର୍ମ କରିବାକୁ କେମିତି ଉଦ୍ୟମ କରିଥିଲା ସେ ନେଇ  ଅଭିଯୁକ୍ତ କହୁଥିବା ଦେଖିବାକୁ ମିଳିଛି । ଦୁଷ୍କର୍ମ ଉଦ୍ୟମ ସମୟରେ ସେ  ପରୀକୁ ତଣ୍ଟି ଚିପି ହତ୍ୟା କରିଥିବା କହିଛି ।  ତେବେ ପରୀର ମୃତ୍ୟୁ ପରେ ଦୁଃଖ ଲାଗିବାରୁ ଆଉ ଦୁଷ୍କର୍ମ କରିନଥିଲା ବୋଲି କହିଛି ଅଭିଯୁକ୍ତ ।   ପରୀକୁ ଘରକୁ ଡାକିବା ବେଳେ ଘରେ  ମାଆ କି ଭଉଣୀ କେହି ନଥିଲେ ବୋଲି ଭିଡିଓରେ ଅଭିଯୁକ୍ତ କହିଛି ।

ହତ୍ୟା କରିବା ପରେ ସେ ପରୀର ମୃତଦେହକୁ ଝୋଟ ଅଖାରେ ଗୁଡ଼ାଇ ଫିଙ୍ଗି ଦେଇଥିଲା  । ହାତରେ ମୃତଦେହ ଟେକି ନେଇ ବାରିପଟ ପୋଖରୀରେ ଫିଙ୍ଗିଥିଲା । ମୃତଦେହ ଫୋପାଡିବା ପୂର୍ବରୁ ଲେଗିନସକୁ ପୋଖରୀରେ ଫିଙ୍ଗିଥିଲା ଅଭିଯୁକ୍ତ । ମୃତଦେହକୁ ଗୋଡ ପଟୁ ଧରି ଝୋଟ ଅଖାରେ ପୂରାଇଥିଲା ଅଭିଯୁକ୍ତ । ତେବେ ମୃତଦେହ ଫିଙ୍ଗିବା ପରେ ଗାଧୋଇଥିଲା ଅଭିଯୁକ୍ତ । ପରୀର ମାଆ ଆସି ଝିଅ ବିଷୟରେ ପଚାରିବାରୁ ଦେଖିନାହିଁ ବୋଲି କହିଥିଲା ଅଭିଯୁକ୍ତ ।

ରାଜ୍ୟପାଳଙ୍କ ଅଭିଭାଷଣ ସହ ଆରମ୍ଭ ହେଲା ବଜେଟ୍ ଅଧିବେଶନ, କକ୍ଷତ୍ୟାଗ କଲେ ବିରୋଧୀ

ଭୁବନେଶ୍ୱର: ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେଶନ । ଗୃହରେ ରାଜ୍ୟପାଳ ନିଜ ଅଭିଭାଷଣ ରଖିଛନ୍ତି । ପ୍ରଥମେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ୨୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ । ୨୨ ତାରିଖରେ ବଜେଟ ଉପସ୍ଥାପନ ହେବ।

ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେବା କ୍ଷଣି କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ହଟଗୋଳ ଓ ନାରାବାଜୀ କରିଥିଲା । ଏହାସହ କଂଗ୍ରେସ କକ୍ଷତ୍ୟାଗ କରିଛି । କୋଟିଆ ପ୍ରସଙ୍ଗ ସହିତ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ସ୍ଥିତିକୁ ବିରୋଧ କରି କକ୍ଷତ୍ୟାଗ କରିଛି କଂଗ୍ରେସ । ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀ ବିଜେପି ସଦସ୍ୟ ମଧ୍ୟ କକ୍ଷତ୍ୟାଗ କରିଛନ୍ତି ।

