spot_img
Home Blog Page 5868

ବହୁଚର୍ଚ୍ଚିତ ବଚନସୁଧା ହତ୍ୟାକାଣ୍ଡ ମାମଲା, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର: ବହୁଚର୍ଚ୍ଚିତ ରସୁଲଗଡ଼ ବଚନସୁଧା ହତ୍ୟାକାଣ୍ଡ ମାମଲାରେ ରାୟ ଶୁଣାଇଲେ କୋର୍ଟ । ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ରାୟ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ । ୨୦୧୩ ମସିହା ଅଗଷ୍ଟ ୧୧ ତାରିଖରେ ବଚନସୁଧା ପଟ୍ଟନାୟକଙ୍କୁ ବିଭତ୍ସ ହତ୍ୟା କରିଥିଲା ସିକ୍ୟୁରିଟି ଗାର୍ଡ ଦୀପ୍ତି ରଞ୍ଜନ ପଟ୍ଟନାୟକ । ହତ୍ୟାକାରୀ ନାମରେ ୩୦୨, ୪୫୪, ୩୯୪ ଆଇପିସି ଧାରାରେ ମାମଲା ରୁଜୁ ହୋଇଥିଲା ।

Accuse Of Bachansudha Murder Case Sentenced Life Imprisonment By Khordha District Judge

୧୮ ଜଣ ସାକ୍ଷ୍ୟ, ପ୍ରମାଣ ସହ ଘଟଣାସ୍ଥଳରୁ ମିଳିଥିବା ୪୮ଟି ସାମଗ୍ରୀକୁ ଅନୁଧ୍ୟାନ କରି କୋର୍ଟ ହତ୍ୟାକାରୀ ଦୀପ୍ତିଙ୍କୁ ଆଜୀବନ କାରାଦଣ୍ଡ ସଜା ଦେଇଛନ୍ତି । ହତ୍ୟା ପଛରେ ଚୋରି କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ସରକାରୀ ଓକିଲ କୋର୍ଟରେ ପ୍ରମାଣ ଦାଖଲ କରିଛନ୍ତି । ହତ୍ୟା ପରେ ବଚନସୁଧାଙ୍କ ସୁନା ଚେନକୁ ତାଙ୍କ ପ୍ରେମିକାକୁ ଗିଫ୍ଟ ଦେଇଥିଲା । ହତ୍ୟାକାଣ୍ଡର ୮ ବର୍ଷ ପରେ କୋର୍ଟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

Accuse Of Bachansudha Murder Case Sentenced Life Imprisonment By Khordha District Judge

ଅନ୍ୟପଟେ ବିଚାର ପ୍ରକ୍ରିୟା ଉପରେ ସନ୍ତୁଷ୍ଟ ନଥିବାରୁ ଉପର କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଅଭିଯୁକ୍ତ ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କ ଓକିଲ କହିଛନ୍ତି । ଦୀପ୍ତିରଞ୍ଜନଙ୍କ ବିରୋଧରେ ସଠିକ ପ୍ରମାଣ ନଥିବା ସେ କହିଛନ୍ତି ।

ସିନ୍ଧିଆ ପରିବାରର ‘ଜୟବିଳାଶ ପ୍ୟାଲେସ୍’ରେ ଚୋରି, ମହଲରେ ଅଛି ସୁନାର କାନ୍ଥ, ରୂପାର ଟ୍ରେନ୍…

ମଧ୍ୟପ୍ରଦେଶ ଗ୍ୱାଲିୟରର ରାଜ ପରିବାର ତଥା ସିନ୍ଧିଆ ପରିବାରର ପ୍ରସିଦ୍ଧ ଜୟ ବିଳାଶ ପ୍ୟାଲେସ ବେଶ ପ୍ରସିଦ୍ଧ । ହେଲେ ଏବେ ଏହାର ରାଣୀ ମହଲରେ ହୋଇଛି ଏକ ଚୋରି। ଏହି ଖବରକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା।  ସବୁଠୁ ସୁରକ୍ଷିତ କୁହାଯଉଥିବା ଜୟବିଳାଶ ପ୍ୟାଲେସରେ ଏଭଳି ଘଟଣା ପୋଲିସର ନିଜ ହଜାଇଦେଇଛି। ବର୍ତ୍ତମାନ ପୁଲିସ ଡଗସ୍କୱାର୍ଡ଼ ସାହାଯ୍ୟରେ ତଦନ୍ତ ଚଲାଇଛି। ତେବେ ଆପଣ ଜାଣନ୍ତି କି ସିନ୍ଧିଆ ପରିବାରର ଏହି ରାଜମହଲ କେତେ ବଡ଼। ଏହାର ମୂଲ୍ୟ କେତେ? ଏହା ଭିତରେ କ’ଣ ସବୁ ଅମୁଲ୍ୟ ଜିନିଷ ରହିଛି? ଏବଂ ଏହା ଭିତରେ କେତେ କୋଠରୀ ଅଛି? ତେବେ ଆସନ୍ତୁ ଜାଣିବା ଏହି ମହଲ ବିଷୟରେ…

ସିନ୍ଧିଆ ପରିବାରର ଏହି ପ୍ରସିଦ୍ଧ ମହଲକୁ ଦେଖିବା ଲାଗି ଲୋକ ଦେଶ ବିଦେଶରୁ ଆସନ୍ତି। ଏହି ମହଲକୁ ଶ୍ରୀମନ୍ତ ଜୟାଜୀ ରାଓ ସିନ୍ଧିଆ ୧୮୭୪ ମସିହାରେ ତିଆରି କରାଇଥିଲେ। ଆଉ ଏହାକୁ ନିର୍ମାଣ କରିଥିଲେ ସାର୍ ମାଇକେଲ୍ ଫିଲୋଜ୍। ଏହି ରାଜମହଲ ମହଲଟି ପୂରା ୪୦ ଏକର ଜମିରେ ଅବସ୍ଥାପିତ। ୧୨ ଲକ୍ଷ ବର୍ଗଠୁ ବି ଅଧିକ ବଡ଼ ଏହି ମହଲ। ଏବେ ଏହି ସୁନ୍ଦର ଶାହି ମହଲର ମୂଲ୍ୟ ପ୍ରାୟ ୪ହଜାର କୋଟି ଟଙ୍କାରୁ ଅଧିକ ହେବ। ଏହା ଭିତରେ ଥିବା ଜିୱାଜିରାଓ ସଂଗ୍ରହାଳୟକୁ ୧୯୬୪ ମସିହାରେ ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଥିଲା।

ଏହି ରାଜ ମହଲକୁ ତିଆରି କରିବାକୁ ଶହ ଶହ ବିଦେଶୀ କାରିଗର ନିୟୋଜିତ ହୋଇଥିଲେ। ଏହି ପୂରା ମହଲରେ ୪ଶହରୁ ଅଧିକ କୋଠରୀ ରହିଛି। ଏହି କୋଠରୀଗୁଡ଼ିକରେ ବିଶେଷତ୍ୱ ହେଉଛି ଏହାର କାନ୍ଥଗୁଡ଼ିକରେ ସୁନା ଓ ରୂପାରେ କାରୁକାର୍ଯ୍ୟ ହୋଇଛି। ରାଜପ୍ରାସାଦର ୪ଶହ ରୁମ୍ ମଧ୍ୟରୁ ଏହି ସ୍ୱତନ୍ତ୍ର କୋଠରୀ ହେଉଛି ଜ୍ୟୋତିରାଦିତ୍ୟଙ୍କ ପିତା ମାଧବ ରାଓ ସିନ୍ଧିଆଙ୍କ କୋଠରୀ। ଆଜି ମଧ୍ୟ ଏହି କୋଠରୀକୁ ତାଙ୍କ ନାମରେ ସଂରକ୍ଷିତ କରି ରଖାଯାଇଛି। ମାଧବରାଓ ଏହି କୋଠରୀରେ ନିଜ ପସନ୍ଦର କାରୁକାର୍ଯ୍ୟ କରାଇବା ସହ ବହୁ ମୁଲ୍ୟବାନ ଓ ଆଣ୍ଟିକ ଜିନିଷରେ ବି ସଜାଇଥିଲେ।

କେବଳ ଏତିକି ନୁହେଁ ରାଜମହଲରେ  ୩ ହଜାର ୫୦୦ କିଲୋଗ୍ରାମର ଦୁଇଟି ଚାନ୍ଦିର ଝୁମର ବି ଲାଗିଛି। କୁହାଯାଏ ଯେ ଯେତେବେଳେ ଏହି ଝୁମର ଗୁଡ଼ିକ ଲଗାଯାଇଥିଲା, ତା’ ପୂର୍ବରୁ ରାଜପ୍ରାସାଦର ଛାତ କେତେ ମଜଭୁତ ଜାଣିବା ଲାଗି, ୧୦ ଟି ହାତୀକୁ ୭ ଦିନ ପର୍ଯ୍ୟନ୍ତ ଛାତ ଉପରେ ଛିଡ଼ା କରାଯାଇଥିଲା।

