spot_img
Home Blog Page 5941

ଭୋର ୫ଟାରେ ଇକୋ ରିଟ୍ରିଟରେ ଲାଗିଲା ନିଆଁ, ଜଳିଗଲା ୩ଟି ଟେଣ୍ଟ

ବଡ଼ମୂଲ: ସାତକେୋଶିଆ ଇକୋ ରିଟ୍ରିଟରେ ଭୟଙ୍କର ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ନମିଷକେ ଜଳିଗଲା ୩ଟି କଟେଜ୍ । ଭୋର 5ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଛନ୍ତି ଆଇପିଏସ ସଞ୍ଜୀବ ପଣ୍ଡା ଓ ତାଙ୍କ ସହଯୋଗୀ । ସୋସିଆଲ ମିଡିଆରେ ପୋଷ୍ଟ କରି ଏହା ଜଣାଇଛନ୍ତି ସଞ୍ଜୀବ । କାହାରି କୌଣସି କ୍ଷତି ହୋଇନଥିବା ବେଳେ ସୁରକ୍ଷିତ ଭାବେ ବାହାରିଥିବା ସେ କହିଛନ୍ତି ।

ତେବେ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଇକୋ ରିଟ୍ରିଟରେ ୨୭ ଟି ଟେଣ୍ଟ ହାଉସ ଥିବାବେଳେ ସେଥିରୁ ୩ଟି ଡିଲକ୍ସ କଟେଜ୍ ଥିଲା । ଅନ୍ୟ ୨୪ ଟି ଟେଣ୍ଟରେ ୪୦ ଜଣ ପର୍ଯ୍ୟଟକ ଥିବା ବେଳେ ଏହି ୩ ଟି ଡିଲକ୍ସ ଟେଣ୍ଟରେ କେହି ପର୍ଯ୍ୟଟକ ନଥିଲେ । କୌଣସି ପର୍ଯ୍ୟଟକଙ୍କ କିଛି କ୍ଷତି ଘଟିନଥିବା ସୂଚନା ମିଲିଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଏବଂ ନରସିଂହପୁର ତହସିଲଦାର ଆଲୋକ କୁମାର ଦେହୁରୀ ଇକୋ ରିଟ୍ରିଟ ଠାରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝିଥିଲେ ଏବଂ ଘଟଣାସ୍ଥଳ ବୁଲି ଦେଖିଥିଲେ।

ସ୍କୁଟିରୁ ହ୍ୟାଣ୍ଡେଲରୁ ବାହାରିଲା ୪ ଫୁଟିଆ ନାଗ

ଭୁବନେଶ୍ୱର: ସ୍କୁଟିରୁ ବାହାରିଲା ନାଗ। ଭୁବନେଶ୍ୱର ଝାଡ଼ପଡା ମହାଦେବ ନଗରରୁ ସାଢେ଼ ୪ଫୁଟ ନାଗକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ। ଗତକାଲି ବିଳମ୍ବିତ ରାତିରେ ସ୍କୁଟିକୁ ବାହାର କଲା ବେଳକୁ ଏକ ବିରାଟ ନାଗ ସାପ କୁଣ୍ଡଳୀ ମାରି ହ୍ୟାଣ୍ଡେଲ ଉପରେ ବସି ଥିବାର ଦେଖି ଭୟଭୀତ ହୋଇଯାଇଥିଲେ ସ୍କୁଟି ମାଲିକ । ସ୍ନେକ ହେଲ୍ପ ଲାଇନକୁ ଖବର ଦେବା ପରେ ଉଦ୍ଧାର ପାଇଁ ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଓ ସଦସ୍ୟା ସିଲକା ସେଲୋନୀଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ଏବଂ ହଳଦିଆ ରଙ୍ଗର ନାଗ ସାପଟି ସ୍କୁଟିର ହ୍ୟାଣ୍ଡେଲ ତଳେ ଗୁଡେଇ ହୋଇ ରହିଥିବା ବେଳେ ସ୍ନେକ ହେଲ୍ପ ଲାଇନ ସାପଟିକୁ ଉଦ୍ଧାର କରିଥିଲେ । ପ୍ରାୟ ସାଢ଼େ ୪ ଫୁଟ ଲମ୍ବର ନାଗ ସାପକୁ ସ୍କୁଟରରୁ ସ୍ନେକ ହୁକ ସାହାଯ୍ୟରେ ସତର୍କତାର ସହିତ ଉଦ୍ଧାର କରି ବ୍ୟାଗରେ ଭର୍ତ୍ତି କରିଥିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟା ସିଲକା ସେଲୋନୀ ।

