ପଶ୍ଚିମବଙ୍ଗ-ଆସାମରେ ତୃତୀୟ ପର୍ଯ୍ୟାୟ ଲାଗି ଆଜି ସରୁଛି ପ୍ରଚାର, ୬ରେ କେରଳ-ତାମିଲନାଡ଼ୁ-ପୁଡୁଚେରୀରେ ଭୋଟ୍

Election Campaign To Stop In West Bengal Assam Tamil Nadu Kerala Puducherry Today

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଓ ଆସାମରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଆଜି ଶେଷଦିନ । ଏହି ଦୁଇ ରାଜ୍ୟ ସହ କେରଳ, ତାମିଲନାଡ଼ୁ ଓ ପୁଡୁଚେରୀରେ ଆସନ୍ତା ୬ ତାରିଖରେ ମତଦାନ ହେବ । ଏଥିପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର । ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟରେ ୩ ଜିଲ୍ଲାର ୩୧ଟି ବିଧାନସଭା ଆସନରେ ମତଦାନ ହେବାକୁ ଥିବାବେଳେ ଆସାମରେ ଶେଷ ପର୍ଯ୍ୟାୟରେ ୪୦ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେବ ।

୫ ରାଜ୍ୟରେ ବିଧାନସଭା ନିର୍ବାଚନର ପ୍ରଥମ ୨ଟି ପର୍ଯ୍ୟାୟରେ କେବଳ ପଶ୍ଚିମବଙ୍ଗ ଓ ଆସାମରେ ମତଦାନ ହୋଇଥିଲା । ଏପ୍ରିଲ୍ ୬ରେ ପାଞ୍ଚ ଗୋଟି ରାଜ୍ୟରେ ଭୋଟ୍ ଗ୍ରହଣ ହେବ । ପଶ୍ଚିମବଙ୍ଗ ଓ ଆସାମ ଭଳି କେରଳ, ତାମିଲନାଡ଼ୁ ଓ ପୁଡୁଚେରୀର ସମସ୍ତ ଆସନରେ ନିର୍ବାଚନ ଲାଗି ପ୍ରଚାର ବନ୍ଦ ହେବ । ୬ ଏପ୍ରିଲରେ କେରଳର ସମସ୍ତ ୧୪୦ ଆସନ, ତାମିଲନାଡ଼ୁର ସମସ୍ତ ୨୩୪ ଆସନ ଓ ପୁଡୁଚେରୀର ସମସ୍ତ ୩୦ ଆସନରେ ମତଦାନ ହେବ ।

Leave a Reply