spot_img
Home Blog Page 5896

ଗୋପାଳପୁର ସମୁଦ୍ରରେ ଓଲଟିଲା ପର୍ଯ୍ୟଟକଙ୍କୁ ନେଇ ଯାଇଥିବା ବେଲୁନ୍ ବୋଟ୍

ବ୍ରହ୍ମପୁର: ଗୋପାଳପୁର ସମୁଦ୍ରରେ ଅଘଟଣ । ସମୁଦ୍ର ଭିତରୁ ଫେରୁଥିବା ବେଳେ ଓଲଟିଲା ପର୍ଯ୍ୟଟକଙ୍କ ବୋଟ୍ । ଆଜି ପର୍ଯ୍ୟଟକଙ୍କୁ ନେଇ ସମୁଦ୍ର ଭିତରକୁ ଯାଇଥିବା ଘରୋଇ ସଂସ୍ଥାର ବେଲୁନ୍ ବୋଟ୍ ଫେରିବା ବେଳେ ଓଲଟି ପଡ଼ିଥିଲା । ସମୁଦ୍ର କୂଳରୁ ପ୍ରାୟ ୬୦ରୁ ୭୦ ମିଟର ଦୂରରେ କୌଣସି କାରଣରୁ ବୋଟଟି ଓଲଟି ପଡ଼ିଥିଲା । ଫଳରେ ବୋଟରେ ଥିବା ୨ ଜଣ ବୃଦ୍ଧ ଦମ୍ପତିଙ୍କ ସହ ୩ ଯୁବକ, ୨ ଜଣ ଯୁବତୀ ବୁଡ଼ି ଯାଇଥିଲେ ।

 Balloon Boat Of Private Organisation Capsized In Gopalpur Sea

ବୋଟ୍ ବୁଡ଼ିବାର ୧୦ ମିନିଟ୍ ମଧ୍ୟରେ ସୁରକ୍ଷା ଟିମ୍ ଖବର ପାଇ ଅନ୍ୟ ୨ଟି ବୋଟ୍ ସାହାଯ୍ୟରେ ସମୁଦ୍ର ଭିତରୁ ୯ ଜଣଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ସମସ୍ତ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି । ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

ଧାର୍ଯ୍ୟ ସମୟର ଅଧ ଘଣ୍ଟା ପୂର୍ବରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା

ଭୁବନେଶ୍ୱର: କୋଭିଡ୍ କଟକଣା ଭିତରେ ଏକାମ୍ର କ୍ଷେତ୍ରରେ ଜାଗର ଯାତ୍ରା ପାଳିତ ହୋଇଛି । ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ପ୍ରାୟ ୯ଟା ୩୩ ସମୟରେ ମହାଦୀପ ଉଠିଛି । ୭ ଥର ଲିଙ୍ଗରାଜ ମନ୍ଦିର ବେଢ଼ା ପରିକ୍ରମା ପରେ ୫ ଜଣ ସମର୍ଥା ମହାଦୀପ ଉଠାଇଛନ୍ତି । ଧାର୍ଯ୍ୟ ସମୟର ଅଧ ଘଣ୍ଟା ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଛି । ରାତି ୧୦ଟାରେ ମହାଦୀପ ଉଠିବା ନେଇ ସମୟ ଧାର୍ଯ୍ୟ ହୋଇଥିଲା ।

‘Mahadeep’ placed atop Lingaraj temple Before Half Hour Of Scheduled

ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି ସରିବା ପରେ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ନୀତି ହୋଇଥିଲା । ରାତି ସାଢ଼େ ୯ଟା ପରେ ମହାଦୀପ ଉଠିଛି । ଏହାପରେ ସାହାଣମେଲା ଦର୍ଶନ ରାତ୍ର ୧୦ଟାରୁ ୧୧ ଟା ଯାଏ, ଚାରି ପ୍ରହର ପୂଜା ରାତ୍ର ୧୧ଟା ୩୦ରୁ ୩ଟା ୩୦ ଯାଏ, ହରିହର ଭେଟ ଭୋର ୩ଟା ୩୦ରୁ ୪ଟା ୩୦ ଯାଏ ଚାଲିବ । ଭୋର୍ ୪ଟା ୩୦ରୁ ସକାଳ ୫ଟା ୧୫ ଯାଏ ବଡ଼ ସିଂହାର ଓ ପହୁଡ଼ ନୀତିକାନ୍ତି ହେବ ।

 ‘Mahadeep’ placed atop Lingaraj temple Before Half Hour Of Scheduled

ଶ୍ରୀଲିଙ୍ଗରାଜ ମନ୍ଦିରରେ କୋଭିଡ୍ କଟକଣା ଭିତରେ ଶ୍ରଦ୍ଧାଳୁଙ୍କୁ ଦୀପ ଜାଳିବା ଲାଗି ଅନୁମତି ଦିଆଯାଇଥିଲା । ଯାହାକୁ ନେଇ ଆନନ୍ଦରେ ବିଭୋର ହୋଇଥିଲେ ଭକ୍ତ । ଭୋଳାବାବାଙ୍କ ଲାଗି ସୁସଜ୍ଜିତ ଦୀପ ଜାଳିଥିଲେ ମନ୍ଦିର ବେଢ଼ାରେ । ସୁରକ୍ଷା ଦୃଷ୍ଟିରୁ କମିଶନରେଟ୍ ପୋଲିସ ବ୍ୟାପକ ପୋଲିସ ବନ୍ଦୋବସ୍ତ କରିଥିଲା । ଶାନ୍ତି, ଶୃଙ୍ଖଳାର ସହ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଥିବା ବେଳେ ଅଳ୍ପ କିଛି ସମୟ ପାଇଁ ପ୍ରବେଶକୁ କେନ୍ଦ୍ର କରି ମନ୍ଦିର ବେଢ଼ା ନିକଟରେ ସେବାୟତ ଓ ପୋଲିସ ମଧ୍ୟରେ ଠେଲାପେଲା ହୋଇଥିଲା ।

ପଶ୍ଚିମବଙ୍ଗ ନିର୍ବାଚନରେ ଚାଇନିଜ୍ ଲାଙ୍ଗୁଏଜରେ କାହିଁକି ପ୍ରଚାର କରୁଛି ଦିଦିଙ୍କ ଦଳ ?

କୋଲକାତା(ସୁଶାନ୍ତ କୁମାର ସାହୁ): ପଶ୍ଚିମବଙ୍ଗରେ ପ୍ରଥମ ପ୍ରର୍ଯ୍ୟାୟ ମତଦାନ ୨୭ ମାର୍ଚ୍ଚରୁ ଆରମ୍ଭ ହେବ । ନିର୍ବାଚନ ଲାଗି ଟିଏମସି, ବିଜେପି ଓ କଂଗ୍ରେସ-ବାମଦଳ ମେଣ୍ଟ ଜୋରଦାର୍ ପ୍ରଚାରରେ ଲାଗିଛନ୍ତି । ଏହାରି ଭିତରେ ପୂର୍ବ କୋଲକାତାର ତାଙ୍ଗଡ଼ା ଅଞ୍ଚଳରେ ଟିଏମସିର ପ୍ରଚାରକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ । କାରଣ ତାଙ୍ଗଡ଼ାରେ ଟିଏମସି ଚୀନ୍ ଭାଷାରେ ପ୍ରଚାର କରୁଛି । ଲିଫ୍ଟଲେଟ୍ ଠୁ ନେଇ ବ୍ୟାନର ଆଉ ପୋଷ୍ଟର ସବୁକିଛି ଚାଇନିଜ୍ ଭାଷାରେ ଲେଖୁଛି ଟିଏମସି । ଚୀନ ଭାଷାରେ ଲେଖି ଟିଏମସି ପ୍ରାର୍ଥୀଙ୍କ ଲାଗି ଭୋଟ୍ ମାଗୁଛି । ଆପଣ ଭାବୁଥିବେ ପଶ୍ଚିମବଙ୍ଗ ଲୋକଙ୍କ ସହ ଚୀନ ଭାଷାର କଣ ରହିଛି ସମ୍ପର୍କ । ଏଥିପାଇଁ ଆମକୁ ଫେରିବାକୁ ପଡ଼ିବ ଫ୍ଲାସ ବ୍ୟାକକୁ… ଓଲଟାଇବାକୁ ପଡ଼ିବ ଇତିହାସର ପୋଥିକୁ…

Why Trinamool Congress Campaigning In Chinese Language In West Bengal Election

ପ୍ରକୃତରେ ତାଙ୍ଗଡ଼ା ଅଞ୍ଚଳକୁ କୋଲକାତାର ଚାଇନା ଟାଉନ୍ କୁହାଯାଏ । ଏହି ଅଞ୍ଚଳରେ ପ୍ରାୟ ଚୀନର ପ୍ରାୟ ୨୦ ହଜାର ଭାରତୀୟ ନାଗରିକ ରହୁଥିଲେ । ସମୟକ୍ରମେ ସେମାନଙ୍କ ସଂଖ୍ୟା ୨ ହଜାର ପାଖାପାଖି ରହିଛି । କୋଲକାତାରେ ରହୁଥିବା ଏହି ଚୀନ ଭାରତୀୟ ସମୁଦାୟ ପାରମ୍ପରିକ ବ୍ୟବସାୟ ଟ୍ରେନିଂ ସହିତ ରେଷ୍ଟୁରାଣ୍ଟ ଗୁଡ଼ିକରେ ଦୀର୍ଘ ଦିନରୁ କାମ କରୁଛନ୍ତି । ଏବେ ବି ଏହି ଅଞ୍ଚଳ ଚୀନ ରେଷ୍ଟୁରାଣ୍ଟ ପାଇଁ ପରିଚିତ । ଯେଉଁଠି ପାରମ୍ପରିକ ଚୀନ-ଭାରତୀୟ ଖାଦ୍ୟର ମଜା ନେବାକୁ ଆସନ୍ତି । ଏଠାରେ ରହୁଥିବା ଚୀନର ମୂଳ ଅଧିବାସୀଙ୍କୁ କାମଚଳା ହିନ୍ଦୀ ଓ ବଙ୍ଗଳା କହି ଆସେ । ଏଥିପାଇଁ ଟିଏମସି ସେମାନଙ୍କ ମାତୃଭାଷାରେ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛି । ତେବେ, ତାଙ୍ଗଡ଼ା ଅଞ୍ଚଳରେ ରହୁଥିବା ଚୀନ ଲୋକଙ୍କ ସଂଖ୍ୟା ଏତେ ଅଧିକ ନୁହେଁ ଯେ ସେମାନେ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରିବେ । ତଥାପି ବିଜୟ ଲାଗି ଟିଏମସି ଯଥା ସମ୍ଭବ ପ୍ରୟାସ କରୁଛି ।

Why Trinamool Congress Campaigning In Chinese Language In West Bengal Election

୧୮ଶହ ଖ୍ରୀଷ୍ଟାଦ୍ଦରୁ ସମ୍ପର୍କ

ଚୀନ ଓ ପଶ୍ଚିମବଙ୍ଗର ସମ୍ପର୍କ ବହୁ ବର୍ଷର ପୁରୁଣା । କେତେକ ଗଣମାଧ୍ୟମ ରପୋର୍ଟ ଅନୁସାରେ, ୧୭୮୦ରେ ୟୋଙ୍ଗ ଅଟଚ୍ୟୁ ନାମକ ଚୀନ ନାଗରିକ ପଶ୍ଚିମବଙ୍ଗ ଆସିଥିଲେ । ସେଠାରେ ସେ ଆଖୁ ଚାଷ କରିବା ସହ ଚିନି ମିଲ୍ ସ୍ଥାପନ କରିଥିଲେ । ୧୮ ଶହ ଖ୍ରୀଷ୍ଟାଦ୍ଦ ଶେଷ ଭାଗରେ ଚୀନ ଶ୍ରମିକ ଭାରତ ଆସିବା ଆରମ୍ଭ କରିଥିଲେ । ପ୍ରଥମେ ପ୍ରଥମେ ଚୀନରୁ ଆସିଥିବା ଶ୍ରମିକ କେବଳ ଚମଡ଼ା କାମ କରୁଥିଲେ । ପରେ ସେମାନେ ରେଷ୍ଟୁରାଣ୍ଟ, କପଡ଼ା ସହିତ ଅନ୍ୟ କ୍ଷେତ୍ରରେ କାର୍ଯ୍ୟ କରିଥିଲେ । ୧୯୫୧ ମସିହାରେ ପ୍ରଥମ ଜନଗଣନାରେ କୋଲକାତାରେ ଏମାନଙ୍କ ସଂଖ୍ୟା ପ୍ରାୟ ୫ ହଜାର ୭୧୦ ଥିଲା ।

Why Trinamool Congress Campaigning In Chinese Language In West Bengal Election

ପଶ୍ଚିମବଙ୍ଗ ରାଜନୀତିରେ ଚୀନ

ରାଜନୀତିକ ଦୃଷ୍ଟିକୋଣରୁ ଦେଖିଲେ ଚୀନ ଓ ପଶ୍ଚିମବଙ୍ଗ ମଧ୍ୟରେ ଗଭୀର ସମାନତା ରହିଛି । ପଶ୍ଚିମବଙ୍ଗରେ ଦୀର୍ଘ ବର୍ଷ ଧରି ବାମଦଳର ସରକାର ଥିଲା । ବାମଦଳକୁ ପ୍ରାୟତଃ ଚୀନ ସହ ଯୋଡ଼ା ଯାଇଥାଏ । ମିଡିଆ ରିପୋର୍ଟ ଅନୁସାରେ, ୧୯୬୦ ଓ ୧୯୭୦ ମସିହାରେ କୋଲକାତାର କାନ୍ଥରେ ଲେଖା ଯାଉଥିଲା ‘ଚୀନର ଅଧ୍ୟକ୍ଷ ହିଁ ଆମର ଅଧ୍ୟକ୍ଷ’ । ଯାହାକୁ ମାଓବାଦୀମାନେ ଲେଖୁଥିଲେ । ତେବେ, ସେତେବେଳେ ଏହା ବଙ୍ଗଳା ଭାଷାରେ ଲେଖା ଯାଉଥିଲା ।

କାଲି ହିଁ ସାରିଦିଅନ୍ତୁ ବ୍ୟାଙ୍କ କାମ୍, ହରତାଳ ପୂର୍ବରୁ SBIର ପରାମର୍ଶ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ୧୫ ଓ ୧୬ ମାର୍ଚ୍ଚକୁ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀ ହରତାଳ କରିବେ । ଏହାକୁ ନେଇ ଗ୍ରାହକଙ୍କୁ ପରାମର୍ଶ ଦେଇଛି ଦେଶର ସବୁଠୁ ବଡ଼ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ । ହରତାଳକୁ ନଜରରେ ରଖି ଆଗୁଆ ଟଙ୍କା ଉଠାଣ କରିବା ଏବଂ ନେଣଦେଣ କରିବାକୁ ପରାମର୍ଶ ଦେଇଛି ଏସବିଆଇ ।

Before Bank Strike SBI Advice Customer To Withdraw Cash Tomorrow

୪ ଦିନ ବନ୍ଦ ରହିବ ବ୍ୟାଙ୍କ

ସରକାରୀ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରି ଆସନ୍ତା ସପ୍ତାହରେ ୧୫ ଓ ୧୬ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ହରତାଳ ୨ ଦିନ ହେବାକୁ ଥିବାବେଳେ ଆସନ୍ତାକାଲିଠାରୁ ଅର୍ଥାତ୍ ଶୁକ୍ରବାର ଠାରୁ ୪ ଦିନ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ ଦ୍ୱିତୀୟ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ୧୪ ତାରିଖର ରବିବାର । ଏମିତି ବ୍ୟାଙ୍କ ୪ ଦିନ ବନ୍ଦ ରହିବ ।

ଏସବିଆଇ ଓ ମହାବ୍ୟାଙ୍କ ହରତାଳ ବେଳେ ବ୍ୟାଙ୍କିଂ ସେବାକୁ ସାମାନ୍ୟ କରିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଉଭୟ ବ୍ୟାଙ୍କ ହରତାଳ ଦ୍ୱାରା ହେବାକୁ ଥିବା କ୍ଷତିର ଆକଳନ ଏବେ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ ୨ଟି ସରକାରୀ ବ୍ୟାଙ୍କ ଓ ଗୋଟିଏ ସାଧାରଣ ଜୀବନ ବୀମା କମ୍ପାନୀର ଘରୋଇକରଣ କରିବା ନେଇ ଘୋଷଣା କରିଥିଲେ ।

ମାଲବାହୀ ଟ୍ରେନ୍ ଇଞ୍ଜିନରେ ଅଗ୍ନିକାଣ୍ଡ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗିଛି । ମାଲବାହୀ ଟ୍ରେନଟି ବଲାଣି ଅଭିମୁଖେ ଯାଉଥିବା ବେଳେ ହଠାତ୍ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା । ଷ୍ଟେସନ ପକ୍ଷରୁ ଅଗ୍ନିଶମ ବିଭାଗକୁ ଖବର ଦିଆ ଯାଇଥିଲା ।

Goods Train Engine Catches Fire In Badabil Railway Station

ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛି । ପ୍ରାୟ ୪୦ ମିନିଟ୍ ଧରି ନିଆଁ ଜଳୁଥିଲା । ଫଳରେ ଇଞ୍ଜିନର ବହୁ ଅଂଶ ପୋଡ଼ି ଯାଇଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ଦେଇଛନ୍ତି ରେଳ ବିଭାଗ ଅଧିକାରୀ ।