ଏହି ରାଜପ୍ରାସାଦର ଆଉ ଏକ ବିଶେଷତ୍ୱ ହେଉଛି ରୂପାର ରେଳ, ଯାହାର ଟ୍ରାକ୍ ଡାଇନିଂ ଟେବୁଲ ଉପରେ ରହିଛି । ଏହି ଟ୍ରେନ୍ ଯୋଗେ ବିଶେଷ ଭୋଜିରେ ଖାଦ୍ୟ ପେୟ ପରଷାଯାଏ । ଏହା ବ୍ୟତୀତ ଏହି ଡାଇନିଂ ହଲରେ ହଲରେ ଇଟାଲୀ, ଫ୍ରାନ୍ସ, ଚୀନ୍ ଏବଂ ଅନ୍ୟାନ୍ୟ ଦେଶର ବିରଳ କଳାକୃତି ମଧ୍ୟ ରହିଛି।

ବିଜେପିରେ ଯୋଗ ଦେଲେ ଅରୁଣ ଗୋବିଲ, ଦିଦିଙ୍କ ଗଡ଼ରେ କରିବେ ପ୍ରଚାର

ନୂଆଦିଲ୍ଲୀ: ରାମାନନ୍ଦ ସାଗରଙ୍କ ସିରିଆଲ ‘ରାମାୟଣ’ରେ ଭଗବାନ ରାମଙ୍କ ଚରିତ୍ର ରୂପାୟନ କରିଥିବା, ଘରେ ଘରେ ଅତି ପରିଚିତ ଅଭିନେତା ଅରୁଣ ଗୋବିଲ ବିଜେପିରେ ଯୋଗ ଦେଇଛନ୍ତି । ୫ ରାଜ୍ୟରେ ( ପଶ୍ଚିମବଙ୍ଗ, କେରଳ, ପୁଡୁଚେରୀ, ଆସାମ ଏବଂ ତାମିଲନାଡୁ) ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅରୁଣ ଗୋବିଲଙ୍କ ବିଜେପିରେ ଯୋଗ ଦେବା ଖୁବ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଅରୁଣ ଗୋବିଲ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ଅବସରରେ ବିଜେପି ନେତା ଅରୁଣ ସିଂହ ମଧ୍ୟ ସାମିଲ ଥିଲେ ।

ପୂର୍ବ ବର୍ଷ ଲକଡାଉନ ଲାଗୁ ହେବା ପରେ କେନ୍ଦ୍ର ସରକାର ଦୂରଦର୍ଶନରେ ରାମାୟଣ ସିରିଆଲର ପୁନଃ ପ୍ରସାରଣ କରାଇଥିଲେ । ଲକଡାଉନରେ ଏହି ସିରିଆଲକୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥିଲେ । ଅବଶ୍ୟ ଅରୁଣ ଗୋବିଲ କୌଣସି ରାଜନୈତିକ ଦଳରେ ସାମିଲ ହେବା ନିଷ୍ପତ୍ତି ନେଇନଥିଲେ ।

ବିଜେପିରେ ସାମିଲ ହେବା ସହ ଅରୁଣ ପଶ୍ଚିମବଙ୍ଗରେ ଦଳ ପାଇଁ ପ୍ରଚାର ମଧ୍ୟ କରିବେ । ଗୋଟେ ପଟେ ବିଜେପି ପଶ୍ଚିମବଙ୍ଗରେ ‘ଜୟ ଶ୍ରୀରାମ’ ନାରା ଜୋରସୋରରେ ଦେଉଥିବାବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଣ୍ଡି ପାଠ କରୁଛନ୍ତି । ପଶ୍ଚିମବଙ୍ଗରେ ‘ରାମାୟଣ’ର ରାମଙ୍କ ନିର୍ବାଚନୀ ପ୍ରଚାର ଦ୍ୱାରା ବିଜେପିକୁ ବଡ଼ ଲାଭ ହେବ ବୋଲି ଆଶା କରାଯାଉଛି ।

ସର୍ବଦଳୀୟ ବୈଠକ ସଫଳ, ସ୍ୱାଧିକାର କମିଟିକୁ ପଠାଗଲା ବିଧାୟକ ସୁବାସଙ୍କ ବିରୋଧରେ ଆସିଥିବା ଅଭିଯୋଗ

ଭୁବନେଶ୍ୱର: ୬ ଦିନ ଧରି ବିଧାନସଭାରେ ଚାଲିଥିବା ଘମାସାନ ଶାନ୍ତ ପଡ଼ିଛି । ସଫଳ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ବସିଥିବା ସର୍ବଦଳୀୟ ବୈଠକ । ଏହା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି । ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ଯାଏ ମୁଲତବି ରଖିଛନ୍ତି ।

House Normal After All Party Meeting Odisha Assembly

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି ଶୁକ୍ରବାର ଦିନ ୧୧ଟା ୩୦ରେ ଗୃହରେ ବିବୃତି ରଖିବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମଣ୍ଡିରେ ଧାନ କିଣା ସ୍ଥିତି ନେଇ ମନ୍ତ୍ରୀ ଗୃହକୁ ଅବଗତ କରାଇବେ । ଅନ୍ୟପଟେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ବିଜେଡି ଆଣିଥିବା ଅଭିଯୋଗ ସ୍ୱାଧିକାର କମିଟିକୁ ପଠାଯାଇଛି ।

House Normal After All Party Meeting Odisha Assembly Subash Panigrahi

ମଣ୍ଡିରେ ଧାନ କିଣା ଅବ୍ୟବସ୍ଥା ଓ ଗୃହରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଧମକ ଏବଂ ସାନିଟାଇଜର୍ ପିଇବା ଉଦ୍ୟମକୁ ନେଇ ବିଧାନସବା ଚାଲି ପାରୁନଥିଲା । ନିଜ ନିଜ ଦାବିରେ ଅଟଳ ରହିଥିଲେ ଶାସକ ଓ ବିରୋଧୀ । ଏନେଇ ବିଜେଡି ବିଧାୟକ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ ।

House Normal After All Party Meeting Odisha Assembly

ପରେ ପରେ ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଯାଇ ରାଜନୀତିକ ଚାଲ୍ ଖେଳିଥିଲେ । ନବୀନ ନିବାସ ଆଗରେ ଧାରଣାରେ ବସି ପଡ଼ିଥିଲେ ବିଜେପି ସଦସ୍ୟ । ବିଜେଡି ନେତା, ମନ୍ତ୍ରୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ବିରୋଧୀ ସଦସ୍ୟ ଉଠିନଥିଲେ । ଖୋଦ୍ ମୁଖ୍ୟମନ୍ତ୍ରୀ ଖରାରେ ବାହାରକୁ ଆସି ବିଜେପି ବିଧାୟକଙ୍କୁ ଭିତରକୁ ଡାକି ନେଇ ଆଲୋଚନା କରିଥିଲେ । ଆଲୋଚନା ଫଳପ୍ରଦ ହୋଇଥିବା ବିରୋଦୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ସୂଚନା ଦେଇଥିଲେ । ସର୍ବଦଳୀୟ ବୈଠକରେ ତା’ର ପ୍ରତିଫଳନ ଦେଖିବାକୁ ମିଳିଛି ।

Gold Price Hike: ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ

ପୁଣି ବଢ଼ିଲା ସୁନା ଦର । ବିଗତ କିଛି ଦିନ ହେବ ସୁନା ଦାମ କମିଥିବାବେଳେ ଉତ୍ତର ପ୍ରଦେଶରେ ମାର୍ଚ୍ଚ ୧୮ ତାରିକ ଗୁରୁବାର ପୁଣି ଥରେ ସୁନା ଦାମ ବଢ଼ିଥିବା ଦେଖିବାକୁ ମିଳିଛି । ସେହିପରି ରୂପା ଦାମ ମଧ୍ୟ ବୃଦ୍ଧି ପାଇଛି । ଲକ୍ଷ୍ନୌରେ ଗୁରୁବାର ୨୪ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପିଛା ୪୭,୬୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନାର ଦାମ ୪୬,୧୦୦ ଟଙ୍କା ରହିଛି । ସେହିପରି ରୂପାର ଦାମ କିଲୋ ପ୍ରତି ୭୦୫୦୦ ଟଙ୍କା ରହିଛି ।

