୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଟିକାକରଣ ପ୍ରସ୍ତାବ: ଯୋଜନାକୁ ଘାତକ କହିଲେ ଏମ୍ସ ନିର୍ଦ୍ଦେଶକ

1 min read

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପ୍ରବାହକୁ ନେଇ ଦେଶରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏଭଳି ସମୟରେ ଟିକାକରଣ ନେଇ ଧାର୍ଯ୍ୟ ବୟସ ସୀମାରେ ପରିବର୍ତ୍ତନ କରିବାକୁ ଦାବି ହେଉଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (IMA)  ବ୍ୟତୀତ ବହୁ ଏକ୍ସପର୍ଟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଭଳି କିଛି ନେତା ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ଟିକା ଲଗାଇବା ନେଇ ଅନୁମତି ମାଗିଛନ୍ତି । ତେବେ ଏଭଳି କରିବା ଅତି ଘାତକ ହୋଇପାରେ ବୋଲି କହିଛନ୍ତି ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (AIIMS) ନିର୍ଦ୍ଦେଶକ ଡ.ରଣଦୀପ ଗୁଲେରିଆ ।

ସେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ଟିକାକରଣ ବୟସ ସୀମା ହ୍ରାସ କରିବା ଭଳି ଚିନ୍ତାଧାରା ଠିକ୍ ନୁହେଁ । ଏହା ଦ୍ୱାରା ଜରୁରୀ ଲୋକଙ୍କୁ ଟିକା ମିଳିବା ବନ୍ଦ ହୋଇଯିବ । ଯାହା ଦ୍ୱାରା ମହାମାରୀ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ।

ସେ ଆହୁରି କହିଛନ୍ତି ଯେ, ଯଦି ଆମେ ୧୯ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଲୋକଙ୍କୁ ଟିକାକରଣ ନେଇ ଚିନ୍ତାକରିବା ତେବେ ଆମକୁ କେତେ ଡୋଜ୍‌ ର ଆବଶ୍ୟକତା ରହିବ ଏ ନେଇ ସଠିକ୍ ହିସାବ କରିବାର ଆବଶ୍ୟକତା ରହିଛି । ୧୮ ବର୍ଷରୁ ଊର୍ଦ୍ଧ୍ୱ ପାଖାପାଖି ୯୭ କୋଟି ଲୋକ ଦେଶରେ ବସବାସ କରନ୍ତି  । ଏଥିଲାଗି ଆମକୁ ପାଖାପାଖି ୨ ଅରବ ଡୋଜର ଆବଶ୍ୟକତା ରହିଛି । ଯଦି ଆମେ ପ୍ରାଥମିକତା ଭିତ୍ତିରେ ଟିକାକରଣ ବନ୍ଦ କରିଦେବା ତେବେ ବୟସ୍କ ଓ ଅନ୍ୟ ଗମ୍ଭୀର ରୋଗରେ ପୀଡ଼ିତ ଲୋକେ କରୋନାର ଶିକାର ହୋଇପାରନ୍ତି ।

ଏଥିସହିତ ପଢ଼ନ୍ତୁ: ବିଜାପୁରରେ ପୁଣି ମାତିଲେ ମାଓବାଦୀ, ୩ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ ଅଭିଯୋଗ

Leave a Reply