ହସ୍ପିଟାଲରୁ ମମତାଙ୍କ ଭିଡିଓ ବାର୍ତ୍ତା, କହିଲେ- ‘ଲାଗିଛି ଗମ୍ଭୀର ଆଘାତ, ହ୍ୱିଲ୍ ଚେୟାରରେ କରିବି ପ୍ରଚାର’

କୋଲକାତା: Z+ ସିକ୍ୟୁରିଟିରେ ଆକ୍ରମଣ ! ଆହତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମେଡିକାଲରୁ ଟିଏମସି ସମର୍ଥକଙ୍କ ଲାଗି ଦେଇଛନ୍ତି ଭିଡିଓ ବାର୍ତ୍ତା । ଯେଉଁଥିରେ ମମତା କହିଛନ୍ତି- ବୁଧବାର ହୋଇଥିବା ଆକ୍ରମଣ ଯୋଗୁ ସେ ଗୁରୁତର ଭାବେ ଆଘାତ ହୋଇଛନ୍ତି । ହାତ ଓ ଗୋଡ଼ରେ ଭୀଷଣ ଦରଜ ହେଉଥିବା କହିଛନ୍ତି ମମତା । ଆହୁରି କହିଛନ୍ତି କିଛି ଦିନ ମଧ୍ୟରେ ମେଡିକାଲରୁ ଡିସଚାର୍ଜ ହୋଇ ଆସିବେ ଏବଂ ହ୍ୱିଲ୍ ଚେୟାରରେ ପ୍ରଚାର କରିବେ ।

 Mamata Banerjee Will Resume Campaign On WheelChair

ଏଥିସହ ମମତା ଟିଏମସି ସମର୍ଥକଙ୍କୁ ଶାନ୍ତି ବଜାୟ ରଖିବା ଲାଗି ନିବେଦନ କରିଛନ୍ତି । ଆଶା କରୁଛି ମୁଁ ଖୁବଶୀଘ୍ର ମେଡିକାଲରୁ ବାହାରକୁ ଆସିବି । ମମତା କହିଛନ୍ତି- ମୋ ପାଦକୁ କଷ୍ଟ ହେଲେ ବି ହ୍ୱିଲ୍ ଚେୟାରରେ ପ୍ରଚାର କରିବି । ଅନ୍ୟପଟେ ମମତା ସ୍ୱାସ୍ଥ୍ୟ ନେଇ ଏସଏସକେଏମ୍ ହସ୍ପିଟାଲ କର୍ତ୍ତୃପକ୍ଷ ହେଲଥ ବୁଲେଟିନ୍ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି ମମତାଙ୍କ ବାମ ପାଦରେ ଆଘାତ ଲାଗିଛି । ଯାହାପରେ ମମତାଙ୍କ ଏମଆରଆଇ ସ୍କାନ୍ କରାଯାଇଛି ।

ତେବେ ବର୍ତ୍ତମାନ ମମତା ବାନାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ତାଙ୍କୁ ଆରାମ ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି । ହସ୍ପିଟାଲର ୬ ଜଣିଆ ଡାକ୍ତରୀ ଦଳ ମମତା ବାନାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।

 Mamata Banerjee Will Resume Campaign On WheelChair

ମମତା ବୁଧବାର ନନ୍ଦିଗ୍ରାମରୁ ନାମାଙ୍କନ କରିବା ପରେ ନିର୍ବାଚନ ପ୍ରଚାର କରିଥିଲେ । ସନ୍ଧ୍ୟା ପ୍ରାୟ ୬ଟା ୧୫ ବେଳେ ମମତାଙ୍କ ସହ ଅଘଟଣ ଘଟିଥିଲା । ଅଭିଯୋଗ ଅନୁସାରେ, ୪ରୁ ୫ ଜଣ ମମତାଙ୍କ ପାଦକୁ ଆକ୍ରମଣ ପାଇଁ ଚେଷ୍ଟା କରିଥିଲେ । ଫଳରେ କାରର ଡୋରରେ ମମତାଙ୍କ ଗୋଡ଼ ଚାପି ହୋଇଯିବା ସହ ସେ ଆହତ ହୋଇଛନ୍ତି ।

ସ୍କାନରରେ ଶବ୍ଦ ପ୍ରଦୂଷଣକାରୀ ବାଇକ୍, କଟୁଛି ୧୮ ହଜାର ଟଙ୍କା ଯାଏ ଚାଲାଣ

ରାଉରକେଲା: ଶବ୍ଦ ପ୍ରଦୂଷଣକାରୀ ସାବଧାନ୍ । ବାଇକ୍ ସାଇଲେନ୍ସର ଚେଞ୍ଜ କରି ବିକଟାଳ ଶବ୍ଦ ସୃଷ୍ଟି କରିବା ଆପଣଙ୍କ ନିଶା କି ? ଯଦି, ହଁ ତେବେ ସାବଧାନ୍ ହୋଇଯାଆନ୍ତୁ । କାରଣ ସ୍ମାର୍ଟସିଟି ରାଉରକେଲାର ଛକ ଛକରେ ଜଗିଛି ପୋଲିସ । ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ୫୦ଟି ବାଇକକୁ ଜବତ କରାଯାଇଥିବା ବେଳେ ଟ୍ରାଫିକ୍ ପୋଲିସ ଓ ପରିବହନ ବିଭାଗ ଜରିମାନା ଆଦାୟ କରିଛି ।

Rourkela RTO Fined Bullet Owner For Silencer Change

ଷ୍ଟିଲ ସିଟି ରାଉରକେଲାର ବିଭିନ୍ନ ସ୍ଥାନରେ ଚାଲିଛି ଯାଞ୍ଚ । ଏମଭି ଆକ୍ଟକୁ ଉଲ୍ଲଂଘନ କରି ବାଇକ୍, ବୁଲେଟ୍ ସାଇଲେନ୍ସର ପରିବର୍ତ୍ତନ କରିଥିବା ଦୁଇଚକିଆ ଆରୋହୀଙ୍କୁ ଧରୁଛି ପୋଲିସ । ସହରର ସେକ୍ଟର-୨୧ ଟ୍ରାଫିକ୍ ଟାୱାର ନିକଟରେ ବୁଲେଟ ଯାଞ୍ଚ କରାଯାଇ ୫୦ରୁ ଅଧିକ ବୁଲେଟ୍ ଜବତ କରାଯାଇଛି । ଏମଭି ଆକ୍ଟ ୧୯୨ ଓ ୧୯୦(ସି) ଉଲ୍ଲଂଘନ ଅଭିଯୋଗରେ ବୁଲେଟ୍ ଜବତ କରାଯିବା ସହ ଜୋରିମାନା ଅର୍ଥ ଆଦାୟ କରାଯାଉଛି ।

Rourkela RTO Fined Bullet Owner For Silencer Change

ବୁଲେଟରେ ସାଇଲେନ୍ସର ପରିବର୍ତ୍ତନ କରିଥିବା ବାଇକ ମାଲିକଙ୍କ ଠାରୁ ସାଢ଼େ ପାଞ୍ଚ ହଜାର ଟଙ୍କାରୁ ଆରମ୍ଭ କରି ୧୭ ହଜାର ୫ ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଅର୍ଥ ଆଦାୟ କରାଯାଉଛି । ବୁଲେଟରେ ସାଇଲେନ୍ସର ପରିବର୍ତ୍ତନ କଲେ ଭଲ ସାଉଣ୍ଡ ବାହାରୁଥିବାରୁ ଚେଞ୍ଜ କରିଥିବା କହିଛନ୍ତି ଗାଡ଼ି ମାଲିକ ।

Rourkela RTO Fined Bullet Owner For Silencer Change

ସହରରେ ଶବ୍ଦ ପ୍ରଦୂଷଣ କରୁଥିବା ବାଇକ୍ ଯାଞ୍ଚ ଆସନ୍ତା ଦିନରେ ମଧ୍ୟ ଜାରି ରହିବ ବୋଲି ରାଉରକେଲା ଏସପି ସୂଚନା ଦେଇଛନ୍ତି ।

ବର୍ଷା ଓ ବଜ୍ରପାତ ନେଇ ୭ ଜିଲ୍ଲାକୁ ୩ ଘଣ୍ଟା ଯାଏ ସତର୍କତା

ଭୁବନେଶ୍ୱର: ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କତା ଜାରି କରିଛି । ୭ ଗୋଟି ଜିଲ୍ଲା ପାଇଁ ଜାରି ହୋଇଛି ସତର୍କତା । ଆଗାମୀ ୩ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ଆଦି ୭ଟି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଲୋକମାନେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

ସେହିଭଳି ଆଜି ମଧ୍ୟ ଶିମିଳିପାଳ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେଉଥିବା ଉଭୟ ରାଡ଼ାର ଏବଂ ସାଟେଲାଇଟ ଦ୍ୱାରା ଉତ୍ତୋଳନ ହୋଇଥିବା ଚିତ୍ରରୁ ସ୍ପଷ୍ଟ ଜଣାପଡ଼ିଛି ।

