ସୋନୁ ନିଗମ କହିଲେ, ହିନ୍ଦୁ ଭାବେ କହିବି କୁମ୍ଭ ମେଳା ହେବାର ନଥିଲା

ନୂଆଦିଲ୍ଲୀ: ପ୍ରସିଦ୍ଧ ଗାୟକ ସୋନୁ ନିଗମ କରୋନା କାଳରେ କୁମ୍ଭ ମେଳା ଆୟୋଜନ କରାଯିବାକୁ ନାପସନ୍ଦ କରିଛନ୍ତି । ନିଜ ପରିବାରରେ ଜଣେ କରୋନା ସଂକ୍ରମିତଙ୍କ ବାବଦରେ ଚର୍ଚ୍ଚା କରି ସେ ଏକ ଭିଡିଓରେ କହିଛନ୍ତି ଯେ, ଏବେ ଦେଶ ଓ ଡାକ୍ତରଙ୍କ ଅବସ୍ଥା ଖରାପ ଅଛି । କରୋନା ସଂକଟ କାଳରେ ଏବେ କୁମ୍ଭ ମେଳା ହେବାର ନଥିଲା ବୋଲି ଜଣେ ହିନ୍ଦୁ ଭାବେ ସେ ବିଚାର କରନ୍ତି ବୋଲି କହିଛନ୍ତି ।
କୁମ୍ଭ ମେଳା ଆୟୋଜନ କରାଯିବାର ନଥିଲା
ରାତି ୩ଟାରେ ଇନଷ୍ଟାଗ୍ରାମରେ ପୋଷ୍ଟ୍ କରିଥିବା ଭିଡିଓରେ ସୋନୁ ନିଗମ କହିଛନ୍ତି ଯେ, ଆଉ କାହା ବିଷୟରେ ମୁଁ କିଛି କହି ପାରିବି ନାହିଁ କିନ୍ତୁ ଜଣେ ହିନ୍ଦୁ ଭାବେ ଏତିକି କହି ପାରିବି ଯେ କୁମ୍ଭ ମେଳା କରାଯିବାର ନଥିଲା । ତେବେ ଭଲ କଥା ହେଲା,ଠିକ୍ ସମୟରେ ବୁଦ୍ଧି ପସିବାରୁ ଏହାକୁ କେବଳ ପ୍ରତିକାତ୍ମକ କରି ଦିଆଯାଇଛି । ମୁଁ ଆସ୍ଥାକୁ ବୁଝେ କିନ୍ତୁ ବର୍ତ୍ତମାନ ଜୀବନଠାରୁ ଆଉ କିଛି ବଡ଼ ନୁହେଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କ’ଣ ଆପଣ ଭାବୁଛନ୍ତି ଆମକୁ ସୋ’ କରିବାକୁ ଇଛା ହେଉ ନାହିଁ ? ଇଛା ହେଉଛି କିନ୍ତୁ ଏବେ ପରିସ୍ଥିତି ଖରାପ ଅଛି। ଆଗକୁ ସୋସିଆଲ ଡିଷ୍ଟାନ୍ସିଂ ସୋ’ କରାଯାଇ ପାରିବ । କିନ୍ତୁ ଏବେ ପରିସ୍ଥିତି ଅତ୍ୟନ୍ତ ଖରାପ ବୋଲି ଆମକୁ ବୁଝିବାକୁ ପଡ଼ଇବ।

ଭିଡିଓରେ ସୋନୁ ତାଙ୍କର ଜଣେ ସିନିୟର ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଥିବା କଥା ମଧ୍ୟ କହିଛନ୍ତି ।

Leave a Reply