spot_img
Home Blog Page 5894

କେନ୍ଦ୍ରାପଡ଼ା ଗସ୍ତରେ ମିଶନ ଶକ୍ତି କମିଶନର: SHG ମହିଳାଙ୍କ କାର୍ଯ୍ୟ ଶୈଳୀ ସମ୍ପର୍କରେ ପଚାରି ବୁଝିଲେ

କେନ୍ଦ୍ରାପଡ଼ା: ମିଶନ ଶକ୍ତି କିଭଳି ହେବ ଲୋକାଭିମୁଖୀ  । ମହିଳାଙ୍କ କେମିତି ହେବେ ଉନ୍ନତି  । ହାତ ପାଆନ୍ତାରେ କିଭଳି ପହଞ୍ଚିବ ସରକାରଙ୍କ ସବୁ ଯୋଜନା  । ଏ ସମସ୍ତ ଦିଗକୁ ନେଇ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା ମିଶନ ଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି  । ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ  । କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ବିଭିନ୍ନ ବିଭାଗୀୟ ଅଧିକାରୀ  ଉପସ୍ଥିତି ରହି ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟଶୈଳୀ ସମ୍ପର୍କରେ ବୁଝିଛନ୍ତି  । ଜିଲ୍ଲା ମହିଳା SHG କିପରି କୌଣସି ବିଭାଗ ଦ୍ଵାରା ସମସ୍ୟାରେ ପଡ଼ିବେ ନାହିଁ, ଓ ଅଧିକରୁ ଅଧିକ ରୋଜଗାରକ୍ଷମ ହୋଇପାରିବେ ସେଥିପ୍ରତି ନଜର ଦେବାକୁ କମିଶନର ସବୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସମସ୍ତ ବିଷୟକୁ ନେଇ ଦୁଇଘଣ୍ଟା ଧରି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ  ମିଶନ ଶକ୍ତି କମିଶନର  ।

ଏଥିସହିତ ପଢ଼ନ୍ତୁ: ୧୨ ବିଭାଗକୁ ୪,୬୨୫ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିନି: ଅଶୋକ ମୀନା

 

୧୨ ବିଭାଗକୁ ୪,୬୨୫ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିନି: ଅଶୋକ ମୀନା

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟରେ କେନ୍ଦ୍ରୀୟ ଯୋଜନା ଅର୍ଥ ମିଳୁନି। ଏମିତିକି ୧୨ ବିଭାଗକୁ ୪ ହଜାର ୬୨୫ କୋଟି ଟଙ୍କାର ଅନୁଦାନ ମିଳିନି ବୋଲି ସୂଚନା ଦେଇଛନ୍ତି ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା। ଏ ନେଇ ସେ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ରୀୟ ଯୋଜନା ବାବଦକୁ ଅର୍ଥ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ୯୨୪ କୋଟି ୭୧ ଲକ୍ଷ ଟଙ୍କା ପାଇବାର ଅଛି।

ସେହିପରି ପଞ୍ଚାୟତିରାଜ ବିଭାଗର ୮୯୪ କୋଟି ୯୯ ଲକ୍ଷ ଟଙ୍କା ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୫୯୮କୋଟି ଟଙ୍କା ମିଳିନାହିଁ । ଅପରପକ୍ଷେ ଗୃହ ନିର୍ମାଣ, ନଗର ଉନ୍ନୟନ ଓ ମହିଳା ଶିଶୁ ବିକାଶର ୫୯୦ କୋଟି ୭୫ ଲକ୍ଷ ଟଙ୍କା ଏବଂ କୃଷି ବିଭାଗର ୫୬୮କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇବାକୁ ବାକି ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ଏଥିସହିତ ପଢ଼ନ୍ତୁ: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

ନନ୍ଦିଗ୍ରାମ ପାଇଁ ନାମାଙ୍କନ ଭରିଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା: ଆଜି ନନ୍ଦିଗ୍ରାମ ଆସନରେ ନାମାଙ୍କନ ଭରିଛନ୍ତି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ମମତାଙ୍କୁ ଟକ୍କର ଦେବାକୁ ଶୁଭେନ୍ଦୁଙ୍କୁ ନନ୍ଦିଗ୍ରାମରୁ ପ୍ରାର୍ଥୀ କରିଛିବ ବିଜେପି । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ବାବୁଲ ସୁପ୍ରିୟୋ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଶୁଭେନ୍ଦୁ ନାମାଙ୍କନ ଦାଖଲ ଭରିଛନ୍ତି । ପ୍ରଥମେ ମନ୍ଦିରରେ ମା’ଙ୍କ ଦର୍ଶନ କରିବା ପରେ ଦଳୀୟ କର୍ମୀଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥିଲେ ଶୁଭେନ୍ଦୁ । ଏହାପରେ ହଲଦିଆଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ଅବସରରେ ଏକ ଜନସଭାକୁ ସମ୍ବେଧିତ କରି ଦିଦିଙ୍କୁ ହରାଇବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଗତ ୧୦ ତାରିଖରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ ମମତା ବାନାର୍ଜୀ ଏହି ଆସନରୁ ନାମାଙ୍କନ ଦାଖଲ କରିଥିଲେ । ନାମାଙ୍କ ଦାଖଲ କରି ଫେରୁଥିବା ବେଳେ ନନ୍ଦିଗ୍ରାମଠାରେ ମମତା ଆକ୍ରମଣର ଶିକାର ହୋଇଥିଲେ ।

ଏଥିସହିତ ପଢ଼ନ୍ତୁ: ପଶ୍ଚିମବଙ୍ଗରେ ଧର୍ମଯୁଦ୍ଧ ନିର୍ବଚନ ପୂର୍ବରୁ ବିଜେପି-ଟିଏମ୍‌ସି ଖେଳିଲେ ହିନ୍ଦୁ କାର୍ଡ

କଟକ ପିଲଗ୍ରୀମ ରୋଡରେ ଚାଲିଛି ଜବରଦଖଲ ଉଚ୍ଛେଦ

କଟକ: କଟକ ତାଳଦଣ୍ଡା କେନାଲ ରୋଡ ସଂପ୍ରସାରଣ ପାଇଁ ଶୁକ୍ରବାର ଦିନ କଲେଜ ଛକ ପିଲଗ୍ରୀମ ରୋଡରେ  ଜବରଦଖଲ ଉଚ୍ଛେଦ କରାଯାଉଛି। କେନାଲ କୂଳରେ ଥିବା ୩ଟି ମନ୍ଦିରକୁ ଉଚ୍ଛେଦ କରାଯାଇଛି ।

ଉଚ୍ଛେଦ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉଚ୍ଛେଦ ସମୟରେ କଟକ ଏଡିଏମ, ଡେପୁଟି କମିଶନର ଓ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ଉଚ୍ଛେଦ କାମକୁ ତଦାରଖ କରିଛନ୍ତି।

ଏହା ପୂର୍ବରୁ ଗତ ଜାନୁଆରୀ ୨୭ ତାରିଖରେ କଟକ ମହାନଗର ନିଗର ଏବଂ ସି.ଡି.ଏ ଏନଫୋର୍ସମେଣ୍ଟ ସ୍କ୍ୱାଡରର ମିଳିତ ଚଢ଼ାଉରେ କଲେଜ ଛକ, ସି.ଡି.ଏ ମାର୍କେଟ କମ୍ପ୍ଲେକ୍ସ ଠାରୁ ମାଲଗୋଦାମ ଥାନା ପର୍ଯ୍ୟନ୍ତ ଉଛେଦ କରାଯାଇଥିଲା ।

ଅପରାଧୀଙ୍କୁ ଚେକ୍ ଦେବ ଅତିଥି ଆପ୍, ଜାଣନ୍ତୁ କେମିତି କରିବ କାର୍ଯ୍ୟ

ଭୁବନେଶ୍ୱର: ଅପରାଧୀଙ୍କୁ ଚେକ୍ ଦେବ ‘ଅତିଥି’ ଆପ୍  । ‘ଅତିଥି’ ଆପ୍‌ ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୋଲିସ । ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସବୁ ତଥ୍ୟ ପୋଲିସକୁ ଦେବେ । କମ୍ପ୍ୟୁଟର ମାଧ୍ୟମରେ ପୋଲିସ ତଥ୍ୟ ସଂଗ୍ରହ କରିବ । ତଥ୍ୟ କେବଳ ପୋଲିସ ପାଖରେ ରହିବ, ସର୍ବସାଧାରଣରେ ପ୍ରକାଶ କରାଯିବ ନାହିଁ । ତଥ୍ୟ ଦାଖଲ ପାଇଁ ସମସ୍ତ ହୋଟେଲ ସମେତ ଗେଷ୍ଟ ହାଉସ ଓ ଲଜ୍‌କୁ ନିର୍ଦ୍ଦେଶ ଦିଆଯିବ । ଅପରାଧୀ ଅପରାଧ ଘଟାଇବା ପୂର୍ବରୁ ହୋଟେଲରେ ରହୁଛନ୍ତି  । ସୁରକ୍ଷାକୁ ଆଖି ଆଗରେ ରଖି ପୋଲିସ ଏଭଳି ନିଷ୍ପତ୍ତି ନେଇଛି ପୋଲିସ । ‘ଅତିଥି’ ଆପ୍‌କୁ ଖୁବ୍‌ଶୀଘ୍ର ଲଞ୍ଚ୍‌ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ବାଟ ଭୁଲି ସହର ଆଡ଼କୁ ମାଡ଼ି ଆସିଲା ବାଘ, ଆଉ ତା’ପରେ କ’ଣ ହେଲା ଜାଣନ୍ତୁ

ରକ୍ତଦାନ ଶିବିରର ଆୟୋଜନ କରିବେ ଅରିନ୍ଦମ୍‌: ରକ୍ତଦାନ ନେଇ ସ୍ୱେଚ୍ଛାସେବୀଙ୍କୁ କଲେ ଆହ୍ୱାନ

କଟକ: ‘ଓଡିଶା ମୋ ପରିବାର’ ଓ ’ଜୀବନ ବିନ୍ଦୁ’ ପକ୍ଷରୁ ଲୋକପ୍ରିୟ ବିଜେଡି ଯୁବ ନେତା ଅରିନ୍ଦମ ୮ ଦିନ ବ୍ୟାପୀ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରିବାକୁ ଯାଉଛନ୍ତି । ରାଜ୍ୟରେ ରକ୍ତର ଘୋର ଅଭାବକୁ ଦୂର କରିବା ପାଇଁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଅରିନ୍ଦମ ରୟ ଦୀର୍ଘ ୮ ଦିନବ୍ୟାପି ଏହି ବିଶାଳ ରକ୍ତଦାନ ଅଭିଯାନ ଆରମ୍ଭ କରିବେ ।

Arindam

୧୪ରୁ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଓସିଏ କନଫରେନ୍ସ ହଲରେ ଆୟୋଜିତ ହେବାକୁ ଥିବା ଏହି ରକ୍ତଦାନ ଶିବିରରେ ନିଜର ଶୁଭେଚ୍ଛୁଙ୍କ ଠାରୁ ଆରମ୍ଭ କରି ସମର୍ଥକ, ଯୁବ-ଛାତ୍ର, ମହିଳା ଦଳୀୟ କର୍ମକର୍ତ୍ତା ଏବଂ ଅନେକ ସ୍ୱେଚ୍ଛାସେବୀଙ୍କୁ ଏଥିରେ ଯୋଗ ଦେବା ପାଇଁ ଶ୍ରୀ ରୟ ନିବେଦନ କରିଛନ୍ତି । ଏହି ବିଶାଳ ରକ୍ତଦାନ ଶିବିର ୧୪ ମାର୍ଚ୍ଚରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଏହା ସହ ଆଗାମୀ ଦିନରେ ରକ୍ତର ଅଭାବକୁ ଦୂର କରିବା ଲାଗି ସମସ୍ତ ସ୍ୱେଚ୍ଚାସେବୀଙ୍କୁ ଏଥିପାଇଁ ଆଗେଇ ଆସିବା ପାଇଁ ସେ ଅନୁରୋଧ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

 

