ଦେଶରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଲାଣି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧ ଲକ୍ଷ ୧୫ହଜାର ୭୩୬କୁ ବୃଦ୍ଧି ହୋଇଛି । ଦିନକରେ ୬୩୦ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସୁସ୍ଥ ହୋଇ ଫେରିଛନ୍ତି ୫୯ହଜାର ୮୫୬ଜଣ କରୋନା ଆକ୍ରାନ୍ତ । ଦେଶରେ ମୋଟ୍ କରୋନା ଆକ୍ଟିଭ କେସ୍ ରହିଛି ୮ଲକ୍ଷ ୪୩ହଜାର ୪୭୩ । ମୃତ୍ୟୁସଂଖ୍ୟା ଲକ୍ଷେ ୬୬ହଜାର ୧୭୭ରେ ପହଞ୍ଚିଛି । ଦେଶରେ ବେକାବୁ ହେଉଛି କରୋନା । ପ୍ରତିଦିନ ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ମହାରାଷ୍ଟ୍ର ଦିଲ୍ଲୀ ସମେତ ୮ଟି ରାଜ୍ୟରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ମହାରାଷ୍ଟ୍ରରେ ଗୋଟିଏ ଦିନରେ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି । କରୋନା କହରରେ ରୋକ ଲଗାଇବାକୁ କଟକଣା କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର । ମହାରାଷ୍ଟ୍ରରେ ଲକଡାଉନ ଭଳି କଟକଣା ଲାଗିଥିବା ବେଳେ ଦିଲ୍ଲୀରେ କାଲିଠୁ ରାତ୍ରିକାଳୀନ କର୍ଫ୍ୟୁ ଲଗାଯାଇଛି । ବିଶ୍ୱରେ ଦ୍ୱିତୀୟ ପ୍ରବାହ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଭାରତ । ଅନ୍ୟ ଦେଶ ତୁଳନାରେ ଭାରତରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ମୃତ୍ୟୁହାରରେ ଚତୁର୍ଥ ସରହିଛି ଭାରତ ।

ଏଥିସହିତ ପଢ଼ନ୍ତୁ: ଭୁବନେଶ୍ୱରୁ ମୁମ୍ୱାଇ ଗଲା ଓଡ଼ିଆ ଖାଦ୍ୟ: ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ଓ କାଜଲ୍ କରିଥିଲେ ଅର୍ଡର

Leave a Reply