ପିପିଲି ଉପନିର୍ବାଚନ ପାଇଁ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ପ୍ରାର୍ଥୀ ହେଲେ ପ୍ରକାଶ ସେଠୀ

କଟକ: ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରକାଶ ସେଠୀ । ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ପ୍ରକାଶଙ୍କୁ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଗୁରୁବାର କଟକ ସେଲ୍‌ଟର ଛକଠାରେ ଥିବା କାର୍ଯ୍ୟାଳୟରେ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଘୋଷଣା ଅନୁଯାୟୀ ପ୍ରକାଶ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ଜୟ ପ୍ରକାଶଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରିଥିଲେ । ଦଳୀୟ ଟିକଟ ପ୍ରଦାନ କରିଥିଲେ । ଏହି ଅବସରରେ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଥିଲା, ଯେଉଁଥିରେ ଲୋକଙ୍କ ପାଇଁ ସେବା ଓ ସମର୍ପଣ ସହ କାମ କରିବେ ବୋଲି ଉଲ୍ଲେଖ କରାଯାଇଛି ।

ପିପିଲି ନିର୍ବାଚନ ମଣ୍ଡଳୀର ଐତିହ୍ୟ ଓ ପରମ୍ପରାକୁ ଅଗ୍ରାଧିକାର ଦେବା ପାଇଁ ଆମେ ପ୍ରସ୍ତୁତ ଏବଂ ଲୋକମାନେ ନିଶ୍ଚୟ ଆମକୁ ଆଶୀର୍ବାଦ ଦେବେ ବୋଲି ଦଳର ଉପାଧ୍ୟକ୍ଷ ଏବଂ ପ୍ରବକ୍ତା ଶାରଦା ପ୍ରସାଦ ମହାପାତ୍ର କହିଛନ୍ତି । ଉକ୍ତ ସଭାରେ ଦଳର ଅଧ୍ୟକ୍ଷା ଶ୍ରୀମତୀ ଗୀତା ଚୟନୀ, ଓଡ଼ିଶା ପ୍ରଭାରୀ ଚନ୍ଦନ ସାହୁ, ରାଷ୍ଟ୍ରୀୟ ସଚିବ ବିଜୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply