କରୋନା ରୋଗୀଙ୍କୁ ଅକ୍ସିଜେନ ଯୋଗାଇବ ଏହି ଔଷଧ

1 min read

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଏକ ବିଶେଷ ଡେଭଲପମେଣ୍ଟ ସାମ୍ନାକୁ ଆସିଛି । ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ଜାୟଡସ କ୍ୟାଡିଲାର Pegylated Interferon alpha-2b ଔଷଧ ବା ଭିରାଫିନକୁ ମଞ୍ଜୁରୀ ମିଳିଛି । ୨୩ ଅପ୍ରେଲରେ rug Controller General of India (DCGI) ଏହାକୁ ଅନୁମତି ଦେଇ ସାରିଛନ୍ତି ।

ଏହି ଔଷଧର ବ୍ୟବହାର କୋଭିଡ ୧୯ ରୋଗୀଙ୍କ କ୍ଷେତ୍ରରେ କରାଯାଏ । ଏପର୍ଯ୍ୟନ୍ତ ଏହି ଔଷଧକୁ ହେପାଟାଇଟିସ ସି’ର ଚିକିତ୍ସା ପାଇଁ ବ୍ୟବହାର କରାଯାଏ । କିନ୍ତୁ ଯଦି କରୋନା ରୋଗୀଙ୍କୁ ପ୍ରଥମ ଷ୍ଟେଜରେ ଏହି ଔଷଧର ଗୋଟିଏ ଡୋଜ୍‌ଦିଆଯାଏ, ତେବେ ସେଥିରୁ ଖୁବଶୀଘ୍ର ମୁକ୍ତି ମିଳିପାରେ ବୋଲି ଦାବି କରିଛନ୍ତି ଡେଭଲପର୍ସ । ଏହା ସହିତ ଏହା ପରିସ୍ଥିତି ଗମ୍ଭୀର ହେବାକୁ ରୋକିପାରେ । ଭାରତରେ ପ୍ରାୟ ୧୦ ବର୍ଷ ଧରି ଏହି ଔଷଧ ବ୍ୟବହାର ହୋଇ ଆସୁଛି । ଏବେ DCGI ଏହାକୁ କୋଭିଡ ରୋଗୀଙ୍କ ନିକଟରେ ବ୍ୟବହାର ପାଇଁ ଅନୁମତି ଦେଇଛି ।

ଏହି ଔଷଧ ରୋଗୀ ଶରୀରରେ ଅମ୍ଳଜାନ ଅଭାବକୁ ପୂରଣ କରିବାରେ ସକ୍ଷମ ହୋଇଥାଏ । ଏହାକୁ ନେବାପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ସିଜେନ ସପ୍ଲାଇର ଆବଶ୍ୟକତା ପଡ଼େ ନାହିଁ । ଦେଶରେ ୨୦ରୁ ୨୫ଟି କେନ୍ଦ୍ରରେ ଏହାର ଟ୍ରାଏଲ ହୋଇ ସାରିଛି । ଏହାକୂ ନେବାଦ୍ୱାରା ମେଡିକଲ ଅକ୍ସିଜେନର ଆବଶ୍ୟକତା ପଡ଼ୁନଥିବା କଥା ସାମ୍ନାକୁ ଆସିଛି ।

କ୍ୟାଡିଲା ହେଲ୍ଥକେୟାର ଲିମେଟେଡର ମ୍ୟାନେଜିଙ୍ଗ୍‌ଡାଇରେକ୍ଟର ଡାକ୍ତର ଶର୍ବିଲ ପଟେଲଙ୍କ କହିବା ଅନୁସାରେ ଏହି ଔଷଧ ଶରୀରରେ ଭାଇରାଲ ସ୍ଥିତି କମ୍‌କରିବାରେ ସହାୟକ ।

Leave a Reply