spot_img
Home Blog Page 5895

ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ: ୧୧.୩୦ ମିନିଟ ଯାଏଁ ମୁଲତବୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନରେ ବିରୋଧୀଙ୍କ ହଟ୍ଟଗୋଳ । ପ୍ରଶ୍ନକାଳ ଆରମ୍ଭରୁ ଧାନ ମଣ୍ଡି ସମସ୍ୟା ନେଇ କଂଗ୍ରେସ ବିଧାୟକଙ୍କ ହୋହଲ୍ଲା। ଦିନ 11 ଟା 30 ମିନିଟ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଧାନକିଣା ପ୍ରସଙ୍ଗରେ ବିରୋଧୀ ବିଜେପି ସଦସ୍ୟ ମଧ୍ୟ ହଟ୍ଟଗୋଳ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଆଜିଠାରୁ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ଏହା ସହିତ ବ୍ୟୟ ମଞ୍ଜୁରୀ ବିଲ ଗୃହୀତ ହେବ  ।ଅନ୍ୟପଟେ ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି, ସେମାନଙ୍କୁ ଗୃହରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି  ।

ଟିଏମ୍‌ସି ଅଭିଯୋଗ ଉପରେ ଜବାବ ରଖିଲେ EC: କିହଲେ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ରାଜ୍ୟ ପୋଲିସର ଦାୟିତ୍ୱ

କୋଲକାତା: ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ନେଇ ଟିଏମ୍‌ସିର ଅଭିଯୋଗ ପରେ ଜବାବ ରଖିଛନ୍ତି ନିର୍ବାଚନ ଆୟୋଗ । ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା ଇସିଙ୍କ ଦାୟିତ୍ବ ନୁହେଁ  । ରାଜ୍ୟରେ ଆଇନ ଶୃଙ୍ଖଳା ଓ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ରାଜ୍ୟ ପୋଲିସର ଦାୟିତ୍ବ ବୋଲି ଇସି କହିଛନ୍ତି ।  ପଶ୍ଚିମବଙ୍ଗରେ ନିର୍ବାଚନ ଚାଲିଥିବାରୁ ଏଠାର ଆଇନ ଶୃଙ୍ଖଳା ଇସିଙ୍କ ଅଧୀନରେ ରହିଛି । ଏହାସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏଭଳି ଆକ୍ରମଣ କରାଯିବା ନେଇ ଇସିଙ୍କ ଉପରେ ପ୍ରଶ୍ନ ଉଠାଇ ପତ୍ର ଲେଖିଥିଲା ଟିଏମ୍‌ସି । ଏହାଛଡ଼ା  ନିର୍ବାଚନ କମିସନ ବିଜେପି ଚାପରେ କାର୍ଯ୍ୟ କରୁଥିବା ଟିଏମ୍‌ସି ନେତା ଅଭିଯୋଗ ଆଣିଥିଲେ । ତେବେ ଟିଏମ୍‌ସି ଅଭିଯୋଗର ଜବାବ ରଖିଛନ୍ତି ଇସି । କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ରମଣ ଘଟଣା ନିଶ୍ଚିତଭାବେ ଦୁର୍ଭାଗ୍ୟଜନକ । ଏହି ଘଟଣାର ତୁରନ୍ତ ଯାଞ୍ଚ କରାଯିବା ଆବଶ୍ୟକ । ହେଲେ ପଶ୍ଚିମବଙ୍ଗର ଲ’ ଆଣ୍ଡ ଅର୍ଡର ନିର୍ବାଚନ କମିସନଙ୍କ ଅଧୀନରେ ନାହିଁ । କି ଇସି ଏହାକୁ ଓଭରଟେକ୍ କରିନାହାନ୍ତି । ତେଣୁ ମମତାଙ୍କୁ ଆକ୍ରମଣ ନେଇ ଇସିଙ୍କ ଉପରେ ଦୋଷ ଲଦିବା ଉଚିତ ନୁହେଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ସେପଟେ ନନ୍ଦିଗ୍ରାମରେ ମମତାଙ୍କୁ ଆକ୍ରମଣ ଘଟଣାରେ ଆଜି ନିର୍ବାଚନ ଆୟୋଗ ଅଧିକାରୀଙ୍କୁ ଭେଟିବେ ଟିଏମ୍‌ସି ସଂସଦୀୟ ପ୍ରତିନିଧି ଦଳ । ଏହି ଦଳରେ ଟିଏମ୍‌ସି ସାଂସଦ ଡେରେକ ଓବ୍ରାୟନ, ସୌଗାତ ରାୟ, କାକୋଲି ଘୋଷ, ଶତାବ୍ଦୀ ରାୟ, ପ୍ରତିଭା ମଣ୍ଡଳ, ଶାନ୍ତନୁ ସେନ୍ ପ୍ରମୁଖ ସାମିଲ ହେବେ ବୋଲି ଜଣାଯାଇଛି । ସେପଟେ ନନ୍ଦିଗ୍ରାମ ଆସନ ପାଇଁ ଆଜି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ବାବୁଲ ସୁପ୍ରିୟୋ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଶୁଭେନ୍ଦୁ ନାମାଙ୍କନ ଜରିବେ । ନାମାଙ୍କନ ପୂର୍ବରୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ହଲ୍‌ଦିଆଠାରେ ପଦଯାତ୍ରାରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି ।