ସାପଟିକୁ ଉଦ୍ଧାର କରି ସହର ବାହାରେ ପ୍ରାକୃତିକ ବନ୍ୟ ପରିବେଶରେ ଛାଡି ଦିଆଯାଇଛି । ଭୁବନେଶ୍ୱରରେ ତାପ ମାତ୍ରା ବଢିବା ହେତୁ ସାପମାନେ ତାଙ୍କର ଶୀତଳ ସୁପ୍ତି  ଶେଷ କରି ଖାଦ୍ୟ ଅନ୍ୱେଷଣରେ ପଦାକୁ ବାହରିଥିବା ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

ବାଲାକୋଟ ଏୟାର ଷ୍ଟ୍ରାଇକକୁ ପୁରିଲା ୨ ବର୍ଷ: ବାୟୁସେନା ଦେଖାଇଲା କିପରି ବାଲାକୋଟରେ ପାକ୍‌ ଉପରେ ହୋଇଥିଲା ଏୟାର ଷ୍ଟ୍ରାଇକ୍

0

ଦୁଇ ବର୍ଷ ପୂର୍ବେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଶିବିରକୁ ଭାଙ୍ଗିବା ପାଇଁ ବାଲାକୋଟ ଏୟାର ଷ୍ଟ୍ରାଇକର ଦ୍ୱିତୀୟ ବାର୍ଷିକୀ ଉତ୍ସବରେ ଭାରତୀୟ ବାୟୁସେନା ଆଉ ଏକ ଏୟାର ଷ୍ଟ୍ରାଇକ କରିଥିଲା। କିନ୍ତୁ ଏହି ଏୟାର ଷ୍ଟ୍ରାଇକ୍ କୌଣସି ଦେଶ କିମ୍ବା କୌଣସି ଆତଙ୍କବାଦୀ ସଂଗଠନ ଉପରେ କରାଯାଇ ନାହିଁ । ବରଂ ଏହା ଏକ ଅଭ୍ୟାସ ଭାବରେ ହୋଇଛି। ଦୀର୍ଘ ଦୂରଗାମୀ ଏୟାର ଷ୍ଟ୍ରାଇକ ଉପରେ ଅଭ୍ୟାସ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବିଶେଷ କଥା ହେଉଛି ବାଲାକୋଟରେ ପ୍ରକୃତ ଅପରେସନ୍ କରି ଆତଙ୍କବାଦୀ ଶିବିରକୁ ଭାଙ୍ଗି ଦେଇଥିବା ସମାନ ଯବାନଙ୍କ ଦ୍ୱାରା ଏହି ଏୟାର ଷ୍ଟ୍ରାଇକ୍ କରାଯାଇଥିଲା।

ବାଲକୋଟ ଅପରେସନର ଦ୍ୱିତୀୟ ବାର୍ଷିକୀରେ ଭାରତୀୟ ବାୟୁସେନା ମୁଖ୍ୟ ମଧ୍ୟ ସମାନ ପାଇଲଟଙ୍କ ସହ ସମାନ ମଲ୍ଟି ରୋଲ ବିମାନ ସୁଖୋଇ ଏବଂ ମିରାଜରେ ଉଡ଼ିଥିଲେ । ପାଇଲଟ ଏବଂ ବିମାନ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ। ସେହିଭଳି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ବାଲାକୋଟର ସଫଳ ବାୟୁସେନା ପାଇଁ ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି।

