spot_img
Home Blog Page 5953

ଖୁବ୍ ଶୀଘ୍ର ପରଦାକୁ ଫେରୁଛନ୍ତି ଅସଦ-ଜୋୟା

ମୁମ୍ବାଇ: ଆଜି ହେଉଛି ଟେଲି ଦୁନିଆର ହାଣ୍ଡସମ ହଙ୍କ କରଣ ସିଂ ଗ୍ରୋଭରଙ୍କ ହାପି ବର୍ଥ ଡେ’। ଅନେକ ଦିନ ହେଲାଣି କରଣ ପରଦାରୁ ଦୂରେଇ ଅଛନ୍ତି। ତାଙ୍କ ଫ୍ୟାନ ମାନେ ବହୁଦିନ ହେଲାଣି ତାଙ୍କୁ ଦେଖିବାକୁ ଚାହିଁ ବସିଛନ୍ତି । ଆଉ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ ମାନଙ୍କ ପାଇଁ ଆମ ପାଖରେ ଅଛି ଏକ ଖୁସି ଖବର । ଖୁବ୍ ଶୀଘ୍ର କରଣ ଫେରୁଛନ୍ତି ନିଜର ସୁପରହିଟ୍ ସିରିଏଲ କୁବୁଲ୍ ହେର ସିକ୍ୱେଲ ସହ। ପୁଣିଥରେ ଦର୍ଶକ ପରଦାରେ ଦେଖିବେ ସୁପରହିଟ୍ ଯୋଡ଼ି ଅସଦ-ଜୋୟାଙ୍କ ସିଜଲିଂ କେମେଷ୍ଟ୍ରି ।

 

View this post on Instagram

 

A post shared by Surbhi Jyoti (@surbhijyoti)

ଆଜି କରଣ ସେଲେବ୍ରେଟ କରୁଛନ୍ତି ନିଜର 39th ବର୍ଥ ଡେ । କରଣ  ନିଜ ଅଭିନୟ କ୍ୟାରିୟର ଅପେକ୍ଷା ନିଜ ପର୍ସନଲ ଲାଇଫ୍ ବା ଲଭ ଲାଇଫକୁ ନେଇ ବେଶ୍ ଚର୍ଚ୍ଚାରେ ରୁହନ୍ତି ବଲିଉଡର ସୁପର ହଟ୍ ଦିଭା ବିପାଶାଙ୍କ ସହ ବିବାହ ପୂର୍ବରୁ କରଣଙ୍କ ରହିଛି ବହୁତ ଅଫେୟର୍। ବିପାଶା ହେଉଛନ୍ତି କରଣଙ୍କ ତୃତୀୟ ପତ୍ନି । ଏହା ପୂର୍ବରୁ ୨୦୦୮ରେ କରଣ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ । କୁହାଯାଏ ଯେ ଶର୍ଦ୍ଧା କରଣଙ୍କର ଅନ୍ୟ ଏକ ଅଫେୟାର୍ ବିଷୟରେ ଜାଣିଦେଇଥିଲେ । ସେତେବେଳେ ରିଆଲିଟି ଶୋ ଝରକ ଦିଖଲାଜାର କୋରିଓଗ୍ରାଫର ନିକୋଲଙ୍କ ସହ କରଣଙ୍କ ଅଫେୟର୍ ଥିବା ଚର୍ଚ୍ଚା ହେଉଥିଲା।  ୨୦୦୯ରେ ଉଭୟ ଅଲଗା ହୋଇଯାଇଥିଲେ।

ଏହାପରେ ୨୦୧୨ କରଣ ତାଙ୍କ କୋଷ୍ଟାର୍ ଲୋକପ୍ରିୟ ଟେଲି ଅଭିନେତ୍ରୀ ଜେନିଫର ୱିଙ୍ଗେଟଙ୍କୁ ବିବାହ କରିଥିଲେ। ସିରିଏଲ ‘ଦିଲ ମିଲ୍ ଗେୟ’ର ସେଟରେ ଭଭୟ ପରସ୍ପରକୁ ମନ ଦେଇଥିଲେ । ହେଲେ ଏମାନଙ୍କ ବାହାଘର ବି ବେଶିଦିନ ଚାଲିପାରିଲାନି । ମାତ୍ର ୨ ବର୍ଷ ପରେ ୨୦୧୪ରେ ଏମାନଙ୍କ ହୋଇଗଲା ତଲାକ। ଏହାପରେ କରଣ ଫିଲ୍ମ ଦୁନିଆକୁ କରିଥିଲେ ଏଣ୍ଟ୍ରି। ହରର୍ ଫିଲମ ‘ଅଲୋନ୍’ରୁ ବଲିଉଡ୍ ଡେବ୍ୟୁ କରିଥିଲେ କରନ୍। ଏଥିରେ ତାଙ୍କ କୋଷ୍ଟାର ଥିଲେ ବୋଲ୍ଡ ଆଣ୍ଡ ସେକ୍ସି ବିପାଶା ବସୁ। ବିପାଶା ବି ସେତେବେଳେ ଥିଲେ ସିଙ୍ଗଲ୍। ଏହି ଫିଲ୍ମର ସେଟରେ ଉଭୟ ପରସ୍ପରକୁ ମନଦେଇ ବସିଥିଲେ । ବର୍ଷେ ଡେଟ୍ କରିବା ପରେ ୨୦୧୬ରେ ଉଭୟ ବିବାହ କରିଥିଲେ।  ଆଉ ଆଜି କରଣ ପତ୍ନୀ ବିପାଶାଙ୍କ ସହ ସେଲେବ୍ରେଟ କରୁଛନ୍ତି ନିଜର ହାପି ବର୍ଥ ଡେ।

