spot_img
Home Blog Page 5934

ଭାରତର ଭ୍ୟାକସିନ୍ ଉପରେ ଚୀନର ନଜର, ଟିକା ଫର୍ମୁଲା ଚୋରି ପାଇଁ ପ୍ରୟାସ

ନୂଆଦିଲ୍ଲୀ: ଚାଇନାର ଏକ ହ୍ୟାକିଂ ଦଳ ଗତ ସପ୍ତାହରେ ଭାରତର କରୋନା ଟିକା ନିର୍ମାତାଙ୍କ ଆଇଟି ସିଷ୍ଟମକୁ ଟାର୍ଗେଟ କରିଥିବା ନେଇ ସାଇବର ଗୁପ୍ତଚର ସଂସ୍ଥା ସାଇଫର୍ମା ପକ୍ଷରୁ ସୂଚନା ମିଳିଛି ।

ଉଭୟ ଚାଇନା ଓ ଭାରତ କରେନା ଟିକା ଉତ୍ପାଦନ କରି ଅନେକ ଦେଶକୁ କୋଭିଡ-୧୯ ସଟ୍ ଯୋଗାଉଛନ୍ତି । ବିଶ୍ୱରେ ବିକ୍ରି ହେଉଥିବା ଟିକା ମଧ୍ୟରୁ ଭାରତ ୬୦ ପ୍ରତିଶତରୁ ଅଧିକ ଟିକା ଉତ୍ପାଦନ କରୁଛି।

ସିଙ୍ଗାପୁର ଏବଂ ଟୋକିଓରେ ଅବସ୍ଥିତ ସାଇବର ଇଣ୍ଟେଲିଜେନ୍ସ ଫାର୍ମ ସାଇଫର୍ମା କହିଛି ଯେ, ଷ୍ଟୋନ୍ ପାଣ୍ଡା ନାମରେ ଜଣାଶୁଣା ଚାଇନାର ହ୍ୟାକିଂ ଗ୍ରୁପ୍ APT10, ଭାରତ ବାୟୋଟେକ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଆଇଟି ଇନଫ୍ରାଷ୍ଟ୍ରକଚର ଓ ସପ୍ଲାଇ ଚେନ୍ ସଫ୍ଟଓ୍ୱେୟାରର ଦୁର୍ବଳତା ଖୋଜିବାକୁ ପ୍ରୟାସ କରିଛି ।

ବ୍ରିଟିଶ ବୈଦେଶିକ ଗୁପ୍ତଚର ଏଜେନ୍ସି MI6 ସହିତ ସାଇଫର୍ମା ମୁଖ୍ୟ କାର୍ଯ୍ୟନିର୍ବାହୀ କୁମାର ରିତେଶ କହିଛନ୍ତି ଯେ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ଉପରେ ପ୍ରତିଯୋଗିତାମୂଳକ ସୁବିଧା ପାଇବା ପାଇଁ ଏଭଳି କରାଯାଉଛି। APT10 ଖାସକରି SIIକୁ ଟାର୍ଗେଟ କରୁଛି । ଯିଏକି ଅନେକ ଦେଶ ପାଇଁ ଆଷ୍ଟ୍ରାଜେନେଙ୍କା ଟିକା ପ୍ରସ୍ତୁତ କରୁଛି ଏବଂ ଖୁବ୍ ଶୀଘ୍ର ନୋଭାଭ୍ୟାକ୍ସ ସଟ ଉତ୍ପାଦନ ଆରମ୍ଭ କରିବ ।

ତେବେ ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ ଏନେଇ କୌଣସି ମତାମତ ଦେଇ ନାହିଁ। ସେହିପରି SII ଏବଂ ଭାରତ ବାୟୋଟେକ୍ କିଛି କହିବାକୁ ମନା କରି ଦେଇଛନ୍ତି। ସରକାରଙ୍କ ଦ୍ୱାରା ପରିଚାଳିତ କମ୍ପ୍ୟୁଟର ଇମରଜେନ୍ସି ରେସପନ୍ସ ଟିମ୍ ସହ ସାଇଫର୍ମା କହିଛି ଯେ ଏନେଇ ଖୋଜାଖୋଜି ଚାଲିଛି ଏବଂ ତତକ୍ଷଣାତ୍ କିଛି କହିହେବ ନାହିଁ।

ରିତେଶଙ୍କ ଫାର୍ମ ପ୍ରାୟ 750 ସାଇବର ଅପରାଧୀଙ୍କ କାର୍ଯ୍ୟକଳାପ ଏବଂ ଡିସିଫର୍ ନାମକ ଏକ ଉପକରଣ ବ୍ୟବହାର କରି ପ୍ରାୟ ଦୁଇ ହଜାର ହ୍ୟାକିଂ କ୍ୟାମ୍ପେନ୍ ଉପରେ ନଜର ରଖିଛି । ତେବେ APT10 ଭାରତୀୟ କମ୍ପାନୀଗୁଡିକରୁ  ଟିକା ସମ୍ବନ୍ଧୀୟ କ’ଣ ସୂଚନା ପାଇଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଆଗକୁ ଅସହ୍ୟ କରିବ ପ୍ରଚଣ୍ଡ ଖରା, ୩ମାସ ପର୍ଯ୍ୟନ୍ତ ସକ୍ରିୟ ରହିବ ଲା-ନିନା

ଭୁବନେଶ୍ୱର: ଅସମ୍ଭାଳ କରିବ ତାତି। ଚଳିତବର୍ଷ ମାର୍ଚ୍ଚରୁ ମେ’ ମାସରେ ଅସହ୍ୟ ହେବ ତାତି। ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବା ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି। ଫେବୃଆରୀ ସ୍ଥିତି ଅନୁଯାୟୀ IMD ଏଭଳି ଆକଳନ କରିଛି। ଦିନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଏହି ୩ମାସ ଲା-ନିନା ସକ୍ରିୟ ରହିବ।

ପୂର୍ବ ପ୍ରଶାନ୍ତ ମହାସାଗରରେ ମଧ୍ୟମ ଧରଣର ଲା-ନିନା ପ୍ରକ୍ରିୟା ସକ୍ରିୟ ରହିବା ସମ୍ଭାବନା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ୯ ଜିଲ୍ଲାରେ ତାପମାତ୍ରା ୫ଡିଗ୍ରୀ ବଢ଼ିପାରେ । ଖୋର୍ଦ୍ଧା, କଟକ, ଅନୁଗୁଳ, ଯାଜପୁର, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ନୟାଗଡ଼ରେ ତାତି ବଢିବ ବୋଲି ପୂର୍ବାନୁମାନ କରାଯାଇଛି । ଘରୁ ବାହାରିବା ବେଳେ ସତର୍କ ରହିବାକୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ରାଜଧାନୀରେ ଲୁଟ୍‌ର ନୂଆ ଫଣ୍ଡା, ଟେଷ୍ଟ ଡ୍ରାଇଭ୍ ନାଁରେ ଗାଡ଼ି ଧରି ଫେରାର

ଭୁବନେଶ୍ୱର: ରାଜଧାନୀରେ ଲୁଟର ନୂଆ ଫଣ୍ଡା। ଟେଷ୍ଟ ଡ୍ରାଇଭ୍ ନାଁରେ ଗାଡ଼ି ଧରି ଫେରାର। ସହରର ଗଳିକନ୍ଦିରେ ଲୁଚିଛପି ନୁହେଁ, ଆଖି ଆଗରେ କରୁଛି ଲୁଟ୍। ଓଏଲଏକ୍ସରୁ ଆଡ୍ ଦେଖି ଖୋଜୁଥିଲା ଶିକାର। ବିଶ୍ବାସ ଜନ୍ମେଇବା ପାଇଁ ଦେଉଥିଲା ଆଡଭାନ୍ସ । ଟେଷ୍ଟ ଡ୍ରାଇଭ ନାଁରେ ଏଇ ଆସୁଛି କହି ମାରୁଥିଲା ଛୁ। ଏଭଳି ଏକ ଧୁର୍ତ୍ତ ଠକକୁ ବାନ୍ଧିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କାଡ।