ଏଥିସହିତ ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନରେ ଚାଇନିଜ୍ ଲାଙ୍ଗୁଏଜରେ କାହିଁକି ପ୍ରଚାର କରୁଛି ଦିଦିଙ୍କ ଦଳ ?

ବଦଳିଲା ପାଣିପାଗ, ତାତିରୁ ମିଳିଲା ତ୍ରାହି

ଭୁବନେଶ୍ୱର: ବଦଳିଲା ପାଣିପାଗ । ତାତିରୁ ମିଳିଲା ତ୍ରାହି । ଉପାନ୍ତରୁ ଉପକୂଳ ସବୁଠି କମିଲା ତାପମାତ୍ରା । ବର୍ଷା ପାଇଁ ଥଣ୍ଡା ହେଲା ବାୟୁମଣ୍ଡଳ । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକରର କେତେକ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହୋଇଛି । ୧୩ ତାରିଖ ପର୍ଯ୍ୟନ୍ତ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ଝାରସୁଗୁଡ଼ା, ଢେଙ୍କାନାଳ, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଏବଂ ନବରଙ୍ଗପୁରରେ ଘଡ଼ିଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାକୁ ଛାଡ଼ିଦେଲେ ବାକି ଜିଲ୍ଲାଗୁଡିକରେ ତାପମାତ୍ରା ସ୍ବାଭାବିକ ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଏଥିସହିତ ପଢ଼ନ୍ତୁ: ଚକା ଫାଟିଯିବାରୁ ତାରିଣୀ ବସ୍ତିକୁ ମାଡ଼ିଗଲା ଟ୍ରକ୍

 

ଚକା ଫାଟିଯିବାରୁ ତାରିଣୀ ବସ୍ତିକୁ ମାଡ଼ିଗଲା ଟ୍ରକ୍

ଭୁବନେଶ୍ବର: ସତସଙ୍ଗ ବିହାର ନିକଟରେ ଓଲଟିଲା ଟ୍ରକ୍ । ଚକା ଫାଟିଯିବାରୁ ତାରିଣୀ ବସ୍ତି ଭିତରକୁ ମାଡ଼ିଗଲା ମୋରମ ବୋଝେଇ ଟ୍ରକ୍ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ତାରିଣୀ ବସ୍ତି ବାସିନ୍ଦା । ଟ୍ରକର ଚକା ଫାଟିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଟ୍ରକ୍ । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି । ସେପଟେ ରସୁଲଗଡ଼ ଛକରେ ମଧ୍ୟ ଅନ୍ୟ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ଓଲଟିପଡ଼ିଛି ।ଅପରପକ୍ଷରେ ଦୁର୍ଘଟଣା ଯୋଗୁଁ ବଡ଼ ଧରଣ କୌଣସି ଜୀବନହାନୀ ଘଟିନଥିବା ବେଳେ କିଛି ଜଣ ଆହତ ହୋଇଥିବା ସୂଚନା ରହିଛି ।

 