 

ଆଇଆଇସିଙ୍କ ନାଁରେ ସାଂଘାତିକ ଅଭିଯୋଗ, ଜାଲ୍ ଜାତି ପ୍ରମାଣପତ୍ର ଦେଇ ପାଇଛନ୍ତି ପଦୋନ୍ନତି

ସମ୍ବଲପୁର: ପୂର୍ବରୁ ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ଅନେକ ଶିକ୍ଷକ ଚାକିରି କରିଥିବା ଓ ପରେ ଗିରଫ ହୋଇଥିବା ନଜିର୍ ରହିଛି । ଏବେ ସେହିଭଳି ଏକ ଗୁରୁତର ଅଭିଯୋଗ ଆସିଛି ପୋଲିସ ବାବୁଙ୍କ ବିରୋଧରେ । ନିକଟରେ ପ୍ରମୋସନ ପାଇଥିବା ଜଣେ DSPଙ୍କ ନାଁରେ ଆସିଛି ଜାଲ୍ ଜାତିଗତ ପ୍ରମାଣପତ୍ର ଅଭିଯୋଗ । ସମ୍ବଲପୁର ଟାଉନ ଥାନା ଆଇଆଇସି ରମେଶ ଦୋରାଙ୍କ ନାଁରେ ଏହି ଅଭିଯୋଗ ଆସିଛି ।

Duplicate Caste Certificate Allegation Against Sambalpur Town IIC Ramesh Dora

ରମେଶଙ୍କ ମୂଳ ଜାତି ତେଲେଙ୍ଗା, ଯାହାକି OBC/SEBCରେ ଆସୁଛି । ହେଲେ ରମେଶ ଦୋରା ଚାକିରି ସମୟରେ ଦାଖଲ କରିଥିବା ଜାତିଗତ ସାର୍ଟିଫିକେଟରେ ନିଜକୁ କଣ୍ଡ ବୋଲି ଦର୍ଶାଇଛନ୍ତି । ଯାହାକି ତଫସିଲ ଭୁକ୍ତ ଜନଜାତି ବା ଏସ୍‌ଟି(ST) । ସମ୍ବଲପୁର ଟାଉନ ଥାନା ଅଧିକାରୀ ରମେଶ ଦୋରା କିଛି ଦିନ ତଳେ DSP ପାହ୍ୟାକୁ ପ୍ରମୋସନ ପାଇଛନ୍ତି ।

Duplicate Caste Certificate Allegation Against Sambalpur Town IIC Ramesh Dora

ତେବେ ତାଙ୍କୁ ଅନ୍ୟ ସ୍ଥାନରେ ପୋଷ୍ଟିଙ୍ଗ୍‌ ଦିଆଯାଇ ନଥିବାରୁ ସେ ପୂର୍ବଭଳି ସମ୍ବଲପୁର ଟାଉନ ଥାନାର IIC ଦାୟିତ୍ୱରେ ଅଛନ୍ତି । ଏହି ଅଭିଯୋଗର ତଦନ୍ତ ପାଇଁ ସଦର ଏସ୍‌ଡିପିଓଙ୍କୁ ଦାୟିତ୍ୱ ଦିଆଯାଇଥିବା ସମ୍ବଲପୁର ଏସ୍‌ପି କହିଛନ୍ତି ।

ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଲା ସିବିଆଇ ଟିମ୍

0

କୋଲକାତା: ପଶ୍ଚିମବଙ୍ଗରେ ହାଇଭୋଲଟେଜ ଡ୍ରାମା । ନିର୍ବାଚନ ତାତି ପୂର୍ବରୁ ପଶ୍ଚିମବଙ୍ଗରେ ଆକ୍ସନ ମୁଡ୍‌ରେ ସିବିଆଇ। କୋଇଲା ତସ୍କରୀ ମାମଲାରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ଆଜି ପହଞ୍ଚିଛନ୍ତି ସିବିଆଇ ଟିମ୍।

କୋଲ ସ୍କାମ୍ ମାମଲାରେ ଅଭିଷେକଙ୍କ ଧର୍ମପତ୍ନୀ ରୁଜିରା ନରୁଲାଙ୍କୁ ସିବିଆଇ ଟିମ୍ ପଚରାଉଚରା କରୁଛି। ସେପଟେ ସିବିଆଇ ଟିମ୍‌ ପହଞ୍ଚିବା ପୂର୍ବରୁ ଅଭିଷେକଙ୍କ ଘରକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯାଇଥିଲେ । କିଛି ସମୟ ସେଠାରେ ରହିବା ପରେ ମମତା ଫେରିଯାଇଥିଲେ।  ଗତକାଲି ରୁଜିରାଙ୍କ ଭଉଣୀ ମେନକା ଗମ୍ଭୀରଙ୍କ ଘରକୁ ଯାଇ ୩ ଘଣ୍ଟା ଧରି ପଚରାଉଚରା କରିଥିଲା।

ସୂଚନାଯୋଗ୍ୟ, ରୁଜିରାଙ୍କୁ କୋଲ ସ୍କାମ୍‌ ମାମଲାରେ ସିବିଆଇ ପଚରାଉଚରା କରିବା ନେଇ ପୂର୍ବରୁ ନୋଟିସ ଜାରି କରିଥିଲା। ୨୦୧୯ରେ କୋଲକାତା ଏୟାରପୋର୍ଟରୁ ରୁଜିରାଙ୍କ ଠାରୁ ୨ କିଲୋଗ୍ରାମ ସୁନା ଜବତ ହୋଇଥିଲା। ବ୍ୟାଙ୍କକଙ୍ଗରୁ ବେଆଇନ ଭାବେ ସୁନା ଆଣିବା ଅଭିଯୋଗରେ ରୁଜିରାଙ୍କ ନାଁରେ ଏବେ ବି ମାମଲା ଚାଲୁଛି।

ପେଟ୍ରୋଲ ଦର ବୃଦ୍ଧି RBI ଗଭର୍ଣ୍ଣରଙ୍କୁ ମଧ୍ୟ ବାଧିଲାଣି, ଅପ୍ରତ୍ୟେକ୍ଷ କର ଛାଡ଼ ପାଇଁ କେନ୍ଦ୍ର ସରକାରଙ୍କୁ ଦେଲେ ପ୍ରସ୍ତାବ

ଦେଶରେ ହୁହୁ ହୋଇ ବଢ଼ି ଚାଲିଛି ପେଟ୍ରୋ ଦର। ଗାଡ଼ି ଚଲାଇବାକୁ ଇଚ୍ଛା ହେଲେ ପଟ୍ରୋଲର ଡ଼ର ଖାଉଛି। ବାରମ୍ବାର ପେଟ୍ରୋଲର ଦର ବୃଦ୍ଧି ପାଇଁ ଦେଶରେ ଆନ୍ଦୋଳନର ବହ୍ନି ଜଳିଲାଣି। ଏଥିପାଇଁ ପେଟ୍ରୋଲରେ କର ଛାଡ଼ କରିବା ପାଇଁ ଚାରିଆଡ଼େ ସରକାରଙ୍କ ବିରୋଧରେ ପୁରା ଦେଶ। ବିରୋଧୀଙ୍କ ଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ପେଟ୍ରୋଲ ଏବଂ ଡିଜେଲ ଉପରେ କର ହ୍ରାସ କରାଯାଉ ବୋଲି ଦାବି କରୁଛନ୍ତି। ଆଉ ଏତିକି ବେଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ମଧ୍ୟ ପେଟ୍ରୋଲ ବୃଦ୍ଧିର ଚିନ୍ତା ପ୍ରାକାଶ କରିଛନ୍ତି। ଦେଶରେ ପେଟ୍ରୋଲ ବୃଦ୍ଧି ତାଙ୍କୁ ମଧ୍ୟ ବାଧିଛି। ସେଥିପାଇଁ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କର ହ୍ରାସ କରିବା ଏବଂ ମୂଲ୍ୟ ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ରିଜର୍ଭ ବ୍ୟାଙ୍କରେ କିଛି ଦିନ ପୂର୍ବରୁ ହୋଇଥିବା ମୁଦ୍ରା ନୀତି ସମୀକ୍ଷା ବୈଠକରେ ଏନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ ଶକ୍ତିକାନ୍ତ ଦାସ ଅପ୍ରତ୍ୟେକ୍ଷ କର ହ୍ରାସ କରିବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। କର କମ କଲେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ହୋଇପାରିବ ବୋଲି ସେ କହିଛନ୍ତି। ଧୀରେ ଧୀରେ ପେଟ୍ରୋଲରୁ କର ହ୍ରାସ କରିବା ଆବଶ୍ୟକ ଯେଉଁଥିପାଇଁ ମୂଲ୍ୟ ଚାପକୁ ଅର୍ଥନୀତିରୁ ହଟାଯାଇପାରିବ ବୋଲି ସେ କହିଛନ୍ତି।

ମହଙ୍ଗାକୁ ନେଇ ଚିନ୍ତା

ମୁଦ୍ରା ନୀତି ସମୀକ୍ଷା ବୈଠକରେ ଦର୍ଶାଯାଇଛି ଯେ CPI କୁ ହଟାଇବା ସତ୍ତ୍ୱେ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୫ ପ୍ରତିଶତରୁ ଅଧିକ ହୋଇଛି। ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି, ପେଟ୍ରୋଲ ଏବଂ ଡିଜେଲ ଉପରେ ଅଧିକ ଅପ୍ରତ୍ୟେକ୍ଷ କର ହେତୁ ମୁଖ୍ୟ ସାମଗ୍ରୀ ଏବଂ ସେବା ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ଯେଉଁଥିରେ ପରିବହନ ଏବଂ ସ୍ୱାସ୍ଥ୍ୟ ସେବା ବିଶେଷ ଭାବରେ ଅନ୍ତର୍ଭୁକ୍ତ।

