ସ୍କୁଲ୍ ବନ୍ଦ ନିର୍ଦ୍ଦେଶ ସତ୍ତ୍ୱେ ସରକାରୀ ବିଦ୍ୟାଳୟରେ ହେଉଛି ପାଠପଢ଼ା

School Opened In Mayurbhanj After SME Closure Order Amid Covid19

ବାରିପଦା: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ସରକାର ବନ୍ଦ ରଖିଛନ୍ତି । ଏଥିସହ ଦଶମ ଶ୍ରେଣୀ ପିଲାଙ୍କ ବୋର୍ଡ ପରୀକ୍ଷାକୁ ସଂକ୍ରମଣ ପାଇଁ ବାତିଲ୍ କରାଯାଇଛି । ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । କିନ୍ତୁ ମୟୂରଭଞ୍ଜ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସଂକ୍ରମଣ ବ୍ୟାପୁଥିବା ଥିବାବେଳେ ଛାତ୍ରଛାତ୍ରୀଙ୍କ ଜୀବନକୁ ବିପଦରେ ପକାଇ ଏଠି ଚାଲିଛି ସରକାରୀ ସ୍କୁଲରେ ପାଠପଢ଼ା ।

School Opened In Mayurbhanj After SME Closure Order Amid Covid19

ରାସଗୋବିନ୍ଦପୁର ବ୍ଲକର ପାଇକସାହି ଗାଁରେ ଥିବା ଶ୍ରୀ ଚୈତନ୍ୟଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠପଢ଼ା ହେଉଛି । ସରକାରଙ୍କ ସମସ୍ତ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ବିଦ୍ୟାଳୟରେ ଶିକ୍ଷା ଦାନ ଚାଲିଛି । ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ସରକାର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଠି କିନ୍ତୁ ବିଦ୍ୟାଳୟ ଶ୍ରେଣୀଗୃହରେ ସଂଖ୍ୟାଧିକ ଛାତ୍ରଛାତ୍ରୀଙ୍କୁ ବସାଇ ପାଠ ପଢ଼ାଉଛନ୍ତି ସାର୍ ।

School Opened In Mayurbhanj After SME Closure Order Amid Covid19

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମହରି ପରମାଣିକ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଡାକି ଶ୍ରେଣୀ ଗୃହରେ କୋଭିଡ୍ ସମୟରେ ପାଠ ପଢ଼ାଉଛନ୍ତି । ଏନେଇ ପ୍ରଧାନ ଶିକ୍ଷକ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଫୋନ୍ ଉଠାଉ ନାହାଁନ୍ତି । ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ମହାମାରୀ ସମୟରେ ଶିକ୍ଷକଙ୍କ ଏଭଳି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ଜିଲ୍ଲାରେ ଏବେ କରୋନାର  ୮୯୫ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

Leave a Reply