ଆତଙ୍କବାଦୀଙ୍କ ଶିବିର ବାୟୁସେନାର ସ୍ପାଇସ୍ ୨୦୦୦ ବୋମା ଦ୍ୱାରା ନଷ୍ଟ ହୋଇଯାଇଥିଲା। ଏହି ଅଭ୍ୟାସ ପାଇଁ ସମାନ ପ୍ରକାରର ଗୁଳି ବ୍ୟବହାର କରାଯାଇଥିଲା। ମିରାଜ୍ ୨୦୦୦ ସ୍କ୍ୱାର୍ଡନ ଏହି ଆକ୍ରମଣ କରିଥିଲା ​​ଏବଂ ଭାରତର ଫ୍ରଣ୍ଟଲାଇନ ଯୁଦ୍ଧ ବିମାନ ସୁଖୋଇ ସମେତ ପ୍ରାୟ ସମସ୍ତ ଯୁଦ୍ଧବିମାନ ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ବାୟୁସେନା ଅଭ୍ୟାସ ବେଳର ଏକ ଭିଡିଓ ଜାରି କରି ଦର୍ଶାଇଛି ଯେ ଏହା କିପରି ଏକ କଂକ୍ରିଟ ଟାର୍ଗେଟକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିବାରେ ସକ୍ଷମ ହୋଇଥିଲା।

ଫାଷ୍ଟଟ୍ୟାଗରେ ଟୋଲ ଆଦାୟରେ ରେକର୍ଡ, ଗୋଟିଏ ଦିନରେ ପାଖାପାଖି ୧୦୪ କୋଟି ଟଙ୍କାର ଟୋଲ୍ ଆଦାୟ

ନୂଆଦିଲ୍ଲୀ: ଫାଷ୍ଟଟ୍ୟାଗରେ ଟୋଲ ଆଦାୟରେ ରେକର୍ଡ। ଗୋଟିଏ ଦିନରେ ପାଖାପାଖି ୧୦୪ କୋଟି ଟଙ୍କାର ଟୋଲ୍ ଆଦାୟ। ଭାରତୀୟ ରାଜମାର୍ଗ ପ୍ରାଧିକରଣ, NHAI ପକ୍ଷରୁ ଏହି ସୂଚନା ମିଳିଛି। ୧୬ ଫେବ୍ରୁଆରୀ ପରେ ଦେଶର ସମସ୍ତ ଟୋଲ ଗେଟରେ ଫାଷ୍ଟଟ୍ୟାଗକୁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ପ୍ରତିଦିନ ଟୋଲ ଆଦାୟ ପରିମାଣ ବୃଦ୍ଧି ପାଉଥିବା ଏନଏଚଏଆଇ ପକ୍ଷରୁ କୁହାଯାଇଛି। ପ୍ରତିଦିନ ଶହେ କୋଟିରୁ ଅଧିକ ଟୋଲ ଆଦାୟ ହେଉଛି। ଏହା ବଢିବଢି ୧୦୩.୯୪ କୋଟିରେ ପହଞ୍ଚିଥିବା ଏନଏଚଏଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତ ଦୁଇ ସପ୍ତାହ ମଧ୍ୟରେ ୨୦ ଲକ୍ଷ ଫାଷ୍ଟଟ୍ୟାଗ ନୂଆ ୟୁଜର ଏଥିରେ ସାମିଲ ହୋଇଛନ୍ତି। ଫାଷ୍ଟଟ୍ୟାଗ ପୂର୍ବର ଦୈନିକ ଟୋଲ କଲେସ୍କନ ୮୫ କୋଟିର ଅଧିକ ଯାଉ ନଥିଲା। ଏବେ ଏହା ଲାଗୁ ହେବା ପରେ ଟୋଲ ଆଦାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି। ଏହାଦ୍ୱାର ବିଭିନ୍ନ ଟୋଲ ଗେଟରେ ଭିଡ କମିଛି। ଯାତ୍ରୀ ଓ ଚାଳକଙ୍କୁ ଏହାଦ୍ୱାର ନୂଆ ଅନୁଭବ ପ୍ରାପ୍ତ ହୋଇଥିବା କହିଛନ୍ତି ଏନଏଚଆଇ କର୍ତ୍ତୃପକ୍ଷ।