ଆକାଶ ଛୁଆଁ ମୂଲ୍ୟ

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଦୁଇ ଦିନ ଦର କମ ପରେ ତେଲ କମ୍ପାନୀଗୁଡ଼ିକ ମଙ୍ଗଳବାର ଦିନ ଡିଜେଲ ଏବଂ ପେଟ୍ରୋଲ ଦର ବୃଦ୍ଧି କରିଛନ୍ତି। ଆଜି ଦିଲ୍ଲୀରେ ପେଟ୍ରୋଲ ୩୫ ପଇସା ବୃଦ୍ଧି ପାଇ ୯୦.୯୩ ଟଙ୍କା ହୋଇଛି। ଡିଜେଲ ମଧ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଦେଶର ଅନେକ ସହରରେ ପେଟ୍ରୋଲ ୧୦୦ ଟଙ୍କାରୁ ଅଧିକ ରହିଛି।

ଚାରିଛି ରାଜ୍ୟ କର ଛାଡ଼ କରିଛନ୍ତି

ପେଟ୍ରୋଲ ଏବଂ ଡିଜେଲ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଥିରୁ ମୁକ୍ତି ପାଇବା ପାଇଁ ଚାରୋଟି ରାଜ୍ୟ – ରାଜସ୍ଥାନ, ପଶ୍ଚିମବଙ୍ଗ, ଆସାମ ଏବଂ ମେଘାଳୟର ସରକାର ଭାଟ୍ କିମ୍ବା ଅନ୍ୟାନ୍ୟ କର ହ୍ରାସ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାର ସେପରି କିଛି କରିନାହାଁନ୍ତି। ପେଟ୍ରୋଲିୟମ ଉପରେ ସର୍ବାଧିକ କର ଦୃଷ୍ଟିରୁ ଭାରତ ବିଶ୍ୱର ଶ୍ରେଷ୍ଠ ଦେଶ ମଧ୍ୟରେ ରହିଛି।

ଜିଏସଟିରେ ସାମିଲ ପାଇ ଦାବି

ଦର ବୃଦ୍ଧି ପାଇଁ ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍ଟିରେ ଅନ୍ତର୍ଭୁକ୍ତ କରିବାର ଦାବି ରହିଛି। ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଡ୍ୟୁଟି ଲାଗୁ କରୁଛନ୍ତି ଏବଂ ରାଜ୍ୟ ସରକାର ଭ୍ୟାଟ୍ ଲାଗୁ କରୁଛନ୍ତି। ଏଥି ସହିତ ଅନେକ ସ୍ଥାନରେ ପରିବହନ ଏବଂ ଲୋକାଲ ବଡି ଟ୍ୟାକ୍ସ ପାଇଁ ପେଟ୍ରୋଲ ମୂଲ୍ୟ ବଢ଼ି ଚାଲିଛି। ଯେଉଁଥିପାଇଁ ଏଥିରେ ଜିଏସ୍‌ଟି ଲାଗୁହେଲେ କେବଳ ଗୋଟିଏ କର ରହିବ।

ଏହିପରି ଲାଗୁଛି କର

ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଉପରେ କର ବହୁତ ଅଧିକ ଲାଗୁଛି। ଉଦାହରଣ ସ୍ୱରୂପ, ୧୬ ଫେବୃଆରୀ ୨୦୨୧ ସୁଦ୍ଧା ଦିଲ୍ଲୀରେ ପେଟ୍ରୋଲର ମୂଳ ମୂଲ୍ୟ ଲିଟର ପିଛା ମାତ୍ର ୩୧.୮୨ ଟଙ୍କା ଥିଲା। କିନ୍ତୁ ଏହା ଉପରେ କେନ୍ଦ୍ର ସରକାର ଅପ୍ରତ୍ୟେକ୍ଷ କର ଲିଟର ପେଟ୍ରୋଲ ଉପରେ ୩୧.୯୦ ଟଙ୍କାର ଏକ୍ସାଇଜ୍ କର ଏବଂ ୨୦.୬୧ ଟଙ୍କା ଭ୍ୟାଟ୍ ଲଗାଇଛନ୍ତି । ଶେଷରେ ସାଧାରଣ ଲୋକଙ୍କୁ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ ପାଇଁ ୮୯.୨୯ ଟଙ୍କା ଦେବାକୁ ପଡୁଥିଲା ଏବଂ ସେଠାରେ ପ୍ରାୟ ୫୩ ଟଙ୍କା କର ଥିଲା।

