ଏଣିକି ଅମାନିଆଙ୍କ ନାଁରେ ରୁଜୁ ହେବ ମାମଲା, ଗଣିବେ ମୋଟା ଅଙ୍କର ତଣ୍ଡ

ସମ୍ୱଲପୁର: କରୋନା କଟକଣାକୁ ଅଧିକ କଡ଼ାକଡ଼ି କଲା ପ୍ରଶାସନ ।  ପ୍ରତ୍ଯେକ ଥାନା ଅଞ୍ଚଳରେ କରାଯିବ ବ୍ଲକିଂ | ନିୟମ ନ ମାନିଲା କଡ଼ା କାର୍ଯ୍ଯାନୁଷ୍ଠାନ ସାଙ୍ଗକୁ ରୁଜୁ ହେବ ମାମଲା  । ସାଧାରଣ ଜନତା ସେତେଟା ଜରୁରୀ କାର୍ଯ୍ୟ ନଥିଲେ ଘରୁ ନ ବାହାରିକାକୁ ଅନୁରୋଧ  । ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  ସମ୍ବଲପୁର ଏସ୍‌ପି ବତୁଲା ଗଙ୍ଗାଧର |  ସେ ଆହୁରୀ କହିଛନ୍ତି ଯେ, ବ୍ଯବସାୟିକ ପ୍ରତିଷ୍ଠାନ ଯଦି କଟକଣା ନ ମାନନ୍ତି ତେବେ ମାତ୍ରାଧିକ ଫାଇନ ସାଙ୍ଗକୁ  ଦୋକାନ ବି ସିଲ୍ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଏସପି |  | ଜରୁରୀକାଳୀନ ସେବାରେ ଯାଉଥିଲେ କୌଣସି ଅସୁବିଧା ହେଲେ ୧୦୦ କିମ୍ବା ୧୧୨ ଯୋଗାଯୋଗ କରିପାରିବେ ଜନସାଧାରଣ | ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ ମିଶାଇ ୧୪ଟି ସ୍ଥାନରେ ଚେକ୍ ପୋଷ୍ଟ କରାଯାଇଛି | ସେହିପରି ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ କଟକଣା ରହିବ ନାହିଁ ବୋଲି କହିଛନ୍ତି ଏସ୍‌ପି |

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ବଢ଼ୁଥିବା କରୋନା ମାମଲାକୁ ନଜରରେ ରଖି ରାଜ୍ୟ ସରକାର ପୁନର୍ବାର ନାଇଟ କର୍ଫ୍ୟୁ ଲାଗୁ କରୁଛନ୍ତି । ରାଜ୍ୟର ୧୦ ଜିଲ୍ଲାରେ ପୁନର୍ବାର ଏହି କଟକଣା ଜାରି ହେବ । ରାତି ୧୦ରୁ ସକାଳ ୫ଟା ଯାଏ ଏହି ନାଇଟ୍ କର୍ଫ୍ୟୁ ଲାଗୁ  । ତେବେ ଏହି ସମୟରେ ଜରୁରୀକାଳିନ ସେବା ଜାରି ରହିବ ବୋଲି କୁହାଯାଇଛି । ସମସ୍ତ କାରଖାନା ଓ ନିର୍ମାଣ କାମ ଜାରି ରହିବ ।

ସୋମବାର ଅର୍ଥାତ ୫ ତାରିଖରୁ ବରଗଡ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି ନବରଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କୋରାପୁଟ ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ସୀମାନ୍ତ ବର୍ତ୍ତି ରାଜ୍ୟ ଗୁଡିକରେ କୋଭିଡ ସଂକ୍ରମଣ ବଢୁଥିବାରୁ ସେହି ନିକଟବର୍ତ୍ତୀ ଜିଲ୍ଲାରେ କର୍ଫ୍ୟ ଲଗାଯାଇଛି   । ଗତ କିଛିଦିନ ହେବ ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଛି   । ଫଳରେ ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ନାଇଟ କର୍ଫ୍ୟୁ  ଲାଗୁ କରିଛନ୍ତି ରାଜ୍ୟ ସରକାର  ।

ସେହିପରି ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, ଅଫିସ, ଅନୁଷ୍ଠାନ ବନ୍ଦ ରହିବ । ତେବେ ଜିଲ୍ଲା ଓ ମ୍ୟୁନିସପାଲ କର୍ମଚାରୀ, ପୋଲିସ, ସରକାରୀ କର୍ମଚାରୀଙ୍କୁ ଛାଡ଼ । ତେବେ ଏହି ସମୟରେ ହୋମ ଡେଲିଭରୀ, ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ କଡରେ ଥିବା ଢାବା, ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ ମିଡିଆ, ଏଲପିଜି ବିତରଣ କଟକଣାରୁ ବାଦ ଦିଆଯିବ ବୋଲି କୁହାଯାଇଛି । ରାଜ୍ୟରେ କରୋନା ସଂକ୍ରମଣକୁ ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଏଥିସହିତ ପଢ଼ନ୍ତୁ: ଫେରିଲା ନାଇଟ କର୍ଫ୍ୟୁ, ସୋମବାର ଠାରୁ ୧୦ ଜିଲ୍ଲାରେ ଲାଗୁ

Leave a Reply