ପୁଣି ଭିମ୍‌ସାରରେ ରାଗିଂ ଅଭିଯୋଗ

ବୁର୍ଲା: ଭିମସାରରେ ପୁଣି ରାଗିଂ ଅଭିଯୋଗ । ଦ୍ୱିତୀୟ ବର୍ଷ ଏମବିବିଏସ ଛାତ୍ରଙ୍କୁ ଚତୁର୍ଥ ବର୍ଷ ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି । ଦ୍ୱିତୀୟ ବର୍ଷର ୬ ଜଣ ଛାତ୍ରଙ୍କୁ ମାଡ଼ ମରାଯିବା ସହିତ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ଏମବିବିଏସ ଚତୁର୍ଥ ବର୍ଷ ଛାତ୍ର ଏମବିବିଏସ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ଫଳରେ ଦ୍ୱିତୀୟ ବର୍ଷ ଛାତ୍ରମାନେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏନେଇ ପୁଣି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବାରୁ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଭିମସାର ଅଧ୍ୟକ୍ଷା ଡାକ୍ତର ଜୟଶ୍ରୀ ଦୋରା। କେଉଁ ପରିସ୍ଥିତିରେ ରାଗିଂ ହୋଇଛି, ସେନେଇ ୧୦ ଜଣିଆ ଆଣ୍ଟି ରାଗିଂ ସେଲ୍ ଏହାର ତଦନ୍ତ କରୁଛି ।

ଏଥିସହିତ ପଢ଼ନ୍ତୁ: ବାଟ ଭୁଲି ସହର ଆଡ଼କୁ ମାଡ଼ି ଆସିଲା ବାଘ, ଆଉ ତା’ପରେ କ’ଣ ହେଲା ଜାଣନ୍ତୁ

ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ପୁଣି ଗୃହ ମୁଲତବୀ । ଗୃହକୁ ଅପରାହ୍ଣ ୪ ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି । ଶୁକ୍ରବାର ବିଧାନସଭା ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଗୃହ କାର୍ଯ୍ୟ ଆରମ୍ଭରୁ ଧାନକିଣାକୁ ନେଇ ଆରମ୍ଭରୁ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଗୃହ ମଧ୍ୟଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ନାରାବାଜି କରିଥିଲେ । ଗୃହ ସାଢ଼େ ୧୧ଟା ଯାଏ ମୁଲତବି ରହିଥିଲା  । ଧାନମଣ୍ଡି ପ୍ରସଙ୍ଗ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ  । ପ୍ରକୃତ ଚାଷୀଙ୍କଠାରୁ ଧାନ କିଣାଯାଉନଥିବା ଦଳ ଅଭିଯୋଗ କରିଛି। ସବୁ ଚାଷୀଙ୍କ ଧାନ କିଣାଯିବ ବୋଲି କହିଥିଲେ । କିନ୍ତୁ ମିଛ ଚାଷୀଙ୍କଠାରୁ ଧାନ କିଣାଯାଉଥିବାରୁ ଏହାର ପ୍ରତିବାଦ କରାଯାଇଛି ବୋଲି ବିରୋଧୀ କହିଛନ୍ତି  । ଅନ୍ୟପଟେ ବିଜେଡି କହିଛି ବିରୋଧୀ ଅଯଥାରେ ଜାଣିଶୁଣି ବିଧାନସଭାକୁ ଅଚଳ କରୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ବଦଳିଲା ପାଣିପାଗ, ତାତିରୁ ମିଳିଲା ତ୍ରାହି

କେନ୍ଦୁଝରରେ ମଦ ପିଇ ମାଆକୁ ମାରିଦେଲା ପୁଅ

କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି  । ମା’କୁ ଇଟାରେ ଛେଚି ହତ୍ୟା କଲା ପୁଅ  । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଗାଢ଼ାହଟିଂ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା  । ମୃତ ମହିଳା ହେଲେ ସୋମବାରୀ ମୁଣ୍ଡା  । ଅଭିଯୁକ୍ତ ପୁଅ କିଶୋର ମୁଣ୍ଡା ମଦ୍ୟପାନ କରି ମା’କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।  କିଶୋରକୁ ଅଟକ ରଖି ବଡ଼ବିଲ ଥାନା ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ୨୦୧୨ରେ ଅଭିଯୁକ୍ତ କିଶୋର ମୁଣ୍ଡା ତା ବାପାକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା  ।