ତେବେ ନିଜ ଅଭିଭାଷଣରେ ଦିବଙ୍ଗତ ପୂର୍ବତନ ସମସ୍ୟ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଶହିଦ ଯବାନ ଏବଂ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ । ନିଜ ଅଭିଭାଷଣରେ ରାଜ୍ୟପାଳରେ ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି । ଶିଶୁ ଓ ଗର୍ଭବତୀଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି ସରକାର । ସମାଜର ସବୁ ବର୍ଗ ପାଇଁ କାମ କରୁଛନ୍ତି ସରକାର । ଜନସ୍ୱାସ୍ଥ୍ୟ ଉପରେ ସରକାର ଦେଇଛନ୍ତି ଅଧିକ ଗୁରୁତ୍ୱ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ସଫଳତା ପାଇଛି ରାଜ୍ୟ । କରୋନାରେ ଲୋକଙ୍କୁ ଦିଆଯାଇଛି ମାଗଣା ରାସନ ସାମଗ୍ରୀ । ରାଜ୍ୟରେ କୋଭିଡ ପରିଚାଳନାକୁ ମିଳିଛି ପ୍ରଶଂସା । କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ଖୁବ ସଫଳତା ମିଳିଛି । ସୁନ୍ଦରଗଡରେ ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ । ମହିଳା ସଶକ୍ତିକରଣକୁ ମଧ୍ୟ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଇଛନ୍ତି ।  ମୋ ସରକାର ପାରଦର୍ଶିତା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । କ୍ଷୁଦ୍ର ଓ ଅତିକ୍ଷୁଦ୍ର ଶିଳ୍ପର ବିକାଶ ଦିଗରେ ସରକାର କାମ କରୁଛନ୍ତି । ଷ୍ଟାର୍ଟଅପ୍ ଓଡ଼ିଶା ପଲିସି ସରକାର ଆଣିଛନ୍ତି ।

ଓଡ଼ିଶା ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ଫ୍ଲିପକାର୍ଟ ସହିତ ବୁଝାମଣା ହୋଇଛି, ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ପାଇଁ ସରକାର କାମ କରୁଥିବା ରାଜ୍ୟପାଳ କହିଛନ୍ତି । କୋଣାର୍କ, ଭିତରକନିକା, ଦାରିଙ୍ଗବାଡି ଭଳି ଅଂଚଳରେ ଭିତ୍ତିଭୂମି ବିକାଶ ଚାଲିଛି । ୫ ହଜାର କିଲୋମିଟରରୁ ଅଧିକ ଗ୍ରାମ୍ୟ ସଡକ ନିର୍ମାଣ ହୋଇଛି । ରାଜ୍ୟରେ ନୂଆ ବିମାନ ବନ୍ଦର ନିର୍ମାଣ ପାଇଁ ସରକାର ଉଦ୍ୟମ କରୁଛନ୍ତି ଏବଂ ଝାରସୁଗୁଡା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି । ଓଡ଼ିଶା ବିଦ୍ୟୁତ ବଳକା ରାଜ୍ୟ ଭାବେ ଉଭା ହୋଇଛି । ମହିଳା ଏସଏଚଜି ଗଠନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଥିବା ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ରାଜ୍ୟପାଳ ।

ଓଡ଼ିଶା ତାର ସଂସ୍କୃତି ପାଇଁ ପରିଚିତ । ଓଡ଼ିଶା ସଂସ୍କୃତିର ପ୍ରଚାର ପାଇଁ ମୋ ସରକାର ସର୍ବଦା ଉଦ୍ୟମରତ । ଓଡ଼ିଶା ତାର ଭୌଗଳିକ ଉପସ୍ଥିତି ପାଇଁ ପ୍ରାକୃତିକ ବିପତ୍ତିର ସମ୍ମୁଖୀନ ହେଉଛି, କିନ୍ତୁ ଓଡ଼ିଶା ସରକାର ଏହାର ମୁକାବିଲ ଦିଗରେ ସଫଳ ହୋଇଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି । ପୋଲିସ କୋଭିଡ୍ ମୁକାବିଲାରେ ସଫଳ ହୋଇଛି । କୋଭିଡ ମୁକାବିଲାରେ ୫୯ ଜଣ ପୋଲିସ ଅଧିକାରୀ ପ୍ରାଣତ୍ୟାଗ କରିଛନ୍ତି । ଓଡ଼ିଶା ଆଗ୍ନିକ ସେବା ପ୍ରାକୃତିକ ବିପର୍ଯ୍ୟୟ କାଳରେ ଉଦାହରଣୀୟ ସେବା ପ୍ରଦାନ କରିଛନ୍ତି । ଅନ୍ୟପଟେ ମାଛଚାଷରେ କଳାହାଣ୍ଡିକୁ ମିଳିଛି ଜାତୀୟ ପୁରସ୍କାର । କୋଭିଡ୍ କାଳରେ ପେନସନ ଧାରକଙ୍କୁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବାରେ ରିହାତି ଦିଆଯାଇଥିବା ମଧ୍ୟ ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି  ।

