spot_img
Home Blog Page 5877

ଏପ୍ରିଲ୍ ୧୭ରେ ପିପିଲି ଉପନିର୍ବାଚନ ଲାଗି ଭୋଟ୍, ମେ’୨ରେ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍ ୧୭ ତାରିଖରେ ପିପିଲି ଉପନିର୍ବାଚନ ହେବ । ଏନେଇ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ପିପିଲି ଉପନିର୍ବାଚନ ଲାଗି ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୩୦ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ, ମାର୍ଚ୍ଚ ୩୧ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ୍ ୩ । ଏପ୍ରିଲ୍ ୧୭ରେ ଭୋଟ୍ ହେବ । ମେ’ ୨ ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

୨୦୨୦ ଅକ୍ଟୋବର ୪ ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଥିଲା । ଏହା ପରଠାରୁ ଉପନିର୍ବାଚନ ନେଇ ଲାଗି ରହିଥିଲା କଳ୍ପନାଜଳ୍ପନା । ନିକଟରେ ନିର୍ବାଚନ କମିଶନ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିଥିଲେ । ସେତେବେଳେ ଆଶା କରାଯାଉଥିଲା ପିପିଲି ଉପନିର୍ବାଚନ ଲାଗି ତାରିଖ ଘୋଷଣା ହୋଇପାରେ କିନ୍ତୁ ହୋଇନଥିଲା ।

ଭାରତରେ କମୁଛି ତେଲ ଚାହିଦା

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ କମିବାରେ ଲଗିଛି ତେଲର ଚାହିଦା । ଲଗାତାର ଫେବ୍ରୁଆରୀ ମାସରେ ମଧ୍ୟ ତେଲର ଚାହିଦା କମିବାରେ ଲାଗିଛି । ଗତବର୍ଷ ସେପ୍ଟେମ୍ୱର ମାସ ଠାରୁ ମଧ୍ୟ ଫେବ୍ରୁଆରୀ ମାସରେ ତେଲର ଚାହିଦା କମ୍ ରହିଛି । ଲଗାତାର ତୈଳ ଦର ବୃଦ୍ଧି ଯୋଗୁଁ ଦେଶରେ ତେଲର ଚାହିଦା କମିବାରେ ଲାଗିଛି । ବିଶ୍ୱର ତୃତୀୟ ବୃହତ୍ତ ତେଲ ଆମଦାନୀକାରୀ ଦେଶ ଭାରତରେ ତେଲର ବ୍ୟବହାର ୪.୯ ପ୍ରତିଶତ କମି ଏହା ୧୭.୨ ମିଲିୟନ୍ ଟନରେ ପହଞ୍ଚିଛି ।  ତେବେ ଏଥିରେ ଅଭିବୃଦ୍ଧି ଘଟିବା ପାଇଁ ତୈଳ ଦର ହ୍ରାସ ହେବା ସହ କରୋନା ସଂକ୍ରମଣ ସଂଖ୍ୟା ମଧ୍ୟ କମିବାର ଆବଶ୍ୟକତା ରହିଛି ।  ତେବେ ଏବେ ମଧ୍ୟ କିଛି ଲୋକ ଯାତ୍ରା କରିବା ନେଇ ସଂକୋଚ ମନେ କରୁଛନ୍ତି ।

ତେବେ ଦେଶରେ କରୋନା ପ୍ରଭାବ କମ୍ କରିବା ନେଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଏହା ସତ୍ତ୍ୱେ ଅଗ୍ରନାଇଜେସନ୍ ଅଫ୍ ପେଟ୍ରୋଲିୟମ୍ ଏକ୍ସପର୍ଟିଂ କଣ୍ଟ୍ରିଂ (ଓପିଇସି) ତୈଳ ଦର ହ୍ରାସ କରିବା ନେଇ ଧ୍ୟାନ ଦେବା ଆବଶ୍ୟକ । ଓପିଇସି ସୁନା ଅଣ୍ଡା ଆଶାରେ କୁକୁଡ଼ାକୁ ମାରିବା ଅନୁଚତ ବୋଲି କୁହାଯାଇଛି । ଡିଜେଲର ବ୍ୟବହାରକୁ ଅର୍ଥନୀତି ବୃଦ୍ଧିର ଏକ ପାରାମିଟର ଭାବେ ଦେଖାଯାଉଥିବା ବେଳେ ଦେଶରେ ବ୍ୟବହାର ହେଉଥିବା ମୋଟ ବିଷୋଧିତ ତୈଳର  ୪୦ ପ୍ରତିଶତ । ଦେଶରେ ଗତ ବର୍ଷ ତୁଳନାରେ ପ୍ରାୟ ୩.୮ ପ୍ରତିଶତ ଅର୍ଥାତ ୬.୫୫ ମିଲିୟନ ଟନ୍‌ ଡିଜେଲର ବ୍ୟବହାର କମ୍ ରହିଛି । ଏବଂ ଚଳିତ ବର୍ଷ ମୋଟ ୮.୫ ପ୍ରତିଶତ ହ୍ରାସ ଘଟିଛି ।

ପେଟ୍ରୋଲ ବିକ୍ରି ମଧ୍ୟ ଫେବ୍ରୁଆରୀରେ ୬.୫ ପ୍ରତିଶତ ଅର୍ଥାତ ୨.୪୪ ମିଲିୟନ ଟନ୍, ଏବଂ ବର୍ଷ ଆରମ୍ଭରେ ୩ ପ୍ରତିଶତ ହ୍ରାସ ଘଟିଛି । ସେହିଭଳି ରଷୋଇ ଗ୍ୟାସ ଏବଂ ତରଳ ପେଟ୍ରୋଲିୟମ୍ ଗ୍ୟାସ୍ ମଧ୍ୟ ୭.୬ପ୍ରତିଶତ ଅର୍ଥାତ ୨.୨୭ ମିଲିୟନ ଟନ୍ ବିକ୍ରି ହ୍ରାସ ପାଇଛି ।

ଆଉ ନିଜ ଇଚ୍ଛାରେ ଉଡ଼ାଇପାରିବେନି ଡ୍ରୋନ୍, ସରକାର ଜାରି କଲେ ନୂଆ ନିର୍ଦ୍ଦେଶନାମା

ଆଜିକାଲି ଫଟୋଗ୍ରାଫିରେ ରୁଚି ରଖୁଥିବା ପ୍ରାୟ ବ୍ୟକ୍ତି ଡ୍ରୋନ୍ କ୍ୟାମେରାର ବ୍ୟବହାର କରୁଛନ୍ତି । କେବଳ ଫଟୋଗ୍ରାଫି ପ୍ରଫେଶନାଲସ୍ ନୁହେଁ ଏମିତି ଅନେକ ପିଲା ଅଛନ୍ତି ଯେଉଁମାନଙ୍କର ହବି ଡ୍ରୋନ ଉଡାଇବା। ହେଲେ ବର୍ତ୍ତମାନ ଆଉ ଆପଣ ନିଜ ଇଚ୍ଛାରେ ଡ୍ରୋନ ଉଡାଇପାରିବେ ନାହିଁ। ଭାରତ ସରକାର ଏଥିପାଇଁ ଜାରି କରିଛନ୍ତି ନୂଆ ନିର୍ଦ୍ଦେଶନାମା। ଏହି ନିୟମ ବାହାରେ ଯାଇ ଯଦି ଆପଣ ଡ୍ରୋନ ଉଡ଼ାନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ବି ପ୍ରସ୍ତୁତ ରୁହନ୍ତୁ।

ନୂତନ ନିୟମ ଅନୁଯାୟୀ, ୨୫୦ ଗ୍ରାମରୁ ଅଧିକ ଓଜନ ବିଶିଷ୍ଟ ଡ୍ରେନଗୁଡିକ କେବଳ ରିମୋଟ ପାଇଲଟ୍ ଦ୍ୱାରା ହିଁ ଉଡ଼ାଯାଇପାରିବ। ସେ ବି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ(ଡିଜିସିଏ)ଙ୍କ ଅନୁମତି ମିଳିବା ପରେ। ଏହି ନୂଆ ନିମୟଗୁଡ଼ିକୁ ଭାରତରେ ଶୁକ୍ରବାରଠୁ ହିଁ ଲାଗୁ କରିଦିଆଯାଇଛି।

ନୂଆ ନିୟମ ମୁତାବକ ଯଦି ଡ୍ରୋନର ଓଜନ ୨୫୦ ଗ୍ରମରୁ କମ୍ କିନ୍ତୁ ଏହା ନାନୋ କାଟେଗୋରିରେ ଆସୁଛି ତେବେ ତାହା ପାଇଁ ବି ଅନୁମତି ନେବାକୁ ପଡ଼ିବ। ତେବେ ଭାରତରେ କୋଣସି ସାମଗ୍ରୀ ପରିବହନ ପାଇଁ ଡ୍ରୋନର ବ୍ୟବହାର ହୋଇପାରିବ ନାହିଁ। ଏହା କେବଳ ସର୍ଭେ, ଫଟୋଗ୍ରାଫି, ସୁରକ୍ଷା ଏବଂ ବିଭିନ୍ନ ତଥ୍ୟ ସଂଗ୍ରହ ପାଇଁ ବ୍ୟବହାର କରାଯାଇପାରିବ।

ଏହା ସହିତ, ଡ୍ରେନଗୁଡିକର ଅନଧିକୃତ ଆମଦାନୀ, କ୍ରୟ, ବିକ୍ରୟ, ଲିଜ୍ ପ୍ରକ୍ରିୟା ଦଣ୍ଡନୀୟ ଅପରାଧ ହେବ ଏବଂ ଏଥିପାଇଁ ଜରିମାନା ବି ଭରିବାକୁ ପଡ଼ିବ। ଏସବୁ ବାଦ୍ ଡ୍ରୋନ୍ ଉଡ଼ାଉଥିବା ବ୍ୟକ୍ତିଙ୍କ ପାଖରେ ରିମାଟ ପାଇଲଟ ଲାଇସେନ୍ସ ଥିବା ଆବଶ୍ୟକ। ଯଦି ବନା ଲାଇସେନ୍ସରେ କେହି ବ୍ୟକ୍ତି ଡ୍ରୋନ୍ ଉଡାନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

 

ଜିଏସ୍‌ଟି ଅନ୍ତର୍ଭୁକ୍ତ ହେବ ନାହିଁ ପେଟ୍ରୋଲ୍‌, ଡିଜେଲ୍: ଅର୍ଥ ମନ୍ତ୍ରୀ‌

ନୂଆଦିଲ୍ଲୀ: ଦେଶରେ ତୈଳ ଦର ହୁହୁ ହୋଇ ବଢୁଥିବା ବେଳେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏବେ ପେଟ୍ରୋଲ୍‌, ଡିଜେଲ୍, ବିମାନର ଇନ୍ଧନ ଓ ପ୍ରାକୃତିକ ଗ୍ୟାସକୁ ଦ୍ରବ୍ୟ ଓ ସେବା କର (ଜିଏସଟି)ରେ ଅନ୍ତର୍ଭୁକ୍ତ କରିବାର କୗେଣସି ଯୋଜନା ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକ ହୋଇଥିଲା । ଏହି ଅବସରରେ ପ୍ରେସ୍ କନଫରେନ୍ସ କରି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସୂଚନା ଦେଇଛନ୍ତି ।

Dharmendra On Fuel Price Hike, Finance Minister can find a way

୨୦୧୭ ମସିହା ଜୁଲାଇ ୧ ତାରିଖରେ ଜିଏସଟିକୁ ଉପସ୍ଥାପନା କରାଯାଇଥିଲା । ସେ ସମୟରେ ପେଟ୍ରୋଲିୟମ୍ ଉତ୍ପାଦକୁ ଜିଏସଟି ବାହାରେ ରଖାଯାଇଥିଲା । କାରଣ ଏଥିରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୋଟା ଅଙ୍କର ରାଜସ୍ୱ ପାଇଥାନ୍ତି ।

କେନ୍ଦ୍ର ସରକାର ଏହା ଉପରେ ଲଗାଇଥିବା ଏକ୍ସାଇଜ ଡ୍ୟୁଟିରୁ ଲାଭ ପାଉଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏଥିରୁ ମୁକ୍ତି ମିଳିବନି । ସେହିପରି ରାଜ୍ୟ ସରକାର ଭାଟ୍ ନେଉଛନ୍ତି । ସମୟ କ୍ରମେ ଏକ୍ସାଇଜ ଡ୍ୟୁଟି ସହ ଟିକସରେ ମଧ୍ୟ ବୃଦ୍ଧି ଘଟୁଛି । ଅପରପକ୍ଷେ ଟିକସ ଜମାରୁ ନ କମିବା ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ କଞ୍ଚା ମାଲରେ ବୃଦ୍ଧି ଯୋଗୁଁ ପେଟ୍ରାଲ୍ ଓ ଡିଜେଲ୍ ଭଳି ତୈଳ ଦରର ମୂଲ୍ୟ ଆକାଶ ଛୁଆଁ ବଢିବାରେ ଲାଗିଛି ।

ଯେଉଁଥିପାଇଁ ପେଟ୍ରାେଲିୟମ୍ ପଦାର୍ଥକୁ ଜିଏସଟି ଅନ୍ତଭୁର୍କ୍ତ କରିବା ଲାଗି ଦାବି ଜୋର ଧରୁଛି ।

କରୋନା କାଳରେ କେତେ ପ୍ରବାସୀ ଶ୍ରମିକଙ୍କୁ କାମ ଓ ସହାୟତା ଦେଇଛନ୍ତି ରାଜ୍ୟ ସରକାର ?

ଭୁବନେଶ୍ୱର: କରୋନା ସଂକ୍ରମଣ ସମୟରେ ରାଜ୍ୟକୁ ଅନେକ ପ୍ରବାସୀ ଶ୍ରମିକ ଫେରିଥିଲେ । ସେମାନଙ୍କ ଜୀବିକା ନିରାପତ୍ତା ଏବଂ ରିଲିଫ୍ ବାବଦରେ ସରକାର ବି ଅର୍ଥ ଯୋଗାଇ ସାହାଯ୍ୟ କରିଥିଲେ । ଶ୍ରମିକଙ୍କ ଜୀବିକା ନିରାପତ୍ତା ଖର୍ଚ୍ଚ ବାବଦରେ ବିଧାନସଭାରେ ଖଣ୍ଡପଡ଼ା ବିଧାୟକ ପ୍ରଶ୍ନ ରଖିଥିଲେ । ଯାହାର ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ।

ମନ୍ତ୍ରୀ ଗୃହକୁ ଦେଇଥିବା ତଥ୍ୟ ପ୍ରକାରେ କରୋନା ସଂକ୍ରମଣ କାଳରେ ଗତବର୍ଷ ମେ’ରୁ ଅକ୍ଟୋବର ମାସ ମଧ୍ୟରେ ରାଜ୍ୟକୁ ୧୦ ଲକ୍ଷ ୭ ହଜାର ୩୩୦ ଜଣ ଶ୍ରମିକ ଫେରିଥିଲେ । ଫେରନ୍ତା ଶ୍ରମିକମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ନିର୍ଦ୍ଦିଷ୍ଟ ରହଣି ଅବଧି ପରେ ତୁରନ୍ତ ସହାୟତା ବାଦକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି । ୨୦୨୦ ଅଗଷ୍ଟ ଶେଷ ସୁଦ୍ଧା ୬ ଲକ୍ଷ ୭୩ ହଜାର ୭୯ ଜଣ ପ୍ରବାସୀଙ୍କୁ ସରକାର ୧୩୪.୬୨ କୋଟି ଟଙ୍କା ବଣ୍ଟନ କରିଛନ୍ତି ।

Odisha Government Has Given 134.62 Cores To More Than SIx Lakh Migrant Labour In Corona Pandemic

ଶ୍ରମିକମାନଙ୍କ ଜୀବିକା ନିରାପତ୍ତା ନିମନ୍ତେ ମନରେଗା, ମିଶନ ଶକ୍ତି ଭଳି ଭଳି ଯୋଜନା ଓ ରାଜ୍ୟ ସରକାର ବିଭିନ୍ନ ବିଭାଗ ଯଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାକି, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗ ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଅଧିନରେ କାର୍ଯ୍ୟକାରୀ ବିଭିନ୍ନ ଯୋଜନା ମାଧ୍ୟମରେ କୋଭିଡ୍-୧୯ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜକୁ ସରକାର କାର୍ଯ୍ୟକାରୀ କରିଛନ୍ତି ।

ଏହାଛଡ଼ା ସରକାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଅଣୁ, ଭୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଇତ୍ୟାଦି ବିଭାଗରେ ପ୍ରଚଳିତ ଯୋଜନା ଓ କାର୍ଯ୍ୟକ୍ରମ ଅଧିନରେ ଶ୍ରମିମାନଙ୍କ ଜୀବିକା ନିରାପତ୍ତା ନିମନ୍ତେ ରୋଜଗାର ସୃଷ୍ଟି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏତଦ୍ ବ୍ୟତୀତ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ସକ୍ରିୟ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ଲେଖାଏଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦିଆଯାଇଛି । ୨୦୨୦ ଅଗଷ୍ଟ ସୁଦ୍ଧା ଏଭଳି ଭାବେ ୪ ହଜାର ୬୮୯ ଜଣ ଫେରନ୍ତା ପ୍ରବାସୀ ଶ୍ରମିକଙ୍କୁ ସରକାର ସହାୟତା ପ୍ରଦାନ କରିଛନ୍ତି । ପଞ୍ଜିକୃତ ନିର୍ମଣ ଶ୍ରମିକଙ୍କୁ ସହାୟତା ବଣ୍ଟନ ବେଳେ ରାଜ୍ୟ ବାହାରେ ଥିବା ଓ ଘରେ ଅନୁପସ୍ଥିତ ଶ୍ରମିକଙ୍କୁ ସହାୟତା ରାଶି ବ୍ୟାଙ୍କ ଆକାଉଣ୍ଟରେ ଜମ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । କୋଟକଣ କୋହଳ ପରେ ଶ୍ରମିକ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ପଳାଇଥିବା ସମ୍ବନ୍ଧୀୟ ତଥ୍ୟ ବିଭାଗକୁ ମିଳିନଥିବା ମନ୍ତ୍ରୀ କହିଛନ୍ତି ।

ଆପଣ କରୋନା ଟିକା ନେଇଛନ୍ତି କି? ଜାଣନ୍ତୁ କେଉଁ ସବୁ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିପାରେ

ଆପଣ କରୋନା ଟିକା ନେଇଛନ୍ତି କି? କିମ୍ୱା କରୋନା ଟିକା ଆଗକୁ ନେବାକୁ ଚାହୁଁଛନ୍ତି କି? ତେବେ ଜାଣିରଖନ୍ତୁ ଏହି ଟିକା ନେବା ଫଳରେ ଶରୀରରେ କେଉଁ କେଉଁ ସବୁ ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିପାରେ । ଜର, ଥଣ୍ଡା ଲାଗିବା, ମାସଂପେଶୀରେ ଦରଜ, ଇଞ୍ଜେକସନ୍‌ ନେଇଥିବା ପାର୍ଶ୍ୱରେ ଦରଜ ଭଳି ସାମାନ୍ୟ ସାଇଡ୍ ଇଫେକ୍ୱ କରୋନା ଟିକା ନେବା ପରେ ଆପଣଙ୍କଠାରେ ଦେଖିବାକୁ ମିଳିପାରେ । ଏଣୁ ଆପଣଙ୍କୁ ଏ ନେଇ ପ୍ରସ୍ତୁତ ରହିବା ଆବଶ୍ୟକ ।

        ତେବେ କିଛି କରୋନା ଟିକାର ପରୀକ୍ଷଣ ଚାଲିଥିବା ବେଳେ ଏଥିଲାଗି ଦେଖାଯାଉଥିବା ସାଇଡଇଫେକ୍ୱର ତାଲିକା ମଧ୍ୟ ବଢ଼ିବାରେ ଲାଗିଛି । ଯାହା ସ୍ୱାଭାବିକ ପାର୍ଶ୍ୱପ୍ରତିକ୍ରିୟା ଠାରୁ ଭିନ୍ନ ।  ତେବେ ଯେଉଁମାନଙ୍କ ଠାରେ ଆଲାର୍ଜି ସମସ୍ୟ ଥାଏ, ସେମାନଙ୍କ ଠାରେ ଏଭଳି ସମସ୍ୟା ଦେଖିବାକୁ ମିଳିଥାଏ ।    ମଡେର୍ଣ୍ଣା ଟିକା ନେଇଥିବା କିଛି ଲୋକଙ୍କ ଓଠ ଫୁଲିଯାଏ । ତେବେ ଏହି ସାଇଡଇଫେକ୍ଟ ମାତ୍ର କିଛି ଲୋକଙ୍କ ଠାରେ ହିଁ ଦେଖାଯାଇଥାଏ ଏଣୁ ଏହାକୁ ବିରଳ ପାର୍ଶ୍ୱପ୍ରତିକ୍ରିୟା ଶ୍ରେଣୀର ଅନ୍ତର୍ଭୁକ୍ତ କରାଯାଇଛି । ତେବେ ଓଠ ଫୁଲିବା ସହ ପାଟି ଶୁଖିଲା ମଧ୍ୟ ପଡ଼ିପାରେ ।

ତେବେ ଆଉ ଏକ ସାଇଡଇଫେକ୍ଟ ହେଉଛି ଇଞ୍ଜେକସନ୍ ନେଇ ଥିବା ବାହୁରେ ଲଲ୍‌ପଡ଼ିଯିବା । ଏବଂ ସ୍ଥାନଟି ସ୍ୱାଭାବିକ ଠାରୁ ଅଧିକ କଠିନ ହୋଇଯିବ । ଏବଂ ଏହା ଘା’ ହୋଇଯିବା ସହ କୁଣ୍ଡାଇ ହୋଇଥାଏ । ଟିକା ନେବାର ୨ ଦିନ ପରେ ଏଭଳି ହୋଇଥିବା କିଛି କିଛି ଲୋକଙ୍କ ଠାରେ ଏହାରୁ ୭ରୁ ୯ ଦିନ ପରେ ମଧ୍ୟ ଦେଖାଯାଏ  । ତେବେ ଏଭଳି ସାଇଡଇଫେକ୍ଟ ଦେଖିବା ପରେ ମଧ୍ୟ କରୋନା ଟିକାର ଦ୍ୱିତୀୟ ଡୋଜ୍‌ ନେବାରେ କୌଣସି ଅସୁବିଧା ନାହିଁ ।

କରୋନା ସଂକ୍ରମଣ ବୃଦ୍ଧି; ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ବେଲଗାମ ହେଉଛି କରୋନା। ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ବଢିବାରେ ଲାଗିଛି କରୋନା ସଂକ୍ରମଣ । ମହାରାଷ୍ଟ୍ର ସମେତ ୬ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଗତ ୧୫ ଦିନ ମଧ୍ୟରେ ସାରା ଦେଶରେ ସଂକ୍ରମଣ ପ୍ରାୟ ଦ୍ୱିଗୁଣିତ ହୋଇଥିବା ବେଳେ ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିନ୍ତା ବଢ଼ିଛି ।

Hathras Gangrape Dalit girl Death PM Narendra Modi CM Yogi Adityanath UP Police

ତେବେ ଏ ଦିଗରେ ତ୍ୱରିତ ପଦକ୍ଷେପ ଲାଗି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଜରୁରୀ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ଦିନ ୧୦ଟା ୩୦ରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । କରୋନା ସ୍ଥିତି ସମୀକ୍ଷା, ସଂକ୍ରମଣ ରୋକିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଓ ଟିକାକରଣ ସମ୍ପର୍କରେ ଆଲୋଚନା ହେବ । ଆସନ୍ତାକାଲି ଭିଡିଓ କନ୍‌ଫରେସିଂ ଜରିଆାରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ,  ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୪ ହଜାର ୪୯୨ ନୂଆ ଆକ୍ରାନ୍ତ । ସେହିପରି କରୋନାରୁ ଆଉ ୨୦ ହଜାର ୧୯୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ଆଉ ୧୩୧ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୯ ହଜାର ୮୩୧ରେ ପହଞ୍ଚିଛି । ଏବେ ସୁଦ୍ଧା ମହାମାରୀରୁ ମୋଟ ୧ କୋଟି ୧୦ ଲକ୍ଷ ୨୭ ହଜାର ୫୪୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେବି ୨ ଲକ୍ଷ ୨୩ ହଜାର ୪୩୨ ସକ୍ରିୟ ମାମଲା ରହିଛି । ସେହିପରି ମୋଟ୍‌ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୮୫୬ ଛୁଇଁଛି। ସେପଟେ ସାରାଦେଶରେ ଟିକାକରଣ ଜାରି ରହିଥିବା ବେଳେ ୩ କୋଟି ୨୯ ଲକ୍ଷ ୪୭ ହଜାର ୪୩୨ ଲୋକଙ୍କୁ ଦିଆଯାଇଛି ଟିକା।

 

ଏଠାରରେ କୃଷକମାନେ ବ୍ୟବହାର କରନ୍ତି ବୁଲେଟ ପ୍ରୁଫ ଟ୍ରାକ୍ଟର, କାହିଁକି ଜାଣନ୍ତୁ…

ଜମିରେ ଚାଷ କରିବା ପାଇଁ ଆମେ ସାଧାରଣରେ ଟ୍ରାକ୍ଟର ବ୍ୟବହାର କରୁ। କିମ୍ବାର କେହି କେହି ବଳଦ ସାହାଯ୍ୟରେ ଦେଶି ପ୍ରଣାଳିରେ ଲଙ୍ଗଳ ଲଗାଇ ହଳ ମଧ୍ୟ କରିଥାନ୍ତି। କିନ୍ତୁ ଏମିତି ଏକ ଗାଁ ରହିଛି ଯେଉଁଠି ବୁଲେଟ ପ୍ରୁଫ ଟ୍ରାକ୍ଟରେ ଚାଷ କରିବାକୁ ପଡ଼ିଥାଏ। ସାଧାରଣ ଟ୍ରାକ୍ଟରକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କରିଥାନ୍ତି ବୁଲେଟ ପ୍ରୁଫ। ତେବେ କଣ ପାଇଁ ଏଠାକାର କୃଷକ ମାନେ ଏମିତି ବୁଲେଟ ପ୍ରୁଫ ଟ୍ରାକ୍ଟରରେ ଚାଷ କରିଥାନ୍ତି ଆସନ୍ତୁ ଜାଣିବା।

ଯମୁନା ନଦୀ ନିକଟସ୍ଥ ହରିୟାଣା ଏବଂ ୟୁପି ଗାଁରେ ପ୍ରାୟ ପାଞ୍ଚ ଦଶନ୍ଧି ଧରି ଜମି ବିବାଦ ଲାଗି ରହିଛି। ସୋନିପତର ଜାଜଲ, ଖୁର୍ମପୁର , ନିୱାଡା, ବାହଲୋଲପୁରର ଚାଷୀମାନେ ଜମି ବିବାଦକୁ ନେଇ ମୁହାଁମୁହିଁ  ହେଉଛନ୍ତି। ପ୍ରତିବର୍ଷ ଏହି ଚାରିଟି ଗାଁରେ ପ୍ରାୟ ୪୫୦ ଏକର ଜମି ପାଇଁ ପ୍ରତି ବର୍ଷ ରକ୍ତର ନଦୀ ବହୁଛି। ସୀମା ବିବାଦରେ ଛନ୍ଦି ହୋଇଥିବା ଖୁର୍ମପୁର ଗାଁର କୃଷକମାନେ ଚାଷ ସମୟରେ ସେମାନଙ୍କ ସୁରକ୍ଷା ପାଇଁ ଏକ ନୂତନ ପଦ୍ଧତି ଆପଣାଇଛନ୍ତି। ଏଠାରେ ଥିବା କୃଷକମାନେ ଗୁଳି ଏବଂ ଅସ୍ତ୍ରଶସ୍ତ୍ରକୁ ଏଡ଼ାଇବା ପାଇଁ ସେମାନଙ୍କ ଟ୍ରାକ୍ଟରକୁ ବୁଲେଟ୍ ପ୍ରୁଫ୍ କରିଛନ୍ତି। ଏବଂ ପ୍ରମାଣ ସଂଗ୍ରହ ପାଇଁ ସେମାନଙ୍କ ଟ୍ରାକ୍ଟରେ ଉପରେ ଲାଗିଛି ସିସିଟିଭି କ୍ୟାମେରା।

ହରିୟାଣା-ୟୁପି ସୀମାନ୍ତ ଗାଁର ଚାଷୀମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମି ମାଲିକାନାକୁ ନେଇ ବିବାଦ ଲାଗି ରହିଛି। ବିହନ ବୁଣିବା ଏବଂ ଅମଳ ସମୟରେ ଉଭୟ ପାର୍ଶ୍ୱରେ ଥିବା କୃଷକମାନେ ଜମି ଉପରେ ସେମାନଙ୍କର ଅଧିକାର ଜାହିର କରନ୍ତି ଏବଂ ପ୍ରତିବର୍ଷ ସେମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥାଏ।

୧୯୭୪ ମସିହାରେ କେନ୍ଦ୍ର ସରକାର ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ଉମା ଶଙ୍କର ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ସେତେବେଳେ ନିଷ୍ପତ୍ତି ନିଆଗଲା ଯେ ୟୁପି ଚାଷୀଙ୍କ ଯେଉଁ ଜମି ହରିୟାଣାରେ ରହିଛି, ସେଥିରେ ହରିୟାଣାର କୃଷକମାନଙ୍କର ଦଖଲ ରହିବ । ଏବଂ ହରିୟାଣାର କୃଷକଙ୍କ ଯେଉଁ ଜମି ୟୁପି ରହିଛି ତାହା ଉପରେ ୟୁପି ଚାଷୀଙ୍କ ଦଖଲରେ ରହିବ। ଏହା ପରେ ଜମିକୁ ଭାଗ କରି ଲୁହାର ଖମ୍ବ ଲଗାଇଦିଆ ଗଲା। କିନ୍ତୁ ମୂଳ ଅସୁବିଧାର କାରଣ ହୋଇ ଛିଡ଼ା ହେଲା ଯମୁନା ନଦୀ। ଯମୁନାର ଧାର ବାରମ୍ବାର ବଦଳିବା କାରଣରୁ ଜମି ଦଖଲ ହୋଇପାରିଲା ନାହିଁ ଏବଂ ବିବାଦ ବୃଦ୍ଧି ପାଇବାରେ ଲାଗିଲା।

ଏହି ଜମି ବିବାଦରେ ହରିୟାଣାର ସୋନିପତ ଜିଲ୍ଲାର ଖୁର୍ମପୁର ଗାଁର ପ୍ରାୟ ୮୦ ଜଣ ଚାଷୀ ଫସି ରହିଛନ୍ତି। ଯମୁନା ନଦୀ ପାଖରେ ଥିବା ଏହି ଗାଁର ଶହ ଶହ ଏକର ଜମି ରହିଛି। ଯେତେବେଳେ କୃଷକମାନେ ସେଠାକୁ ଚାଷ କରିବାକୁ ଯାଆନ୍ତି ସେତେବେଳେ ସଂଘର୍ଷ ଆରମ୍ଭ ହୁଏ। ଅପରପାର୍ଶ୍ୱ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରନ୍ତି। ଏଭଳି ଆକ୍ରମଣରେ ଅନେକଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦୦ ରୁ ଅଧିକ ଚାଷୀ ଆହତ ହୋଇଛନ୍ତି। ତେଣୁ ବର୍ତ୍ତମାନ କୃଷକମାନେ ସେମାନଙ୍କ ସୁରକ୍ଷା ପାଇଁ ବୁଲେଟ୍ ପ୍ରୁଫ୍ ଟ୍ରାକ୍ଟର ବ୍ୟବହାର କରିବା ଆରମ୍ଭ କରିଛନ୍ତି। ସେମାନେ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ କରି ଟ୍ରାକ୍ଟର ବୁଲେଟ୍ ପ୍ରୁଫ୍ କରୁଛନ୍ତି।

ଭାରତ ଗସ୍ତରେ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

ଲଣ୍ଡନ: ଆସନ୍ତା ଏପ୍ରିଲ୍ ମାସ ଶେଷ ବେଳକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଭାରତ ଗସ୍ତରେ ଆସିବେ। ୟୁରୋପିଆନ ୟୁନିୟନରୁ ଅଲଗା ହେବା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କର ଏହା ସବୁଠୁ ବଡ଼ ଆନ୍ତର୍ଜାତୀକ ଗସ୍ତ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ବୋରିସଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।

ଚଳିତ ବର୍ଷ ଜାନୁଆରୀ ମାସ ତଥା ୭୨ତମ ଗଣତନ୍ତ୍ର ଦିବସ ଅବସରରେ ବୋରିସ ଜନସନଙ୍କର ଭାରତ ଗସ୍ତ କରିବା କାର୍ଯ୍ୟକ୍ରମ ରହିଥିଲା । ଏହି ସମୟରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥାନ୍ତେ । ମାତ୍ର ବ୍ରିଟେନରେ କରୋନାର ନୂଆ ଲହର ଯୋଗୁ ଏହି ଗସ୍ତ ବାତିଲ ହୋଇଯାଇଥିଲା। ଏବେ ପ୍ରାୟ ୩ ମାସ ପରେ ସେ ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି ।

ସେ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ବୋରିସ୍ କହିଥିଲେ ଯେ, ବ୍ରିଟେନରେ ଯେଉଁ ଗତିରେ କରୋନା ସଂକ୍ରମଣ ବ୍ୟାପୁଛି ସେଭଳି ସ୍ଥିତିରେ ତାଙ୍କର ବ୍ରିଟେନରେ ରହିବା ଅତ୍ୟନ୍ତ ଜରୁରୀ । ଯାହା ଫଳରେ ସେ କରୋନା ଭାଇରସର ଘରୋଇ ପ୍ରତିକ୍ରିୟା ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବେ ।

ମାର୍ଚ୍ଚ ୩୧ ଯାଏଁ ଏହି ୪ ସହରରେ ନାଇଟ୍ କର୍ଫ୍ୟୁ

ଅହମ୍ମଦାବାଦ: କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗୁଜୁରାଟ ସରକାର ୪ ସହରରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି । ଏହି ସହର ମଧ୍ୟରେ ରହିଛି- ଅହମ୍ମଦାବାଦ, ବଡୋଦରା, ସୁରଟ୍ ଓ ରାଜେକାଟ ଆଦି।

ଏହି ୪ ସହରରେ ନାଇଟ୍ କର୍ଫ୍ୟୁ ରାତି ୧୦ଟାରୁ ମାର୍ଚ୍ଚ ୧୭ ତାରିଖ ସକାଳ ୬ଟା ଯାଏଁ ଲାଗୁ ହେଉଛି । ଆଉ ଏହି ଭଳି ସ୍ଥିତି ମାର୍ଚ୍ଚ ୩୧ ଯାଏଁ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଦେଶରେ ଆତଙ୍କ ଖେଳାଇଲାଣି କରୋନାର ଦ୍ୱିତୀୟ ଲହର । ୧୫ ଦିନରେ ଦୁଇଗୁଣା ହୋଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦେଶରେ କରୋନା ଗ୍ରାଫ୍ ଉପରମୁହାଁ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୪ ହଜାର ୪୯୨ ନୂଆ ଆକ୍ରାନ୍ତ । ସେହିପରି କରୋନାରୁ ଆଉ ୨୦ ହଜାର ୧୯୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ଆଉ ୧୩୧ଜଣଙ୍କ ଜୀବନ ଯାଇଛି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୯ ହଜାର ୮୩୧ରେ ପହଞ୍ଚିଛି । ଏବେ ସୁଦ୍ଧା ମହାମାରୀରୁ ମୋଟ ୧ କୋଟି ୧୦ ଲକ୍ଷ ୨୭ ହଜାର ୫୪୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେବି ୨ ଲକ୍ଷ ୨୩ ହଜାର ୪୩୨ ସକ୍ରିୟ ମାମଲା ରହିଛି । ସେହିପରି ମୋଟ୍‌ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୮୫୬ ଛୁଇଁଛି। ସେପଟେ ସାରାଦେଶରେ ଟିକାକରଣ ଜାରି ରହିଥିବା ବେଳେ ୩ କୋଟି ୨୯ ଲକ୍ଷ ୪୭ ହଜାର ୪୩୨ ଲୋକଙ୍କୁ ଦିଆଯାଇଛି ଟିକା।

 

ଏବେକା ସମୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ଯୋଗୁଁ ସରକାର ନାଇଟ୍ କର୍ଫ୍ୟୁ ବଢାଇଥିବା ନେଇ ଆଧିକାରିକ ସୁତ୍ରରୁ ପ୍ରକାଶ । ୬ଷ୍ଠ ଥର ପାଇଁ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଗତ ବର୍ଷ ନଭେମ୍ବରରେ ପ୍ରଥମେ ଲାଗୁ ହୋଇଥିଲା ।