ସୂଚନା ଅନୁଯାୟୀ, ଏହାପୂର୍ବରୁ ସୋମବାର ତୁଳନାରେ ମଙ୍ଗଳବାର ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧୦୦ ଟଙ୍କା ମହଙ୍ଗା ହୋଇଥିଲା । ମଙ୍ଗଳବାର ୨୪ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପିଛା ୪୭,୪୦୦ ଟଙ୍କା ରହିଥିଲା । ଏହା ପୂର୍ବ ସପ୍ତାହ ଆରମ୍ଭରେ ସୁନାର ଦାମ ୪୭,୩୦୦ ଟଙ୍କା ରହିଥିଲା । ସେହିପରି ୧୮ କ୍ୟାରେଟ ସୁନାର ଦାମ ୪୧,୮୦୦ ଟଙ୍କା ରହିଥିଲା । ଏ କିଲୋ ରୂପାର ଦାମ ମଙ୍ଗଳବାର ୬୯,୫୦୦ ଟଙ୍କା ରହିଥିଲା । ଗହଣାର ଏକ୍ସଚେଞ୍ଜ ରେଟ କହିବାକୁ ଗଲେ ୨୨ କ୍ୟାରେଟ ସୁନାର ଦାମ ୪୩,୯୦୦ ଏବଂ ୧୮ କ୍ୟାରେଟ ସୁନାର ଦାମ ୩୯,୮୦୦ ଟଙ୍କା ଥିଲା ।

ମହାପ୍ରଭୁଙ୍କ ଜମି ବିକ୍ରି ନେଇ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ

ପୁରୀ: ବିକ୍ରି ହୋଇନାହିଁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୩୫ ହଜାର ଏକର ଜମି । ପ୍ରଚାରିତ ତଥ୍ୟ ବିଭ୍ରାଟକାରୀ, ମନଗଢ଼ା ଓ ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ମହାପ୍ରଭୁଙ୍କ ଜମି ବିକ୍ରି ନେଇ ହେଉଥିବା ନାନା ଚର୍ଚ୍ଚାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ରଖିଛି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି- ଦୀର୍ଘଦିନରୁ ମହାପ୍ରଭୁଙ୍କ ଅନେକ ଜମି ବିଭିନ୍ନ ବ୍ୟକ୍ତି ବିଶେଷଙ୍କ କବଜାରେ ରହିଥିଲା । ଉକ୍ତ ଜମିକୁ ମନ୍ଦିର କମିଟି ଦ୍ୱାରା ଏକୀକୃତ ନୀତିରେ ବନ୍ଦୋବସ୍ତ କରାଯାଇଛି । ଏନେଇ ୨୦୦୩ରେ ମହାପ୍ରଭୁ ଜଗନ୍ନାଥଙ୍କ ଜମିକୁ ସୁରକ୍ଷା ଦେବା ପାଇଁ ୟୁନିଫାଏଡ ପଲିସି ଅଣାଯାଇଥିଲା । ଜମି ବନ୍ଦୋବସ୍ତ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସମାନତା ଆଣିବା ଏହାର ଲକ୍ଷ୍ୟ ।

୨୦୦୧ ମସିହାରୁ ୨୦୨୧ ମସିହା ୯ ବର୍ଷ ମଧ୍ୟରେ ୨୯୧ ଏକର ଜମି ବନ୍ଦୋବସ୍ତ କରାଯାଇଥିବା ବେଳେ ୨୦୧୧ରୁ ୨୦୨୧ ୧୦ ବର୍ଷ ଭିତରେ ୯୬ ଏକ ଜମି ବନ୍ଦୋବସ୍ତ ହୋଇଛି । ଏସବୁ ଜମି ଜନସାଧାରଣଙ୍କ ସ୍ୱାର୍ଥ୍ୱରେ ବିଶେଷ କରି ବିଦ୍ୟାଳୟ, ମେଡିକାଲ କଲେଜ୍, ରାସ୍ତା ହୋଇଛି । ଜନସ୍ୱାର୍ଥ୍ୱ ଦୃଷ୍ଟିରୁ ଭିତ୍ତିଭୂମି ବିକାଶ ପାଇଁ ଏହି ଜମି ଜଗନ୍ନାଥ ମନ୍ଦିର କମିଟିର ନିଷ୍ପତ୍ତି କ୍ରମେ ଦିଆଯାଇଛି ।

