୪୪.୨ ଡିଗ୍ରୀ ସହ ବିଶ୍ୱର ଉତ୍ତପ୍ତ ସହର ଭୁବନେଶ୍ୱର, ରାଜ୍ୟର ୧୩ ସହରରେ ପାରଦ ୪୧ ଡିଗ୍ରୀ ପାର୍

1 min read
Bhubaneswar Is The Hottest City Of World

ଭୁବନେଶ୍ୱର: ବିଗିଡ଼ିବାରେ ଲାଗିଛି ପରିବେଶ । ହ୍ରାସ୍ ହେଉଛି ଜୈବ ବିବିଧତା । ଯାହାର ସିଧାସଳଖ ପ୍ରଭାବ ପଡ଼ୁଛି ପରିବେଶ ଉପରେ । ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି ତାପମାତ୍ରା । ରାଜଧାନୀ ଭୁବନେଶ୍ୱର ତାପମାତ୍ରା ବୃଦ୍ଧିର ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଆଜି ରାଜଧାନୀର ତାପମାତ୍ର ୪୪.୨ ଡିଗ୍ରୀ ରହିଛି । ଭୁବନେଶ୍ୱର ବିଶ୍ୱର ସବୁଠୁ ଉତ୍ତପ୍ତ ସହର ଭାବେ ଉଭା ହୋଇଛି ।

ଆଜି ରାଜ୍ୟର ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି । ଭୁବନେଶ୍ୱରରେ ପାରଦ ସର୍ବାଧିକ ୪୪.୨ ଡିଗ୍ରୀ ଥିବାବେଳେ ବାରିପଦାରେ ପାରଦ ୪୩.୬ ଡିଗ୍ରୀ, ବାଲେଶ୍ୱରରେ ୪୩ ଡିଗ୍ରୀ, ଚାନ୍ଦବାଲିରେ ୪୨.୬ ଡିଗ୍ରୀ, ତାଳଚେରରେ ୪୨.୫ ଡିଗ୍ରୀ, ମାଲକାନଗିରି, ଗଜପତି ଓ ବୌଦ୍ଧରେ ୪୨ ଡିଗ୍ରୀ, ଅନୁଗୁଳରେ ୪୧.୭ ଡିଗ୍ରୀ, ବଲାଙ୍ଗିର ଓ ଭବାନୀପାଟଣାରେ ୪୧.୫ ଡିଗ୍ରୀ, ଟିଟିଲାଗଡ଼ ଓ ନୟାଗଡ଼ରେ ୪୧.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

ଏଥିସହ ପଢ଼ନ୍ତୁ- ତାତିରୁ ନାହିଁ ଆଶ୍ୱସ୍ତି, ଆଉ ୨ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ

ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ଆଜି ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ୨୦୧୬ରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ ହୋଇଥିଲା । ୧୯୬୩ ମସିହା ଫେବ୍ରୁଆରୀ ମାସରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରୀ ଥିଲା । ଆଜିର ତାପମାତ୍ରା ପୂର୍ବ ସବୁ ରେକର୍ଡକୁ ଅତିକ୍ରମ କରିଛି ।

Leave a Reply