କଟକରେ ପୁଣି ଭେଜାଲ , ନକଲି ସିମେଣ୍ଟ କାରଖାନାରେ ପୋଲିସର ରେଡ

କଟକ: କଟକରେ ପୁଣି ଭେଜାଲ ସାମଗ୍ରୀ । ନକଲି ସିମେଣ୍ଟ କାରଖାନା ଉପରେ ଆଜି ସକାଳେ ଚଢାଉ କରିଛି ପୋଲିସ । କଟକ ଜଗତପୁର ଖଇରା ପୋଲ ନିକଟରୁ ଅପମିଶ୍ରିତ ସିମେଣ୍ଟ କାରଖାନା ଠାବ ହୋଇଛି। ଜଗତପୁର ପୋଲିସ ଏସିପି ଯୋନ-୧ଙ୍କ ନେତୃତ୍ବରେ କାରଖାନା ଉପରେ ଚଢ଼ାଉ କରି ଗୋଟିଏ ସିମେଣ୍ଟ ବୋଝେଇ ଟ୍ରକ ଜବତ କରିବା ସହିତ କାରଖାନାରୁ ବିପୁଳ ପରିମାଣର ସିମେଣ୍ଟ,ତିଆରି ସାମଗ୍ରୀ ଜବତ କରିଛି ପୋଲିସ।

ପୂର୍ବରୁ ଅନେକ ଥର ବିଭିନ୍ନ ନକଲି ସାମଗ୍ରୀ ଜବତ କରିଛି ପୋଲିସ । ଏହି ଘଟଣାରେ ଅନେକ ବ୍ୟକ୍ତି ଗିରଫ ମଧ୍ୟ ହୋଇଛନ୍ତି । ତଥାପି କଟକରୁ ଭେଜାଲ ସାମଗ୍ରୀ ଏବଂ ନକଲି ସାମଗ୍ରୀ ବିକ୍ରୟ ଉପରେ ରୋକ ଲାଗି ପାରୁ ନାହିଁ । ଅନାୟସରେ ବଜାରରେ ଚାଲିଛି ନକଲି ସାମଗ୍ରୀ ବିକ୍ରି ।

ସୂଚନା ମୁତାବକ ଆଜି ପୋଲିସ ବକ୍ସି ବଜ଼ାର ଅଞ୍ଚଳରେ ଚଢାଉ କରିଛି । ସଞ୍ଜୟ ଭୋଳ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ନକଲି ସିମେଣ୍ଟ କାରଖାନା ଚଳାଇ ଆସୁଥିଲେ । ଏହି ସଂକ୍ରାନ୍ତରେ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଚିଥିଲା । ଖବର ମୁତାବକ ବର୍ତ୍ତମାନ ମଧ୍ୟ ରେଡ଼ ଜାରି ରହିଛି।

ପିପିଲିରେ ପ୍ରକଳ୍ପର ବର୍ଷା, ୭୦ କୋଟିର ଉପହାର ଭେଟିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପିପିଲିକୁ ପ୍ରକଳ୍ପର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାୟକ ପ୍ରଦୀପ ମହାରଥୀଙ୍କ ଅଵର୍ତ୍ତମାନରେ ପିପିଲି ବିକାଶ ପାଇଁ ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିପିଲି ବ୍ଲକ, ଡେଲାଙ୍ଗ ବ୍ଲକ ଓ ପିପିଲି ପୌରାଞ୍ଚଳ ପାଇଁ 67 କୋଟି 68 ଲକ୍ଷ ଟଙ୍କା ବ୍ୟୟ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହାରଥୀଙ୍କୁ ମନେ ପକାଇ ପିପିଲିର ବିକାଶ ପାଇଁ ଶପଥ ନେଇଥିଲେ । କହିଥିଲେ, ଦୁଃଖ ଯେ ପ୍ରିୟ ମହାରଥୀ ନାହାନ୍ତି । ଗତ 30 ବର୍ଷରୁ ଅଧିକ ସମୟରୁ ସେ ପିପିଲି ଡେଲାଙ୍ଗର ବିକାଶ ଓ ଆପଣଙ୍କ ଭଲ ମନ୍ଦ ସୁଖ ଦୁଃଖରେ ଥିଲେ । ବିକାଶ ପାଇଁ ସେ ସାରା ଜୀବନ କାମ କରିଛନ୍ତି । ମୁଁ ଗାଁ ଉପରେ ଫୋକସ କରେ । ମହିଳା ବିକାଶ ଫୋକସ, ଚାଷୀ ଭାଇ କଲ୍ୟାଣ, ଗରିବ ମୁହଁରେ ହସ ମତେ ଅଧିକ ସନ୍ତୋଷ ଦେଇଥାଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ପିପିଲି ବ୍ଲକ୍ ପାଇଁ ୨୪ କୋଟି ୪୧ଲକ୍ଷ ଓ ପୌରାଞ୍ଚଳ ପାଇଁ ୧୬ କୋଟି ୮୫ଲକ୍ଷ ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପିପିଲି ପୌରାଞ୍ଚଳରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ କୋଟିଏ ୫୦ ଲକ୍ଷ, ନୂଆ ହସ୍ତଶିଳ୍ପ ଭେଣ଼୍ଡଂ ମାର୍କେଟ ପାଇଁ କୋଟିଏ ୫୦ ଲକ୍ଷ, ଟାଉନହଲ ଓ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଏକ କୋଟି ୫୦ ଲକ୍ଷ, ଭୁବନାନନ୍ଦ ପୁଷ୍କରିଣୀ ପୁନରୁଦ୍ଧାର ଓ ଉନ୍ନତି ପାଇଁ ୨କୋଟି, ପାଣି ପାଇପ୍‌ ଲାଇନ ସମ୍ପ୍ରସାରଣ ପାଇଁ ୭କୋଟି , ୭୭ଟି କଂକ୍ରିଟ ରୋଡ୍ , କମ୍ୟୁନିଟି ସେଣ୍ଟର, ଡ୍ରେନ୍ ଆଦି ନିର୍ମାଣ ପାଇଁ ୧କୋଟି ଟଙ୍କା ଖର୍ଚ୍ଚ ହେବ ।