ଆଗାମୀ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ ତାରିଖ ଯାଏ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ବଜ୍ରପାତ ସମ୍ଭାବନା ରହିଛି ।

ଏମିତି ଗାଁ ଯେଉଁଠି ସବୁ ଘର ଆଗରେ ପ୍ଲେନ୍

ୱାଶିଂଟନ୍: ଘରେ ବାଇକ୍ ଓ କାର୍ ଥିବା ସାଧାରଣ କଥା । କିନ୍ତୁ, କେବେ ଆପଣ ଏମିତି ବସ୍ତି କିମ୍ବା ଗାଁ ବାବଦରେ ଶୁଣିଛନ୍ତି କି ? ଯେଉଁଠି ପ୍ରତ୍ୟେକଟି ଘରର ଗ୍ୟାରେଜରେ କାର୍ ନୁହେଁ ବରଂ ପ୍ଲେନ୍ ଛିଡ଼ା ହୋଇଥାଏ । ହଁ ଏମିତି ହିଁ ଗାଁ ରହିଛି ଆମେରିକାରେ । ଆମେରିକାର ରେସିଡେନ୍ସିଆଲ୍ ଏୟାରପାର୍କ ହେଉଛି ସେହି ସ୍ଥାନ । ଜଣେ ଟିକଟକ୍ ବ୍ୟବହାରକାରୀ ଏହି ସ୍ଥାନର ଭିଡିଓ ସେୟାର୍ କରିବା ପରେ ଏହା ଇଣ୍ଟରନେଟରେ ଛାଇ ଯାଇଛି । ପ୍ରତି ଘର ଆଗରେ ବିମାନ ଥିବା ଭାଇରାଲ୍ ଭିଡିଓରେ ଦେଖାଯାଉଛି ।

The USA Air Parks Village Where Residents Have Planes Parked Outside Their House (1)

ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଆମେରିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଆମେରିକାରେ ୧୯୩୯ ମସିହା ପର୍ଯ୍ୟନ୍ତ ୩୪ ହଜାର ପାଇଲଟ୍ ଥିଲେ । ତେବେ, ୧୯୪୬ରେ ପାଇଲଟଙ୍କ ସଂଖ୍ୟା ବୃଦ୍ଧି ପାଇ ୪ ଲକ୍ଷରୁ ଅଧିକ ହୋଇଥିଲା ।

The USA Air Parks Village Where Residents Have Planes Parked Outside Their House (1)

ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିବା ପରେ ଏକାଧିକ ଏୟାରଫିଲ୍ଡ ଓ ପାଇଲଟ୍ ସ୍ଥାନ ଖାଲି ହୋଇ ଯାଇଥିଲା । ଏସବୁର ବିଚାର କରି ଆମେରିକାର ଦ ସିଭିଲ୍ ଏରୋନଟିକ୍ସ ଆଡମିନିଷ୍ଟ୍ରେସନ୍, ରେସିଡେନ୍ସିଆଲ୍ ଏୟାରପାର୍କ ନିର୍ମାଣ ଲାଗି ପ୍ରସ୍ତାବ ରଖିଥିଲା । ଯାହା ଅନୁଯାୟୀ, ବନ୍ଦ ହୋଇ ପଡ଼ିଥିବା ଏୟାରଷ୍ଟ୍ରିପରେ ଅବସର ଗ୍ରହଣ କରିଥିବା ମିଲିଟ୍ରି ପାଇଲଟଙ୍କୁ ଘର ଦେବାକୁ ନିଷ୍ପତ୍ତି ହୋଇଥିଲା । ଏଭଳି ଗାଁକୁ ‘ଫ୍ଲାଏ ଇନ୍ କମ୍ୟୁନିଟିଜ୍’ କୁହାଯାଏ । ଏଠାରେ ପ୍ରତି ଘରେ କାର୍ ଭଳି ଗୋଟିଏ ଗୋଟିଏ ଉଡ଼ାଜାହାଜ ଥାଏ ।

ପ୍ରତି ଘରେ ଉଡ଼ାଜାହାଜ ଥିବାରୁ ଏଠାର ସଡ଼କ ବେଶ୍ ଚଉଡ଼ା । ରାସ୍ତା ପ୍ରସସ୍ଥ ଥିବାରୁ ଏକାଥରକେ ବିମାନ ଏବଂ କାର୍ କାହାରିକୁ ଧକ୍କା ନଦେଇ ଆଗକୁ ଯାଇପାରନ୍ତି । ସୂଚନାଯୋଗ୍ୟ, ଦୁନିଆରେ ୬୩୦ରୁ ଅଧିକ ଏୟାରପାର୍କ ରହିଥିବା ବେଳେ ସେଥିରୁ କେବଳ ୬୧୦ରୁ ଅଧିକ ଏୟାରପାର୍କ ଆମେରିକାରେ ରହିଛି ।

 

View this post on Instagram

 

A post shared by theCAVUpilot (@thecavupilot)

କାଲିଫର୍ଣ୍ଣିଆରେ ଥିବା କେମରୁନ୍ ପାର୍କ ବିମାନବନ୍ଦର ଉକ୍ତ ରେସିଡେନ୍ସିଆଲ୍ ଏୟାରପାର୍କରୁ ଗୋଟିଏ । ନିକଟରେ ଜଣେ ଟିକଟକ୍ ବ୍ୟବହାରକାରୀ ଏହି ଅଞ୍ଚଳର ଭିଡିଓ ସୁଟ୍ କରିଥିଲେ । ଯେଉଁଥିରେ ପ୍ରତ୍ୟେକ ଘର ଗ୍ୟାରେଜରେ କାର୍ ବଦଳରେ ପ୍ଲେନ୍ ଥିବା ଦେଖିବାକୁ ମିଳିଥିଲା ।

ମହାରାଷ୍ଟ୍ରରେ ବେକାବୁ କରୋନା, ନାଗପୁରରେ ଲକଡାଉନ୍ ଲାଗୁ ନିଷ୍ପତ୍ତି

ନାଗପୁର: ମହାରାଷ୍ଟ୍ରରେ କରୋନାର ବୃଦ୍ଧି ପାଉଥିବା ମାମଲାକୁ ଦେଖି ନାଗପୁରରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେବ । ଆସନ୍ତା ୧୫ ତାରିଖରୁ ମାର୍ଚ୍ଚ ୨୧ ଯାଏ ସପ୍ତାହକ ପାଇଁ ଲକଡାଉନ୍ କରାଯିବ । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ଅନ୍ୟ କାହାରିକୁ ଘରୁ ବାହାରିବା ଲାଗି ଅନୁମତି ମିଳିବ ନାହିଁ ।

Lockdown Imposed In Nagpur Maharashtra For A Week

ବୁଧବାର ନାଗପୁରରେ ୧ ହଜାର ୭୧୦ଟି କରୋନାର ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା । ୧୭୩ ଦିନ ପରେ କରୋନାର ସର୍ବାଧିକ ମାମଲା ଆସିବାରେ ଏହା ରେକର୍ଡ । ଅଧିକାଂଶ ସଂକ୍ରମଣ ମାମଲା ମହିଳା ଓ ୨୦ରୁ ୪୦ ବର୍ଷ ବୟସ୍କଙ୍କ ଠାରେ ହେଉଥିବା ନାଗପୁର ମହାନଗର ନିଗମ କହିଥିଲା ।

Lockdown Imposed In Nagpur Maharashtra For A Week

ମହାନଗର ନିଗମ କମିଶନର ରାଧାକୃଷ୍ଣଣ କହିଛନ୍ତି- ଲୋକ ମହାମାରୀକୁ ହାଲୁକାରେ ନେଉଛନ୍ତି । ଲୋକଙ୍କ ସାହାଯ୍ୟ ବିନା ମହାମାରୀକୁ ନିୟନ୍ତ୍ରଣ କରାଯାଇ ପାରିବ ନାହିଁ । ସରକାର ସମର୍ଥ ଆର୍ଥିକ ଗତିବିଧି ଆରମ୍ଭ କରିଛନ୍ତି । ଆମେ ଚାହୁଁନାହୁଁ ପୁଣି ଥରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେଉ । କିନ୍ତୁ, ସ୍ଥିତି ବିଗିଡ଼ିଲେ ଲକଡାଉନ୍ ଲଗାଇବାକୁ ବାଧ୍ୟ ହେବୁ ବୋଲି ସେ କହିଥିଲେ । ପୂର୍ବରୁ ରାତ୍ରିକାଳୀନ କର୍ଫ୍ୟୁ ଲଗାଯାଇଥିବା ବେଳେ ଏବେ ଲକଡାଉନ୍ ଘୋଷଣା ହୋଇଛି ।