ମରଣ ମୁହଁରେ ପୂରା ଗାଁ, ପାଣି ପିଇ ଖରାପ ହେଉଛି କିଡ୍‌ନୀ..!

Jajpur Iron Water

ଯାଜପୁର: ମରଣ ମୁହଁରେ ପୂରା ଗାଁ । ଅକାରଣେ ଚାଲିଯାଉଛି ଜୀବନ । ଚାଲିଯାଉଛି ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ଜୀବନ । କିଡନୀ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି ଲୋକେ । ୨ ବର୍ଷ ମଧ୍ୟରେ ଚାଲିଗଲାଣି ୨୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ । ଏବେବି ଶତାଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏଭଳି ଭୟଙ୍କର ସମସ୍ୟା ଉପୁଜିଛି ଯାଜପୁର ସୁକିନ୍ଦା ବ୍ଲକ ଅତା ଗାଁରେ । ଜଳ ପ୍ରଦୂଷଣ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ସନ୍ଦେହ କରାଯାଉଛି ।

ପ୍ରଦ୍ୟୁଷିତ ପାଣି ମୃତ୍ୟୁର କାରଣ ସନ୍ଦେହ । ପ୍ରଥମେ ଜଣେ ଦୁଇ ଜଣ, ଏବେ ପୂରା ଗାଁ । ମାରାତ୍ମକ କିଡନୀ ରୋଗରେ ପେଶି ହେଉଛନ୍ତି ଲୋକେ । ପୋକମାଛି ପରି ଚାଲିଯାଉଛି ମୂଲ୍ୟବାନ ଜୀବନ । ଏଭଳି ଭୟଙ୍କର ସମସ୍ୟା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଆତା ଗାଁରେ । ଗତ ଦୁଇ ବର୍ଷ ମଧ୍ୟରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ୨୦୦ରୁ ଅଧିକ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଏହାସହ ଅନେକ ଲୋକ ରୋଗ ଶଯ୍ୟାରେ ପଡ଼ି ଜୀବନ ସହ ସଂଗ୍ରାମ କରୁଛନ୍ତି ।

ପ୍ରଦ୍ୟୁଷିତ ଭୂତଳ ଜଳ ପାଇଁ ଗାଁରେ ଏଭଳି ସମସ୍ୟା ଦେଖାଦେଇଛି । ନଳକୂପ ପାଣିରେ ଆଇରନର ମାତ୍ରା ଅଧିକ ଥିବାରୁ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି । ଏନେଇ ଅଭିଯୋଗ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାଜପୁର ଜିଲ୍ଲାପାଳ ।

Leave a Reply