ସେହିପରି ଆଦର୍ଶ ଶବଦାହ କେନ୍ଦ୍ର ନିର୍ମାଣ ପାଇଁ ଖର୍ଚ୍ଚ ହେବ ୭୫ଲକ୍ଷ ଟଙ୍କା। ୭୫ ଲକ୍ଷ ଟଙ୍କାରେ ସ୍ମାର୍ଟପାର୍କ ନିର୍ମାଣ କରାଯିବ । ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର ଗୋପୀନାଥ ଦେବ ମନ୍ଦିର ଓ ପୁଷ୍କରିଣୀ ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ପାଇଁ ୩କୋଟି, ରାସ୍ତା ପୁନରୁଦ୍ଧାର ଏବଂ ଉନ୍ନତି ପାଇଁ କୋଟିଏ ଟଙ୍କା ଖର୍ଚ୍ଚ ହେବ । କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ ପାଇଁ ୫୦ ଲକ୍ଷ, ଗୋବିନ୍ଦପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ୧୦କୋଟି, ପିପିଲି ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଟ୍ରେନିଂ ସେଣ୍ଟର ନିର୍ମାଣ ପାଇଁ ୫୦ ଲକ୍ଷ , ହାଇଲେଭେଲ ସେତୁ ନିର୍ମାଣ ପାଇଁ ୨କୋଟି ୭୦ ଲକ୍ଷ, ଗଙ୍ଗୁଆ ନାଳ ଉପରେ ହାଇଲେଭଲ ସେତୁ ନିର୍ମାଣ ପାଇଁ ୧କୋଟି ୮୦ ଲକ୍ଷ, ଗାଁ ରାସ୍ତା ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ୨କୋଟି ୫୨ ଲକ୍ଷ, ୧୨୭ଟି କମ୍ୟୁନିଟି ସେଣ୍ଟର ଓ କଲ୍ୟାଣମଣ୍ଡପ ପାଇଁ ୭କୋଟି ୩୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଟ୍ରକ୍ ସ୍କର୍ପିଓ ମୁହାଁମୁହିଁ ଧକ୍କା, ୬ ମୃତ ୩ ଗୁରୁତର

0

ପାଟଣା: ବିହାରରେ ମର୍ମନ୍ତୁଦ ଦୁର୍ଘଟଣା । କଟିହାର ଜିଲା ଜାତୀୟ ରାଜପଥ-୩୧ରେ ଟ୍ରକ୍-ସ୍କର୍ପିଓ ଧକ୍କା । ଘଟଣାସ୍ଥଳରେ ୬ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତ ମୃତକ ରୋସଡ଼ ଜିଲାର ଅଧିବାସୀ । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ଗତକାଲି ବାହାଘରରୁ ଏକ ପରିବାର ସ୍କର୍ପିଓ ଯୋଗେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଆଗପଟୁ ଦ୍ରୁତ ଗତିରେ ଟ୍ରକ୍ ଆସୁଥିବା ବେଳେ ସ୍କର୍ପିଓ ଭାରସାମ୍ୟ ହରାଇଥିଲା ଫଳରେ ଟ୍ରକ୍ ଓ ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ସ୍କର୍ପିଓରେ ଥିବା ୧୦ ଯାତ୍ରୀଙ୍କ ମଧ୍ୟରୁ ଦୁର୍ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୩ ଜଣ ଗୁରୁତର ଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବାସହ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ଏଥିସହ ସେ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିଥିଛନ୍ତି। ଏହା ବ୍ୟତୀତ ଗତକାଲି କାଟିହର, ଖାଗଡିଆ, ସୁପାଲ ଏବଂ ଭାଗଲପୁରର ଅନେକ ସ୍ଥାନରେ ସଡ଼କ ଦୁର୍ଘଟଣାରେ ପାଖାପାଖି ୧୨ଜଣଙ୍କର ମୃତ୍ୟୁ ଘଟିଛି।

ପଡ଼ୋଶୀ ରାଜ୍ୟରେ ବଢ଼ୁଛି ସଂକ୍ରମଣ, ଖୋଲି ନପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍

0

ଭୁବନେଶ୍ୱର: ଆଜି ପ୍ରଥମରୁ ଅଷ୍ଟମ ପାଇଁ ସ୍କୁଲ ଖୋଲିବାର ଥିଲା । ହେଲେ ଏବେ ଖୋଲିନପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ । କରୋନା ମହାମାରୀ ଯୋଗୁ ଦୀର୍ଘ ୯ମାସରୁ ଅଧିକ ଦିନ ସ୍କୁଲ କଲେଜ ସବୁ ବନ୍ଦ ରହିବା ପରେ ଚଳିତ ବର୍ଷ ନମବ ଦଶମ ଓ କଲେଜ ଖୋଲାଯାଇଛି। କିନ୍ତୁ ପ୍ରଥମରୁ ଅଷ୍ଟମ ଏବେ ବି ବନ୍ଦ ରହିଛି । ତେବେ ଆଜି ପ୍ରଥମରୁ ଅଷ୍ଟମ ଯାଏ ସ୍କୁଲ ଖୋଲାଯିବାର ଯୋଜନା ରହିଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇପାରେ।