କୋଭିଡ୍ ନୂଆ ଷ୍ଟ୍ରେନ୍ ପାଇଁ ଜାରି ହେଲା SOP, ଫେବୃଆରୀ ୨୮ ଯାଏଁ ସମସ୍ତ ଅନ୍ତର୍ଜାତୀୟ ବିମାନ ସ୍ଥଗିତ

0

ନୂଆଦିଲ୍ଲୀ: ଭାରତ ସରକାର କରୋନାଭାଇରସର ନୂଆ ଷ୍ଟ୍ରେନ୍ ର ବିସ୍ତାରକୁ ଦୃଷ୍ଟିରେ ରଖି ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ବୁଧବାର ନୂଆ SOP ବା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନୂଆ SOP ଆସନ୍ତା ୨୨ ତାରିଖ ମଧ୍ୟରାତ୍ରୀରୁ ଲାଗୁ ହେବ । ଏହି ଏସଓପି ପରବର୍ତ୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଅନେକ ଦେଶରେ SARS-COV-2 ସଂକ୍ରମଣର ବିସ୍ତାରକୁ ଦୃଷ୍ଟିରେ ରଖି ନାଗରିକ ବିମାନ ସେବା ମନ୍ତ୍ରଣାଳୟ(Ministry of Civil Aviation), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ବ୍ରିଟେନ, ୟୁରୋପ ଏବଂ ପଶ୍ଚିମ ଏସିଆରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି।

କେନ୍ଦ୍ର ସରକାର  ଫେବୃଆରୀ ୨୮ ପର୍ଯ୍ୟନ୍ତ ଧାର୍ଯ୍ୟ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରଖିଛନ୍ତି। ନୂଆ ଏସ୍ଓପି ଅନୁଯାୟୀ, ବ୍ରିଟେନ, ୟୁରୋପ ଏବଂ ପଶ୍ଚିମ ଏସିଆ ବ୍ୟତୀତ ଅନ୍ୟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ସେମାନଙ୍କର ନିର୍ଦ୍ଧାରିତ ଯାତ୍ରା ପୂର୍ବରୁ ଏୟାର ସୁବିଧା ପୋର୍ଟାଲରେ ଏକ ଆତ୍ମ-ଘୋଷଣା ପତ୍ର ପୂରଣ କରିବାକୁ ପଡିବ। ଏଥିସହିତ ଯାତ୍ରୀଙ୍କୁ କୋଭିଡ-19 ନେଗେଟିଭ୍ ରିପୋର୍ଟ ବି ସେଥିରେ ଅପଲୋଡ୍ କରିବାକୁ ହେବ। ତେବେ ଏହା ବ୍ୟତୀତ ଯେଉଁ ଯାତ୍ରୀମାନେ ନିଜ ପରିବାର ସଦସ୍ୟଙ୍କ ମୃତ୍ୟୁ ହେକାରଣରୁ ଭାରତକୁ ଆସୁଛନ୍ତି ସେହି ଯାତ୍ରୀମାନେ ଏଥିରୁ ବଞ୍ଚିତ ହୋଇପାରିବେ। କିନ୍ତୁ ଏଥିପାଇଁ ସେମାନଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ।

ମନ୍ତ୍ରଣାଳୟ ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ବ୍ରିଟେନ, ୟୁରୋପ ଏବଂ ପଶ୍ଚିମ ଏସିଆରୁ ଆସୁଥିବା ଯାତ୍ରୀମାନଙ୍କୁ ମଧ୍ୟ ଏହି ନିର୍ଦ୍ଦେଶାବଳୀ ପାଳନ କରିବାକୁ ପଡ଼ିବ, କିନ୍ତୁ ସେମାନଙ୍କୁ ଯାଞ୍ଚ ଏବଂ ଅଲଗା ରଖିବା ପାଇଁ ଅଲଗା ନିର୍ଦ୍ଦେଶନାମା ଜାରି କରାଯାଇଛି।

ରାଜ୍ୟପାଳଙ୍କ ଅଭିଭାଷଣ ସହ ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର: ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ । ବଜେଟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଛନ୍ତି । ବିଧାନସଭାରେ ପହଞ୍ଚିଛନ୍ତି ସମସ୍ତ ମନ୍ତ୍ରୀ ଓ ବିଧାୟକ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ବିଧାନସଭାରେ ଉପସ୍ଥିତ ଅଛନ୍ତି । ରାଜ୍ୟପାଳଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର  ସ୍ୱାଗତ କରିଛନ୍ତି । ରାଜ୍ୟପାଳ ଗଣେଷୀ ଲାଲଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍‌ ଅଧିବେଶନ ।

ଚଳିତ ଅଧିବେଶନ ପାଇଁ ସମୟ ସାରଣୀ ବଦଳିଥିବା ବେଳେ ଏଥର ପେପରଲେସ ହେବ ଗୃହକାର୍ଯ୍ୟ । ବଜେଟ୍‌ ଅଧିବେଶନରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ । ଏଥିସହ ମୁଲତବୀ ଆଲୋଚନା ବି ହେବ । ଦୈନିକ ୫ଘଣ୍ଟା ଚାଲିବ ଗୃହ । ଦୈନିକ ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ । ସକାଳ ୧୦ଟା ୩୦ରୁ ଦିନ ସାଢ଼େ ଗୋଟାଏ ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ ଗୃହ । ଫେବ୍ରୁଆରୀ ୧୮ରୁ ୨୮ ଯାଏଁ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଥିବା ବେଳେ, ମାର୍ଚ୍ଚ ୧୧ରୁ ୩୧ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ ।

ଆସନ୍ତା ୨୨ ତାରିଖ ଦିନ ଅର୍ଥମନ୍ତ୍ରୀ ବଜେଟ୍‌ ଆଗତ କରିବେ । ପ୍ରଥମ ଦିନରେ ଦିବଂଗତ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ର, ବିଭୂତି ଭୂଷଣ ନାୟକ, ଯଜ୍ଞନାରାୟଣ କର, କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ସେପଟେ ବିଜେଡି, ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି । ସରକାରଙ୍କୁ ଘେରିବାକୁ ବିରୋଧୀ ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ବିଜେଡି ବି ପ୍ରସ୍ତୁତ ଥିବା କହିଛି । ବର୍ଷକୁ ୧୨ ହଜାର କୋଟି ଟଙ୍କା ହିସାବରେ ରୟାଲଟି ବାବଦକୁ ୫ବର୍ଷରେ ୬୦ହଜାର କୋଟି କାଟିଛି କେନ୍ଦ୍ର । ଏସବୁ ନେଇ ଗୃହରେ କେନ୍ଦ୍ରକୁ ଟାର୍ଗେଟ କରିବ ଶାସକ ଦଳ । ବଜେଟ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରହିବ ବିଧାନସଭା । ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ।

IPL Auction: ଆଇପିଏଲ୍‌-୧୪ ପାଇଁ ଆଜି ନିଲାମ ହେବେ ଖେଳାଳି

0

ନୂଆଦିଲ୍ଲୀ: ଆଜି ଆଇପିଏଲ୍‌-୧୪ ପାଇଁ ଆରମ୍ଭ ହେବ ଖେଳାଳି ନିଲମ ପ୍ରକ୍ରିୟା । ବିକ୍ରି ହେବେ ଖେଳାଳି । ଫ୍ରାଞ୍ଚାଇଜମାନେ ନିଜ ମନମୁତାବକ ଖେଳାଳି ଦଳ ପାଇଁ କିଣିବେ। ଚେନ୍ନାଇର ଏକ ହୋଟେଲରେ ଅପରାହ୍ନ ୩ଟାରୁ ଆରମ୍ଭ ହେବ ମିନି ଅକ୍ସନ । ଏହି ନିଲାମିରେ ୨୯୨ ଜଣ ଖେଳାଳି ଭାଗ ନେବେ । ଅକ୍ସନ ପାଇଁ ୧୧ଶହ ଖେଳାଳି ନାଁ ରେଜିଷ୍ଟ୍ରେଶନ କରିଥିଲେ ବି ୨୯୨ ଜଣଙ୍କୁ ସାମିଲ କରାଯାଇଛି । ଯେଉଁଥିରେ ୧୬୪ ଜଣ ଭାରତୀୟ ଓ ୧୨୫ ଜଣ ବିଦେଶୀ ଖେଳାଳି ସାମିଲ ଅଛନ୍ତି।

ନିଲାମ ପାଇଁ ବିସିସିଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୋର୍ଡ ପକ୍ଷରୁ କିଛି ଅନ୍ତର୍ଜାତୀୟ ଖେଳାଳିଙ୍କର ବେସ ପ୍ରାଇସକୁ ୫ଟି ବର୍ଗରେ ନିର୍ଦ୍ଧାରଣ କରାଯାଇଛି । ଯଥା- ୨ କୋଟି, ୧.୫ କୋଟି, ୧ କୋଟି, ୭୫ ଲକ୍ଷ ଓ ୫୦ ଲକ୍ଷ । ସ୍ମିଥ୍‌ଙ୍କ ସମେତ ୯ଜଣ ଖେଳାଳିଙ୍କ ବେସ୍‌ ପ୍ରାଇସ୍ ୨ କୋଟି ରହିଛି । ସେହିଭଳି ଦେଢ଼ କୋଟିରୁ ଅଧିକ ବେସ୍‌ ପ୍ରାଇସ୍ ରହିଥିବା ୧୨ ଖେଳାଳିଙ୍କୁ  ଏବଂ  ୧ କୋଟି ବେସ୍ ପ୍ରାଇସ୍ ଥିବା ୧୧ ଖେଳାଳିଙ୍କୁ ଅକ୍ସନରେ ସାମିଲ କରାଯାଇଛି। ଏହି ନିଲାମି ପାଇଁ କିଙ୍ଗ୍ସ ଏକାଦଶ ପଞ୍ଜାବ ପାଖରେ ହିଁ ସର୍ବାଧିକ ୫୩.୨୦ କୋଟି ଟଙ୍କା ରହିଛି। ନିଲାମୀରେ ଏଥର ଓଡ଼ିଶାରୁ ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରାଂଶୁ ସେନାପତି ସାମିଲ ହୋଇଛନ୍ତି । ଉଭୟଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଛି।

୮ଟି ଯାକ ଟିମ୍‌ ପାଇଁ ସର୍ବାଧିକ ୬୧ ଜଣଙ୍କୁ କିଣିପାରିବେ ଫ୍ରାଞ୍ଚାଇଜ୍ ମାଲିକ। ଏହି ଅକ୍ସନରେ ଷ୍ଟିଭ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ, ଆରୋନ ଫିଞ୍ଚ, ଡାଭିଡ ମଲନା, ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଓ କେଦାର ଯାଦବଙ୍କ ଭଳି ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଇଣ୍ଡିଆନ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍ ଏସ୍‌ ଧୋନି ଓ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍ ଫ୍ଲେମିଙ୍ଗ ଭର୍ଚୁଆଲି ‌ଏହି ଅକ୍ସନରେ ସାମିଲ ହେବେ।

ନାବାଳିକା ଭାଣେଜିକୁ ଦୁଷ୍କର୍ମ ପରେ ଅଚେତ ଅବସ୍ଥାରେ ଫିଙ୍ଗି ପଳାଇଲା ମାମୁଁ

ଢେଙ୍କାନାଳ: ମାମୁଁ ନାଁରେ କଳଙ୍କ । ମାମୁଁ ଭାଣେଜି ସମ୍ପର୍କରେ ଦାଗ ଲଗାଇଲା ସମ୍ପର୍କୀୟ ମାମୁଁ । ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ଆସିଛି ଢେଙ୍କାନାଳ ହିନ୍ଦୋଳରୁ । ଦୁଷ୍କର୍ମକାରୀ ସମ୍ପର୍କୀୟ ମାମୁଁକୁ କାବୁ କରି ନିର୍ଧୁମ୍ ଛେଚିଲେ ସ୍ଥାନୀୟ ଲୋକେ । ସ୍ପଷ୍ଟ ଦିବାଲୋକରେ ହିନ୍ଦୋଳ ଏନ.ଏ.ସି ଅଞ୍ଚଳରେ ଘଟିଛି ଏହି ଘଟଣା ।

ଜଣେ ୮ବର୍ଷୀୟ ନାବାଳିକା ନଳକୂପକୁ ପାଣି ଆଣିବାକୁ ଯାଇଥିଲେ । ଏହି ସମୟରେ କଟକ ଜିଲ୍ଲା ନରସିଂହପୁର ଭୁଷୁକା ଗ୍ରାମର ସମ୍ପର୍କୀୟ ମାମୁଁ କୈଳାସ ସାହୁ ନାବାଳିକାକୁ ଏକୁଟିଆ ପାଇ ଜୋରଜବରଦସ୍ତ ଦୁଷ୍କର୍ମ କରି ଆଚେତ ଅବସ୍ଥାରେ ପକାଇ ଛାଡି ପଳାଉଥିବା ବେଳେ ସ୍ଥାନୀୟ ଲୋକ କାବୁକରି ନିର୍ଦ୍ଧୁମ ଛେଚିଛନ୍ତି । ପରେ ପୋଲିସ ଜିମା ଦେଇଛନ୍ତି ।

ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସେପଟେ ପରିବାର ପକ୍ଷରୁ ଅଭିଯୁକ୍ତକୁ ଫାଶୀ ଦେବାକୁ ଦାବି ହୋଇଛି ।

ଭବାନୀପାଟଣା: GST ଠକେଇ ଅଭିଯୋଗରେ ଏକ ଟ୍ରକ ଉପରେ ଏନଫୋର୍ସମେଣ୍ଟରେଞ୍ଜ ଚଢ଼ାଉ

ଭବାନୀପାଟଣା: ଭବାନୀପାଟଣା ଜିଏସଟି ଠକେଇ ଅଭିଯୋଗରେ ପଞ୍ଜାବରୁ ଆସୁଥିବା ଏକ ଟ୍ରକକୁ ଭବାନୀପାଟଣା ଏନଫୋର୍ସମେଣ୍ଟରେଞ୍ଜ ପକ୍ଷରୁ ଚଢଉ କରାଯାଇଥିଲା । ଜିଏସଟି ଫାଙ୍କିବା ନେଇ ୧ ଲକ୍ଷ ୮୨ ହଜାର ୨୫୨ ଟଙ୍କା ଜରିମାନା ଆଦାୟ କରିବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ସୂଚନା ଅନୁସାରେ ପଞ୍ଜାବ ରାଜ୍ୟର ଫିରୋଜପୁର ସହରର ଇଣ୍ଡିଏନ ଫାଉଣ୍ଡରି ୱାର୍କସରୁ ୧୯ ଲକ୍ଷ ୧୩ ହଜାର ୬୨୫ ଟଙ୍କାର ରାଇସମିଲ ମେସିନାରୀ ସରଞ୍ଜାମ ଆସୁଥିଲା । ଏହି ସାମଗ୍ରୀ କଳାହାଣ୍ଡି ଜିଲ୍ଲାର ଲଡୁଗାଁ ଏଚଆରଫୁଡ୍ସ ରାଇସମିଲକୁ ଆସୁଥିଲା । ସାମଗ୍ରୀର ଜିଏସଟି ବିଲ ଓ ଇ- ୱେବିଲ ନ ଥିଲା । ଗତକାଲି ରାତିରେ ଖବର ପାଇ ଭବାନୀପାଟଣା ସହର ନୀକଟସ୍ଥ ରିଷି ଗାଁ ନିକଟରେ ଚଢଉ କରାଯାଇଥିଲା । ଟ୍ରକ ଓ ଟ୍ରକ ଡ୍ରାଇଭର ବିରେନ୍ଦ୍ର ସିଂଙ୍କୁ ଭବାନୀପାଟଣା ସିଟିଓ କାର୍ଯ୍ୟାଳୟକୁ ଅଣା ଯାଇଥିଛି ।