ନିର୍ବାଚନ ପୂର୍ବରୁ ସମସ୍ତ ନିର୍ବାଚନ କର୍ମଚାରୀଙ୍କ ପାଇଁ କରୋନା ଟିକା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସମସ୍ତ ନିର୍ବାଚନ କର୍ମଚାରୀଙ୍କ ପାଇଁ କରୋନା ଟିକା ବାଧ୍ୟତାମୂଳକ। ପ୍ରିଜାଡିଂ ଅଫିସର ସମେତ ନିର୍ବାଚନରେ ଯେଉଁମାନେ ସଂଶ୍ଲିଷ୍ଟ ରହିବେ ସମସ୍ତଙ୍କୁ ଭାକ୍ସିନ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ନିର୍ବାଚନରେ ଡ୍ୟୁଟି କରିବାକୁ ଥିବା ସମସ୍ତ କର୍ମଚାରୀଙ୍କୁ ଫ୍ରଣ୍ଟଲାଇନ୍ ଯୋଦ୍ଧା ଭାବେ କରୋନା ଟିକାକରଣ କରାଯିବ। ପଶ୍ଚିମବଙ୍ଗ ସମେତ ୫ ଟି ରାଜ୍ୟରେ ବାଜିଛି ନିର୍ବାଚନ ଶଙ୍ଖନାଦ। ଗତକାଲି ଏନେଇ ନିର୍ବାଚନ କମିଶନ ଘୋଷଣା କରିସାରିଛନ୍ତି।

ତେଣୁ ନିର୍ବାଚନ କର୍ମୀଙ୍କ ସୁରକ୍ଷା ଓ ଦେଶରେ କରୋନା ସଂକ୍ରମଣକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି। ଏହାସହ ସମ୍ବେଦନଶୀଳ ମତଦାନ କେନ୍ଦ୍ରଗୁଡିକରେ ଓ୍ବେବକାଷ୍ଟିଂର ବ୍ୟବସ୍ଥା ରହିବ। ଆବଶ୍ୟକ ସଂଖ୍ୟାରେ ସୁରକ୍ଷାକର୍ମୀ ନିୟୋଜିତ କରାଯିବ। କରୋନା ଗାଇଡଲାଇନ୍ ପାଳନ କରି ମତଦାନ ପାଇଁ ଅଧିକ ଏକ ଘଣ୍ଟା ସମୟ ଦିଆଯିବ। ସମସ୍ତ ନିର୍ବାଚନ କ୍ଷେତ୍ରରେ ଅନଲାଇନ୍ ନାମାଙ୍କନର ବ୍ୟବସ୍ଥା କରାଯିବ। କେବଳ ୫ ଜଣ ବ୍ୟକ୍ତିଙ୍କୁ ଡୋର ଟୁ ଡୋର କ୍ୟାମ୍ପେନିଂ ପାଇଁ ଅନୁମତି ମିଳିବ। ରୋଡ ଶୋରେ ୫ଟି ଗାଡିକୁ ଅନୁମତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ।

ଟିଟିଲାଗଡ଼କୁ ଟପିଗଲା ରାଜଧାନୀ, ଭୁବନେଶ୍ୱରରେ ତାପମାତ୍ରା ୪୦.୬ ଡିଗ୍ରୀ

0

ଭୁବନେଶ୍ବର: ରାଜ୍ୟର ସର୍ବାଧିକ ଉତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ବର । ୨୧ ତାରିଖରୁ କ୍ରମାଗତ ଭାବେ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ବର । ଆଜି ରାଜଧାନୀରେ ୪୦ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଉତ୍ତର-ପଶ୍ଚିମ ରାଜ୍ୟ – ରାଜସ୍ଥାନ, ପଞ୍ଜାବ, ହରିଆନା ଓ ଦିଲ୍ଲୀରେ 6ରୁ7 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି ।

5ବର୍ଷ ପରେ ଏଭଳି ସ୍ଥିତିର ପୁନରାବୃତ୍ତି ହୋଇଛି । ଆକାଶରେ ଗୁରୁଚାପବଳୟ ସୃଷ୍ଟି ଯୋଗୁ ସୃଷ୍ଟି ହୋଇଛି ଏଭଳି ସ୍ଥିତି । ବାୟୁମଣ୍ଡଳରେ ଜଳୀୟବାଷ୍ପ କମ୍‌ ଯୋଗୁଁ ଆଦ୍ରତା କମିଥିବା ପାଣିପାଗ ବିଭାଗ କହିଛି । ଆଗାମୀ ଦିନେ ଦୁଇଦିନ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ରହିବ ଏବଂ ପରେ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଭଳି ଅସ୍ବାଭାବିକ ତାପମାତ୍ରା ବୃଦ୍ଧି ଉପରେ ନଜର ରଖିଛି ବିଶ୍ବ ପାଣିପାଗ ସଂଗଠନ ।

ଅନଲାଇନ ପରୀକ୍ଷାକୁ ଅନୁମତି, ଅଭିଭାବକଙ୍କ ସହମତିରେ ହୋଇପାରିବ ପରୀକ୍ଷା

ଭୁବନେଶ୍ବର: ରାଜ୍ୟ ପାଇଁ ଜାରି ହୋଇଛି ମାର୍ଚ୍ଚ ଗାଇଡଲାଇନ । ସ୍ବତନ୍ତ୍ର ରିଲିଫ୍ କମିଶନର୍ ଜାରି କରିଥିବା ଗାଇଡଲାଇନରେ ଅନଲାଇନ ପରୀକ୍ଷାକୁ ମିଳିଛି ଅନୁମତି । ପୂର୍ବରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲା ରହିଥିବା ବେଳେ ସ୍ଥିତି ଦେଖ ଅନଲାଇନ ପରୀକ୍ଷାକୁ ଶିକ୍ଷା ବିଭାଗ ଅନୁମତି ଦେଇପାରିବା ନେଇ ନୂଆ ଗାଇଡଲାଇନରେ ଜାରି କରାଯାଇଛି ।

ସେପଟେ ଅଭିଭାବକଙ୍କ ସହମତିରେ ଅନଲାଇନ ପରୀକ୍ଷା କରାଯାଇପାରିବ । ପରବର୍ତ୍ତୀ ଶ୍ରେଣୀକୁ ଉର୍ତ୍ତୀର୍ଣ ହୋଇପାରିବେ ଛାତ୍ରଛାତ୍ରୀ । ପୂର୍ବରୁ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ାକୁ ଅନୁମତି ମିଳିସାରିଥିବା ବେଳେ ସ୍ଥିତିକୁ ଦେଖି ଅନଲାଇନ ପରୀକ୍ଷା ପାଇଁ ଅନୁମତି ଦେଇପାରିବ ଶିକ୍ଷା ବିଭାଗ । ଏବଂ
ସେହି ଆଧାରରେ ପରବର୍ତ୍ତୀ ଶ୍ରେଣୀକୁ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇପାରିବେ ବୋଲି ନିର୍ଦ୍ଦେଶନାମାରେ ଜାରି କରିଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସଫଳତା କାମନା କଲେ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ଯୋଜନା ଗୃହୀତ ପ୍ରସଙ୍ଗରେ ମତବ୍ୟକ୍ତ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ସମସ୍ତ ବିଧାୟକଙ୍କ ନିକଟରେ କୃତଜ୍ଞ ବୋଲି ଗଜପତି କହିଛନ୍ତି । ଯୋଜନା ସର୍ବସମ୍ମତିକ କ୍ରମେ ପାରିତ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ମହାରାଜା ।

ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଫଳ ନେତୃତ୍ବ ଫଳରେ ଏହି ଐତିହାସିକ ପ୍ରକଳ୍ପ ଗୃହୀତ ହୋଇପାରିଛି । ଶ୍ରୀଜଗନ୍ନାଥ ଧାମକୁ ବିଶ୍ବସ୍ତରୀୟ କରାଯାଇଛି । ପ୍ରକଳ୍ପର ସଫଳତା ପାଇଁ ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଗଜପତି କହିଛନ୍ତି ।