ସୂଚନା ମୁତାବକ ପଡ଼ୋଶୀ ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିକୁ ଦେଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ  ଖୋଲିବାରେ ବିଳମ୍ବ ହୋଇପାରେ। ଆଜି ପ୍ରଥମରୁ ଅଷ୍ଟମ ପାଇଁ ସ୍କୁଲ ଖୋଲିବାର ଥିଲା। ହେଲେ ସ୍ଥିତିକୁ ଦେଖି ପୁନର୍ବିଚାର କରାଯାଉଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ମନ୍ତ୍ରୀ ସମୀର ଦାଶଙ୍କ କହିଛନ୍ତି ଯେ  ଛତିଶଗଡ଼ରେ ସଂକ୍ରମଣ ବଢିଛି । ସୀମାନ୍ତ ଜିଲ୍ଲାଗୁଡିକୁ ନୋଡାଲ ଅଫିସର ପହଂଚିଛନ୍ତି ଓ ସେଠାରେ କୋଭିଡ ନିୟମ ପାଳନ ନେଇ ତଦାରଖ କରୁଛନ୍ତି ।  ସମ୍ପୂର୍ଣ୍ଣ ସ୍ଥିତିକୁ ପରଖିବା ପରେ ସ୍କୁଲ ଖୋଲାଯିବା ନେଇ ପୂନର୍ବି୍ଚାର କରାଯିବ ।

ୟୁଜର୍ସ ମାଗିଲେ ‘ମୋଦି ଜୀ ଗର୍ଲଫ୍ରେଣ୍ଡ ଦୋ’

ମୋଦି ଜୀ ଗର୍ଲଫ୍ରେଣ୍ଡ ଦୋ । ରୋଜଗାର ତୋ ଠିକ ହେ । ସୋମବାର ରାତି ୮ ଟା ରେ ହଠାତ ଟ୍ବିଟରରେ ଟ୍ରେଣ୍ଡ କରିବାକୁ ଲାଗିଲା ଏଭଳି କିଛି ହାଜଟ୍ୟାଗ । ଦିନ ସାରା ରୋଜଗାରକୁ ନେଇ ଟ୍ବିଟରରେ ଝଡ଼ ଉଠିଥିଲା । ମୋଦି ରୋଜଗାର ଦୋ ହାଜଟ୍ୟାଗ ଟ୍ରେଣ୍ଡ କରୁଥିଲା । କିନ୍ତୁ ରାତି ୮ ରେ ହଠାତ ଚେଞ୍ଜ ହୋଇଯାଇଥିଲା ଏହି ପ୍ରସଙ୍ଗ । ଆଉ ଟ୍ରେଣ୍ଡ କରିବାକୁ ଲାଗିଲା ହାଜଟ୍ୟାଗ ମୋଦି ଜୀ ଗର୍ଲଫ୍ରେଣ୍ଡ ଦୋ ।

ପେଟ୍ରୋଲ ଡିଜେଲର ଦର ବୃଦ୍ଧି, କୃଷକ ଆନ୍ଦୋଳନ, ନୂତନ କୃଷି ଆଇନ ଏବଂ ବେରୋଜଗାରର ମୁଦ୍ଧାକୁ ନେଇ ସାରା ଦିନ ସରକାର ବିରୋଧରେ ଗର୍ଜୁଥିଲା ସୋସିଆଲ ମିଡିଆ । ଅର୍ଥାତ ହାଜଟ୍ୟାଗ ଲଗାଇ ବିରୋଧ କରୁଥିଲେ ଲୋକେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋରେ ଭିନ୍ନ ଭିନ୍ନ ମେମସ ପ୍ରସ୍ତୁତ କରି ତାଛଲ୍ୟ ବି କରୁଥାନ୍ତି ୟୁଜର୍ସ । ବେରୋଜଗାରୀ ଏବଂ ନିଯୁକ୍ତିକୁ ନେଇ ଟ୍ବିଟରର ଟ୍ରେଣ୍ଡିଙ୍ଗ ଟପ ରେ ରହିଥିଲା । କିନ୍ତୁ ନିଯୁକ୍ତି ମାଗୁଥିବା ୟୁଜର୍ସ ହଠାତ ମାଗିବାକୁ ଲାଗିଲେ ମୋଦି ଜୀ ଗର୍ଲଫ୍ରେଣ୍ଡ ଦୋ ।

