ପଶ୍ଚିମ ଓଡ଼ିଶାରେ ବୃଦ୍ଧି ହେଉଛି କୋଭିଡ୍ ଶଯ୍ୟା, ମେ’ ମାସରେ ପିକକୁ ଯାଇ ସଂକ୍ରମଣ ଖସିବା ସମ୍ଭାବନା

Odisha Government Increasing Covid Beds In Western Odisha

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଅକ୍ଟୋବର ମାସରେ କୋଲକାତାରେ ଟ୍ରିପଲ ମ୍ୟୁଟାଣ୍ଟ ଦେଖା ଦେଇଥିଲା । ଓଡ଼ିଶାରେ ତାହା ଏଯାଏଁ ଦେଖା ଦେଇନାହିଁ । କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶାରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି । ଏଥିସହ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି  ସୂଚନା ଦେଇଛନ୍ତି । ଅକ୍ସିଜେନ ଯୋଗାଣ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ରାଜ୍ୟରେ ଅକ୍ସିଜେନର ଅଭାବ ନାହିଁ ।

Odisha Government Increasing Covid Beds In Western Odisha

ରାଜ୍ୟରୁ ୨ ଶହ ୫୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ବାହାର ରାଜ୍ୟକୁ ଯୋଗାଯାଇଥିବା ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ମେ’ ମାସ ବେଳକୁ ପିକରେ ରହି ଖସିବାର ସମ୍ଭାବନା ରହିଛି । ପ୍ୟାନିକ୍ ହୋଇ କି ଡାକ୍ତରଖାନାକୁ ଆସନ୍ତୁ ନାହିଁ । ଜଣେ ରୋଗୀ ଆସିଲେ ତାଙ୍କ ସହ ଅନ୍ୟମାନେ ଡାକ୍ତରଖାନାରେ ଭିଡ଼ କରନ୍ତୁ ନାହିଁ ।

ଅନ୍ୟପଟେ ରାଜ୍ୟକୁ ଆଜି ୧ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଆସିବ । ଗତାକିଲ ୭୬୯ କେନ୍ଦ୍ରରେ ୧ ଲକ୍ଷ ୮ ହଜାର ୯୦୨ ଜଣଙ୍କୁ ଟୀକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୫ ଲକ୍ଷ ୫୦ ହଜାର ୩୮୦ ଡୋଜ୍ ଦିଆଯାଇଛି । ସଟଡାଉନ୍ ଯୋଗୁଁ ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିଛି । ଟୀକାକରଣ କେନ୍ଦ୍ରକୁ ଏହି ସମୟରେ ସାନିଟାଇଜ କରାଯିବ । ସୋମବାରରୁ ଶୁକ୍ରବାର ଅନବରତ ଟିକାକରଣ ଚାଲିବ । ବର୍ତ୍ତମାନ ୧ ଲକ୍ଷ କୋଭିସିଲ୍ଡ ଟିକା ଥିବା ବେଳେ ଆଜି ୧ ଲକ୍ଷ ଡୋଜ୍ ଆସିବ । ୩.୭ ଲକ୍ଷ କୋଭାକ୍ସିନ ଅଛି ।

Odisha Government Increasing Covid Beds In Western Odisha

ଟିକା ଅଭାବରୁ ଅଧିକାଂଶ ଟିକାକରଣ ବନ୍ଦ ରହିଛି, ଅଧିକ ଆସିଲେ ସ୍ୱାଭାବିକ ହେବ । ଅଗ୍ରାଧିକାର ଭିତ୍ତିରେ ପଶ୍ଚିମ ଓଡ଼ିଶାକୁ ଟିକା ଦିଆଯାଉଛି । ଆଜି ବୈଠକ ଅଛି ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ ନେଇ କିଛି ଆଲୋଚନା ହୋଇପାରେ । ଉଭୟ ଟିକା ନିରାପଦ ଓ ଫଳପ୍ରଦ । ସମସ୍ତେ ଟିକା ନେବା ଉଚିତ୍ । ଦୁଇଟି ଡୋଜ୍ ନେବା ପରେ ହିଁ ସଂକ୍ରମଣରୁ ରକ୍ଷା କରାଯାଇ ପାରିବ । ପ୍ରଥମ ଡୋଜ ଏତେ ଫଳପ୍ରଦ ନୁହେଁ ବୋଲି କହିଛନ୍ତି ପରିବାର କଲ୍ୟାନ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

Leave a Reply