ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ‘ସକାଳ’ ଖବର କାଗଜର ବରିଷ୍ଠ ସହ-ସମ୍ପାଦକ ବ୍ରଜ କିଶୋର ପରିଡ଼ାଙ୍କ ପରଲୋକ । ଗତକାଲି ବିଳମ୍ବିତ ରାତିରେ ହଂସପାଳ ଛକରେ ଘଟିଥିବା ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ଅଫିସରୁ କାର୍ଯ୍ୟ ସାରି କଟକ ସ୍ଥିତ ବାସଭବନକୁ ଫେରୁଥିବା ବେଳେ, ହଂସପାଳ ଛକରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତଦେହକୁ କ୍ୟାପିଟାଲ ହସପିଟାଲରେ ରଖାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା । ମୃତ ବ୍ରଜ କିଶୋର ପରିଡ଼ା, ଭୁବନେଶ୍ବର ଡିଡି ନ୍ୟୁଜର ଆସିଷ୍ଟାଣ୍ଟ ନ୍ୟୁଜ୍ ଏଡିଟର, ପ୍ରଜାତନ୍ତ୍ର ପ୍ରଚାର ସମିତି, ପ୍ରଜାତନ୍ତ୍ର ସପ୍ତାହିକି ଓ ସମୟ ଖବର କାଗଜରେ କାମ କରିଥିଲେ । ଜଣେ ଦକ୍ଷ ସାମ୍ବାଦିକ ଭାବେ ସେ ବେଶ ପରିଚିତ ଥିଲେ । ତାଙ୍କ ଅକାଳ ବିୟୋଗରେ ‘ସକାଳ’ ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ସକାଳ ଓ ନନ୍ଦିଘୋଷ ଟିଭିର ମୁଖ୍ୟ ମାନସ ରଞ୍ଜନ ମଙ୍ଗରାଜ, ‘ସକାଳ’ର ସମ୍ପାଦକ ଡକ୍ଟର ଉମାକାନ୍ତ ମିଶ୍ର, ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ୍ ମଲ୍ଲିକ, କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ, ଆସିଷ୍ଟାଣ୍ଟ ନ୍ୟୁଜ୍ ଏଡିଟର ମହେଶ୍ବର ସାହୁ ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଚାକିରି ନାଁରେ ଠକେଇ: ଅଭିଯୁକ୍ତ ସରୋଜକୁ ରିମାଣ୍ଡରେ ଆଣିବ ପୋଲିସ
ଭୁବନେଶ୍ବର: ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ମାମଲା । ଗିରଫ ଅଭିଯୁକ୍ତ ସରୋଜ ଜେନାଙ୍କୁ ରିମାଣ୍ଡରେ ଆଣିବ ଆଣିବ ଧଉଳି ଥାନା ପୋଲିସ। ଏ ନେଇ ପୋଲିସ୍ କୋର୍ଟରେ ଆବେଦନ କରିଥିବା ଜଣାପଡିଛି । ପୋଲିସ ସରୋଜକୁ ଥାନାରେ ପଚରାଉଚରା କରିବା ପରେ ଏକାଧିକ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜାଣିବାକୁ ପାଇଛି । ରିମାଣ୍ଡରେ ଆସିଲା ପରେ ତା’ର କେଉଁ କେଉଁ ବ୍ୟାଙ୍କର କେତୋଟି ଆକାଉଣ୍ଟକୁ କାହା ଆକାଉଣ୍ଟରୁ ଟଙ୍କା ଆସିଛି ସେ ନେଇ ତଦନ୍ତ କରିବ ପୋଲିସ । ସେପଟେ ସରୋଜର ସାଂଘାତିକ ସତ ପଦାକୁ ଆସିଛି । ଚାକିରି ପାଇଁ ନିଜେ ଠକାମୀର ନିଜେ ଶିକାର