ଫିନାଇଲ୍ ପିଇ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, କହିଲେ ଶାଶୂ ଘର ଲୋକଙ୍କ ପାଇଁ…

ବିଗ ବସ୍ କନ୍ନଡର ପୂର୍ବତନ ପ୍ରତିଯୋଗୀ ତଥା ଅଭିନେତ୍ରୀ ଚୈତ୍ରା କୋଟୁର ଏପ୍ରିଲ୍ ୮ ତାରିଖ ଦିନ ଫିନାଇଲ୍ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସେ ସମୟରେ ଅଭିନେତ୍ରୀ ଜଣକ କୋଲାର ସ୍ଥିତ ଘରେ ଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁସ୍ଥ ଥିବା ଜଣାପଡିଛି ।

 

ବିଗ ବସ୍ କନ୍ନଡ ସିଜନ୍ ୭ର ଏହି ପ୍ରତିଯୋଗୀ ଜଣକ ତାଙ୍କ ଶାଶୂ ଘର ଲୋକଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ଗତ ମାସରେ ସେ ବିଜନେସମ୍ୟାନ୍ ନାଗାର୍ଜୁନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେ ମନ୍ଦିରରେ ବିବାହ କରିଥିବା ବେଳେ ନାଗାର୍ଜୁନଙ୍କ ପରିବାର ଲୋକେ ଏହି ବିବାହ ପାଇଁ ସ୍ୱୀକୃତି ନଦେବା ସହ ତାଙ୍କୁ ଆପଣାଇବା ପାଇଁ ରାଜି ହୋଇନଥିଲେ ।

ରିପୋର୍ଟ ଅନୁଯାୟୀ, ଚୈତ୍ରା ନିଜ ବୟାନରେ କହିଛନ୍ତି ଯେ ନାଗାର୍ଜୁନଙ୍କ ପରିବାର ଲୋକେ ତାଙ୍କୁ ଗାଳି ଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ତେବେ ଏହି ମାମଲା ଏବେ ଥାନାରେ ପହଞ୍ଚିଥିବା ବେଳେ ଉଭୟଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଯାଇଛି ।

Leave a Reply