ଘର କିଣିବାକୁ ମନ ବଳାଇଥିବା ଲୋକମାନଙ୍କ ପାଇଁ ଖୁସି ଖବର

1 min read

ମୁମ୍ବାଇ: ମହାରାଷ୍ଟ୍ରରେ ଘର କିଣିବା ପାଇଁ ସୁବର୍ଣ୍ଣ ସୁଯୋଗ । ଘର କ୍ରୟରେ ଷ୍ଟାମ୍ପ ଡ୍ୟୁଟି(Stamp Duty)ରେ ମିଳୁଥିବା ରିହାତି ଆଗକୁ ମଧ୍ୟ ଜାରି ରହିପାରେ । ମହାରାଷ୍ଟ୍ର ସରକାର ଷ୍ଟାମ୍ପ ଡ୍ୟୁଟିରେ ରିହାତିକୁ ୩ ମାସ ଅତିରିକ୍ତ ବଢାଇପାରନ୍ତି । ଏମିତି ହେଲେ ଘର କ୍ରେତାଙ୍କୁ ଷ୍ଟାମ୍ପ ଡ୍ୟୁଟି ଭରିବାରୁ ଆଶ୍ୱସ୍ତି ମିଳିବ । ପ୍ରପୋର୍ଟି ଡିଲର୍ସ ଓ ବିଲ୍ଡର୍ସମାନେ ଆଶା  ବାନ୍ଧିଛନ୍ତି ଯେ ଏମିତି ହେବା ଫଳରେ ଘର ବିକ୍ରି ବଢିବ ।

ସୂଚନା ଅନୁସାରେ ମହାରାଷ୍ଟ୍ରର ରେଭିନ୍ୟୁ ଡିପାର୍ଟମେଣ୍ଟ ଷ୍ଟାମ୍ପ ଡ୍ୟୁଟିରେ ରିହାତି ୩ ମାସ ପାଇଁ ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ଉପରେ ଖୁବ୍ ଶୀଘ୍ର ମହାରାଷ୍ଟ୍ର ସରକାର ନିଜ ମୋହର ମାରିପାରନ୍ତି । ଏହି ପଦକ୍ଷେପରେ ମହାରାଷ୍ଟ୍ରର ରିୟଲ ଇଷ୍ଟେଟ ସେକ୍ଟରକୁ ଆଶ୍ୱସ୍ତି ମିଳିବା ସହିତ ଘର କିଣିବାକୁ ଚାହୁଁଥିବା ଲୋକମାନେ ମଧ୍ୟ ଶସ୍ତାରେ ଘର କିଣିପାରିବେ । ବିଲ୍ଡର୍ସଙ୍କ କହିବାନୁସାରେ ଏପର୍ଯ୍ୟନ୍ତ ଷ୍ଟାମ୍ପ ଡ୍ୟୁଟିରେ ରିହାତିର ଫାଇଦା ଘର କିଣୁଥିବା ଲୋକମାନେ ଉଠାଇଛନ୍ତି । ଫ୍ଲାଟ୍ସର ବିକ୍ରି ମଧ୍ୟ ବଢିଛି । ବିଲ୍ଡର୍ସଙ୍କ ତର୍କ ଏହା ଯେ ସରକାରଙ୍କୁ ଏହି ରିହାତିରେ ଆଗକୁ ବଢିବା ଉଚିତ୍ କାରଣ ରେକର୍ଡ ବିକ୍ରି ହେଉଛି ଏବଂ ରେଭିନ୍ୟୁକୁ ମଧ୍ୟ କ୍ଷତି ହେଉଛି ।

ଷ୍ଟାମ୍ପ ଡ୍ୟୁଟିର ଫାଇଦା ଲୋକମାନେ କେଉଁଭଳି ଉଠାଉଛନ୍ତି ଆପଣ ଏହି ଆକଳନ ଦେଖିଲେ ଜାଣିପାରିବେ । କେବଳ ମାର୍ଚ୍ଚରେ ଏପର୍ଯ୍ୟନ୍ତ ମୁମ୍ବାଇରେ ପ୍ରାୟ ୧୮୫୦୦ ରେଜିଷ୍ଟ୍ରେସନ ହୋଇଛି । ଡିସେମ୍ବରରେ MMRରେ ପ୍ରାୟ ୨୦,୦୦୦ ଘରର ରେଜିଷ୍ଟ୍ରେସନ ହୋଇଛି । ଷ୍ଟାମ୍ପ ଡ୍ୟୁଟିରେ ରିହାତିର ଅବଧି ସମୟରେ ସରକାରଙ୍କ ରେଭିନ୍ୟୁ ମଧ୍ୟ ବଢିଛି । ଜାନୁୟାରୀ ୨୦୨୦ରୁ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ରେଭିନ୍ୟୁ ୧୭୫୬ କୋଟି ଟଙ୍କା ଥିଲା ଯାହା କି ସେପ୍ଟେମ୍ବର ୨୦୨୦ରୁ ଏପର୍ଯ୍ୟନ୍ତ ୨୬୦୦ କୋଟି ଟଙ୍କା ହୋଇସାରିଛି ।

ସୂଚନା ଅନୁଯାୟୀ ୨୬ ଅଗଷ୍ଟରେ ମହାରାଷ୍ଟ୍ର କ୍ୟାବିନେଟର ବୈଠକରେ ଷ୍ଟାମ୍ପ ଡ୍ୟୁଟିକୁ ନେଇ ବଡ଼ ନିଷ୍ପତି ନିଆଯାଇଥିଲା । ବୈଠକରେ ଷ୍ଟାମ୍ପ ଡ୍ୟୁଟିକୁ ୫ ପ୍ରତିଶତରୁ ହ୍ରାସ କରି ୨-୩ ପ୍ରତିଶତ ରଖିବା ପାଇଁ ନିଷ୍ପତି ନିଆଯାଇଥିଲା । ଏହି ନିଷ୍ପତି ଅନୁସାରେ ୩୧ ଡିସେମ୍ବର ସୁଦ୍ଧା ରେଜିଷ୍ଟ୍ରେସନ କଲେ ଷ୍ଟାମ୍ପ ଡ୍ୟୁଟି ୨ ପ୍ରତିଶତ ଓ ୧ ଜାନୁୟାରୀରୁ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଷ୍ଟାମ୍ପ ଡ୍ୟୁଟି ୩ ପ୍ରତିଶତ ହେବ । ବିଲ୍ଡର୍ସଙ୍କ କହିବାନୁସାରେ ଷ୍ଟାମ୍ପ ଡ୍ୟୁଟି ଜାରି ରହିବାରୁ ଇନଭେଣ୍ଟ୍ରି ବହୁତ କମ୍ ହୋଇଛି ।

Leave a Reply