ଦିଲ୍ଲୀ ହାଇକୋର୍ଟଙ୍କ କଠୋର ଟିପ୍ପଣୀ- ‘ଅମ୍ଲଜାନ ରୋକିଲେ ଲଟକାଇ ଦେବୁ’

1 min read
Delhi HC Strict Step Said Oxygen Supply Should Be Uninterrupted

ନୂଆଦିଲ୍ଲୀ: ଦିଲ୍ଲୀର ଅକ୍ସିଜେନ୍ ସଂକଟ ନେଇ ଶୁଣାଣି ବେଳେ ବଡ଼ ଟିପ୍ପଣୀ କରିଛନ୍ତି ହାଇକୋର୍ଟ । କେନ୍ଦ୍ର, ରାଜ୍ୟ ଅଥବା କୌଣସି ଅଧିକାରୀ ଅକ୍ସିଜେନ୍ ଯୋଗାଣରେ ଅସୁବିଧା ସୃଷ୍ଟି କଲେ ଆମେ ସେହି ବ୍ୟକ୍ତିଙ୍କୁ ଲଟକାଇ  ଦେବୁ । ଜଷ୍ଟିସ୍ ବିପିନ୍ ସାଂଘି ଓ ଜଷ୍ଟିସ୍ ରେଖା ପଲ୍ଲୀଙ୍କ ଖଣ୍ଡପୀଠ ଏଭଳି ଟିପ୍ପଣୀ କରିଛନ୍ତି । ମହାରଜା ଅଗ୍ରସେନ୍ ହସ୍ପିଟାଲର ଏକ ଆବେଦନର ଶୁଣାଣି ବେଳେ ଖଣ୍ଡପୀଠ ଏଭଳି ମନ୍ତବ୍ୟ ଦେଇଛନ୍ତି । ହସ୍ପିଟାଲରେ ଗମ୍ଭୀର କରୋନା ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ନିଅଣ୍ଟକୁ ନେଇ କୋର୍ଟ ଏଭଳି ମତ ଦେଇଛନ୍ତି ।

Delhi HC Strict Step Said Oxygen Supply Should Be Uninterrupted

କିଏ ରୋକୁଛି ପରିବହନ ?

ଅଦାଲତ ଦିଲ୍ଲୀ ସରକାରଙ୍କୁ ପଚାରିଛନ୍ତି କୁହନ୍ତି କିଏ ଅକ୍ସିଜେନ୍ ପରିବହନରେ ବାଧା ଦେଉଛନ୍ତି । ଖଣ୍ଡପୀଠ କହିଛନ୍ତି- ‘ଆମେ ସେହି ବ୍ୟକ୍ତିଙ୍କୁ ଟାଙ୍ଗି ଦେବୁ । ଆମେ କାହିରିକୁ ବି ଛାଡ଼ିବୁ ନାହିଁ ।’ ସ୍ଥାନୀୟ ପ୍ରଶାସନର ସେଭଳି ଅଧିକାରୀଙ୍କ ସମ୍ପର୍କରେ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ଜଣାନ୍ତୁ । ଫଳରେ କେନ୍ଦ୍ର ସରକାର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବ ।

ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ

ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି, ଦିଲ୍ଲୀ ପାଇଁ ପ୍ରତିଦିନ ମିଳିବାକୁ ଥିବା ୪୮୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ କେବେ ମିଳିବ ? ଅଦାଲତ କହିଛନ୍ତି କେନ୍ଦ୍ର ସରକାର ୨୧ ତାରିଖରେ ଦିଲ୍ଲୀକୁ ଦୈନିକ ୪୮୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ପହଞ୍ଚାଇବା ଲାଗି ଆଶ୍ୱସ୍ତ କରିଥିଲେ । ଆମକୁ କୁହନ୍ତୁ ଅକ୍ସିଜେନ୍ କେବେ ଆସିବ ?

Leave a Reply