ଟିକେ ଭଲ କରି ଚିହ୍ନି ରଖନ୍ତୁ ଏ ଠକର ଚେହେରାକୁ।  ଜିତୁ ଓରଫ ଅମିତ ପାତ୍ର। ଘର ଗଞ୍ଜାମ ଜିଲ୍ଲା, ଭଞ୍ଜନଗର। ଭୁବନେଶ୍ବରରେ ଓଏଲଏକ୍ସରେ ବାଇକ ବିକ୍ରି କରିବା ପାଇଁ ଆଡ ଦେଉଥିବା ଲୋକଙ୍କୁ ଯୋଗାଯୋଗ କରୁଥିଲା ଅମିତ। ଗାଡିର ରେଟ ଓ କଣ୍ଡିସନ ଦେଖିବା ପରେ ଗାଡ଼ି ମାଲିକକୁ ପସନ୍ଦ ହୋଇଛି କହି ଟେଷ୍ଟ ଡ୍ରାଇଭରେ ବାହାରି ଗାଏବ ହୋଇଯାଉଥିଲା ।

ପୋଲିସକୁ ଚକମା ଓ ଧର ନପଡିବା ଆଳରେ ଚୋରା ଗାଡି ଗୁଡିକୁ ଗାଁଗହଳିରେ ବିକ୍ରି କରୁଥିଲା। ୱାନ ମ୍ୟାନ ଆର୍ମି ଭଳି ଲୁଟ ଅପରେସନ କରୁଥିଲା ଅମିତ। ୫୦ ହଜାର ଗାଡ଼ିକୁ ୨୦ ହଜାର। ୩୦ ହଜାର ଗାଡିକୁ ୧୦ ହଜାର ଟଙ୍କାରେ ବିକ୍ରି କରୁଥିଲା। ସ୍ପେଶାଲ ସ୍କାଡ ତଦନ୍ତ କରି ଅମିତକୁ ଗିରଫ କରିବା ସହ ୧୧ଟି ବାଇକ ଜବତ କରିଛି। ଏ ହେଉଛନ୍ତି ଭୁବନେଶ୍ବରର ଜଣେ ଅଭିଯୋଗକାରିଣୀ । ଅମିତକୁ ଦେଖୁ ଦେଖୁ ଚିହ୍ନିଥିଲେ, କହିଥିଲେ ଏ ସେହି ଲୁଟେରା । କେମିତି ଓ କେଉଁ ଉପାୟରେ ଲୋକଙ୍କ ଠାରୁ ଲୁଟିଥିଲା କଣ କହୁଛନ୍ତି ଶୁଣନ୍ତୁ ।

ପୂର୍ବରୁ ୨୦୧୯ରେ ଗାଡ଼ି ଚୋରି କରିବା ଘଟଣାରେ  ଗିରଫ ହୋଇଥିଲା ଅମିତ୍  । ଜେଲରୁ ଫେରିବା ପରେ ପୁଣି ଗାଡ଼ି ଚୋରି କରିବା ପାଇଁ ତିଆରି କରିଥିଲା ବ୍ଲୁ ପ୍ରିଣ୍ଟ । ସେପେଟେ ଠକ ମାନେ କ୍ୟୁଆର କୋଡ ପଠାଇ ସ୍କାନ କରି ଟଙ୍କା ଠକୁଥିବା ନେଇ ସତର୍କ କରାଇଛନ୍ତି ଭୁବନେଶ୍ବର ଡିସିପି ।

କଟକଣା ଭିତରେ ହେବ ଜାଗର ଯାତ୍ରା, ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଖୁସିର ଲହରୀ

ଭୁବନେଶ୍ୱର: ଆସନ୍ତା ୧୧ତାରିଖରେ ମହା ଶିବରାତ୍ରୀ। କୋଭିଡ ଯୋଗୁଁ ଜାଗର ଯାତ୍ରା ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କରୋନା କଟକଣା ମଧ୍ୟରେ ଜାଗର ଯାତ୍ରା ଆୟୋଜନ ନେଇ ସହମତି ହୋଇଛି। ୬୦ବର୍ଷରୁ ଅଧିକ ଓ ୧୨ବର୍ଷରୁ କମ୍ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଉପରେ ଲାଗିଛି କଟକଣା । ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ସମସ୍ତ ନିଯୋଗ, ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ଦ୍ବିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ । ଯାତ୍ରା ଆୟୋଜନରେ ସମସ୍ତ ନିଯୋଗ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଚଳିତବର୍ଷ କରୋନାର ଦ୍ବିତୀୟ ଷ୍ଟ୍ରେନକୁ ନେଇ ସରକାରଙ୍କ ପକ୍ଷରୁ କଟକଣାକୁ କଡାକଡି କରାଯାଇଥିବାରୁ ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରୀ ପାଳନ ନେଇ ଉଠିଥିଲା ପ୍ରଶ୍ନ । ସମସ୍ତଙ୍କ ସହଯୋଗରେ ସୁରୁଖୁରୁରେ ଜାଗର ଯାତ୍ରା ପାଳନ ପାଇଁ ଲିଙ୍ଗରାଜ ସେନା ପକ୍ଷରୁ ମଧ୍ୟ ପ୍ରଶାସନକୁ ନିବେଦନ କରାଯାଇଥିଲା । ହେଲେ ଚଳିତବର୍ଷ ସମସ୍ତଙ୍କ ସହଯୋଗରେ, କୋଭିଡ କଟକଣା ଭିତରେ ଯାତ୍ରା ପାଳନ ପାଇଁ ଅନୁମତି ମିଳିଛି  ।….

ଜାଗର ଯାତ୍ରା ପାଇଁ ହୋଇସାରିଛି ନିଷ୍ପତ୍ତି । ଖୁବଶୀଘ୍ର ମନ୍ଦିର ପ୍ରଶାସନ ପକ୍ଷରୁ ଆଉ ଏକ ବୈଠକ ବସି ନିତିକାନ୍ତି ଓ ମହାଦୀପ ଉଠିବାର ସମୟ ଚୂଡାନ୍ତ ହେବ।

ନେତା ମାନେ ମୋଟା ଚମଡ଼ାର ହୋଇଥାନ୍ତି ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ କରୋନା ଟିକା ନେଇଛନ୍ତି। ଆଜି ଦିଲ୍ଲୀର ଏମ୍‌ସ ହସ୍ପିଟାଲରେ ସେ ଟିକା ନେଇଛନ୍ତି। ଏହି ଅବସରରେ ସେ ନର୍ସଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି, ନେତା ମୋଟା ଚମଡାର ହୋଇଥାନ୍ତି, ସେମାନଙ୍କୁ ମୋଟା ଛୁଞ୍ଚି ଲଗାଇବ । ପୁଡୁଚେରୀର ନର୍ସ ପି ନିବେଦା ମୋଦିଙ୍କୁ ଟିକା ଲଗାଇଥିଲେ ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ମୋଦି ଟିକା ଲଗାଇବା ପାଇଁ ଆଜି ସକାଳେ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାକାର ମାହୋଲ ଚାପଗ୍ରସ୍ତ ଥିବା ଭଳି ଅନୁଭବ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କୁ । ଯାହା ଫଳରେ ସେ ମଜା କରିବାକୁ ଯାଇ କହିଥିଲେ, ପଶୁ ମାନଙ୍କୁ ଲଗାଯାଉଥିବା ମୋଟା ଇଞ୍ଜକସନ୍ ଲଗାଇବ । ମାେଦିଙ୍କ ଏଭଳି କଥା ବୁଝିପାରିନଥିଲେ ଉପସ୍ଥିତ ଡାକ୍ତର ଓ ନର୍ସ । ତା’ ପରେ ସେ ବୁଝାଇକି କହିଥିଲେ ଯେ ରାଜନେତା ମାନଙ୍କର ଚମଡା ବହୁତ ମୋଟା ହୋଇଥାଏ । ଏହି କଥାରେ ନର୍ସ ହସିବା ସହ ତାଙ୍କୁ ଟିକା ଦେଇଥିଲେ ।

ସେପଟେ ଟିକା ଦେଇଥିବା ଦୁଇ ସିଷ୍ଟରଙ୍କ ସହ ମଧ୍ୟ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ସ୍ବାସ୍ଥ୍ୟକର୍ମୀଙ୍କ ସହ ଫଟୋ ଉଠାଇଲେ ଏବଂ ଟିକା ଦେବାବେଳେ ତାଙ୍କୁ କିଛି ମଧ୍ୟ ଜଣାପଡିନଥିବା କହିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଟିକା ଦେଇଥିଲେ କେରଳ ଓ ପୁଡୁଚେରୀର ନର୍ସ ରୋସାମ୍ମା ଅନୀଲ ଏବଂ ପି. ନିବେଦିତା।

ପ୍ରଧାନମନ୍ତ୍ରୀ ନିଜେ ଟିକା ନେବା ସହ ଉପଯୁକ୍ତ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି । ସେହିପରି ବିନା ଭୟ ଏବଂ ସଙ୍କଟରେ ଟିକା ନିଅନ୍ତୁ ଏବଂ ଦେଶକୁ କରୋନାରୁ ମୁକ୍ତ କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କାନ୍ଧରେ ଆସାମ ଗାମୁଛା ପକାଇଥିବା ଭିଡିଓରେ ନଜର ଆସିଥିଲେ । ସେପଟେ ଟିକା ନେବା ପରେ ବେସ ଖୁସି ଥିବା ମଧ୍ୟ ନଜର ଆସିଥିଲେ ପ୍ରଧାନମନ୍ତ୍ରୀ ।

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଗ୍ୟାସ୍‌ ଟାଙ୍କର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥର ପୁଇଁତୋଳା ଠାରୁ ହୂମ୍ମା ମଧ୍ୟରେ ଓଲଟିଲା ଗ୍ୟାସ ଟାଙ୍କର। ଭାରସାମ୍ୟ ହରାଇ ଓଲଟି ପଡିଥିବା ବେଳେ ଉଦ୍ଧାର ପାଇ ଜିଲ୍ଲା ପ୍ରଶାସନ ପ୍ରୟାସ କରୁଛି। ଗାଡିଟି ପାରାଦୀପରୁ ବିଶାଖାପାଟଣା ଯାଉଥିଲା। କୌଣସି କାରଣରୁ ଏଭଳି ଘଟଣା ଖଟିଲା ତାହା ସ୍ପଷ୍ଟ ହୋଇନାହିଁ। ତେବେ ଗ୍ୟାସ ଟ୍ୟାଙ୍କରରେ ଭର୍ତ୍ତି ହୋଇଥିଲା ଗ୍ୟାସ୍‌। ଘଟଣା ସ୍ଥଳରେ ସୁରକ୍ଷା ବାହିନୀ ପହଞ୍ଚି ଗ୍ୟାସ ଉପରେ ପାଣି ପକାଉଛି । ଅଧିକ କିଛି ନହେବା ପାଇଁ ସେଥିରୁ ସବୁ ଗ୍ୟାସ୍‌ ଅନ୍ୟ ଏକ ଗାଡ଼ିକୁ ବାହାର କରାଯିବ। ସେପଟେ ଆଖାପାଖ ଅଞ୍ଚଳରୁ ସବୁ ଲୋକଙ୍କୁ ଦୁରକୁ ନିଆଯାଇଛି।