ହୋଇଥିଲା। ଶିକାର ହେବା ପରେ ନିଜେ ପାଲଟିଥିଲା ଠକ । ସରୋଜ ଶିକ୍ଷାଗତ ଯୋଗ୍ୟତା ଆର୍କିଟେକ ସ୍ନାତକ ହାସଲ କରିଥିଲା । ଚାକିରି ପାଇଁ ବିହାର ଯାଇଥିଲା । ୨୦୧୮ରେ ଅନଲାଇନରେ ରେଳୱେରେ ଚାକିରି ଦେଖି ଅର୍କିଟେକ୍ ଚାକିରି ଛାଡିଥିଲା । ବିଜ୍ଞାପନ ଦେଖି ଲକ୍ଷ୍ନୌରେ ଚାକିରି କରିବା ପାଇଁ ଜଣକୁ ଦେଢ଼ ଲକ୍ଷ୍ ଟଙ୍କା ଦେଇଥିଲା ସରୋଜ । ପରେ ଚାକିରି ନପାଇ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲା । ୨୦୧୯ରେ ଭୁବନେଶ୍ବର ଆସି ପ୍ରଥମେ ଖଣ୍ଡଗିରି ଓ ତା’ ପରେ ଧଉଳି ଅଞ୍ଚଳରେ ଟଙ୍କା ପାଇବା ଲୋଭରେ ଖୋଲିଥିଲା କନସଲଟାନସି ଅଫିସ । ଟଙ୍କା ନେଇ ବାଣ୍ଟିଥିଲେ ମିଛ ଚାକିରି । ସେପଟେ ଘଟଣାରେ ସଂପୃକ୍ତ ସରୋଜଙ୍କ ପ୍ରେମିକ ଫେରାର ଅଛି । ତାଙ୍କୁ ଧରିବା ପାଇଁ ପୋଲିସ ଚଢାଉ ଜାରି ରଖିଛି । ପ୍ରେମିକାକୁ ପତ୍ନୀ ପରିଚୟ ଦେଇ କେ.ନୂଆଗାଁ ଉଭୟ ରହୁଥିଲେ । ଦୁଇ ଜଣଙ୍କ ନାମରେ ୧୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଯଦି କେହି ସରୋଜ ଦ୍ବାରା ଠକେଇର ଶିକାର ହୋଇଥିବେ ତେବେ ଥାନାରେ ଅଭିଯୋଗ କରିବାକୁ ଡିସିପି ନିବେଦନ କରିଛନ୍ତି ।
ଏଥିସହିତ ପଢ଼ନ୍ତୁ: ସର୍ଟସର୍କିଟରୁ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
ସର୍ଟସର୍କିଟରୁ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
ଖୋର୍ଦ୍ଧା: ବିଳମ୍ବିତ ରାତ୍ରୀରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ଘର ସହ ବିଭିନ୍ନ ଆସବାବପତ୍ର ପୋଡ଼ି ପାଉଁଶ ହୋଇ ଯାଇଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ସାରୁଅ ଗାଁରେ ସର୍ଟସର୍କିଟ କାରଣରୁ ମଙ୍ଗୁଳି ସାହୁଙ୍କ ଘରେ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ଭସ୍ମୀଭୂତ ହୋଇଛି । ଖବର ପାଇ ବେଗୁନିଆ ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଘରର ସମସ୍ତ ଆସବାବ ପତ୍ର ଓ ଧନ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିଲା ।
ଏଥିସହିତ ପଢ଼ନ୍ତୁ: ଫେବୃଆରୀରେ ୩୯ଂ ଟପିଲା ତାପମାତ୍ରା: ମାର୍ଚ୍ଚରେ ସଙ୍ଗୀନ ହେବ ସ୍ଥିତି
ଫେବୃଆରୀରେ ୩୯ଂ ଟପିଲା ତାପମାତ୍ରା: ମାର୍ଚ୍ଚରେ ସଙ୍ଗୀନ ହେବ ସ୍ଥିତି
