କରୋନା ସଙ୍କଟରେ ଗୌତମ ଗମ୍ଭୀର ଫାଉଣ୍ଡେସନକୁ ୧ କୋଟି ଦାନ କଲେ ଅକ୍ଷୟ କୁମାର

1 min read

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଗୌତମ ଗମ୍ଭୀରଙ୍କ ସଂସ୍ଥା ଅସହାୟଙ୍କୁ ସାହାଯ୍ୟ କରିବାକୁ ଲଗାତାର ପ୍ରୟାସ କରିଚାଲିଛି । କରୋନା ସହ ଏହି ଲଢ଼େଇରେ ଗୌତମ ଗମ୍ଭୀର ଫାଉଣ୍ଡେସନକୁ ଫିଲ୍ମ ଅଭିନେତା ଅକ୍ଷୟ କୁମାରଙ୍କ ସାଥ ମିଳିଛି । ସେ ସଂସ୍ଥାକୁ ଏକ କୋଟି ଟଙ୍କା ଦାନ କରିଛନ୍ତି । ପୂର୍ବ କ୍ରିକେଟର ଏବଂ ସାଂସଦ ଗୌତମ ଗମ୍ଭୀର ଟ୍ୱିଟ କରି ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଗୌତମ ଗମ୍ଭୀର ଟ୍ୱିଟ କରି କହିଛନ୍ତି ଯେ, ‘ଏଭଳି ସ୍ଥିତିରେ ପ୍ରତିଟି ସାହାଯ୍ୟ ଆଶାର ଏକ କିରଣ ନେଇ ଆସିଥାଏ । ଗୌତମ ଗମ୍ଭୀର ଫାଉଣ୍ଡେସନ ପାଇଁ ଏକ କୋଟି ଟଙ୍କା ସହାୟତା ରାଶି ଦେବା ପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ଏହା ସାହାଯ୍ୟରେ ଅସହାୟଙ୍କ ପାଇଁ ଖାଦ୍ୟ, ଅମ୍ଲଜାନ ଏବଂ ଔଷଧର ବ୍ୟବସ୍ଥା କରାଯିବ ।’ ଗୌତମ ଗମ୍ଭୀରଙ୍କ ଟ୍ୱିଟରେ ଅକ୍ଷୟ କୁମାର ଉତ୍ତର ଦେଇଛନ୍ତି ଯେ, ମୁଁ ଆଶା କରୁଛି ଯେ, ଏହି ସଙ୍କଟ ଖୁବ ଶୀଘ୍ର ଶେଷ ହୋଇଯିବ । ସେ କହିଛନ୍ତି ଯେ, ବାସ୍ତବରେ ଏହା ଏକ କଠିନ ସମୟ ଅଟେ । ମୁଁ ନିଜକୁ ଧନ୍ୟ ମନେ କରୁଛି ଯେ, ଏହି ସଙ୍କଟ ସମୟରେ ମୁଁ ସହାୟତା କରିପାରୁଛି । ଖୁବ ଶୀଘ୍ର ଏହି ସଙ୍କଟ ଶେଷ ହେବ, ନିଜକୁ ସୁରକ୍ଷିତ ରଖନ୍ତୁ ।’

ସୂଚନା ଅନୁଯାୟୀ, ଅକ୍ଷୟ କୁମାର ସେହି ବ୍ୟକ୍ତି ମାନଙ୍କ ମଧ୍ୟରେ ଶାମିଲ, ଯେଉଁମାନେ ସଙ୍କଟ ସମୟରେ ସହାୟତା କରିବା ପାଇଁ ଆଗେଇ ଆସନ୍ତି । ପୂର୍ବ ବର୍ଷ ଅକ୍ଷୟ ପିଏମ କେୟାର୍ସ ଫଣ୍ଡରେ ୨୫ କୋଟି ଟଙ୍କା ଜମା କରିଥିଲେ ।

Leave a Reply