ମହାନଦୀ ଟ୍ରିବ୍ୟୁନାଲକୁ ପୂରିଲା ତିନି ବର୍ଷ: ଏଯାଏଁ ହୋଇନାହିଁ ସମାଧାନ

ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲକୁ ପୂରିଲା ତିନି ବର୍ଷ । ହେଲେ ଛତିଶଗଡ଼-ଓଡ଼ିଶା ମଧ୍ୟରେ ଥିବା ଜଳବିବାଦର ସମାଧାନ ଏ ଯାଏଁ ହୋଇନାହିଁ  । ମହାନଦୀକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ପାଇଁ ବାରମ୍ବାର ବୈଠକ ବସିଥିଲା  । ହେଲେ ସମାଧାନର ବାଟ ଫିଟିନଥିଲା  । ଏଥିପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରିଥିଲେ । । ତିନି ବର୍ଷ ମଧ୍ୟରେ ୧୯ଟି ଶୁଣାଣି ସରିଥିଲେ ମଧ୍ୟ ସବୁ ଫେଲ ମାରିଛି । ମହାନଦୀ ଉପରେ ଓଡ଼ିଶା ହକ ପାଇବା ପାଇଁ ଶାସକ ବିଜେଡି ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରିବା ସହ ଏବେ ଆଇନଗତ ଲଢେଇ ଲଢ଼ୁଛି  । ଆଗାମୀ ଦିନରେ ଏହି ଲଢେଇ ଜାରି ରହିବ ବୋଲି ଶାସକ ଦଳ କହିଛି  । ସେପଟେ ଜଳ ବିବାଦ ପାଇଁ ଗଠନ ହୋଇଥିବା ଟ୍ରିବ୍ୟୁନାଲର ସମୟ ସୀମା ବୃଦ୍ଧି କରିବା ପାଇଁ ବିଜେପି ଦାବି କରିଛି । ଯେହେତୁ ସମାଧାନ ବାହାରିନାହିଁ ତେଣୁ ଟ୍ରିବ୍ୟୁନାଲର ସମୟ ସୀମା ଆହୁରି ୨ ବର୍ଷ ବୃଦ୍ଧି ପାଇବାର ସମ୍ଭାବନା ରହିଛି  । ତେବେ ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦୋଷ ଦେଉଛି କଂଗ୍ରେସ  । ଏବେ ଛତିଶଗଡ଼ ନିୟମ ଉଲ୍ଲଂଘନ କରି ମହାନଦୀରେ ବେଆଇନ ବ୍ୟାରେଜ ନିର୍ମାଣ କରିଛି  । ଯାହାଫଳରେ ଅଣମୌସୁମୀ ସମୟରେ ଓଡ଼ିଶା କମ ପାଣି ପାଉଛି  । ଆଗାମୀ ଦିନରେ ଅବବାହିକାରେ ଭୟାନକ ପରିସ୍ଥିତି ହେବ ବୋଲି କଂଗ୍ରେସ ଆଶଂକା ପ୍ରକାଶ କରିଛି  ।

ଏଥିସହିତ ପଢ଼ନ୍ତୁ: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଆଜିଠୁ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଏହି ପର୍ଯ୍ୟାୟରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ଏହା ସହିତ ବ୍ୟୟ ମଞ୍ଜୁରୀ ବିଲ ଗୃହୀତ ହେବ  । ତେବେ ଜଙ୍ଗଲ ନିଆଁ, ଧାନ ମଣ୍ଡି ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି ଆଦି ପ୍ରସଙ୍ଗକୁ ନେଇ ସରଗରମ ହେବ ଗୃହ । ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ମୁଖ୍ୟ ବିରୋଧୀ ବିଜେପି ଧାନମଣ୍ଡି, ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ, ଆଇନ ଶୃଙ୍ଖଳା ପରିସ୍ଥିତି ଆଦି ପ୍ରସଙ୍ଗ ଉଠାଇବ  । କଂଗ୍ରେସ  ମଧ୍ୟ ସମାନ ପ୍ରସଙ୍ଗ ସହ ଦରବୃଦ୍ଧି, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, କୋଟିଆ ଓ ବେକାରୀ ସମସ୍ୟାକୁ  ମୁଖ୍ୟ ପ୍ରସଙ୍ଗ କରିବ । ସେପଟେ ବିରୋଧୀଙ୍କ ସବୁ ଅଭିଯୋଗର ଜବାବ ଆଲୋଚନା ମାଧ୍ୟମରେ ଦେବା ପାଇଁ ଶାସକ ଦଳ ପ୍ରସ୍ତୁତ ରହିଛି । ଅନ୍ୟପଟେ ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି, ସେମାନଙ୍କୁ ଗୃହରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି  ।

ଏଥିସହିତ ପଢ଼ନ୍ତୁ: ହସ୍ପିଟାଲରୁ ମମତାଙ୍କ ଭିଡିଓ ବାର୍ତ୍ତା, କହିଲେ- ‘ଲାଗିଛି ଗମ୍ଭୀର ଆଘାତ, ହ୍ୱିଲ୍ ଚେୟାରରେ କରିବି ପ୍ରଚାର’