ଚିଲିକା ନିକଟ ୬୫୦ ଏକର ଜମିରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ଫିଲ୍ମସିଟି

Sujay Mukharjee Planned To Setup An World Class Film City Near Chilika Lake

ବାଲେଶ୍ୱର: ଓଡ଼ିଶାରେ ନିର୍ମାଣ ହେବ ବିଶ୍ୱ ସ୍ତରୀୟ ଫିଲ୍ମିସିଟି । ଖୋର୍ଦ୍ଧା ଜିଲ୍ଲା ଚିଲିକା ନିକଟ ୬୫୦ ଏକର ଜମିରେ ନିର୍ମାଣ ହେବାକୁ ଯାଉଛି ଏହି ଫିଲ୍ମିସିଟି । ଏଥିରେ ପ୍ରାୟ ୨୦ ହଜାର କୋଟି ଟଙ୍କା ବିନିଯୋଗ ହେବ । ବଲିଉଡ଼ରେ ପ୍ରସିଦ୍ଧି ଲାଭ କରିଥିବା ନାୟକ ଜୟ ମୁଖାର୍ଜୀଙ୍କ ସାନଭାଇ ସୁଜୟ ମୁଖାର୍ଜୀ ଏହି ଷ୍ଟୁଡିଓ ନିର୍ମାଣ କରିବେ । ସୁଜୟଙ୍କ ନିର୍ଦ୍ଦେଶନାରେ ବଲିଓଡର ଛଇଲା ବାବୁ, ପଥର କା ଇନସାନ, କର୍ଣ୍ଣ, ଲଭର ବୟ, ସମ୍ବନ୍ଧ ଭଳି ଏକାଧିକ ସିନେମା ନିର୍ମାଣ କରାଯାଇଛି ।

Sujay Mukharjee Planned To Setup An World Class Film City Near Chilika Lake

ସୁଜୟଙ୍କର ମଧ୍ୟ ଭାରତର ବିଭିନ୍ନ ସ୍ଥାନରେ ରହିଛି ସିନେମା ନିର୍ମାଣ କରାଯାଉଥିବା ଷ୍ଟୁଡିଓ । ଓଡ଼ିଶାରେ ପ୍ରାକୃତିକ ପରିବେଶରେ ଏକ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ଥିବା ଷ୍ଟୁଡ଼ିଓ ନିର୍ମାଣ କରିବାକୁ ତାଙ୍କ କମ୍ପାନୀ ସିଦ୍ଧାନ୍ତ ଗ୍ରହଣ କରିଛି । ଏଥିରେ ଭାରତର ସମସ୍ତ ଜଣାଶୁଣା ସ୍ଥାନ ସହିତ ବିଦେଶର ମଧ୍ୟ ସେଟ୍‌ ପ୍ରସ୍ତୁତ କରାଯିବ । ଷ୍ଟୁଡିଓ ଭିତରେ ଗାଁ ଠାରୁ ଆରମ୍ଭକରି ଏୟାରପୋର୍ଟ, ହେଲିପ୍ୟାଡ୍, ରେଳ ଷ୍ଟେସନ, ଷ୍ଟାର ହୋଟେଲ ସହିତ ସମସ୍ତ ସୁବିଧା ରହିବ ।

Sujay Mukharjee Planned To Setup An World Class Film City Near Chilika Lake

ଗୋଟିଏ ସ୍ଥାନରେ ୧୦୦ ଜଣ ସେଲିବ୍ରିଟିକୁ ରହିବାର ମଧ୍ୟ ସୁବିଧା ରହିବ । ସିନେମା ତିଆରି କରୁଥିବା ସଂସ୍ଥା ଏଠାରେ ସିନେମା ସୁଟିଂ କରିବା ସହିତ ସାଧାରଣ ଲୋକେ ଏହି ପ୍ରାକୃତିକ ପରିବେଶ ବୁଲି ଦେଖିବାର ମଧ୍ୟ ସୁବିଧା ରହିବ । ଷ୍ଟୁଡିଓ ନିର୍ମାଣ କାମରେ ବାଲେଶ୍ୱର ଆସିଥିବା ବେଳେ ନନ୍ଦିଘୋଷ ଟିଭି ଭେଟିଥିଲା ଫିଲ୍ମ ନିର୍ମାତା ସୁଜୟ ମୁଖାର୍ଜୀଙ୍କୁ ।

Leave a Reply