ମୋବାଇଲ ଟାଓ୍ୱାର ଉପରେ ଚଢ଼ିଗଲା ୪ ବର୍ଷର ଶିଶୁ

କଟକ: ଫେରିଆସିଲା ମୋ ଧନ। ପୁଅ ଉଦ୍ଧାର ପରେ ମା ମନରେ ଅମାପ ଖୁସି। ମୋବାଇଲ ଟାଓ୍ବାର ଉପରେ ଫସି ରହିଥିବା ୪ବର୍ଷର ଶିଶୁ ଉଦ୍ଧାର। ଅଗ୍ନିଶମ ବାହିନୀର ନାନା କସରତ ପରେ ଶିଶୁ ଉଦ୍ଧାର ହୋଇଥିବାରୁ ପୂରା ଅଞ୍ଚଳରେ ଖୁସି ଲହରି। କଟକ ଜିଲ୍ଲା କଣ୍ଟାପଡା ବ୍ଲକ ପାଟସୁନ୍ଦରପୁରରେ ଘଟିଛି ଘଟଣା। ଗାଁର କୈଳାସ ସେଠୀଙ୍କ ୪ବର୍ଷର ପୁଅ ଘର ପାଖରେ ଥିବା ଦୁଇ ଶହ ଫୁଟ୍‌ର ମୋବାଇଲ ଟାଓ୍ବାର ଉପରେ ଚଢ଼ି ଯାଇଥିଲା। ଟାଓ୍ବାର ପାଖରେ କୌଣସି ପାଚେରୀ ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି। ଘଟଣା ପରେ ପରିବାର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପରିବାର ଜଣେ ସଦସ୍ୟ ମୋବାଇଲ ଟାଓ୍ବାରକୁ ଚଢି ଛୁଆ ପାଖରେ ପହଞ୍ଚିଥିଲେ ମଧ୍ୟ ଆଉ ଉହ୍ଲାଇପାରିନଥିଲେ। ଶିଶୁଟିକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରାଯାଇଥିଲା।

ତିନି ବର୍ଷ ଗର୍ଭବତୀ ରହିବା ପରେ, ଛେଳି ଛୁଆକୁ ଜନ୍ମ ଦେଲେ ମହିଳା

କିଛି ମାସ ପୂର୍ବରୁ ନାଇଜେରିଆରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା । ଯାହା ସମସ୍ତଙ୍କୁ ଚକିତ କରିଥିଲା । ଏମିତିକି ଡାକ୍ତର ଓ ବିଶେଷଜ୍ଞ ମଧ୍ୟ ଏନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଘଟଣାଟି ହେଉଛି ନାଇଜେରିଆର । ସେଠାରେ ଜଣେ ମହିଳା ତିନି ବର୍ଷ ଧରି ଗର୍ଭବତୀ ରହିବା ପରେ ଏକ ଛେଳିକୁ ଜନ୍ମ ଦେଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟ ଲୋକଙ୍କ ବିଶ୍ୱାସ ହେଲା ନାହିଁ । ଏହାକୁ ସମସ୍ତେ ଅବିଶ୍ୱାସ କରି କଥାକୁ ତାତ୍ସଲ୍ୟ କଲେ । କିନ୍ତୁ ଏହି ଘଟଣାଟି ସମ୍ପୂର୍ଣ୍ଣ ସତ୍ୟ । ଜଣେ ମହିଳା ଗୋଟିଏ ଛେଳି ଛୁଆକୁ ଜନ୍ମ ଦେବା ଘଟଣା ସତ ।

ତେବେ ଆହୁରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି, ଏଭଳି ଘଟଣା ନାଇଜେରିଆରେ ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି ।ଏହି ଘଟଣା ପୂର୍ବରୁ ମଧ୍ୟ ଗର୍ଭବତୀ ମହିଳାଙ୍କୁ ନେଇ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଯାହାକି ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିବ ।