ହରିଶ ମଲ୍ଲିକ ନାମକ ଜଣେ ୟୁଜର୍ସ ମୋଦି ଜୀ ଗର୍ଲଫ୍ରେଣ୍ଡ ଦୋ ଟ୍ରେଣ୍ଡରେ ସାମିଲ ହେବା ସହ ମେମସ ପ୍ରସ୍ତୁତ କରି ଲେଖିଛନ୍ତି ୱା କିୟା ସିନ ହେ । ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଦେଶ ସଙ୍କେତ ମେ ହୈ । ଅର୍ଥାତ ଦେଶ ସଙ୍କଟରେ ଅଛି । ସେହିପରି ଅମରେଶ ପୁରୀଙ୍କ ଆକ୍ଟିଙ୍ଗ ଫଟୋ ଲଗାଇ ଗାର୍ଲ ଫ୍ରେଣ୍ଡ ଦୋ ପ୍ରସଙ୍ଗକୁ ଖୁସିର ସହ ସମର୍ଥନ କରୁଥିବା ମେମସ ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ନିଯୁକ୍ତି ମାଗୁଥିବା ୟୁଜର୍ସ ହଠାତ କାହିଁକି ମୋଦିଙ୍କୁ ଗାର୍ଲଫ୍ରେଣ୍ଡ ମାଗିବାକୁ ଲାଗିଲେ । ତାହା ବେସ ରୋଚକ ସାଜିଥିଲା ।

କର୍ଲାପାଟ ହାତୀ ମଡକ;କାରଣ ଦର୍ଶାଅ ନୋଟିସ ଜାରି, ଲାଗିବ ୨୮ଟି ଟ୍ରାପ କ୍ୟାମେରା

କଳାହାଣ୍ଡି: କର୍ଲାପାଟରେ ୭ ହାତୀ ମଡକ ପରେ ତନାଘନା । କର୍ଲାପାଟ ଫରେଷ୍ଟର ଓ ଦୁଇ ଫରେଷ୍ଟ ଗାର୍ଡଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଅଭୟାରଣ୍ୟରେ ଲାଗିବ ୨୮ଟି ଟ୍ରାପ କ୍ୟାମେରା । ପୂର୍ବରୁ ୧୬ ଟି ଟ୍ରାପ କ୍ୟାମେରା ଲାଗିଥିବା ବେଳେ, ଆଜି ଆହୁରି ୧୨ ଟି ଟ୍ରାପ କ୍ୟାମେରା ଲାଗିବ ବୋଲି ଡିଏଫଓ ଟି ଅଶୋଷ କୁମାର ସୂଚନା ଦେଇଛନ୍ତି ।

ସେହିପରି ପ୍ରାଣୀ ସମ୍ପଦ ବିଭାଗର ୩ ଜଣ ଡାକ୍ତରଙ୍କୁ ରିପୋର୍ଟ ତଲବ ହୋଇଛି । ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ହାତୀ ମଡକ ଘଟଣା ସମ୍ବେଦନଶୀଳ ଥିବାରୁ ସମସ୍ତଙ୍କ ଛୁଟି ବାତିଲ କରାଯାଇଥିଲା । କିନ୍ତୁ ଜୁନାଗଡ଼ ବ୍ଲକ ପ୍ରାଣୀ ବିଭାଗ ଅଧକ୍ଷ ଡା ପ୍ରସନ୍ନ ଦାସ, ଅତିରିକ୍ତ ପ୍ରାଣୀ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ ଓ ଜୟପାଟଣା ଅତିରିକ୍ତ ପ୍ରାଣୀ ଅଧିକାରୀ ଡା ଶିବ ପ୍ରସାଦ ନାଏକ ଛୁଟିରେ ଥିଲେ । ଏହି ୩ ଅମାନିଆ ଡାକ୍ତରଙ୍କୁ ରିପୋର୍ଟ ତଲବ କରିବା ପାଇଁ ଧର୍ମଗଡ଼ ଏସଡିଭିଓ କୈଳାଶ ସାମନ୍ତଙ୍କୁ ରାଜ୍ୟ ଅତିରିକ୍ତ ନିର୍ଦେଶକ ଡା ପ୍ରତାପ କିଶୋର ଖମାରୀ ନିର୍ଦେଶ ଦେଇଛନ୍ତି ।

ସେପଟେ କାର୍ଯ୍ୟରେ ଅବହେଳା ନେଇ ଗତକାଲି ନିଲମ୍ବିତ ହୋଇଥିଲେ କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ । ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରିଙ୍କୁ ନିଲମ୍ବିତ କରିଥିଲା ପ୍ରାଣୀ ସମ୍ପଦ ବିଭାଗ । ଗୃହପାଳିତ ପଶୁଙ୍କୁ ଟିକାକରଣରେ ଅବହେଳା ପାଇଁ ନିଲମ୍ବନ କରାଯାଇଥିଲା । ହାତୀ ମୃତ୍ୟୁର କାରଣ ଜାଣିବା ପାଇଁ ୩ ଜଣିଆ କେନ୍ଦ୍ରୀୟ ଟିମ୍ କର୍ଲାପାଟ ଅଭୟାରଣ୍ୟରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ଅଭୟାରଣ୍ୟରେ ଗତ ୨୦ ଦିନ ମଧ୍ୟରେ ୭ଟି ହାତୀଙ୍କର ମୃତ୍ୟୁ ହେଲାଣି ।