ବାଲି ଗାଡ଼ି ମାଲିକଙ୍କୁ ଫୋନରେ ବଟି ମାଗୁଛନ୍ତି ହାବିଲଦାର, ଅଡିଓ ଭାଇରାଲ୍ ପରେ ନିଲମ୍ବନ କଲେ ଏସପି

Keonjhar SP Suspends Havildar After Audio Viraled Demanding Money

ଆନନ୍ଦପୁର: ଫୋନରେ ବଟି ମାଗୁଛନ୍ତି ହାବିଲଦାର । ବାଲି ଗାଡ଼ି ମାଲିକଙ୍କୁ ଫୋନ୍ କରି ଆନନ୍ଦପୁର ଥାନାର ହାବିଲଦାର ବଟି ମାଗୁଥିବା ଅଡିଓ ଭାଇରାଲ୍ ହୋଇଛନ୍ତି । ଭାଇରାଲ୍ ଅଡିଓରେ ସନ୍ତୋଷ ଜେନା ସାହୁ ନାମକ ହାବିଲଦାର ଓଭର୍ ଲୋଡ୍ ଗାଡ଼ି ପରିବହନ ପାଇଁ ଟଙ୍କା ମାଗୁଛନ୍ତି । ଏପରିକି ଅନ୍ୟ ଗାଡ଼ି ମାଲିକ ତାଙ୍କୁ ଚାନ୍ଦା ଦେଉଥିବାରୁ ସେ ସେମାନଙ୍କୁ ବିଭିନ୍ନ ପ୍ରକାର ସାହାଯ୍ଯ କରୁଥିବା କହିଛନ୍ତି ।

Keonjhar SP Suspends Havildar After Audio Viraled  Demanding Money

ଅଡିଓ ଭାଇରାଲ୍ ପରେ ହାବିଲଦାରଙ୍କ କଳା କାରନାମା ପଦାରେ ପଡ଼ିଛି । ଲାଞ୍ଚ, ଦାଦା ବଟି ଓ ବେଆଇନ୍ ଚାନ୍ଦା ଆଦାୟକୁ ସରକାର କଠୋର ହସ୍ତରେ ଦମନ ପାଇଁ ସମସ୍ତ ବିଭାଗକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଭାଇରାଲ୍ ଅଡିଓ ଆଧାରରେ ପ୍ରାଥମିକ ଭାବେ ହାବିଲଦାର ସନ୍ତୋଷ ଜେନାଙ୍କୁ ସସପେଣ୍ଡ କରାଯାଇଛି । ତଦନ୍ତ ପାଇଁ ଜଣେ ଡିଏସପିଙ୍କୁ ଦାୟିତ୍ୱ ଦିଆଯିବ । ତା’ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର ।

Leave a Reply