ଏଥିସହିତ ପଢ଼ନ୍ତୁ: ବାଟ ଭୁଲି ସହର ଆଡ଼କୁ ମାଡ଼ି ଆସିଲା ବାଘ, ଆଉ ତା’ପରେ କ’ଣ ହେଲା ଜାଣନ୍ତୁ

ବାଟ ଭୁଲି ସହର ଆଡ଼କୁ ମାଡ଼ି ଆସିଲା ବାଘ, ଆଉ ତା’ପରେ କ’ଣ ହେଲା ଜାଣନ୍ତୁ

ଇନ୍ଦୋର: ଜଙ୍ଗଲ ନୁହେଁ କଂକ୍ରିଟ ଜଙ୍ଗଲରେ ବୁଲୁଛି ବାଘ । ବାଟରେ ଯିଏ ଆସୁଛି ତାକୁ ଆକ୍ରମଣ କରୁଛି । ଏହି ଜଙ୍ଗଲୀ ବାଘ ଆକ୍ରମଣରେ ପ୍ରାୟ ୫ ଜଣ ଆହତ ହୋଇଛନ୍ତି । ଦୀର୍ଘ ପାଞ୍ଚ ଘଣ୍ଟାର ନିରନ୍ତର ପ୍ରୟାସ ପରେ ବାଘକୁ ଟ୍ରାଙ୍କୁଲାଇଜ୍ କରି କାବୁ କରିଛି ବନ ବିଭାଗ।

ଘଟଣାନୁଯାୟୀ, ଗୁରୁବାର ଜଙ୍ଗଲରୁ ବାଟ ଭୁଲି ଲିମ୍ୱୋଡି ଓ ଏହାର ଆଖପାଖ ଜନବସତି ଆଡ଼କୁ ମାଡ଼ି ଆସିଥିଲା କଲରାପତରିଆ ବାଘ । ଏବଂ ସହର ମଧ୍ୟରେ ଘୁରି ବୁଲୁଥିବା ବେଳେ ତା’ ହାବୁଡ଼େ ପଡ଼ିଥିବା ଲୋକଙ୍କୁ ଆକ୍ରମଣ କରିଥିଲା । ଏହା ଦ୍ୱାରା ବର୍ଷକର ଝିଅ, ୩୦ ବର୍ଷୀୟ ମହିଳା, ଚିଡ଼ିଆଖାନା ଓ ବନ ବିଭାଗର ଜଣେ ଲେଖାଏଁ କର୍ମଚାରୀଙ୍କ ସମେତ ଜଣେ ଓ୍ୱାଚ୍‌ମ୍ୟାନ୍ ଆହତ ହୋଇଥିବା ସୂଚନା ରହିଛି ।

ତେବେ ଦୀର୍ଘ ଘଣ୍ଟାର କସରତ ପରେ ଏକ ନିର୍ମଣାଧୀନ କୋଠରେ ଧରାପଡ଼ିଛି ବାଘ ।ତାକୁ ବନ କର୍ମଚାରୀମାନେ ଡାର୍ଟ ଗନ୍ ସହାୟତାରେ ଟ୍ରାଙ୍କୁଲାଇଜ୍ କରି କାବୁ କରାଯାଇଥିବା କମଳା ନେହୁରୁ ଚିଡ଼ିଆଖାନା ଦାୟିତ୍ୱରେ ଥିବା ଡ. ଉତ୍ତମ ଯାଦବ ସୂଚନା ଦେଇଛନ୍ତି ।

ତେବେ ବର୍ତ୍ତମାନ ବାଘଟିକୁ ଚିଡ଼ିଆଖାନାକୁ ନିଆଯାଇଥିବା ବେଳେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏବଂ ପରେ ତାକୁ ଜଙ୍ଗଲକୁ ଛଡ଼ାଯିବ । ଲିମ୍ୱୋଡି ବାସିନ୍ଦା କ୍ଷେମରାଜ ରାଠୋରଙ୍କ କହିବା ହେଲା ଯେ, ତାଙ୍କ ଘର କବାଡ଼ ଖୋଲା ଥିବାରୁ ବାଘ ତାଙ୍କ ଘର ଭିତରୁ ପଶିଆସିଥିଲା ଏବଂ ରୋଷେଇ କରୁଥିବା ତାଙ୍କ ସ୍ତ୍ରୀକୁ ଆକ୍ରମଣ କରିଥିଲା । ଏହାକୁ ନେଇ ତାଙ୍କ ସ୍ତ୍ରୀ ଚିତ୍କାର କରିଥିଲେ । ଏବଂ ବାଘକୁ ଦେଖିବା ପରେ ତାକୁ ବାଡ଼ିରେ ଆକ୍ରମଣ କରିଥିବା ସେ କହିଛନ୍ତି ।

https://twitter.com/Atlantide4world/status/1369981042287861766

 ଅପରପକ୍ଷରେ ଏହି ଘଟଣାକୁ ନେଇ କିଛି ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।