ପ୍ରତିବାଦ ପରେ ବଦଳିଲା ନିଷ୍ପତ୍ତି, ମନ୍ତ୍ରୀ କହିଲେ ଖୋଲା ରହିବ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ୍

Utkal University Hostel Open For Students Says Higher Education Minister

ଭୁବନେଶ୍ୱର: ଛାତ୍ରଛାତ୍ରୀ ଛାଡ଼ିବେନି ହଷ୍ଟେଲ, ଖୋଲା ରହିବ । ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ । ଉଚ୍ଚ ଶିକ୍ଷା ପାଇଁ ହଷ୍ଟେଲ ଖୋଲିବାର ଆବଶ୍ୟକତା ରହିଛି, ତେଣୁ ବର୍ତମାନ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଖୋଲା ରହିବ । ପରବର୍ତ୍ତୀ ସମୟରେ କରୋନା ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । କରୋନା ଗାଇଡଲାଇନ୍ ମାନି ହଷ୍ଟେଲରେ ରହିବାକୁ ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ।

Utkal University Hostel Open For Students Says Higher Education Minister

ରାଜ୍ୟ ସହ ରାଜଧାନୀରେ ଦିନକୁ ଦିନ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଛି । କରୋନାର ବଢ଼ୁଥିବା ମାମଲାକୁ ଦେଖି ତୁରନ୍ତ ଶିକ୍ଷାନୁଷ୍ଠାନର ହଷ୍ଟେଲ ଖାଲି କରିବା ଲାଗି ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । କେବଳ ପରୀକ୍ଷା ଥିଲେ ହଷ୍ଟେଲରେ ରହିବାକୁ ଅନୁମତି ଦେଇଥିଲା ଭୁବନେଶ୍ୱର ମହାନଗର ନିଗମ । ବିଏମସିର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ।

Utkal University Hostel Open For Students Says Higher Education Minister

ଆଜି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମୁଖ୍ୟ ଫାଟକରେ ତାଲା ପକାଇ ଦେବା ସହ ଆନ୍ଦୋଳନକୁ ଓହ୍ଲାଇଥିଲେ । ବାଣୀବିହାରରେ ରାସ୍ତାରୋକ କରିଥିଲେ ଛାତ୍ରଛାତ୍ରୀ । ବିଏମସି ତୁରନ୍ତ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେବାକୁ ଦାବି ହୋଇଥିଲା । ଏହା ପରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀ ଭେଟି ଆଲୋଚନା କରିଥିଲେ । ବର୍ତ୍ତମାନ ପାଇଁ ହଷ୍ଟେଲ ଖୋଲା ରହିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

Leave a Reply