ତେବେ ବାରମ୍ବାର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୩୫ ହଜାର ଏକର ଜମି ବିକ୍ରି ହୋଇଥିବା ଦୋହରାଇବା ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢ଼ା ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି । ଏଭଳି ମିଥ୍ୟା ଖବରରେ କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଓଡ଼ିଶାବାସୀ ଭ୍ରମିତ ନ ହେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି ।

ସେପଟେ ଘଟଣାକୁ ନେଇ ନିନ୍ଦା କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଫେକ୍‌ ନ୍ୟୁଜ ନେଇ କେନ୍ଦ୍ର ସରକାର ସଂସଦରେ ସବୁବେଳେ ବିତର୍କ କରୁଥିବା ବେଳେ ଦୁର୍ଭାଗ୍ୟର କଥା ତାଙ୍କ ଦଳ ବିଜେପି ଭୁଲ ଖବର ତିଆରି କରି ଲୋକଙ୍କ ଭିତରେ ଭ୍ରମ ସୃଷ୍ଟି କରୁଛି । ଓଡ଼ିଶା ବିଜେପିର ରାଜସ୍ବ ଆଇନ ସମ୍ବନ୍ଧରେ ଅଭିଜ୍ଞତା ବହୁତ କମ୍‌ । ଆଶା କେନ୍ଦ୍ର ମନ୍ତ୍ରୀ ଏହି ଫେକ୍‌ ନ୍ୟୁଜକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବେ । ଟ୍ୱିଟ୍ କରି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଏସମ୍ପର୍କରେ ମଧ୍ୟ ଜଣାଇଛନ୍ତି ଅମର ପଟ୍ଟନାୟକ ।

ପୁରୁଲିଆରେ ଦିଦିଙ୍କ ଉପରକୁ ମୋଦିଙ୍କ ଆଟାକ୍, କହିଲେ ‘ବିକାଶ ହୋବେ’

କୋଲକାତା: ପୁରୁଲିଆରେ ସଭାମଞ୍ଚରୁ ଦିଦିଙ୍କୁ ଟାର୍ଗେଟ୍ । ବଙ୍ଗାଳୀ ଭାଷାରେ ଭାଷଣ ଆରମ୍ଭ କରିବା ସହ ‘ବିକାଶ ହୋବେ’ କହି ମମତାଙ୍କୁ ଟାର୍ଗେର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଧାନସଭା ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ମାହୋଲ ସରଗରମ ରହିଥିବା ବେଳେ ଜୋରଦାର ହେଉଛି କ୍ୟାମ୍ପେନ୍ ୱାର୍ । ଆଜି ପୁରୁଲିଆଠାରେ ପହଞ୍ଚି ଏକ ରାଲିକୁ ସମ୍ବୋଧିତ କରିବା ସହ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ମୋଦି । କହିଛନ୍ତି, ପଶ୍ଚିମବଙ୍ଗର ସବୁ ପ୍ରାନ୍ତକୁ ରେଳ ସଂଯୋଗ କରିବା ଆମର ପ୍ରାଥମିକତା । ୨ ମେରେ ବିଜେପି ସରକାର ଗଢ଼ିବା ପରେ ସମସ୍ତ ରେଳ ପ୍ରୋଜେକ୍ଟ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ଦିଦିଙ୍କ ସରକାର ବେଳେ ପଶ୍ଚିମବଙ୍ଗରେ ନକ୍ସଲବାଦୀଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯାଇଛି । ଏସବୁ ଯୋଗୁ ପୁରୁଲିଆର ସାଧାରଣ ଜନତା ଅଧିକ ପ୍ରଭାବିତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିଭଳି ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ପୁରୁଲିଆର ସାମ୍ପ୍ରତିକ ଜଳ ସଙ୍କଟ ପ୍ରସଙ୍ଗରେ ମହାକାବ୍ୟ ‘ରାମାୟଣ’ରୁ ଗୋଟାଏ କଥାର ଦୃଷ୍ଟାନ୍ତ ଦେବା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏ ଭୂମି ପ୍ରଭୁ ରାମ ଏବଂ ଦେବୀ ସୀତାଙ୍କ ବନବାସ କାଳର ସାକ୍ଷୀ। ଏ ଭୂମିରେ ସୀତାକୁଣ୍ଡ ଅଛି। କଥିତ ଅଛି ଯେ, ଦେବୀ ସୀତାଙ୍କୁ ଶୋଷ ଲାଗିବାରୁ ପ୍ରଭୁ ରାମ ଭୂଇଁରେ ଶର ବିନ୍ଧି ଜଳ ବାହାର କରିଥିଲେ। କିନ୍ତୁ, ଆଜି ପୁରୁଲିଆରେ ଜଳ ସଙ୍କଟ ଦେଖାଦେବା ବଡ଼ ବିଚିତ୍ର କଥା।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମମତା ସରକାର ପୁରୁଲିଆ ପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି। ପ୍ରଥମେ ବାମପନ୍ଥୀ ସରକାର ଓ ପରେ ତୃଣମୂଳ କଂଗ୍ରେସ ପୁରୁଲିଆରେ ଶିଳ୍ପର ବିକାଶ କରାଇ ଦେଇ ନାହାନ୍ତି। ଜଳସେଚନ ନିମନ୍ତେ ଯେଉଁ ପ୍ରକାର କାର୍ଯ୍ୟ ହେବା କଥା ତାହା ହୋଇନାହିଁ। ଜଳ ସଙ୍କଟ ଯୋଗୁଁ ଗୃହପାଳିତ ପଶୁପାଳନରେ ହେଉଥିବା ସମସ୍ୟା କଥା ମୁଁ ଜାଣେ। କୃଷିକୁ ତା’ ବାଟରେ ଛାଡ଼ି ଦେଇ ତୃଣମୂଳ କଂଗ୍ରେସ ସରକାର ନିଜ ଖେଳରେ ମାତିଛି। କିନ୍ତୁ, ‘ଡବଲ୍‌-ଇଞ୍ଜିନ୍‌’ବିଶିଷ୍ଟ ‘ବିଜେପି’ ସରକାର ପଶ୍ଚିମବଙ୍ଗର ବିକାଶକୁ ସୁନିଶ୍ଚିତ କରିବ।