ଏହି ଚଢାଉରେ ଭବାନୀପାଟଣା ବାଣିଜ୍ୟକର ଓ ଜିଏସଟି ଡେପୁଟି କମିଶନର ତପନ କୁମାର ପାଢୀ ଓ ସିଟିଓ ନୀଳାଦ୍ରି ବିହାରୀ ଦାଢ଼ିଆ ସାମିଲ ହୋଇଥିଲେ । ସୂଚନା ଯୋଗ୍ୟ ଯେ, ଭବାନୀପାଟଣା ସହରରେ ଗତ ନଭେମ୍ବର ମାସରେ ଏକ ଟ୍ରକକୁ ଚଢଉ କରାଯାଇ ୪ ଲକ୍ଷ ୩୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ସେହିଭଳି ଅକ୍ଟୋବର ମାସରେ ମଧ୍ୟ ୩ଲକ୍ଷ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା ।

୩ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଓଢ଼ଣୀରେ ବାନ୍ଧି ଫିଙ୍ଗି ଦେଲେ ଦୁର୍ବୃତ୍ତ, ୨ ମୃତ, ଜଣେ ଗୁରୁତର

ଉନ୍ନାଓ: ଉତ୍ତରପ୍ରଦେଶ ଉନ୍ନାଓରେ ପୁଣି ଲଜ୍ଜା । ୩ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ଓଢ଼ଣୀରେ ବାନ୍ଧି ଫିଙ୍ଗି ଦେଇଛନ୍ତି । ବିଲ ମଝିରୁ ସନ୍ଦିଗ୍ଧ ଅବସ୍ଥାରେ ୩ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । କାନପୁରର ଏକ ହସ୍ପିଟାଲରେ ନାବାଳିକାଙ୍କ ଚିକିତ୍ସା ଚାଲିଛି ।

ନାବାଳିକାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ନେବାକୁ ଦାବି କରିଛି ଭୀମ୍‌ ଆର୍ମି ଓ କଂଗ୍ରେସ୍ । ପୁରା ଘଟଣାର ଏକମାତ୍ର ସାକ୍ଷୀ ଥିବା ଗୁରୁତର ନାବାଳିକାଙ୍କୁ ଉପଯୁକ୍ତ ଚିକିତ୍ସା କରାଯିବା ଆବଶ୍ୟକ ରହିଛି । ହାଥରସ୍‌ ଘଟଣାରେ ଉତ୍ତରପ୍ରଦେଶ ସରକାରଙ୍କ କାର୍ଯ୍ୟଶୈଳୀ ସାରାଦେଶ ଦେଖି ସାରିଥିବାରୁ ଗୁରୁତର ନାବାଳିକାଙ୍କୁ ସୁରକ୍ଷା ଦେବାକୁ ଦାବି ହୋଇଛି ।

ଏହାଛଡ଼ା ମୃତ ଦୁଇ ନାବାଳିକାଙ୍କ ପାଇଁ ନ୍ୟାୟ ଦାବି କରିଛି କଂଗ୍ରେସ । ନାରୀ ସମାଜ ପାଇଁ ଭାଜପା ସରକାର କାଳ ସାଜିଛି ବୋଲି କହିଛି ସମାଜବାଦୀ ପାର୍ଟି । ସମ୍ପୃକ୍ତ ୩ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇ ନ ଥିବା ପୋଲିସ କହୁଥିବା ବେଳେ, ଦୁଷ୍କର୍ମ ପରେ ସେମାନଙ୍କୁ ମୁର୍ମୁଷୁ ଅବସ୍ଥାରେ ଫୋପାଡ଼ି ଦିଆଯାଇଥିବା ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି ।

ଗୋରୁ ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ୩ ମୃତ, ୩୨ରୁ ଅଧିକ ଗୋରୁ ମୃତ

ବାଲେଶ୍ୱର: ବେଆଇନ ଗୋରୁ ବୁଝେଇ ଗାଡି ଦୁର୍ଘଟଣାଗ୍ରସ୍ତ । ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ଗାନ୍ଧୀଛକ ନିକଟରେ ଗୋରୁ ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ । ଫଳରେ ରାସ୍ତାର ୧୦ ଫୁଟ ତଳକୁ ଓଲଟିପଡିଲା ଗୋରୁ ବୋଝେଇ ଗାଡି । ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୨ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଛି ।

ଘଟଣାସ୍ଥଳରେ ଚାପା ଉତ୍ତେଜନା ସହ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ବସ୍ତା ପୋଲିସ ଏବଂ ଅଗ୍ନିଶମ ବାହିନି ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ୧୦୦ରୁ ଅଧିକ ଗୋରୁ ଗୁରୁତର ଥିଲେ ।