କୋଟିଆରେ ଜାରି ହେଲା ୧୪୪ ଧାରା, ପଶି ପାରିବନି ବାହାର ଗାଡ଼ି

Koraput Dist Administration Imposed 144 In Kotia

ଜୟପୁର: କରୋନା ପାଇଁ କୋଟିଆରେ ଜାରି ହେଲା ୧୪୪ ଧାରା । କୌଣସି ଲୋକ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ୩ ଦିନ ପାଇଁ କୋଟିଆରେ ୧୪୪ ଧାରା ଜାରି କରାଯାଇଥିବା କୋରାପୁଟ ଜିଲ୍ଲାପାଳ ଘୋଷଣା କରିଛନ୍ତି । କୌଣସି ଯାନ ବାହାନ ଗଡ଼ିବାକୁ ମନା କରାଯାଇଛି । ବର୍ତ୍ତମାନ ଜିଲ୍ଲାର ସବୁ ଦଳର ନେତା କୋଟିଆରେ ଥିବାବେଳେ ରାତି ଜଗିବେ । କୋଟିଆରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଅଛନ୍ତି । ଜରୁରୀ ନଥିଲେ ବାହାରକୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡାକବାଜି ଯନ୍ତ୍ର ଜରିଆରେ କୋଟିଆର ସମସ୍ତ ଗାଁରେ ପ୍ରଶାସନ ଘୋଷଣା କରିଛି ।

Koraput Dist Administration Imposed 144 In Kotia

ଓଡ଼ିଶାର ବିରୋଧ ସତ୍ତ୍ୱେ ଆସନ୍ତାକାଲି ଗୁରୁବାର କୋଟିଆରେ ଭୋଟ୍ ଗ୍ରହଣ କରିବା ଆନ୍ଧ୍ର । ଆନ୍ଧ୍ର ସରକାରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଜିଲ୍ଲାପରିଷଦ ନିର୍ବାଚନ କରିବାକୁ ଅନୁମତି ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ ବିଜ୍ଞପ୍ତି ଅନୁଯାୟୀ ଆସନ୍ତାକାଲି କୋଟିଆ ପଞ୍ଚାୟତ ଅନ୍ତର୍ଗତ ତଳ ଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରଙ୍କୁ ନେଇ ଜିଲ୍ଲା ପରିଷଦ ନିର୍ବାଚନ କରୁଛି । ଏହାକୁ ଓଡ଼ିଶାର ସମସ୍ତ ରାଜନୈତିକ ଦଳ ପ୍ରବଳ ବିରୋଧ କରିଛନ୍ତି । କୋଟିଆ ପାଇଁ ଉଠିଛି ଗୋଟିଏ ସ୍ୱର ।

Koraput Dist Administration Imposed 144 In Kotia

ବିଜେଡି, ବିଜେପି ଓ କଂଗ୍ରେସର ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ଫାଟୁସିନେରୀ ନିକଟସ୍ଥ ଓଡିଶା ଆନ୍ଧ୍ର ସୀମା ରାସ୍ତା ଉପରେ ଧାରଣା ବସିଛନ୍ତି । ସୀମାନ୍ତରେ ସଂଯୋଗ କରୁଥିବା ରାସ୍ତାକୁ  ଅବରୋଧ କରିଛନ୍ତି । ଓଡିଶାର କୌଣସି ଭୋଟରଙ୍କୁ ଆନ୍ଧ୍ର ନିର୍ବାଚନରେ ଭାଗ ଦେବାକୁ ଦିଆଯିବ ନାହିଁ ବୋଲି ସେମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟାଙ୍ଗି ବିଧାୟକ ପ୍ରିତମ ପାଢ଼ୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ବିଜେପି ନେତା ଜୟରାମ ପାଙ୍ଗି ପ୍ରମୁଖ ଶତାଧିକ ସମର୍ଥକଙ୍କ ସହ ଧାରଣା ଦେଇଛନ୍ତି ।

Leave a Reply