ଭୁବନେଶ୍ୱର: ମାଘ ମାସରେ ଆରମ୍ଭ ହେଲାଣି ବୈଶାଖର ତାତି । ଉପାନ୍ତରୁ ଉପକୂଳ ସବୁଠି ତାପମାତ୍ରା ଉପରମୁହାଁ । । ଆଗାମୀ ୪ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ । ଭୁବନେଶ୍ବର ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଆହୁରି ୩- ୪ ଡିଗ୍ରୀ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଫେବ୍ରୁଆରୀ ମାସରେ ୩୯.୪ ଡିଗ୍ରୀ ତାପମାତ୍ରା ହେବା ତୃତୀୟ ସର୍ବାଧିକ ରେକର୍ଡ । ମାର୍ଚ୍ଚ ମାସରେ ସ୍ଥିତି ଆହୁରି ସଂଗୀନ ହେବ । କିଛି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ସହ ହିଟ୍ଓ୍ୱେଭ୍ ସ୍ଥିତିର ଆଶଙ୍କା ଅଛି । ବାୟୁମଣ୍ଡଳରେ ଜଳୀୟବାଷ୍ପ କମ୍ ଥିବା ବେଳେ ମେଘମୁକ୍ତ ଆକାଶ ଯୋଗୁ ତାପମାତ୍ରା ବଢୁଛି ।
ଅନ୍ୟପକ୍ଷରେ ଖରା ପାଇଁ ଖୁବଶୀଘ୍ର ହେବ ମର୍ଣ୍ଣିଂ ସ୍କୁଲ । ଏ ନେଇ ଗାଇଡଲାଇନ ଜାରି କରଛନ୍ତି ଗଣଶିକ୍ଷା ବିଭାଗ । ଦିନକୁ ଦିନ ଖରା ତାତି ବଢୁଥିବାରୁ ସ୍କୁଲ ପାଇଁ ଗାଇଡଲାଇନ ଜାରି ହୋଇଛି । ସକାଳ ୮ଟା ୩୦ ପରିବର୍ତ୍ତେ ୭ଟାରୁ ଆରମ୍ଭ ହେବ ସ୍କୁଲ । ନବମ ଓ ଏକାଦଶ ଶ୍ରେଣୀ ୭ଟାରୁ ୯ଟା ଯାଏଁ ହେବ । ଦଶମ ଓ ଦ୍ବାଦଶ ଶ୍ରେଣୀ ୧୧ଟାରୁ ୪ଟା ପରିବର୍ତ୍ତେ ୯ରୁ ୧ଟା ଯାଏଁ କରାଯିବ ।
ସେହିପରି ସମସ୍ତ ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ପାଇଁ DEOଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓଆରଏସ୍ ବ୍ୟବସ୍ଥା ମଧ୍ୟ କରିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲର ଅଚଳ ନଳକୂପ ସଜାଡିବାକୁ ମଧ୍ୟ ପରାମର୍ଶ ଦେଇଛି ଗଣଶିକ୍ଷା ବିଭାଗ । ସ୍କୁଲ ବସ ସେବା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସବୁଠି କୋଭିଡ ନିୟମ କଡାକଡ଼ି ପାଳନ ପାଇଁ କଡ଼ା ନିର୍ଦ୍ଦେଶ ରହିଛି । ପିଲାଙ୍କୁ ପାଣି ବୋତଲ ଦେବାକୁ ଅଭିଭାବକଙ୍କୁ ଗାଇଡଲାଇନରେ ପରାମର୍ଶ ଦିଆଯାଇଛି ।
ଏଥିସହିତ ପଢ଼ନ୍ତୁ: ଜିଲ୍ଲାପାଳ ଓ ଏସପିଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ, କୋଭିଡ୍ ସଂକ୍ରମଣ ରୋକିବାକୁ ନିଅ ପଦକ୍ଷେପ
ଏଣିକି ଡଙ୍ଗରେ ଏଲପିଜି ଆଣିବ ଭାରତ, ରନ୍ଧନ ଗ୍ୟାସ ପରିବହନରେ ବ୍ୟବହୃତ ହେବ ନଦୀପଥ
ନୂଆଦିଲ୍ଲୀ: ଏଣିକି ଡଙ୍ଗରେ ଆସିବ ଏଲପିଜି। ଦେଶର ବିସ୍ତୃତ ନଦୀପଥକୁ ରନ୍ଧନ ଗ୍ୟାସ ପରିବହନ ପାଇଁ ବ୍ୟବହାର କରିବା ଲାଗି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଏବେ ଯେଉଁଭଳି ରାସ୍ତା ଉପରେ ଟ୍ରକ୍ ଯୋଗେ ଏଲପିଜି ଟାଙ୍କି ବୁହା ହେଉଛି ତାହା ନ ହୋଇ ଦେଶର ସାମୁଦ୍ରିକ ଓ ବିଭିନ୍ନ ନଦୀପଥକୁ ବିଭିନ୍ନ ବନ୍ଦର ଏବଂ ଜେଟି ସହ ସଂଯୋଗ କରାଯିବ। ସେଠାରୁ ସ୍ବତନ୍ତ୍ର ଭାବେ ନିର୍ମିତ ଡଙ୍ଗାରେ ଏଲପିଜି ଭର୍ତ୍ତି କରାଯାଇ ଅନ୍ୟ ବନ୍ଦର ବା ଜେଟିକୁ ପଠାଯିବ।
ପ୍ରଦୂଷଣ କମାଇବା ତଥା ପରିବହନ ଜନିତ ଖର୍ଚକୁ ଲାଘବ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି। ଏବେ ଦେଶରେ ଏଲପିଜି ପରିବହନ ଏକ ଚିନ୍ତାଜନକ ବ୍ୟାପାର ରହିଛି। ଏଥିରେ ଯେଉଁ ଖର୍ଚ ହେଉଛି ତାହା ସମୁଦାୟ ଜିଡିପିର ୧୩ରୁ ୧୪ ପ୍ରତିଶତ। ଅନ୍ୟ ଦେଶମାନଙ୍କରେ ଏହା ୮ ପ୍ରତିଶତରେ ସୀମିତ ଥିବା ବେଳେ ଆମ ଦେଶରେ ସରକାର ସମସ୍ତଙ୍କ ପାଖରେ ଏଲ୍ପିଜି ପହଞ୍ଚାଇବାର ଯେଉଁ ଯୋଜନା ଆରମ୍ଭ କରିଛନ୍ତି ତାହା ଏହି ପରିବହନ ଖର୍ଚକୁ ଆହୁରି ବଢ଼ାଇବା ନେଇ ଆଶଙ୍କା ସୃଷ୍ଟି କରିଛି।
ଏହିଖର୍ଚକୁ କମାଇବା ପାଇଁ ଜଳପଥକୁ ବ୍ୟବହାର କରିବା ପାଇଁ ଯେଉଁ ବିକଳ୍ପ ଖୋଜାଯାଇଛି ତାହାକୁ ନିଣ୍ଣାୟକ ରୂପ ଦେବା ପାଇଁ ଭାରତର ଆଭ୍ୟନ୍ତରୀଣ ଜଳପଥ ପରିବହନ ପ୍ରାଧୀକରଣ ଏବଂ ବିଶ୍ବର ଏକ ଖ୍ୟାତନାମା ଗ୍ୟାସ ପରିବହନକାରୀ ଏମ୍ଓଏଲ୍ ଗ୍ରୁପ୍ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏହି ଚୁକ୍ତିନାମା ଅନୁସାରେ ସରକାର ହଲଦିଆ, ସାହିବ ଗଞ୍ଜ ଏବଂ ବାରଣାସୀଠାରେ ଆବଶ୍ୟକ ସୁବିଧା ଉପଲବ୍ଧ କରାଇବେ।
ସେଠାରୁ ବିଭିନ୍ନ ସ୍ଥାନକୁ ସ୍ବତନ୍ତ୍ର ବ୍ୟବସ୍ଥାରେ ଏଲ୍ପିଜି ଗ୍ୟାସ୍ ଦେଶର ବିଭିନ୍ନ ବନ୍ଦର ଓ ଜେଟିକୁ ସ୍ଥାନାନ୍ତର କରାଯିବ। ଏହି ସ୍ବତନ୍ତ୍ର ଡଙ୍ଗାରେସଂଯୋଗ ହୋଇଥିବା ଟାଙ୍କି ସମ୍ପୂଣ୍ଣ ଭାବେ ନିବୁଜ ରହିବା ସହ ସମସ୍ତ ନିରାପତ୍ତା ବ୍ୟବସ୍ଥାକୁ ପାଳନ କରିବ। ଯେହେତୁ ବନ୍ଦରରେ ଥିବା ଗ୍ୟାସ ଡିପୋରୁ ଏହି ଟାଙ୍କିକୁ ଗ୍ୟାସ ପାଇପ୍ ଯୋଗ୍ୟ ଅତ୍ୟାଧୁନିକ ବ୍ୟବସ୍ଥାରେ କରାଯିବ ସେଥିରେ ପରିବହନ ଜନିତ ସମସ୍ୟା ରହିବ ନାହିଁ। ତା ଛଡ଼ା ବିଭିନ୍ନ ନଈ ରେ ଏହି ଡଙ୍ଗା ଭାସିବା ବ୍ୟବସ୍ଥା ହୋଇଥିବାରୁ ଦୂର୍ଗମ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ଅଳ୍ପ ସମୟରେ ଏଲ୍ପିଜି ସହଜରେ ଉପଲବ୍ଧ ହୋଇପାରିବ।
ଏବେ ଦେଶର ୬୦ ପ୍ରତିଶତ ଏଲ୍ପିଜି ପରିବହନ ପାଇଁ ସଡ଼କ ବ୍ୟବସ୍ଥ ବ୍ୟବହାର କରାଯାଉଛି। ଏହି ବ୍ୟବସ୍ଥାରେ ଗୋଟିଏ ମେଟ୍ରିକ୍ ଟନ୍ ରନ୍ଧନ ଗ୍ୟାସକୁ ଗୋଟିଏ କିଲୋମିଟର ନେବା ପାଇଁ ୫ରୁ ୬ଟଙ୍କା ଖର୍ଚ ହେଉଛି। ତା’ଛଡ଼ା ଗୋଟିଏ ଟ୍ରକ୍ ସର୍ବାଧିକ ୧୭ ମେଟ୍ରିକ୍ ଟନ୍ ଗ୍ୟାସ ସ୍ଥାନାନ୍ତର କରିପାରୁଛି। କିନ୍ତୁ ଜଳ ପରିବହନ ଏହି ଅସୁବିଧା ରହିବ ନାହିଁ।
ଗୋଟିଏ ଦିନରେ କ୍ରିକେଟକୁ ଅଲବିଦା କଲେ ୟୁସୁଫ,ବିନୟ
ଭୁବନେଶ୍ବର: ଟିମ ଇଣ୍ଡିଆର ଅଲରାଉଣ୍ଡର ୟୁସୁଫ ପଠାନ ଆଜି ଅବସର ନେଇଛନ୍ତି । କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି ଏହି ଅଲରାଉଣ୍ଡର । ଗୋଟିଏ ଦିନରେ ଦୁଇଜଣ ଭାରତୀୟ କ୍ରିକେଟରଙ୍କ କ୍ରିକେଟରୁ ସନ୍ୟାସ ଘୋଷଣା । ଦ୍ରୁତ ବୋଲର ବିନୟ କୁମାର ଅବସର ନେବା ପରେ ଅଲରାଉଣ୍ଡର ୟୁସୁଫ ଫଠାନ ମଧ୍ୟ ସନ୍ୟାସ ଗ୍ରହଣ କରିଛନ୍ତି ।
ଟ୍ବିଟ ଯୋଗେ ଏବସର ନେଇ ୟୁସୁଫ ସୂଚନା ଦେବା ସହ ଭାବପୂର୍ଣ୍ଣ ବାର୍ତ୍ତା ମଧ୍ୟ ଲେଖିଛନ୍ତି । ଯେଉଁଦିନ ପ୍ରଥମ କରି ଭାରତୀୟ ଜର୍ସି ପିନ୍ଧିଥିଲି ସେଦିନ ଆଜି ବି ମନେ ଅଛି । ସେଦିନ କେବଳ ଜର୍ସି ପିନ୍ଧିନଥିଲି, ସମସ୍ତ ବନ୍ଧୁ ପରିଜନଙ୍କୁ ମଧ୍ୟ ଦେଖାଇଥିଲି । ପିଲାଦିନରୁ କ୍ରିକେଟ ପ୍ରତି ଆଗ୍ରହ ଥିଲା । କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିଲି । ଜାତୀୟ, ଅନ୍ତର୍ଜାତୀୟ ଏବଂ ଘରୋଇ ଆଇପିଏଲ ଖେଳିବାର ସୁଯୋଗ ପାଇଥିବା ନିଜ ଭାବପୂର୍ଣ୍ଣ ବାର୍ତ୍ତାରେ ଲେଖିଛନ୍ତି ୟୁସୁଫ ।
ସେହିପରି ଭେଟେରାନ ଦ୍ରୁତ ବୋଲର ବିନୟ କୁମାର ମଧ୍ୟ ଆଜି ଅବସର ଗ୍ରହଣ କରିଛନ୍ତି । ନିଜ କ୍ରିକେଟ କ୍ୟାରିୟର ମଧ୍ୟରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି, ଅନିଲ କୁମ୍ବଲେ, ରାହୁଲ ଦ୍ରାବିଡ, ବିରେନ୍ଦ୍ର ସେହ୍ବାଗ, ଗୌତମ ଗମ୍ଭୀର, ସୁରଶ ରାଇନା ଓ ରୋହିତ ଶର୍ମାଙ୍କ ସହ ଖେଳିଥିବାରୁ ଶୌଭାଗ୍ୟଶାଳୀ ବୋଲି କହିଛନ୍ତି ।
ଟିମ ଇଣ୍ଡିଆ ପାଇଁ ବିନୟ କୁମାର ସମସ୍ତ ତିନୋଟି ଫର୍ମାଟରେ ଖେଳିଛନ୍ତି । ଗୋଟିଏ ଟେଷ୍ଟ, 31ଟି ଏକଦିବସୀୟ ଓ 9ଟି ଅନ୍ତର୍ଜାତୀୟ ଟି20 ଖେଳିବା ସହ ସମସ୍ତ ଫର୍ମାଟରୁ ୪୯ ଟି ୱିକେଟ ଅକ୍ତିଆର କରିଛନ୍ତି ।

