ମୋଦି ବିରୋଧୀ ହିଂସାର ମାଷ୍ଟାରମାଇଣ୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ୨୩ ନେତାଙ୍କ ସହ ୨୯୮ ଗିରଫ

1 min read
Bangladesh cracks down on Islamist group after anti-Modi protests

ଢାକା: ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତକୁ ବିରୋଧ କରି ବାଂଲାଦେଶରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ପଛରେ ଥିବା ଇସଲାମିକ ମୌଳବାଦୀ ସଂଗଠନ ହିଫାଜତ୍-ଏ-ଇସଲାମର ବଡ଼ ନେତାଙ୍କ ବିରୋଧରେ ବାଂଲାଦେଶ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବାଂଲାଦେଶ ପୋଲିସ ଏହି ମୌଳବାଦୀ ସଂଗଠନର ନେତା ଓ କର୍ମୀଙ୍କୁ ଗିରଫ କରିଛି । ଗିରଫ ନେତା ଓ କର୍ମୀଙ୍କ ସଂଖ୍ୟା ଶତାଧିକ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ବାଂଲାଦେଶ ସ୍ୱାଧୀନତାର ସ୍ୱର୍ଣ୍ଣଜୟନ୍ତୀ ଅବସରରେ ସେଠାକାର ସରକାର ଭାରତର ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ ।
ମୋଦିଙ୍କ ଗସ୍ତକୁ ବିରୋଧ କରି ହିଫାଜତ୍-ଏ-ଇସଲାମର କର୍ମୀ ଦେଶବ୍ୟାପି ହିଂସାକାଣ୍ଡ ଭିଆଇ ଥିଲେ । ହିଫାଜତର ଅଭିଯୋଗ ଯେ, ମୋଦି ଇସଲାମ ବିରୋଧୀ ଓ ଭାରତରେ ସେ ମୁସଲମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି ।

Bangladesh cracks down on Islamist group after anti-Modi protests

ହିଫାଜତର କର୍ମୀ ରାଜଧାନୀ ଢାକା ସମେତ ଅନେକ ସହରରେ ହିଂସାକାଣ୍ଡରେ ଲିପ୍ତ ଥିଲେ । ପୋଲିସ ଗୁଳିରେ ଅତିକମରେ ୧୩ ଜଣ ମୌଳବାଦୀ ପ୍ରାଣ ହରାଇଥିଲେ । ଏହାପରଠାରୁ ବାଂଲାଦେଶରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ରବିବାର ଦିନ ପୋଲିସ ହିଫାଜତର ଯୁଗ୍ମ ସଚିବ ମାମନୁଲ ହକକୁ ଗିରଫ କରିଛି । ଢାକାର ମୋହମ୍ମଦପୁରର ଏକ ମଦ୍ରାସାରୁ ତାକୁ ଗିରଫ କରାଯାଇଛି । ୪୭ ବର୍ଷୀୟ ହକ୍ ବିରୋଧରେ ହିଂସାକୁ ଉସକାଇବା ଅଭିଯୋଗ ରହିଛି ।
ହକ୍ ସହିତ କେବଳ ବ୍ରାହ୍ମନବାରା ଜିଲ୍ଲାରୁ ୨୯୮ ଜଣ ହିଫାଜତ କ୍ୟାଡରଙ୍କୁ ପୋଲିସ ଗିରଫ କରିଛି । ଭିଡିଓ ଫୁଟେଜ୍ ଆଧାରରେ ଏହି ସମସ୍ତଙ୍କୁ ଗିରଫ କରାଯାଇଛି । ଅନ୍ୟପକ୍ଷରେ ହିଫାଜତ୍ ମୁଖପାତ୍ର ଜାକାରିଆ ନୋମାନ ଫୋୟଜି ଅନୁସାରେ ସଂଗଠନର ୨୩ ଜଣ ନେତାଙ୍କୁ ପୋଲିସ ଅଟକ ରଖିଛି । ପୋଲିସ ମିଥ୍ୟା ଅଭିଯୋଗରେ ହିଫାଜତର ନେତା ଓ କର୍ମୀଙ୍କୁ ଗିରଫ କରୁଥିବା ସେ କହିଛନ୍ତି ।

ଏଥିସହ ପଢ଼ନ୍ତୁ- ମୋଦିଙ୍କ ଗସ୍ତ ପରେ ବାଂଲାଦେଶରେ ବ୍ୟାପକ ହିଂସା, ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

Leave a Reply