ଜାଣନ୍ତୁ ରାଜ୍ୟରେ କଣ ରହିଛି କୋଭିଡ୍ ବେଡ୍ ଓ ଔଷଧର ସ୍ଥିତି

No Shortage Of Bed And Covid Medicine In Odisha

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଲାଗି ଯଥେଷ୍ଟ ପରିମାଣର ଶଯ୍ଯା ଉପଲବ୍ଧ ରହିଛି । ସଂକ୍ରମଣ ବଢ଼ୁଥିଲେ ମଧ୍ୟ ରାଜ୍ୟରେ ବେଡ୍ ଅଭାବ ନାହିଁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳଥିବା ତଥ୍ୟ ଅନୁସାରେ, ୨୪ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୯ ହଜାର ୯୧୨ଟି ସାଧାରଣ ଶଯ୍ୟା ରହିଛି । ସେଥିରୁ ମାତ୍ର ୨ ହଜାର ୧୯୮ଟିରେ କରୋନା ଆକ୍ରାନ୍ତ ଅଛନ୍ତି ଅର୍ଥାତ୍ ଉପଲବ୍ଧ ଶଯ୍ୟାରୁ ମାତ୍ର ୨୨.୧୮ ପ୍ରତିଶତ ଶଯ୍ୟା ବ୍ୟବହାର ହେଉଛି ।

No Shortage Of Bed And Covid Medicine In Odisha

ସେହିଭଳି ରାଜ୍ୟର ଘରୋଇ ହସ୍ପିଟାଲରେ ୧ ହଜାର ୭୬୯ଟି ଆଇସିୟୁ ଥିବାବେଳେ ୬୬୭ଟି ସରକାରୀ ଆଇସିୟୁ ରହିଛି । ମୋଟ ୨ ହଜାର ୪୩୬ଟି ଆଇସିୟୁ ମଧ୍ୟରୁ ଏବେ ୮୬୭ଟିରେ କରୋନା ଆକ୍ରାନ୍ତ ଅଛନ୍ତି । ଅର୍ଥାତ୍ ଉପଲବ୍ଧ ଆଇସିୟୁର ୩୫.୫୯ ପ୍ରତିଶତ ବ୍ୟବହାର ହେଉଛି ।

ସେହିଭଳି ଘରୋଇ ହସ୍ପିଟାଲରେ ୬୨୫ଟି ଭେଣ୍ଟିଲେଟର ଥିବାବେଳେ ସରକାରୀ ହସ୍ପିଟାଲରେ ୧୭୯ଟି ରହିଛି । ମୋଟ ୮୦୪ଟି ଭେଣ୍ଟିଲେଟର ମଧ୍ୟରୁ ୧୪୫ଟିରେ କରୋନା ଆକ୍ରାନ୍ତ ରହିଛନ୍ତି । ଅର୍ଥାତ୍ ଉପଲବ୍ଧ ଭେଣ୍ଟିଲେଟର ମଧ୍ୟରୁ ୧୮.୦୩ ପ୍ରତିଶତ ବେଡରେ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ତା’ଛଡ଼ା ରାଜ୍ୟର କୋଭିଡ୍ କେୟାର୍ ସେଣ୍ଟରରେ ଅକ୍ସିଜେନ୍ ସଂଯୁକ୍ତ ୨୦ ହଜାର ୪୦୭ ବେଡ୍ ରହିଥିବା ବେଳେ ମାତ୍ର ୬୯୭ଟି ଅର୍ଥାତ୍ ୩ ପ୍ରତିଶତ ବେଡ୍ ବ୍ୟବହାର ହେଉଛି ।

ସେହିଭଳି ରେମଡେସିବିର ଓ ଫାଭିପିରାଭିର ନେଇ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଦେଇଛି । ୨୩ ତାରିଖ ସୁଦ୍ଧା ରାଜ୍ୟରେ ରାଜ୍ୟରେ ରେମଡେସିବିରି ଇଞ୍ଜିକ୍ସନ୍ (୧୦୦ ମିଲିଗ୍ରାମ) ୪୯ ହଜାର ୭୩୭ ଭାଏଲ୍ ଉପଲବ୍ଧ ରହିଛି । ଦୈନିକ ପ୍ରାୟ ଏକ ହଜାର ଭାଏଲ୍ ରେମଡେସିବିର ବ୍ୟବହାର ହେଉଥିବା ବେଳେ ଅଧିକ ୩ ଲକ୍ଷ ଭାଏଲ୍ ପାଇଁ ଟେଣ୍ଡର ଆହ୍ୱାନ୍ କରାଯାଇଛି ।

No Shortage Of Bed And Covid Medicine In Odisha

ସେହିଭଳି ଫାଭିପିରାଭିର (୨୦୦ ମିଲିଗ୍ରାମ୍) ୬ ଲକ୍ଷ ୬୯ ହଜାର ୬୦୩ଟି ମହଜୁଦ୍ ଅଛି । ଦୈନିକ ୪୫୦୦ରୁ ୫୦୦୦ ଟାବଲେଟ୍ ବ୍ୟବହାର ହେଉଛି । ଅଧିକ ୨୦ ଲକ୍ଷ ଫାଭିପିରାଭିର ଟାବଲେଟ୍ ପାଇଁ ଟେଣ୍ଡର ମଗାଯାଇଛି ।

Leave a Reply