ସତର୍କ କରାଇଲେ DMET ନିର୍ଦ୍ଦେଶକ, କହିଲେ ଦ୍ରୁତଗତିରେ ବଢୁଛି ସଂକ୍ରମଣ

ଭୁବନେଶ୍ୱର: କରୋନା ଦ୍ଵିତୀୟ ଲହର ପାଇଁ ସଂକ୍ରମଣ ଦ୍ରୁତଗତିରେ ବଢୁଛି । ଆମ ସ୍ଥିତି ଏବେ ଭଲ ନାହିଁ । ଆମକୁ ସତର୍କ ଏବଂ ସଚେତନ ରହିବାକୁ ପଡିବ । ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ଦେଇଛନ୍ତି ଏଭଳି ସୂଚନା । କିନ୍ତୁ ଆଶ୍ବାସନା ଦେଇ ସେ କହିଛନ୍ତି, ମହାରାଷ୍ଟ୍ର ପରି ରାଜ୍ୟ ତୁଳନାରେ ଆମ ସ୍ଥିତି ଭଲ ଅଛି । ଏହାର ଅର୍ଥ ନୁହେଁ କି ଆମେ ଅବହେଳା କରିବା ।

104 ଟୋଲ ଫ୍ରି ନମ୍ବରରେ ସଂକ୍ରମିତ ରୋଗୀ ସୂଚନା ଦେବାକୁ ଡିଏମଇଟି ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଗତବର୍ଷ ଜିଲ୍ଲାଗୁଡ଼ିକୁ ଯେଉଁ ଯୋଗାଯୋଗ ନମ୍ବର ଦିଆଯାଇଥିଲା, ତାକୁ ପୁଣି ସକ୍ରିୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶାରେ ବ୍ରିଟେନ ଓ ଅନ୍ୟ ଷ୍ଟ୍ରେନ ଚିହ୍ନଟ ହୋଇଥିବା ବୋଲି କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ।

Leave a Reply