ସାଇକେଲିଷ୍ଟ ସ୍ୱାତୀ ସିଂଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଦେଲେ ୨ ଲକ୍ଷ ଟଙ୍କାର ପୁରସ୍କାର

1 min read

ଭୁବନେଶ୍ୱର: ଜାତୀୟ ସ୍ତରରେ ରେକର୍ଡ ହାସଲ କରିଥିବା ଓଡ଼ିଶା ସାଇକେଲିଷ୍ଟ ସ୍ୱାତୀ ସିଂଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହ ସ୍ୱାତୀଙ୍କୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି । ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ ଉଦୀୟମାନ ତାରକା ସ୍ୱାତୀ ଗୁଆହାଟିରେ ଅନୁଷ୍ଠିତ ୨୦୨୦ ଖେଳୋ ଇଣ୍ଡିଆ ୟୁଥ୍ ଗେମ୍ସର ସାଇକେଲିଂରେ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ ।

CM Felicitates Ace Odisha Cyclist & National Record Holder Swasti Singh

ନିକଟରେ ସ୍ୱାତୀ ବ୍ୟକ୍ତିଗତ ବର୍ଗରେ ୩ ହଜାର ମିଟର ଦୂରତାକୁ ୪:୦୫:୫୪୭ ସେକେଣ୍ଡରେ ନୂଆ ଜାତୀୟ ରେକର୍ଡ କରିବା ସହ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଏଥିସହ ନଭି ମୁମ୍ବାଇରେ ଅନୁଷ୍ଠିତ ଜାତୀୟ ରୋଡ୍ ସାଇକେଲିଂ ଚାମ୍ପିଅନସିପରେ ୬୦ କିମି ରୋଡ୍ ମାସ ଷ୍ଟାର୍ଟରେ ସ୍ୱାତୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

CM Felicitates Ace Odisha Cyclist & National Record Holder Swasti Singh

ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରେ ୭୨ତମ ଜାତୀୟ ଟ୍ରାକ୍ ସାଇକେଲିଂ ଚାମ୍ପିଅନସିପରେ ସ୍ୱାତୀ ୧୦ କିଲୋମିଟର ସ୍କ୍ରାଚ ରେସ୍ ଓ ୨୦ କିଲୋମିଟର ପଏଣ୍ଟ ରେସରେ ରୌପ୍ୟ ଜିତିଥିଲେ । ସ୍ୱାତୀଙ୍କ ଏହି ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ସ୍ୱାତୀ ଅନ୍ୟ ଯୁବଗୋଷ୍ଠୀଙ୍କ ଲାଗି ପ୍ରେରଣାର ଉତ୍ସ । ବିଶେଷକରି ମହିଳାମାନଙ୍କ ସଫଳତାର ପଥିକ ସ୍ୱାତୀ ।

ଏଥିସହ ପଢ଼ନ୍ତୁ- ଓଡ଼ିଆ ସାଇକେଲିଷ୍ଟ ସ୍ୱାତୀ ସିଂହଙ୍କୁ ସ୍ୱର୍ଣ୍ଣ ପଦକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Leave a Reply