ସୋସିଆଲ ମିଡିଆରେ ସାଇମନ୍‌ ଚୁକ୍‌ବୁ ନାମକ ଜଣେ ବ୍ୟକ୍ତି, ଏହି ଖବର ପୋଷ୍ଟ କରିଥିଲେ । ସେହି ପୋଷ୍ଟରେ ସେ କିଛି ଫଟୋ ସେୟାର କରିଥିଲେ । ଆଉ ସେଥିରେ ସେ ଲେଖିଥିଲେ ଯେ, ଏହି ମହିଳା ଜଣକ ଗତ ତିନି ବର୍ଷ ଧରି ଗର୍ଭବତୀ ଥିଲେ । କିନ୍ତୁ ଏଇ କିଛି ଦିନ ପୂର୍ବେ ଉକ୍ତ ମହିଳା ଜଣକ ଏକ ଛେଳି ଛୁଆକୁ ଜନ୍ମ ଦେଇଛନ୍ତି । ଏହି ଘଟଣା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଲେ । ସେହି ନାଇଜେରିଆରେ ଏହି ଖବର ଯିଏ ବି ପଢ଼ିଲା ସେ ଆଶ୍ଚର୍ଯ୍ୟ ହୋଇପଡ଼ିଲା । ଲୋକମାନେ ଏବେ ସେହି ସ୍ଥାନକୁ ଯାଇ ଉକ୍ତ ମହିଳାଙ୍କୁ ଏବଂ ସେହି ଛେଳି ଛଆକୁ ଦେଖୁଛନ୍ତି ।

ଏହା ପୂର୍ବରୁ ୨୦୧୨ରେ ନାଇଜେରିଆର ଜଣେ ମହିଳା ଘୋଡ଼ା ଭଳି ଦିଶୁଥିବା ଏକ ଛୁଆକୁ ଜନ୍ମ ଦେଇଥିଲେ । ଯାହାକି ଚର୍ଚ୍ଚାର ବିଷୟ ପାଲଟିଥିଲା ।

ବିଧାନସଭା ପାଇଁ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ, ପ୍ରଶ୍ନକାଳ ନେଭା ଆପ୍ ଜରିଆରେ ଉପଲବ୍ଧ ହେଉଛି

ଭୁବନେଶ୍ୱର: ବଜେଟ୍ ଅଧିବେଶନରେ ଇ-ବିଧାନସଭା କାର୍ଯ୍ୟକାରୀ ହେବା ପରେ ଏବେ ଏହାକୁ ନେଇ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ। ବିଧାୟକମାନେ ଇ-ବିଧାନସଭାରେ କିପରି ଭାଗନେବେ, ସେନେଇ ଆସନ୍ତା ବୁଧବାରଠାରୁ ବିଧାନସଭା ପରିସରରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଆରମ୍ଭ କରାଯିବ। ଏଥିଲାଗି ୧୦ ଜଣିଆ ପ୍ରଶିକ୍ଷାର୍ଥୀଙ୍କ ସହ ସ୍ବତନ୍ତ୍ର ସେଲ୍ ଖୋଲାଯାଇଥିବା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ସେପଟେ ବିଧାୟକମାନେ ମଧ୍ୟ ଇ-ବିଧାନସଭା ଟ୍ରେନିଂ ନେବାକୁ ବେଶ୍ ଆଗ୍ରହୀ। ପୂର୍ବରୁ ବିଧାୟକଙ୍କୁ ଲାପଟପ୍ ଓ ଆଇପ୍ୟାଡ୍ ଦିଆଯାଇଛି। ଏହାସହ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି । ବଜେଟ୍, ଅର୍ଥନୈତିକ ସର୍ଭେ ରିପୋର୍ଟ ଓ ପ୍ରଶ୍ନ କାଳ ନେଭା ଆପ୍ ଜରିଆରେ ଉପଲବ୍ଧ ହେଉଛି ।

ବିଲ୍ ଗେଟ୍ସଙ୍କୁ କାହିଁକି ପସନ୍ଦ ଆଣ୍ଡ୍ରୋଏଡ୍ ସ୍ମାର୍ଟ୍ ଫୋନ୍ସ…

ନୂଆଦିଲ୍ଲୀ: Android ଓ iPhone ଫୋନ୍ ମଧ୍ୟରୁ କିଏ ସବୁଠୁ ଭଲ । ଏହାକୁ ନେଇ ଅନେକ ସମୟରେ ବିତର୍କ ମଧ୍ୟ ହୋଇଥାଏ । କିଛି ଲୋକଙ୍କୁ Android ସେଟ୍ ଭଲ ଲାଗୁଥିବା ବେଳେ ଆଉ କେତେକଙ୍କର ପସନ୍ଦ iPhone । ହେଲେ ଜାଣିଛନ୍ତି କି ମାଇକ୍ରୋସଫ୍ଟର ସଂସ୍ଥାପକ ତଥା ଦୁନିଆର ଧନୀ ବ୍ୟକ୍ତି ବିଲ୍ ଗେଟ୍ସଙ୍କୁ Android ଫୋନ୍ ଖୁବ୍ ପସନ୍ଦ ।

ଜାଣନ୍ତୁ, ଏହା ପଛରେ କ’ଣ ରହିଛି କାରଣ… 

9to5Google ର ଏକ ରିପୋର୍ଟ ଅନୁଯାୟୀ ନିକଟରେ ବିଲ୍ ଗେଟ୍ସ ‘କ୍ଲବ ହାଉସ୍’ ଆପ୍ ଉପରେ ଏକ ଅଡ଼ିଓ ଇଣ୍ଟରଭ୍ୟୁ ଦେଇଥିଲେ । ‘କ୍ଲବ ହାଉସ୍’ ଏକ ଅଡ଼ିଓ ବେସଡ୍ ସୋସିଆଲ୍ ମିଡିଆ ଆପ୍ ହୋଇଥିବା ବେଳେ ଏହା ଖୁବ୍ ଲୋକପ୍ରିୟ ହୋଇପାରିଛି ।

ଏହି ସାକ୍ଷାତକାରରେ ବିଲ୍ ଗେଟ୍ସ ସାମ୍ବାଦିକ ଆଣ୍ଡ୍ର୍ୟୁ ରସ୍ ସର୍କିନ୍ ଓ କ୍ଲବହାଉସ୍ ର କୋ-ଫାଉଣ୍ଡର ପଲ୍ ଡେଭିଡସନ ଙ୍କ ସହ କଥା ହୋଇଥିଲେ । ଏହି ସମୟରେ ସେ କହିଥିଲେ ଯେ ସେ ଏବେବି ଆଣ୍ଡ୍ରୋଏଡ୍ ସ୍ମାର୍ଟ୍ ଫୋନକୁ ଖୁବ୍ ପସନ୍ଦ କରନ୍ତି ।

ବିଲ୍ ଗେଟ୍ସ କହିଛନ୍ତି ଯେ ଆଣ୍ଡ୍ରୋଏଡ୍ ଫୋନର ଫ୍ଲେକସିବଲ୍ ଇକୋ-ସିଷ୍ଟମ୍ ତାଙ୍କୁ ଖୁବ୍ ପସନ୍ଦ । ଯଦିଓ ସେ କେବେ କେବେ ଆଇଫୋନ୍ ବ୍ୟବହାର କରିଥାନ୍ତି । ଅପରେଟିଂ ସିଷ୍ଟମରୁ ସଫ୍ଟଓ୍ୱେୟାର କନେକ୍ଟିଭିଟି ଆଣ୍ଡ୍ରୋଏଡ୍ ଫୋନରେ ଖୁବ୍ ସହଜ ହୋଇଥାଏ ।

କ୍ଲବହାଉସ୍ ଆପ୍ ଏକ ଅଡିଓ ବେସଡ୍ ଲୋକପ୍ରିୟ ସୋସିଆଲ୍ ମିଡିଆ ନେଟଓ୍ୱର୍କ । ଯାହା ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି । ଏହି ପ୍ଲାଟଫର୍ମରେ କିଛି ଦିନ ତଳେ ଟେସଲା ର ଫାଉଣ୍ଡର ମସ୍କ ମଧ୍ୟ ଏକ ସାକ୍ଷାତକାର ଦେଇଥିଲେ । ଏହା ବର୍ତ୍ତମାନ ସମୟରେ କେବଳ ଆଇଓଏସ୍ ପାଇଁଁ ଉପଲବ୍ଧ ରହିଛି ।