କରୋନା ସଂକ୍ରମଣ ରୋକିବ କି ମିନି-ଲକଡାଉନ୍ ?

1 min read
Mini Lockdown Needed To Curb Covid-19 Spread Says AIIMS Director

ନୂଆଦିଲ୍ଲୀ: ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମଣ ମାମଲା । ବିଗତ ୨୪ ଘଣ୍ଟାରେ ୯୦ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । କରୋନା ସଂକ୍ରମଣ ଏଭଳି ଭାବେ ବ୍ୟାପିଲେ ସଂକ୍ରମିତଙ୍କ ସଂଖ୍ୟା ପୁରୁଣା ରେକର୍ଡକୁ ମଧ୍ୟ ଟପିଯିବ । ଏଭଳି ସ୍ଥିତିରେ ଲୋକଙ୍କ ମନକୁ ଗତବର୍ଷ ଭଳି ଲକଡାଉନ୍ କଥା ଆସୁଛି । ଗତବର୍ଷ ମାର୍ଚ୍ଚରେ କେନ୍ଦ୍ର ସରକାର ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରିଥିଲେ । ଏବେ ଦ୍ରୁତଗତିରେ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମନରେ ଲକଡାଉନ୍ ଆଶଙ୍କା ପ୍ରକାଶ ପାଇଛି ।

Mini Lockdown Needed To Curb Covid-19 Spread Says AIIMS Director

ତେବେ ଲକଡାଉନ୍ ଏଯାବତ୍ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ରୂପେ କିଛି ଘୋଷଣା କରାଯାଇନାହିଁ । ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ବଢ଼ୁଥିବା ସଂକ୍ରମଣ ମାମଲାକୁ ନେଇ କହିଛନ୍ତି- ଦେଶରେ ମିନି ଲକଡାଉନ୍ ଲାଗିବାର ଆବଶ୍ୟକତା ରହିଛି । ଯଦି କରୋନା ସଂକ୍ରମଣର ବଢ଼ୁଥିବା ବେଗ ଉପରେ ଲଗାମ ଲାଗିବ ନାହିଁ ତ ଆମକୁ ମିନି ଲକଡାଉନ୍ ଲଗାଇବାକୁ ପଡ଼ିବ ।

ସେ କହିଛନ୍ତି ଦେଶରେ ଦିନକୁ ଦିନ କରୋନା ସ୍ଥିତି ଖରାପରୁ ଅତି ଖରାପ ହେଉଛି । ଲୋକ କରୋନା କଟକଣା ଓ ନିୟମର ପାଳନ କରୁନାହାଁନ୍ତି । ଏମିତିରେ ମିନି ଲକଡାଉନ୍ ହିଁ ଏହାର ବିକଳ୍ପ । ଲୋକମାନେ କୋଭିଡ୍ ନିୟମ ପାଳୁନଥିବାରୁ ସଂକ୍ରମଣ ବଢ଼ୁଥିବା ଗୁଲେରିଆ କହିଛନ୍ତି । ଅଧିକାଂସ ମାସ୍କ ପିନ୍ଧୁନଥିବା ବେଳେ ସାମାଜିକ ଦୂରତା ରକ୍ଷା କରୁନାହାଁନ୍ତି । ତେବେ, ଚିନ୍ତାର କାରଣ ହେଉଛି କରୋନାର ପ୍ରଥମ ଲହରର ପ୍ରଭାବ ଛୁଆଙ୍କ ଉପରେ ସେତେଟା ପଡ଼ୁନଥିଲା । ଏବେ ଛୁଆ ବି ସଂକ୍ରମିତ ହେଉଛନ୍ତି ।

Mini Lockdown Needed To Curb Covid-19 Spread Says AIIMS Director

କରୋନାର ଏହି ଦ୍ରୁତ ଗତିକୁ ବ୍ରେକ୍ ଦେବା ଲାଗି ଦେଶରେ କୋଭିଡ୍ ଟିକାକରଣ ବେଗକୁ ବଢ଼ାଇବା ଜରୁରୀ । ଏବେ ଦେଶକୁ ଦୁଇ ଅରବ ଭ୍ୟାକ୍ସିନ୍ ଡୋଜ୍ ଆବଶ୍ୟକତା ରହିଛି । ଟିକାକରଣ ପରବର୍ତ୍ତୀ ସମୟରେ ମଧ୍ୟ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ । ବର୍ତ୍ତମାନ ସ୍ଥିତିରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ବୃଦ୍ଧି କରାଯିବା ଉଚିତ୍ ବୋଲି ଗୁଲେରିଆ କହିଛନ୍ତି ।

Leave a Reply