ମାର୍ଚ୍ଚ ପାଇଁ ଆସିଲା ଗାଇଡଲାଇନ୍, ଦୁଇ ହଜାରରୁ କମ ଦର୍ଶକରେ ଦୁଲୁକିବ ଯାତ୍ରା ପେଣ୍ଡାଲ

ଭୁବନେଶ୍ବର: ମାର୍ଚ୍ଚ ମାସ ପାଇଁ ଆସିଲା କରୋନା ଗାଇଡଲାଇନ୍ । କେନ୍ଦ୍ରର ଗାଇଡଲାଇନ ପରେ ରାଜ୍ୟ ସରକାର ଜାରି କରିଛନ୍ତି ନିୟମାବଳୀ । ସ୍ବତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ଏହି ଗାଇଡଲାଇନଜାରି କରିଛନ୍ତି । ମାର୍ଚ୍ଚ1 ରୁ ମାର୍ଚ୍ଚ 31 ଯାଏ ଗାଇଡଲାଇନ ଜାରି କରାଯାଇଛି । ଯଦ୍ବାରା ଜନସଚେତନତା ସହ ବ୍ୟାପକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

ନୂତନ ଗାଇଡଲାଇନରେ ଯାତ୍ରା ପାଇଁ ମିଳିଛି ଅନୁମତି ।  ୨୦୦୦ ଦର୍ଶକରୁ କମ ଏବଂ ୬ ଫୁଟ ସାମାଜିକ ଦୂରତା ବଜାୟ ରଖିବା ସହ ଯାତ୍ରା ହୋଇପାରିବ ବୋଲି ନିର୍ଦେଶ ଦେଇଛନ୍ତି ଏସଆରସି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ ରହିଛି । ଅନ୍ୟପକ୍ଷରେ ସେହିପରି ଫିଲ୍ମ ହଲରେ 50 ପ୍ରତିଶତ ଦର୍ଶକ ବସିପାରିବା ନେଇ ମଧ୍ୟ ନୂତନ ନିର୍ଦ୍ଦେଶାବଳୀରେ କୁହାଯାଇଛି ।

ସେପଟେ ମାର୍ଚ୍ଚରେ ଖୋଲିବ ମନ୍ଦିର ଓ ଧର୍ମାନୁଷ୍ଠାନ । ୫୦୦ଲୋକଙ୍କୁ ନେଇ ହୋଇପାରିବ ବାହାଘର, ଶୁଦ୍ଧିକ୍ରିୟା । ଏସବୁ କାର୍ଯ୍ୟରେ ମଧ୍ୟ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ମାର୍ଚ୍ଚ ଗାଇଡଲାଇନରେ ଇଞ୍ଜିନିୟରିଂ କଲେଜ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି ।

ଇସ୍ରାଏଲୀ ଇଞ୍ଜିନିୟର ବିକ୍ରି କରିଦେଲେ ମାରାତ୍ମକ ଡ୍ରୋନ୍ ହାରୋପ୍‌ର ଟେକ୍ନୋଲୋଜି, ଭାରତ ପାଇଁ ବିପଦ

0

ଇସ୍ରାଏଲ ଠାରୁ କୋଟି କୋଟି ଟଙ୍କାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିଥିବା ଭାରତ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଇସ୍ରାଏଲର ୨୦ ଜଣ ଇଞ୍ଜିନିୟରଙ୍କ ବିରୋଧରେ ଘାତକ ଡ୍ରୋନ ହାରୋପର ଟେକ୍ନୋଲୋଜିକୁ ଏକ ଏସୀୟ ଦେଶକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। କିନ୍ତୁ ଇସ୍ରାଏଲ ଏହି ଏସୀୟ ଦେଶର ନାମ କହିନାହିଁ। ଏହି ଖବର ଭାରତ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଛି। କାରଣ ଭାରତ ଏହି ଡ୍ରୋନକୁ ଇସ୍ରାଏଲ ଠାରୁ କିଣିବାକୁ ଯାଉଥିବା ବେଳେ ଏହି ଟେକ୍ନୋଲୋଜିକୁ ଭାରତର ଶତ୍ରୁ ଚୀନ୍ ବ୍ୟତୀତ ଅନ୍ୟ କେହି କିଣି ନଥିବା ଏବେ ଚର୍ଚ୍ଚା ହେଉଛି।

