ଭୁବନେଶ୍ୱରୁ ମୁମ୍ୱାଇ ଗଲା ଓଡ଼ିଆ ଖାଦ୍ୟ: ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ଓ କାଜଲ୍ କରିଥିଲେ ଅର୍ଡର

ଭୁବନେଶ୍ୱର: ଫ୍ଳାଇଟ୍‌ରେ ଗଲା ଖାଦ୍ୟ । ଯାତ୍ରୀ କିମ୍ୱା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀକୁ ବିମାନରେ ନିଆଯାଉଥିବା ଆପଣ ଶୁଣିଥିବେ । କିନ୍ତୁ ଭୁବନେଶ୍ୱରୁ ଫ୍ଳାଇଟ୍‌ରେ ଯାଇଛି ଖାଦ୍ୟ । କେବଳ ଫ୍ଳାଇଟ୍‌ରେ ପଠାଯାଇନ ତ, ଭୁବନେଶ୍ୱରୁ ବଲିଉଡକୁ ପଠାଯାଇଛି ଓଡ଼ିଆ ଖାଦ୍ୟ । ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ଏବଂ ଅଭିନେତ୍ରୀ କାଜଲଙ୍କ ପାଇଁ ଭୁବନେଶ୍ୱରର ରୋଜିସ୍ କିଚେନ୍‌ରୁ ଖାଇବା ଦିଆଯାଇଛି । ତାହା ପୁଣି ଖାଣ୍ଟି ଓଡ଼ିଆ ଘରର ପାରମ୍ପାରିକ ଖାଇବା । ରୋଜିଙ୍କ କ୍ଷୀରପୋଡ଼  ପିଠାର ଅନେକ ଜଣ ଫ୍ୟାନ୍ ରହିଛନ୍ତି । ପିଠାଠାରୁ ଆରମ୍ଭ କରି କଙ୍କଡ଼ା ତରକାରୀ, ମାଛ ତରକାରୀ । ଅଭିନେତା ଅଜୟ ଦେବଗନ୍ ଓ ଅଭିନେତ୍ରୀ କାଜୋଲ୍ ରୋଜିସ୍ କିଚେନକୁ ଏହି ସ୍ୱତନ୍ତ୍ର ଅର୍ଡର ଦେଇଛନ୍ତି ।  ଓଡ଼ିଆ ଖାଦ୍ୟ ଫ୍ଳାଇଟ୍‌ରେ ମୁମ୍ୱାଇ ଯାଉଛି । ପୂର୍ବରୁ ବଲିଉଡ୍ର ବଡ଼ ବଡ଼ ଷ୍ଟାରମାନଙ୍କ ପାଖକୁ ଓଡ଼ିଶାରୁ ଏହି ସ୍ୱତନ୍ତ୍ର ଖାଦ୍ୟ ପଠାଯାଇଥିଲା । କିନ୍ତୁ ଏଥର ରୋଜିସ୍ କିଚେନ୍‌ରୁ ଯାଇଛି ଖାଦ୍ୟ । ଡ. ଭିନିତ୍ ରୋଜିସ୍ କିଚେନ୍‌ରୁ ବାରମ୍ୱାର କ୍ଷୀରପୋଡ଼ ପିଠା ଖାଇବା ପରେ ଅଜୟ ଏବଂ କାଜୋଲ୍‌କୁ ଦେଇଥିଲେ  । ପରେ ଏହି କ୍ଷୀର ପୋଡ଼ ପିଠା ପାଇଁ ସେମାନେ ଅର୍ଡର କରିଥିଲେ  । ଡା. ଭିନିତ୍‌ଙ୍କ ଫାର୍ମରୁ କଙ୍କଡ଼ା, ମାଛ, ଚିଙ୍ଗୁଡ଼ି, ବାଉଁଶ ଚିକେନ୍, ଚୁନା ମାଛ ପତ୍ରପୋଡ଼ା ଆଦି ତିଆରି କରି ପଠାଇଛନ୍ତି । ଏହା ସହିତ ଛେନାପୋଡ଼, ରସଗୋଲା, ଗୁଲାବ୍ ଜାମୁନ୍ ଆଦି ମିଠା ମଧ୍ୟ ସନ୍ଧ୍ୟାରେ ଫ୍ଳାଇଟ୍‌ରେ ପଠାଯାଇଛି । ଓଡ଼ିଶାର ଖାଦ୍ୟ ସେମାନେ ପସନ୍ଦ କରିଥିବାରୁ ନିଜକୁ ଗର୍ବ ଅନୁଭବ କରିଛନ୍ତି କିଚେନ୍‌ର ମୁଖ୍ୟ ସରୋଜା ଚୌଧୁରୀ । ଖୁବଶୀଘ୍ର ଜୁହୁ ବିଚ୍‌ରେ ନିଜ ଟିମ୍କୁ ନେଇ ଓଡ଼ିଆ ଖାଦ୍ୟ ରାନ୍ଧି ବଲିଉଡ୍ ଷ୍ଟାରଙ୍କୁ ଖୁଆଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପଖାଳ, ଭାତ, ଘୋରା ମଣ୍ଡା, କାକରା, ସରସତିଆ ପିଠା, ଡାଲମା କାନିକା, କଖାରୁ ଫୁଲ ଭଜା, ବେସର ତରକାରୀ ଆଦି ଖୁଆଇବାକୁ ଯୋଜନା ରହିଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳଙ୍କ ପାଖକୁ ଖାଦ୍ୟ ପଠାଉଥିବା ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପୁତ୍ର ସନ୍ତାନର ବାପା ହେଲେ ସୁପରଷ୍ଟାର ବାବୁସାନ୍

Leave a Reply