ରାଜ୍ୟରେ ୨୯ ଜିଲ୍ଲାକୁ ବ୍ୟାପିଲା କରୋନା: ୭୯୧ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟର ୨୯ ଜିଲ୍ଲାକୁ ବ୍ୟାପିଲା କରୋନା । ରାଜ୍ୟରେ ଆଉ ୭୯୧ କରୋନା ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟାଇନରୁ ୪୫୯, ଲୋକାଲ କେସ୍ ୩୩୨ । ସୁନ୍ଦରଗଡ଼ରେ ସର୍ବାଧିକ ୧୪୭, ଖୋର୍ଦ୍ଧାରେ ୧୧୮, ବରଗଡ଼ରୁ ୪୮, କଟକରୁ ୪୬, ସମ୍ବଲପୁରରୁ ୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରରୁ ୩୯, କଳାହାଣ୍ଡିରୁ ୩୮, ଝାରସୁଗୁଡାରୁ ୩୧ ଆକ୍ରାନ୍ତ ହୋଇଛନ୍ତି । ଷ୍ଟେଟପୁଲରୁ ୨୭, ମୟୂରଭଞ୍ଜରୁ ୨୪, ନବରଙ୍ଗପୁରରୁ ୨୩, ଅନୁଗୁଳରୁ ୧୭, ଯାଜପୁରରୁ ୧୬, ରାୟଗଡ଼ା ଓ ବଲାଙ୍ଗୀରରୁ ୧୪ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୧୦, ଗଞ୍ଜାମ, ଜଗତସିଂହପୁର ଓ କୋରାପୁଟରୁ ୯ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାଗଡ଼ ଓ ସୋନପୁରରୁ ୭ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୬, କନ୍ଧମାଳରୁ ୪, ଢେଙ୍କାନାଳରୁ ୩, ବୌଦ୍ଧ ଓ ମାଲକାନଗିରିରୁ ୨ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦେଓଗଡ଼ ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୪ହଜାର ୬୪୭ଥିବା ବେଳେ ସୁସ୍ଥ  ହେଲେଣି ୩ଲକ୍ଷ ୩୮ହଜାର ୪୧୬ । ଆକ୍ଟିଭ କେସ୍ ୪୨୫୫ ।

ଏଥିସହିତ ପଢ଼ନ୍ତୁ: ଦେଶରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ

Leave a Reply