ବିଦ୍ୟାଳୟରେ ପାଠପଢ଼ା ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

Odisha Suspension School Classes Of IX And XI Students

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି ନେଇଛି । ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ ଏପ୍ରିଲ୍ ୩୦ ଯାଏ ନିଲମ୍ବନ କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ବିଭାଗର ସମସ୍ତ ନିର୍ଦ୍ଦେଶକ ଓ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।

Odisha Suspension School Classes Of IX And XI Students

ସରକାରୀ ସ୍କୁଲ ସହ ସରକାରୀ ସହାୟତାପ୍ରାପ୍ତ ସ୍କୁଲ୍ ଓ ଘରୋଇ ବିଦ୍ୟାଳୟରେ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ନିଲମ୍ବନ ନେଇ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟର ହଷ୍ଟେଲରେ ରହି ପଢ଼ୁଥିବା ଛାତ୍ରଛାତ୍ରୀ ତୁରନ୍ତ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ସ୍କୁଲ୍ କର୍ତ୍ତୃପକ୍ଷ ଅନଲାଇନ୍ ପାଠପଢ଼ା ଜାରି ରଖିବାକୁ କୁହାଯାଇଛି ।

Odisha Suspension School Classes Of IX And XI Students

ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ାକୁ ନିଲମ୍ବିତ ରଖାଯାଇଥିବା ବେଳେ ଏପ୍ରିଲ୍ ୨୫ ଯାଏ ଦଶମ ଓ ଦ୍ୱାଦଶ ଶ୍ରେଣୀ କ୍ଲାସ୍ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜାରି ରହିବ । ଶ୍ରେଣୀଗୃହ ଓ ବିଦ୍ୟାଳୟ ପରିସରରେ କୋଭିଡ୍ କଟକଣାକୁ ମାନି ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଇଛି । ହଷ୍ଟେଲରେ ମଧ୍ୟ କୋଭିଡ୍ ନିୟମ ପାଳନ ନେଇ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply