୨୪ ଘଣ୍ଟାରେ ଡକାଡକି ହୋଇ କରୋନାରେ ଆରପାରିକୁ ଚାଲିଗଲେ ବାପା-ପୁଅ

1 min read

ଗୁଣୁପୁର: ମହାମାରୀ କରୋନା କାହାକୁ କେତେ ଦୁଃଖ ଦେଉଛି । କେଉଁଠି ବୃଦ୍ଧ ବାପଠୁ ଛଡ଼େଇ ନେଉଛି ପରିବାର ପୋଷୁଥିବା ପୁଅକୁ । ତ ଆଉ କେଉଁଠୁ ସ୍ୱାମୀ ମଥାରୁ ପୋଛି ଦେଉଛି ସିନ୍ଦୂର । ଏଠି ୨୪ ଘଣ୍ଟା ମଧ୍ୟରେ ଭୂତାଣୁ ନେଇଛି ୨ ଜଣଙ୍କ ଜୀବନ । କରୋନାରେ ପୀଡ଼ିତ ବାପ-ପୁଅ ୨୪ ଘଣ୍ଟା ମଧ୍ୟରେ ଡକାଡକି ହୋଇ ଆରପାରିକୁ ଚାଲି ଯାଇଛନ୍ତି । ଏଭଳି ଘଟଣା ଘଟିଛି ଗୁଣୁପୁର ପୌରପରିଷଦ ପୁରୁଣା ପୋଷ୍ଟ ଅଫିସ୍ ସାହିରେ ।

Father And Son Died In Corona With In 24 hour At Gunupur

ପୋଷ୍ଟ ଅଫିସ୍ ସାହର ଚନ୍ଦ୍ରଶେଖର ସାହୁ, ପୁଅ ବାପି ସାହୁ କରୋନାରେ ସଂକ୍ରମିତ ହୋଇ ରାୟଗଡ଼ା ଜେକେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୨୪ ଘଣ୍ଟା ମଧ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ବାପାପୁଅ । ସ୍ଥାନୀୟ ଅଞ୍ଚଳରେ ଇଲୋକ୍ଟ୍ରନିକ୍ସ କହିଲେ ବାପପୁଅଙ୍କୁ ସମସ୍ତେ ଚିହ୍ନୁଥିଲେ । କରୋନାର ଏଭଳି କରୁଣ ବେଦନା ପରେ ଭାଙ୍ଗି ପଡ଼ିଥିବା ପରିବାର ସଂଗରୋଧରେ ଅଛନ୍ତି ।

Leave a Reply