ଇସ୍ରାଏଲ୍ ମିଡିଆ ଏକ ରିପୋର୍ଟ ଅନୁଯାୟୀ ୨୦ ଜଣଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ଏମାନଙ୍କ ବରୋଧରେ ବେଆଇନ ଭାବେ ଡ୍ରୋନ୍ ଡିଜାଇନ୍ ତିଆରି କରିବା, ଉତ୍ପାଦନ ଏବଂ ବିକ୍ରି କରିବା ସହ ଏସୀୟ ଦେଶକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। କୁହାଯାଉଛି ଯେ ଅସ୍ତ୍ରଶସ୍ତ୍ର ବାଣିଜ୍ୟରେ କୌଣସି ପ୍ରକାରର ଆଞ୍ଚ ଆସିବା ଭୟରେ ଇସ୍ରାଏଲ ସେହି ଏସୀୟ ଦେଶର ନାମ କହୁନାହିଁ। ତେବେ ଏହି ଡ୍ରୋନର ଟେକ୍ନୋଲଜି ବିକ୍ରି ହେବା ପୂର୍ବରୁ ଇସ୍ରାଏଲ୍ ଘୋଷଣା କରିଥିଲା ​​ଯେ ଏହି ମାରାତ୍ମକ ଡ୍ରୋନ୍କୁ ତିନି ଦେଶକୁ ପଠାଇବା ପାଇଁ ଏକ ଚୁକ୍ତି ହୋଇଛି। ଏଥିରେ ଏକ ଏସୀୟ ଦେଶ ମଧ୍ୟ ଅନ୍ତର୍ଭୁକ୍ତ ଯାହା ଭାରତ ହୋଇପାରେ ବୋଲି କହିଥିଲେ।

ଇସ୍ରାଏଲ୍ ପୋଲିସ୍ ଏହି ତଦନ୍ତରେ ସହଯୋଗ କରୁଛି। ଇସ୍ରାଏଲ୍ ପୋଲିସ୍ ଏହାର ବିବୃତ୍ତିରେ କହିଛି ଯେ ଏହି ଡ୍ରୋନ ବଦଳରେ ଇସ୍ରାଏଲ୍ ଇଂଜିନିୟରଙ୍କୁ ବହୁ ଅର୍ଥ ଏବଂ ଅନ୍ୟାନ୍ୟ ସୁବିଧା ଦିଆଯାଇଛି। ଇସ୍ରାଏଲର କମ୍ପାନୀ ଇସ୍ରାଏଲ୍ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ ହାରୋପ୍ ଡ୍ରୋନ୍ ଉତ୍ପାଦନ କରୁଛି। ଏହି ଡ୍ରୋନକୁ ଆଜାରବୈଜାନ  ଆର୍ମେନିଆ ବିରୋଧରେ ଯୁଦ୍ଧ ପାଇଁ ବ୍ୟବହାର କରିଥିଲା ।  ହାରୋପରକୁ ଆର୍ମେନିଆର ବାୟୁ ସେନା ଏବଂ ଟ୍ୟାଙ୍କ୍‌ ଅଟକାଇ ପାରିନଥିଲା। ଇସ୍ରାଏଲ ଗଣମାଧ୍ୟମ ଆଶଙ୍କା କରୁଛି ଯେ, ଏହି ଡ୍ରୋନର ଟେକ୍ନୋଲୋଜି ବର୍ତ୍ତମାନ ଶତ୍ରୁମାନଙ୍କ ହାତରେ ପହପାରେ | ଏହାପୂର୍ବରୁ ଇସ୍ରାଏଲ୍ ଚାଇନାକୁ ସିସିଟିଭି ଡ୍ରୋନ୍ ବିକ୍ରୟ କରିବାକୁ ଚାହୁଁଥିଲା କିନ୍ତୁ ଆମେରିକା ଏହାକୁ ବନ୍ଦ କରି ଦେଇଥିଲା।