ବର୍ଷ ବର୍ଷର ଅରାଜକତା ନିମନ୍ତେ ବଙ୍ଗବାସୀ ମମତାଙ୍କ ପ୍ରତି ଦଣ୍ଡ ବିଧାନ କରିବେ। ଦିଦି କହୁଛନ୍ତି, ଖେଳ ହେବ, କିନ୍ତୁ ବିଜେପି କହୁଛି, ବିକାଶ ହେବ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକସଭାରେ ତୃଣମୂଳ କଂଗ୍ରେସ ଅଧା ଶେଷ ହୋଇଯାଇଛି, ଏବଂ ଏଥର ପୂରା ଶେଷ ହୋଇଯିବ ବୋଲି ବିଜେପି କହି ଆସୁଛି। ବିଜେପିର ଏହି ପ୍ରତିବଦ୍ଧତା ଦେଖି ଦିଦି ମୋ ଉପରେ ବିଷୋଦ୍‌ଗାର କରୁଛନ୍ତି। କିନ୍ତୁ, ଆମ ଦୃଷ୍ଟିରେ ସେ ଭାରତର କୋଟି କୋଟି ଝିଅଙ୍କ ପରି ଜଣେ ଝିଅ। ଝିଅମାନଙ୍କ ପ୍ରତି ମର୍ଯ୍ୟାଦା ଦେବା ଆମ ସଂସ୍କୃତିର ଅଂଶବିଶେଷ। ଅନ୍ୟପଟେ ଆଜି ପଶ୍ଚିମବଙ୍ଗରେ ରାଲି କରି ବିଜେପିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଏଥର ଚାଲିବ ଗୃହ ! ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଛି ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ବିଧାୟକଙ୍କ ଆଲୋଚନା ଫଳପ୍ରଦ ହୋଇଛି । ଲଗାତାର ୬ ଦିନ ଧରି ଅଚଳ ହୋଇପଡ଼ିଥିବା ବିଧାନସଭାକୁ ସ୍ୱାଭାବିକ କରିବାକୁ ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ବାଚସ୍ପତିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ଗୃହକୁ ୪୫ ମିନିଟ୍ ପାଇଁ ମୁଲତବି ରଖିବା ପରେ ଆରମ୍ଭ ହୋଇଛି ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ଗୃହ କାର୍ଯ୍ୟ ସୁରୁଖୁରରେ କରିବା ଲାଗି ଆଲୋଚନା ଚାଲିଛି ।

ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଅଛନ୍ତି ।

ଅନ୍ୟପଟେ ