Oxygen Crisis In Agra: ସ୍ୱାମୀଙ୍କୁ ମୁହଁରେ ଦେଉଥିଲେ ଅକ୍ସିଜେନ, ତଥାପି ବଞ୍ଚାଇ ପାରିଲେନି ଜୀବନ

1 min read

ଆଗ୍ରା:  କରୋନା ଭାଇରଲର ଦ୍ୱିତୀୟ ଲହରୀ ବ୍ୟାପିବା ପରେ ଅମ୍ଲଜାନର ସଙ୍କଟ ଏବେ ବଡ଼ ସମସ୍ୟା ନେଇ ମୁଣ୍ଡ ଟେକିଛି । ଇତି ମଧ୍ୟରେ ଆଗ୍ରାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ନିଶ୍ୱାସ ନେବାରେ ଅସୁବିଧା ସମ୍ମୁଖୀନ କରୁଥିବା ସ୍ୱାମୀଙ୍କୁ ନେଇ ରେଣୁ ସିଙ୍ଘଲ ନାମକ ଜଣେ ମହିଳା ଅନେକ ଡାକ୍ତରଖାନା ବୁଲି ବୁଲି ହତାଶ ହୋଇଥିଲେ । କିନ୍ତୁ କେଉଁଠି ବି ତାଙ୍କ ସ୍ୱାମୀଙ୍କୁ ଅକ୍ସିଜେନ ମିଳିନଥିଲା । ଶେଷରେ ଏକ ସରକାରୀ ଡାକ୍ତରଖାନାରେ ପହଞ୍ଚି ସ୍ୱାମୀଙ୍କୁ ନିଜ ପାଟି ଯୋଗେ ନିଶ୍ୱାସ ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ଦୁର୍ଭାଗ୍ୟର କଥା ହେଲା କିଛି ସମୟ ପରେ ତାଙ୍କ ସ୍ୱାମୀଙ୍କୁ ମୃତ୍ୟୁ ହୋଇଥିଲା ।

ଏହି ଘଟଣା ଶୁକ୍ରବାର ଘଟିଥିବା ସୂଚନା ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆଗ୍ରାର ଆବାସ ବିକାଶ ସେକ୍ଟରେ ବାସ କରୁଥିବା ରେଣୁ ସିଙ୍ଘଲ ନିଜ ସ୍ୱାମୀ ରବି ସିଙ୍ଘଲ (୪୭) ଙ୍କୁ ସରୋଜିନୀ ନାୟଡୁ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଆଣିଥିଲେ । ରବିଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଥିଲା,  ସେଥିପାଇଁ ଅନ୍ୟ କୌଣସି ବିକଳ୍ପ ନପାଇ ରେଣୁ ମିଜ ମୁହଁ ଯୋଗେ ସ୍ୱାମୀଙ୍କୁ ନିଶ୍ୱାସ ଦେଇଥିବା ଘଟଣା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଏମିତିକି ରେଣୁ ଆମ୍ବୁଲାନ୍ସ ଟିଏ ମଧ୍ୟ ମିଳିଲା ନେହିଁ । ଶେଷରେ ଏସଏନଏମସିର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ହାତ ଟେକିଦେଲେ ଘରୋଇ ହସ୍ପିଟାଲ

ଏହାପୂର୍ବରୁ ତିନି-ଚାରିଟି ଘରୋଇ ଡାକ୍ତରଖାନା ରେନୁଙ୍କ ସ୍ୱାମୀଙ୍କୁ ଆଡମିଟ କରିବାକୁ ମନା କରିଦେଇଥିଲେ। ଡାକ୍ତରଖାନାରେ ଭର୍ତ୍ତି ନକରାଇବା ଘଟଣଆ ବର୍ତ୍ତମାନସହରରେ ସାଧାରଣ କଥା ହୋଇଗଲାଣି । ଆଗ୍ରା ମୁଖ୍ୟ ଚିକିତ୍ସା ଅଧିକାରୀ ଆରସି ପାଣ୍ଡେ କହିଛନ୍ତି ଯେ, ଜିଲ୍ଲାରେ ମେଡିକାଲ ଗୁଡ଼ିକରେ ଅମ୍ଳଜାନର ଅଭାବ ରହିଛି । ସେ କହିଛନ୍ତି ଯେ ଉପଲବ୍ଧତା ଅନୁଯାୟୀ ଆମେ ବ୍ୟବସ୍ଥା କରୁଛୁ । ଗୋଟେ ପଟେ ଆଗ୍ରା ଡାକ୍ତରଖାନାରେ ଗୁରୁତର ଅସୁସ୍ଥ ରୋଗୀଙ୍କ ପାଇଁ ଶଯ୍ୟା ଉପଲବ୍ଧ ଅଛି ବୋଲି ସେ ଦାବି କରୁଥିବାବେଳେ ଅନେକ ଲୋକ ଅଭିଯୋଗ କରିଛନ୍ତି ଯେ ରୋଗୀଙ୍କୁ ବେଡ ଯୋଗାଇଦେବା ପାଇଁ ଗୋଟିଏ ଡାକ୍ତରଖାନାରୁ ଆଉ ଏକ ଡାକ୍ତରଖାନା ଦୌଡ଼ିବାକୁ ବାଧ୍ୟ ହେଉଛନ୍ତି ।

ଆଗ୍ରାରେ ରହିଛି ୩୪ କୋଭିଡ ହହ୍ସିଟାଲ

ସିଏମଓଙ୍କ କହିବା ଅନୁଯାୟୀ ଆଗ୍ରାରେ କୋଭିଡ ୧୯ ରୋଗାଙ୍କ ପାଇଁ ୩୪ଟି ଡାକ୍ତରଖାନା ଏବଂ ସରକାରୀ ଏସଏନଏମସି କୋଭିଡ ୱାର୍ଡରେ ୨୯୦ଟି ଶଯ୍ୟା ଉପଲବ୍ଧ ରହିଛି । ଆଗ୍ରାରେ ଶନିବାର କରୋନା ଭାଇରସର ୫୩୦ଟି ମାମଲା ସାମ୍ନାକୁ ଆସିଛି । ଏଥିସହ ସମକ୍ରମଣର ମାମଲା ବଢ଼ି ୧୬,୭୨୬ରେ ପହଞ୍ଚିଛି ।

Leave a Reply