ରାସ୍ତା ଉପରେ ବୃଦ୍ଧଙ୍କୁ ବାରହା ଆକ୍ରମଣ, ଏକା ଲଢ଼ିଲା କୁକୁର

1 min read

ଭଞ୍ଜନଗର: ରାସ୍ତା ଉପରେ ସଂଖ୍ୟାଧିକ ଲୋକଙ୍କ ଭିଡ଼ । ଅସଂଖ୍ୟ ଲୋକଙ୍କ ଭିଡ଼ ଭିତରେ ବୃଦ୍ଧଙ୍କୁ ଗଡ଼େଇ ଗଡ଼େଇ ଆକ୍ରମଣ କରୁଛି ବାରହା । ଶହ ଶହ ଲୋକ ଅଛନ୍ତି, ସବୁ ଦେଖୁଛନ୍ତି । କିନ୍ତୁ ବୃଦ୍ଧଙ୍କ ଜୀବନ ବଞ୍ଚାଇବା ଲାଗି କେହି ଆଗକୁ ଆସୁନାହାଁନ୍ତି । ବରଂ ମାନବିକତାକୁ ହରାଇ ମୋବାଇଲରେ ଦୃଶ୍ୟକୁ ରେକର୍ଡ କରୁଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର କାଳିଆମ୍ବା ଫରେଷ୍ଟ ମୁଦୁଲିପଲ୍ଲୀ ଗାଁ ନିକଟ ରାସ୍ତାରେ ।

ସ୍ଥାନୀୟ ଅଞ୍ଚଳର ସୁଭାଷ ବିଶୋୟୀ ନାମକ ବୟସ୍କ ବ୍ୟକ୍ତି ଧାନ ଖଳାକୁ ଯାଉଥିବା ବେଳେ ବାରହା ଆକ୍ରମଣ କରିଥିଲା । ରାସ୍ତାକଡ଼ରେ ବୃଦ୍ଧଙ୍କୁ ବାରହା ଆକ୍ରମଣ କରୁଥିବା ସଂଖ୍ୟାଧିକ ଲୋକ ଦେଖୁଥିଲେ ମଧ୍ୟ କେହି ଆଗକୁ ଆସୁନଥିଲେ । ଏକୁଟିଆ ଏକ କୁକୁର ବାରହା ସହ ଲଢ଼େଇ କରୁଥିଲା ବୃଦ୍ଧଙ୍କ ଜୀବନ ପାଇଁ । ଶେଷରେ କେହି ଜଣେ ବ୍ୟକ୍ତି ଏକ ଠେଙ୍ଗା ଫୋପାଡ଼ିବା ଏବଂ ଗାଡ଼ି ହର୍ଣ୍ଣ ଶୁଣି ବାରହା ଚାଷଜମି ଆଡ଼କୁ ଦୌଡ଼ି ପଳାଇଥିଲା ।

 

View this post on Instagram

 

A post shared by NandighoshaTV (@nandighoshatv)

ବାରହା ଆକ୍ରମଣରେ ଗୁରୁତର ଅବସ୍ଥାରେ ସୁଭାଷଙ୍କୁ ସ୍ଥାନୀୟ ଲୋକେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗତ କିଛିଦିନ ହେଲା ସ୍ଥାନୀୟ ଅଞ୍ଚଳରେ ବଣୁଆ ବାରହାଙ୍କ ଉପଦ୍ରବ ବଢିଥିବାରୁ ଅନେକ ଲୋକ ଆହତ ହେଲେଣି । କିଛିଦିନ ତଳେ ଗାଙ୍ଗପୁର ଫରେଷ୍ଟ ସେକ୍ସନ ବଘୁଆପଲ୍ଲୀ ଗାଁରେ ଦିନ ଦ୍ୱିପ୍ରହରରେ ୩ ଜଣ ମହିଳା ଓ ଜଣେ ପୁରୁଷଙ୍କୁ ବାରହା ଆକ୍ରମଣ କରିଥିଲା ।

Leave a Reply