spot_img
Home Blog Page 5969

ନର୍ଚରିଙ୍ଗ୍ ନେଇବରହୁଡ୍ ଚ୍ୟାଲେଞ୍ଜ, ଶ୍ରେଷ୍ଠ ୨୫ଟି ସହର ମଧ୍ୟରେ ରାଉରକେଲା

ରାଉରକେଲା: ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ନର୍ଚରିଂ ନେଇବରହୁଡ ଚ୍ୟାଲେଞ୍ଜରେ ବାଜିମାତ କରିଛି ରାଉରକେଲା ସ୍ମାର୍ଟ ସିଟି । ସାରା ଦେଶରେ ଶ୍ରେଷ୍ଠ ୨୫ଟି ସହର ମଧ୍ୟରେ ରାଉରକେଲା ସ୍ଥାନ ପାଇଛି । ପ୍ରାକ୍ ଶୈଶବ କାଳ ଅର୍ଥାତ୍ ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ସୁବିଧାକୁ ନଜରରେ ରଖି ସହରରେ କିଭଳି ବ୍ୟବସ୍ଥା କରାଯାଇପାରିବ । ସେହି ଆଧାରରେ ଏହି ପ୍ରତିଯୋଗିତା ବା ଚ୍ୟାଲେଞ୍ଜ ଆରମ୍ଭ କରାଯାଇଥିଲା । ଏହି ଚ୍ୟାଲେଞ୍ଜରେ ଶ୍ରେଷ୍ଠ ଚୟନ ହୋଇଥିବା ସହରଗୁଡ଼ିକୁ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଶିଶୁ ବିକାଶ ଲାଗି ଆବଶ୍ୟକ ବୈଷୟିକ ସହାୟତା ଓ ସହଯୋଗ ଯୋଗାଇ ଦିଆଯିବ ।

ସର୍ବସାଧାରଣ ଖୋଲା ସ୍ଥାନ ଯେପରିକି ପାର୍କ ଏବଂ ଅନ୍ୟ ସ୍ଥାନ ମାନଙ୍କରେ ଶିଶୁ ମାନଙ୍କ ଚଳପ୍ରଚଳ ଲାଗି ଉତ୍ତମ ବ୍ୟବସ୍ଥା କରିବା । ସେମାନଙ୍କ ଅଭିଭାବକ ମାନଙ୍କ ଲାଗି ସୁବିଧା ଯୋଗାଇଦେବା ଏବଂ ଉନ୍ନତ ସେବା ପ୍ରଦାନ ଦିଗରେ ଚେଷ୍ଟିତ ହେବା ଏହି ଚ୍ୟାଲେଞ୍ଜର ମୂଳ ଲକ୍ଷ୍ୟ । ବର୍ଣ୍ଣାର୍ଡ ଭେନ୍ ଲିର୍ ଫାଉଣ୍ଡେସନ୍ ଏବଂ ଡବ୍ଲୁ.ଆର୍.ଆଇ ଇଣ୍ଡିଆ ସହାୟତାରେ ମନ୍ତ୍ରଣାଳୟ ପକ୍ଷରୁ ଏହି ଚ୍ୟାଲେଞ୍ଜ ଆରମ୍ଭ କରାଯାଇଥିଲା । ଏହି ଚ୍ୟାଲେଞ୍ଜ ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇଥିବା ସହରମାନଙ୍କୁ ଶୈଶବ ବିକାଶ ସମ୍ପର୍କିତ ବୈଷୟିକ ଏବଂ ତାଲିମ୍ ଆଦି ସହଯୋଗ ଯୋଗାଇ ଦିଆଯିବ ।

ସହର ଗୁଡ଼ିକ ମଧ୍ୟରେ ବାଲ୍ୟକୈନ୍ଦ୍ରିକ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବା ଏବଂ ସହର କର୍ତ୍ତୃପକ୍ଷଙ୍କୁ ସେମାନଙ୍କର ନିଷ୍ପତ୍ତି ନେବାରେ ସହଯୋଗ କରିବା, ଶିଶୁଙ୍କ ଭାଷା ଏବଂ ତଦ୍ ସମ୍ବନ୍ଧୀୟ ଯୁକ୍ତିଯୁକ୍ତତା ପ୍ରତିପାଦନ କରାଇବା, ନୀତି ନିର୍ଦ୍ଧାରଣ କରିବା, ଏହି କାର୍ଯ୍ୟ ସହ ଜଡ଼ିତ ଅଧିକାରୀମାନଙ୍କ ଦକ୍ଷତା ବିକାଶକୁ ସୁଗମ କରିବା ଏବଂ ଶିଶୁ ମାନଙ୍କ ବିକାଶ ଲାଗି ପରସ୍ପର ସହିତ ଜଡ଼ିତ ହେବା ଏବଂ ସର୍ବୋତ୍ତମ ଅଭ୍ୟାସ ଉପରେ ଜୋର୍ ଦେବା ପାଇଁ ଏକ ଭିତ୍ତିଭୂମିର ବିକାଶ କରିବା ଇତ୍ୟାଦି ଲକ୍ଷ୍ୟ ନେଇ ଏହି ଚ୍ୟାଲେଞ୍ଜ ବା ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା ।

ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ଏହି ଚ୍ୟାଲେଞ୍ଜରେ ମିଳିଥିବା ସଫଳତାକୁ ନେଇ ନିଜ ମତ ରଖିଛନ୍ତି- ଏହି ଚ୍ୟାଲେଞ୍ଜରେ ଭାଗ ନେବା ପାଇଁ ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ଶିଶୁ ଏବଂ ସେମାନଙ୍କ ଅଭିଭାବକଙ୍କ ସୁବିଧା ସମ୍ପର୍କିତ ୫ଟି ପ୍ରକଳ୍ପ ପ୍ରସ୍ତାବ ଦିଆଯାଇଥିଲା । ଏସବୁ ପ୍ରସ୍ତାବ ଗୁଡ଼ିକ ବିଭିନ୍ନ ହିତାଧିକାରୀଙ୍କ ସହ ଆଲୋଚନା ପରେ ହିଁ ପ୍ରଦାନ କରାଯାଇଥିଲା ।

Nurturing Neighbour hoods Challenge Rourkela In Selected City Out of 63

ପାର୍କ ଆଦି ଖୋଲା ସ୍ଥାନରେ ପିଲାମାନେ ଯେପରି ଖେଳିବା ସମୟରେ ହିଁ ଜ୍ଞାନ ଅର୍ଜନ କରିପାରିବେ । ପାର୍କ ମାନଙ୍କରେ ସ୍ତନ୍ୟପାନ କରାଇବା ଲାଗି ସ୍ୱତନ୍ତ୍ର କୋଠରୀ ସ୍ଥାପନ କରିବା, ପିଲାଙ୍କୁ ବସାଇ ନିଆଯାଉଥିବା ଠେଲା ଗାଡ଼ି ଲାଗି ସ୍ୱତନ୍ତ୍ର ୱାକ୍ ୱେ ଏବଂ ଜେବ୍ରା କ୍ରସିଂର ବ୍ୟବସ୍ଥା କରିବା, ସେଠାରେ ବେବି ଫିଡିଂ ରୁମର ବ୍ୟବସ୍ଥା କରିବା ତାକୁ ନେଇ ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିବା ବେଳେ, ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକୁ ଏକ ଅତ୍ୟାଧୁନିକ ସ୍ମାର୍ଟ ଏଜୁକେସନ ସେଣ୍ଟରରେ ପରିଣତ କରିବା ଏବଂ ପ୍ରତିଦିନ କାମକୁ ଯାଉଥିବା ପିତାମାତାଙ୍କ ସୁବିଧା ଲାଗି ଶିଶୁଗୃହର ବ୍ୟବସ୍ଥା କରିବା ଇତ୍ୟାଦି ପ୍ରକଳ୍ପର ପ୍ରସ୍ତାବ ଦିଆଯାଇଥିଲା ।

କେବଳ ସେତିକି ନୁହେଁ ଶିଶୁ ଏବଂ କିଶୋରଙ୍କ ବୌଦ୍ଧିକ ବିକାଶ ଲାଗି ସହରର ବିଦ୍ୟାଳୟ ଗୁଡ଼ିକର ମଧ୍ୟ ଉନ୍ନତିକରଣ କରାଯାଉଅଛି । ଏସବୁ ସ୍କୁଲ ଗୁଡ଼ିକୁ ଏକ ସ୍ମାର୍ଟ ସ୍କୁଲରେ ପରିଣତ କରିବାକୁ ପ୍ରୟାସ କରାଯାଉଛି । ଏହି ସ୍ମାର୍ଟ ସ୍କୁଲ୍ ଗୁଡ଼ିକରେ ଏକ ସ୍ମାର୍ଟ ଶ୍ରେଣୀ କକ୍ଷ ରହିବ, ଯେଉଥିରେ ରୋବୋଟିକ୍ ଲର୍ଣ୍ଣିଂ ମଡେଲ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବାକୁ ପରିକଳ୍ପନା କରାଯାଇଅଛି । ଫଳରେ ପିଲାଏ ଅନ୍ୟ କୌଣସି ବେସରକାରୀ ସ୍କୁଲ ଭଳି ଏଠାରେ ବି  ସମସ୍ତ ସୁବିଧା ଏବଂ ଶୈକ୍ଷିକ ପରିବେଶ ପାଇପାରିବେ ।

ଇଣ୍ଡିଆନ ଏୟାରଫୋର୍ସ ପ୍ରଥମ ଥର କଲା ଏକ ଖାସ୍‌ ପ୍ରଜାତିର କୁକୁର ମୁତୟନ

0

ନୂଆଦିଲ୍ଲୀ:   ଉଡ଼ା ଜାହାଜର ଉଡ଼ାଣ ରାସ୍ତାରେ ପକ୍ଷୀ ମାନଙ୍କର ଯିବା ଆସିବା ଏକ ପ୍ରକାରର ଘାତକ ସାଜୁଛି । ଏହି ବିପଦ ଏୟାରପୋର୍ଟ ଏବଂ ଏୟାରବେସ୍ ‌ଉପରେ ଅଧିକ ରହୁଛି । ଏଥିରୁ ମୁକୁଳିବା ନିହାତି ଭାବରେ ଏକ ବଡ଼ ଚ୍ୟାଲେଞ୍ଜ୍‌। ଏହି ସମସ୍ୟାର ସମାଧାନ ପାଇଁ ଭାରତୀୟ ବାୟୁସେନାରେ ପ୍ରଥମ ଥର ଏକ ଭିନ୍ନ ପ୍ରଜାତିର କୁକୁର ମୁତ୍ତୟନ ହୋଇଛି । ବାୟୁସେନାର ଆଗ୍ରା ଆୟାରବେସରେ ୪ଟି ଭାରତୀୟ ପ୍ରଜାତିର ମୁଡହୋଲ କୁକରଙ୍କୁ ସାମିଲ କରାଯାଇଛି ।

ମୁଡହୋଲ ପ୍ରଜାତିର କୁକୁର ଭାରତର କର୍ଣ୍ଣାଟକରେ ଅଧିକ ଉପଲବ୍ଧ । କିନ୍ତୁ ଏହା ପ୍ରଥମ ଥର ଯେତେବେଳେ ବିମାନ ସହିତ ପକ୍ଷୀଙ୍କର ଧକ୍କା ହେବା ଘଟଣା କମ୍‌କରାଯିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ପ୍ରଜାତିର କୁକୁର ରନଓ୍ୱେରେ ଆସୁଥିବା ପକ୍ଷୀ ଏବଂ ଅନ୍ୟ ଜୀବଙ୍କୁ ସେଠାରୁ ଦୂରକୁ ହଟାଇବାର କାମ କରିବେ । ଏମାନଙ୍କୁ କର୍ଣ୍ଣାଟକର ମୋଡହୁଲ ସ୍ଥିତ କାନାଇନ ରିସର୍ଚ ଆଣ୍ଡ୍‌ଇନଫର୍ମେସନ ସେଣ୍ଟରରୁ ଅଣାଯାଇଛି । ଏହି ସ୍ଥାନ କାରଣରୁ ଏମାନଙ୍କ ନାମକରଣ ମଧ୍ୟ ଏହିଭଳି ହୋଇଛି ।

ଏହି କୁକୁରଙ୍କୁ ପକ୍ଷୀ ମାନଙ୍କୁ ଡରାଇବା ପାଇଁ ଖାସ୍‌ପ୍ରଶିକ୍ଷଣ ଦିଆଯିବ । ଭାରତରେ ଏକାଧିକ ଏୟାରବେସରେ ପକ୍ଷୀ ଧକ୍କା ଏକ ବିରାଟ ସମସ୍ୟା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଡହୋଲ କୁକୁରଙ୍କୁ ହୁଏତ ପ୍ରଥମ ଥର ଭାରତୀୟ ବାୟୁସେନାରେ ମୁତୟନ କରାଯାଇଛି, କିନ୍ତୁ ଏମାନଙ୍କୁ ପୂର୍ବରୁ ଭାରତୀୟ ସେନାରେ ସାମିଲ କରାଯାଇଛି ।

ବନ୍ଧା ହେଲେ ଶିକ୍ଷକ, ଜାଲ୍ ସାର୍ଟିଫିକେଟ୍ ଦେଇ ୬ ବର୍ଷ ହେଲା କରିଥିଲେ ଚାକିରି

ନବରଙ୍ଗପୁର: ଧରାପଡ଼ିଲା ଶିକ୍ଷକଙ୍କ ସାର୍ଟିଫିକେଟ୍ ଜାଲିଆତି । ବନ୍ଧାହେଲେ ଜେଲ୍ ଗଲେ । ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଛିବା ଶ୍ରୀକାନ୍ତ ଦଳେଇଙ୍କୁ ଗିରଫ କରିଛି କୋଡ଼ିଙ୍ଗା ଥାନା ପୋଲିସ । ଅଭିଯୋଗ ଅନୁସାରେ ଶ୍ରୀକାନ୍ତ ଜାଲ୍ ସାର୍ଟିଫିକେଟ୍ ଦେଇ ୨୦୧୩ ମସିହାରୁ ନବରଙ୍ଗପୁର ଜିଲ୍ଲାରେ ଚାକିରି କରି ଆସୁଛନ୍ତି । ଶ୍ରୀକାନ୍ତଙ୍କୁ କୋଷାଗୁମୁଡ଼ା ବ୍ଲକର ବାକଟିଗୁଡ଼ା ସ୍କୁଲରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ମିଳିଥିଲା । ଶିକ୍ଷା ସହାୟକ ଭାବେ ୬ ବର୍ଷ କାର୍ଯ୍ୟ କରିବା ପରେ ସ୍ଥାୟୀ ନିଯୁକ୍ତି ପାଇଁ ଆବେଦନ କରିଥିଲେ ଶ୍ରୀକାନ୍ତ ।

Nabarangapur Teacher Arrested For Producing Fake Certificate For Service

ସାର୍ଟିଫିକେଟ୍ ତର୍ଜମା ବେଳେ ଜାଲ୍ ଥିବା ଜଣାପଡ଼ିଥିଲା । ଏହାପରେ ୭ ମାର୍ଚ୍ଚ ୨୦୨୦ରେ କୋଷାଗୁମୁଡ଼ା ବିଇଓ ଥାନାରେ ଏତଲା ଦେଇଥିଲେ । ଏତଲା ପରଠାରୁ ଫେରାର୍ ଥିଲେ ଶ୍ରୀକାନ୍ତ । ଆଜି କୋଡ଼ିଙ୍କା ପୋଲିସ ଶ୍ରୀକାନ୍ତଙ୍କୁ ଭଦ୍ରକ ଜିଲ୍ଲା ଧାମନଗର ଥାନା ବନସର ଗାଁରୁ ଗିରଫ କରିଥିଲା । ସେହିଭଳି ବଜ୍ରଗଡ଼ ସ୍କୁଲରେ ଶିକ୍ଷା ସହାୟକ ଭାବେ କାମ କରୁଥିବା ମାନସ ପରିଡ଼ାଙ୍କ ନାଁରେ ବିଇଓ ଏତଲା ଦେଇଛନ୍ତି । ମାନସ ମଧ୍ୟ ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗ ହୋଇଛି ।

କଂଗ୍ରେସରେ କନ୍ଦଳ, ପୁଣି ନିରଞ୍ଜନଙ୍କ ବିରୋଧରେ ଏକାଠି ହେଲେ ଅସନ୍ତୁଷ୍ଟ

ଭୁବନେଶ୍ୱର: କଂଗ୍ରେସରେ ପୁଣି ଉଠିଲା ନେତୃତ୍ୱ ପରିବର୍ତ୍ତନ ଦାବି । ପିସିସି ସଭାପତିଙ୍କ ବିରୋଧରେ ଏକାଠି ହେଲେ ଅସନ୍ତୁଷ୍ଟ । ପ୍ରଦେଶ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ନିକଟରେ ସେମାନେ ନିଜ ଅସନ୍ତୋଷ ଜାହିର କରିଛନ୍ତି । କଂଗ୍ରେସର ପୁନରୁଦ୍ଧାର ପାଇଁ ପିସିସି ସଭାପତି ପରିବର୍ତ୍ତନ ଜରୁରୀ । ୨୦୧୯ ସାଧାରଣ ନିର୍ବାଚନରେ ଦଳର ଭୋଟ୍ ହାର ୨୬ରୁ ୧୩ ପ୍ରତିଶତକୁ କମିଛି । ବିଧାନସଭାରେ ସଦସ୍ୟ ସଂଖ୍ୟା ସର୍ବନିମ୍ନ ୯କୁ ହ୍ରାସ ପାଇଛି । ଜିଲ୍ଲା ପରିଷଦ ଉପନିର୍ବାଚନରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ । ଗତ ୨ ବର୍ଷରେ ହଜାର ହଜାର କର୍ମୀ ଦଳ ଛାଡ଼ିଛନ୍ତି ।

A Group OF Odisha Congress Writes Chella Kumar For PCC President Changes

ଦୁଇଟି ଆସନରୁ ହାରି ନିରଞ୍ଜନ ନୈତିକ ଦାୟିତ୍ୱ ନେଇଛନ୍ତି । ନିଜ ଆଡ଼ୁ ସେ ପିସିସି ସଭାପତି ପଦରୁ ଇସ୍ତଫା ଦେବା କେବଳ ଲୋକ ଦେଖାଣିଆ । ଆଗକୁ ପିପିଲି ଉପନିର୍ବାଚନ ସହ ପୌର ଓ ପଞ୍ଚାୟତ ନିର୍ବାଚନ ରହିଛି । କଂଗ୍ରେସର ଭବିଷ୍ୟତ ପାଇଁ ନେତୃତ୍ୱ ବଦଳାଇବାକୁ ଅସନ୍ତୁଷ୍ଟ ନେତାମାନେ ଦାବି କରିଛନ୍ତି । ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଓ ଅନ୍ୟମାନେ ଲିଖିତ ଭାବରେ ଏହା ପିସିସି ପ୍ରଭାରୀଙ୍କୁ ଜଣାଇବା ସହ ହାଇକମାଣ୍ଡଙ୍କ ସହ କଥା ହେବେ ବୋଲି କହିଛନ୍ତି ।

ବିଳମ୍ବ ହେଉଛି ପ୍ରଥମରୁ ଅଷ୍ଟମ ସ୍କୁଲ ଖୋଲିବା ନିଷ୍ପତ୍ତି, CBSE ଉପରେ ନଜର

ଭୁବନେଶ୍ୱର: କ୍ଷୀଣ ହେଲା ଚଳିତ ମାସ ସ୍କୁଲ ଖୋଲିବା ଆଶା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ଆଶା କରାଯାଇଥିଲା । ହେଲେ କରୋନା ସଂକ୍ରମଣ ପାଇଁ ସ୍କୁଲ ଖୋଲିବା ନିଷ୍ପତ୍ତି ବିଳମ୍ବ ହେଉଛି । ସ୍କୁଲ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ କ୍ଷମତା ଦେଇଥିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ତଦନୁଯାୟୀ ସରସ୍ୱତୀ ପୂଜା ପରେ ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି ଚାଲିଥିଲା ।

Class 1st To 8th Schools Reopen Delayed In Odisha

ହେଲେ ବାହାର ରାଜ୍ୟର ସଂକ୍ରମଣ ସ୍ଥିତିକୁ ପରଖି ପୁଣି ଥରେ ଚିନ୍ତା କରୁଛି ଗଣଶିକ୍ଷା ବିଭାଗ । କିଛି ରାଜ୍ୟରେ ସ୍କୁଲ ଖୋଲିବା ପରେ ସଂକ୍ରମଣ ବଢ଼ିଛି । ଉକ୍ତ ରାଜ୍ୟରୁ ବି ଲୋକ ଓଡ଼ିଶା ଆସୁଛନ୍ତି । ଏପରି ସ୍ଥିତିରେ କମ ବୟସର ପିଲାଙ୍କୁ ସ୍କୁଲ ଆଣିବା ନିଷ୍ପତ୍ତିରେ ବିଳମ୍ବ ହେବାର ଆଶଙ୍କା ଦେଖା ଦେଇଛି ।

Class 1st To 8th Schools Reopen Delayed In Odisha

ଅନ୍ୟପଟେ ସିବିଏସଇ ଯଦି ନୂତନ ଶିକ୍ଷା ବର୍ଷ ଏପ୍ରିଲରେ ସ୍କୁଲ୍ ଖୋଲିବା ନିଷ୍ପତ୍ତିରେ କାଏମ ରହିଲେ ଗଣଶିକ୍ଷା ବିଭାଗକୁ ବିକଳ୍ପ ପଦ୍ଧତି ଅବଲମ୍ବନ କରିବା ପଡ଼ିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

ବିଜେପି ଉପରେ ବର୍ଷିଲେ ନିରଞ୍ଜନ, କହିଲେ- ‘ଦୋଷୀକୁ ଦଣ୍ଡ ଦେବାକୁ ନାହିଁ ଆନ୍ତରିକତା’

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଭିଡିଓ ଆଣିଛି ଟ୍ୱିଷ୍ଟ । ଜେରା ବେଳେ ଖୋଦ୍ ଅଭିଯୁକ୍ତ କହିଛି ପରୀକୁ ହତ୍ୟାଠାରୁ ନେଇ ଫିଙ୍ଗିବାର ପ୍ରତିଟି ଘଟଣା । ଅଭିଯୁକ୍ତ ହତ୍ୟା କରିଥିବା ମାନୁଥିବା ବେଳେ ବିଜେପି କିନ୍ତୁ ମାନୁ ନାହିଁ । ବରଂ ଏସଆଇଟି ତଦନ୍ତ ଠିକ୍ ଭାବେ କରୁନି ବୋଲି ଦଳ ପୂର୍ବରୁ ଅଭିଯୋଗ କରି ଆସୁଛି । ଏହାକୁ ନେଇ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି ।

PCC President Niranjan Patnaik Slams BJP Over Pari Murder Accused

ପରୀ ମୃତ୍ୟୁ ମାମଲାକୁ ନେଇ ବିଜେପି ରାଜନୀତି କରୁଥିବା ନିରଞ୍ଜନ ଅଭିଯୋଗ କରିଛନ୍ତି । କହିଛନ୍ତି- ‘ଦୋଷୀକୁ ଦଣ୍ଡ ଦେବା ନେଇ ବିଜେପିର ଆନ୍ତରିକତା ନାହିଁ । ହତ୍ୟା ସମ୍ପର୍କରେ ବିଜେପି ପାଖରେ କିଛି ଠୋସ୍ ପ୍ରମାଣ ଅଛି କି ? ଯଦି ଅଛି ବିଜେପି ପ୍ରମାଣ ଏସଆଇଟିକୁ ଦେଉ ।’ ଏଥିସହ ହତ୍ୟା ଅଭିଯୁକ୍ତ ବିଜେପିର ଲୋକ କି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।

PCC President Niranjan Patnaik Slams BJP Over Pari Murder Accused

ପରୀ ହତ୍ୟା ମାମଲାର ତଦନ୍ତ ସଚ୍ଚୋଟ ଅଧିକାରୀ କରୁଛନ୍ତି । ଏସ୍ଆଇଟି ଚାର୍ଜସିଟ୍ ଦାଖଲ କରି ସାରିଥିବା ବେଳେ ଦଣ୍ଡ ବିଧାନ କୋର୍ଟ କରିବେ ବୋଲି ନିରଞ୍ଜନ କହିଛନ୍ତି । ପୂର୍ବରୁ ଏସ୍ଆଇଟି ହତ୍ୟା ଅଭିଯୁକ୍ତକୁ ସେହି ଯଦୁପୁର ଗାଁରୁ ଗିରଫ କରିଥିବା ବେଳେ ବିଜେପି ରାଜନୀତି କରିଥିଲା । ଭୁବନେଶ୍ୱରରୁ ଯଦୁପୁର ଯାଏ ପଦଯାତ୍ରା କରି ତଦନ୍ତ ସହ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ପ୍ରୟାସ କରିଥିବା ଅଭିଯୋଗ ହୋଇଥିଲା ।

PCC President Niranjan Patnaik Slams BJP Over Pari Murder Accused

ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରିଛନ୍ତି । ତାରା କହିଛନ୍ତି- ଗତ ବିଧାନସଭା ଅଧିବେଶନ ସମୟରେ ପରୀ ପ୍ରସଙ୍ଗରେ ବିଭ୍ରାନ୍ତିକର ତଥ୍ୟ ଦେଇ ଗୃହର ସମୟ ନଷ୍ଟ କରିଥିଲା ବିଜେପି । ଆଜି ସବୁ ସତ ସାମ୍ନାକୁ ଆସିଛି । ବିଧାନସଭାରେ ବିଜେପି ଭୁଲ୍ ମାଗୁ ବୋଲି ତାରାପ୍ରସାଦ ବାହିନୀପତି ଦାବି କରିଛନ୍ତି ।

ଫାଶୀ ଅପେକ୍ଷାରେ ଥିବା ମା ପାଇଁ ୧୨ ବର୍ଷୀୟ ପୁଅର କ୍ଷମାପ୍ରାର୍ଥନା

ନୂଆଦିଲ୍ଲୀ: ସ୍ୱାଧୀନ ଭାରତରେ ପ୍ରଥମ ମହିଳା କଏଦୀ ଭାବେ ଫାଶୀ ଦଣ୍ଡାଦେଶ ପାଇଥିବା ଶବନମଙ୍କ ପୁଅ ମହମ୍ମଦ ତାଜ ନିଜ ମାଆ ପାଇଁ କ୍ଷମାପ୍ରାର୍ଥନା କରିଛନ୍ତି । ରାଷ୍ଟ୍ରପତି ଦୟା ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ଶବନମଙ୍କ ୧୨ ବର୍ଷର ପୁଅ ତାଜ କ୍ଷମା ପ୍ରାର୍ଥନା କରିଛନ୍ତି । ମହମ୍ମଦ ତାଜ କହିଛନ୍ତି, ‘ରାଷ୍ଟ୍ରପତି ଅଙ୍କଲ ଜୀ, ମୋ ମା’ଙ୍କୁ କ୍ଷମା କରିଦିଅନ୍ତୁ।’  ଶବନମ ଜେଲକୁ ଆସିବାବେଳେ ୨ ମାସର ଗର୍ଭବତୀ ଥିଲେ। ଏବଂ ସେ ତାଜଙ୍କୁ ସେହି ଜେଲ୍ରେ ହି ଜନ୍ମ ଦେଇଛନ୍ତି ।

ଉତ୍ତରପ୍ରଦେଶର ମଥୁରା ସ୍ଥିତ ଅମରୋହ ଅଞ୍ଚଳର ସବନମ୍୨୦୦୮ ଅପ୍ରେଲ ୧୪ରେ ତାଙ୍କ’ ପ୍ରେମିକଙ୍କ ମିଳିତ ସହଯୋଗରେ ସାତ ଜଣ ସମ୍ପର୍କୀୟଙ୍କୁ କୁରାଢ଼ୀରେ ନିର୍ମମ ଭାବରେ ହତ୍ୟା କରିଥିଲେ।  ସମସ୍ତ ସାକ୍ଷୀ ପ୍ରମାଣକୁ ନଜରରେ ରଖି ସୁପ୍ରିମକୋର୍ଟ ସବନମକୁ ଫାଶୀଦଣ୍ଡ ଶୁଣାଇଛନ୍ତି। ତେବେ ସବନମ ହେଉଛନ୍ତି ସ୍ୱାଧୀନ ଭାରତର ପ୍ରଥମ ମହିଳା ଯିଏ ଫାଶୀଦଣ୍ଡ ପାଇବେ।

ଶବନମଙ୍କ ବନ୍ଧୁ ଓସମାନ ସାଇଫି ୧୨ ବର୍ଷୀୟ ତାଜଙ୍କୁ ପୋଷ୍ୟଭାବେ ଗ୍ରହଣ କରିଥିଲେ। ତେବେ ତାଜ ନିଜ ମା’ଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିବା ଜାଣିବା ପରେ ସେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।

କେଉଁଠି ଅଛନ୍ତି ଧୋନି?

ନୂଆଦିଲ୍ଲୀ:  ଦେଶରେ ଜାରି ରହିଛି କୃଷି ଆନ୍ଦୋଳନ । ଏହାକୁ ନେଇ ନିକଟରେ କେତେକ କ୍ରିକେଟର ଟ୍ୱିଟ୍କରି ଚର୍ଚ୍ଚାକୁ ଆସିଛନ୍ତି । ଏହା ମଧ୍ୟରେ ମନେ ପଡ଼ିଛନ୍ତି ମହେନ୍ଦ୍ର ସିଂ ଧୋନି । ଯିଏ ପ୍ରାୟ ଏକ ବର୍ଷ ହେବ ଜୈବିକ କୃଷି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ପ୍ରାୟ ୪୩ ଏକର ଜମିରେ ଷ୍ଟ୍ରବେରି, ଅମୃତଭଣ୍ଡା,ଟମାଟୋ,ପିଆଜ,ଆଳୁ ଓ ସପୁରୀ ବ୍ୟତୀତ ଅନ୍ୟ କେତେକ ଫଳ ଏବଂ ପନିପରିବା ଚାଷ କରୁଛନ୍ତି ଧୋନି ।

କୃଷିକାର୍ଯ୍ୟକୁ ଗୁରୁତ୍ୱ ଦେଇଥିବା ଧୋନି କୁହନ୍ତି ସେ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ହେବାକୁ ଚାହାଁନ୍ତି । ଏହା ସହିତ ତାଙ୍କ କୃଷି ପ୍ରଣାଳୀରେ ଅନ୍ୟମାନେ କିଭଳି ପ୍ରଭାବିତ ହେବେ ତାହା ତାଙ୍କର ମୂଳ ଲକ୍ଷ୍ୟ । କାରଣ ତାଙ୍କ ନମୁନା ଅନ୍ୟମାନଙ୍କୁ କୃଷିକାର୍ଯ୍ୟରେ ଭଲ ଉତ୍ପାଦନ କରିବାରେ ସହାୟକ ହେବ । ସେଥିପାଇଁ କେବେକେବେ ନିଜେ ଜମିରେ ଟ୍ରାକ୍ଟର ଚଲାଇବା ସହିତ ଚାରା ରୋପଣ ମଧ୍ୟ କରନ୍ତି ଧୋନି ।

କେବଳ ପରିବା ଚାଷ ନୁହେଁ ବରଂ ମାଛ ଚାଷ ଠାରୁ ଆରମ୍ଭ କରି ପୋଲଟ୍ରି ଫାର୍ମ ମଧ୍ୟ ସାମିଲ ରହିଛି । ଯାହା ଇଣ୍ଟିଗ୍ରେଟେଡ୍ଫାର୍ମିଂ ନାମରେ ଜଣାଶୁଣା । ଧୋନିଙ୍କ ଫାର୍ମରେ ପ୍ରତିଦିନ ୭୦ରୁ ୮୦ ଜଣ ଶ୍ରମିକ କାମ କରୁଛନ୍ତି । ଫାର୍ମ ହାଉସରୁ ଉତ୍ପାଦନ ହେଉଥିବା ପରିବାକୁ ପ୍ରତିଦିନ ରାଞ୍ଚି ବଜାରରେ ବିକ୍ରି କରାଯାଏ । ଏହି ପରିବା ମଧ୍ୟରେ ଷ୍ଟ୍ରବେରୀର ରହିଛି ଖାସ୍‌ ଚାହିଦା ।

ଫଳ ଏବଂ ପନିବରିବା ବ୍ୟତୀତ ପ୍ରତିଦିନ ୩୫୦ରୁ ୪୦୦ ଲିଟର କ୍ଷୀର ଉତ୍ପାଦନ ହୋଇଥାଏ । ସବୁଠାରୁ ଖାସ କଥା ହେଉଛି ଏଠାରେ ହୋମ ଡେଲିଭରିର ସୁବିଧା ରହିଛି । ତେବେ ଝାଡ଼ଖଣ୍ଡ ସରକାର ଚାହାଁନ୍ତି ଧୋନି ଅର୍ଗାନିକ ଫାର୍ମିଂର ବ୍ରାଣ୍ଡ୍‌ ଆମ୍ବାସାଡାର ହୁଅନ୍ତୁ ।

ଗୋଟିଏ ସିନ୍ ‌ପାଇଁ ଦେଢ କୋଟି

ମୁମ୍ବାଇ:   ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ମେଗା ବଜେଟ୍ ‌ଫିଲ୍ମ ରାଧେଶ୍ୟାମର ଟିଜର ରିଲିଜ ହେଉ ହେଉ ଚାଂଚଲ୍ୟ ସୃଷ୍ଟି କରିଛି । ପ୍ରତିଥର ଭଳି ଏହିଥର ମଧ୍ୟ ଟିଜରରେ ପ୍ରଭାସଙ୍କ ରୋମାଂଟିକ ଅନ୍ଦାଜ ଦର୍ଶକଙ୍କୁ ମତୁଆଲା କରିଛି । ଟିଜରରେ ବାହୁବଳୀ ପ୍ରଭାସ ଏବଂ ମହେଞ୍ଜୋଦାରୋ ଫେମ୍‌ପୂଜା ହେଗଡ଼େଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ୍‌ପସନ୍ଦ କରୁଛନ୍ତି ।

କିନ୍ତୁ ଏହି କଥା ଖୁବ୍‌ କମ୍‌ଲୋକ ଜାଣିଛନ୍ତିଯେ, ଟିଜରରେ ଏଭଳି ଏକ ଦୃଶ୍ୟ ରହିଛି ଯେଉଁଥିରେ ନିର୍ମାତାଙ୍କୁ ଏକ କୋଟିରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଛି ।

ରାଧେଶ୍ୟାମର ଟିଜର ଆରମ୍ଭ ହେଉଛି ଏକ ରେଲଓ୍ୱେ ଷ୍ଟେସନରୁ । ସେହି ଷ୍ଟେସନରେ ପ୍ରଭାସ ପୂଜାଙ୍କୁ ଡାକୁଥିବାର ନଜର ଆସିଛି । କିନ୍ତୁ ଏହି ଦୃଶ୍ୟ ପଛରେ ରହିଛି ଏକ ରାଜ୍‌। ଆଉ ରାଜ୍‌ହେଉଛି ଏକ ଗୋଟିଏ ଦୃଶ୍ୟ ପାଇଁ ଖର୍ଚ୍ଚ ହୋଇଛି ଦେଢ କୋଟି ଟଙ୍କା । ରିପୋର୍ଟ କହୁଛି ଏହି ଦୃଶ୍ୟକୁ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ସୁଟ୍‌କରାଯାଇଛି । ଏହି ଦୃଶ୍ୟର ସୁଟିଂ ପାଇଁ ଆର୍ଟ ଡାଇରେକ୍ଟର ରବିନ୍ଦର ରେଡ୍ଡୀଙ୍କର ରହିଛି ଏକ ଖାସ୍‌ଭୂମିକା । ଏଥିପାଇଁ ସେ ତାଙ୍କ ଟିମରେ ସାମିଲ କରିଥିଲେ ପ୍ରାୟ ୨୫୦ ଲୋକ । ଏହି ଗୋଟିଏ ଦୃଶ୍ୟର ସୁଟିଂ ପାଇଁ ତାଙ୍କୁ ଲାଗିଥିଲା ପ୍ରାୟ ୩୦ ଦିନ ସମୟ ।

ସୂଚନା ମୁତାବକ ଏହି ଦୃଶ୍ୟକୁ ସୁଟ୍‌କରିବା ପାଇଁ ପ୍ରଥମେ ଇଟଲୀକୁ ଚୟନ କରାଯାଇଥିଲା । କିନ୍ତୁ କରୋନା ମହାମାରୀକୁ ନଜରରେ ରଖି ଏହାକୁ ରବ୍ଦ କରିବା ସହିତ ଦେଶ ମଧ୍ୟରେ ସୁଟିଂ କରିବା ପାଇଁ ନିଷ୍ପତ୍ତି ନିଆଗଲା । ତା ପରେ ତିଆରି ହେଲା ଆକର୍ଷୀଣୀୟ ଷ୍ଟେସନ, ଆଉ ଖର୍ଚ୍ଚ ହେଲା ଦେଢ କୋଟି ଟଙ୍କା ।

କଥା ହେଉଛି ଫିଲ୍ମରେ ଯେତେବେଳେ ପ୍ରଭାସ ଅଭିନୟ କରୁଛନ୍ତି ଏତେ ଟଙ୍କା ଖର୍ଚ୍ଚ ହେବା ତ ସ୍ୱଭାବିକ କଥା ।
ଫିଲ୍ମର ଟିଜରକୁ ତ ଦର୍ଶକ ବେଶ୍‌ପସନ୍ଦ କରୁଛନ୍ତି, କିନ୍ତୁ ଫିଲ୍ମକୁ କେତେ ପସନ୍ଦ କରିବେ ତାହା ଦେଖିବା ବାକି ରହିଲା ।

SBI ଲକରରୁ ଡିଜିପି ଭଉଣୀଙ୍କ ୫୦ ଲକ୍ଷ ଟଙ୍କାର ଅଳଙ୍କାର ଗଲା କୁଆଡ଼େ ?

ବରଗଡ଼: ଲକରରୁ ଗହଣା ଚୋରି । ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲକରରୁ ଗହଣା ଚୋରି ନେଇ ଅଭିଯୋଗ କରିଛନ୍ତି ଆନ୍ଧ୍ରପ୍ରଦେଶ ଡିଜିପିଙ୍କ ଭଉଣୀ । ଆନ୍ଧ୍ରପ୍ରଦେଶ ପୋଲିସ ଡିଜି ତୁଷାରଦିତ୍ୟ ତ୍ରିପାଠୀଙ୍କ ଭଉଣୀ ସ୍ନିଗ୍ଧା ତ୍ରିପାଠୀ ଏନେଇ ବରଗଡ଼ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ସ୍ନିଗ୍ଧାଙ୍କ ଅନୁସାରେ, ସେ ୨୦୦୧ରୁ ଏସବିଆଇ ବରଗଡ଼ ମୁଖ୍ୟ ଶାଖାରେ ଲକର ପରିଚାଳନା କରୁଛନ୍ତି ।

Snigdha Tripathy Alleged Gold Ornaments Worth 50 Lakhs Missing From SBI Locker

ଶେଷ ଥର ଲାଗି ସ୍ନିଗ୍ଧା ୨୦୧୬ ଜୁନ୍ ମାସରେ ଲକର ଦେଖିଖିଲେ । ସେତେବେଳେ ସବୁକିଛି ଗହଣା ଲକରରେ ଥିଲା । କିନ୍ତୁ, ବୁଧବାର ଲକର ଖୋଲିବା ବେଳଖୁ ଗହଣା ନଥିବା ସେ ଅଭିଯୋଗ କରିଛନ୍ତି । ଏଥିସହ ଲକର ଖୋଲିବା ବେଳେ ତାଙ୍କ ସହ ଯାଇଥିବା ବ୍ୟାଙ୍କ ଅଧିକାରୀ ହଡ଼ବଡ଼େଇ ଯାଇଥିବା ସ୍ନିଗ୍ଧା ଅଭିଯୋଗ କରିଛନ୍ତି । ସେ ଏନେଇ ବରଗଡ଼ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Snigdha Tripathy Alleged Gold Ornaments Worth 50 Lakhs Missing From SBI Locker

ବରଗଡ ଏସବିଆଇ ମୁଖ୍ୟ ଶାଖାର ଲକର ନମ୍ବର ୨୮୨ରେ  ସ୍ନିଗ୍ଧା ୮ଟି ସୁନାହାର, ୨ଟି ସୁନା ଚେନ୍, ୧୨ଟି ମୁଦି, ୨ଟି ଖଡ଼ୁ, ୬ଟି ଚୁଡ଼ି, ୧୦ ଯୋଡ଼ା କାନଫୁଲ, ଏକ ଲକେଟ, ଗୋଟିଏ ସୁନା ଟିକା, ୪ଟି ରୂପା ପାଉଞ୍ଜି, ୧୦ଟି ଗୋଡ଼ ମୁଦି, ଦୁଇ ଯୋଡ଼ା ରୂପା ବ୍ରେସଲେଟ୍ ରଖିଥିଲେ । ଯାହାକି ଏବେ ନାହିଁ । ଏସବୁର ଆନୁମାନିକ ମୂଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କା ହେବ ବୋଲି ସେ ଅଭିଯୋଗ କରିଛନ୍ତି ।

Snigdha Tripathy Alleged Gold Ornaments Worth 50 Lakhs Missing From SBI Locker

ସ୍ନିଗ୍ଧାଙ୍କ ଅଭିଯୋଗ ଉପରେ ବ୍ୟାଙ୍କ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ରଖିଛନ୍ତି । ବ୍ୟାଙ୍କ ମ୍ୟାନେଜରଙ୍କ ହିସାବରେ- ଲକର ଉପରେ କେବଳ ଆକାଉଣ୍ଟଧାରୀଙ୍କ ଅଧିକାର ରହିଛି । କାରଣ ଚାବି ତାଙ୍କ ପାଖରେ । ଲକରରେ ସେ କଣ ରଖିଲେ, ନେଲେ… ସେ ବାବଦରେ ବ୍ୟାଙ୍କ ପାଖରେ ସୂଚନା ନାହିଁ । ବ୍ୟାଙ୍କର ମାଷ୍ଟର କି ଓ ତାଙ୍କ ପାଖରେ ଥିବା ଚାବି ମିଶିଲେ ହିଁ ଲକର୍ ଖୋଲିଥାଏ । ପୋଲିସ ତଦନ୍ତ କରୁଛି, ତଦନ୍ତ ପରେ ସତ ଜଣାପଡ଼ିବ ବୋଲି ବ୍ୟାଙ୍କ ମ୍ୟାନେଜର କହିଛନ୍ତି ।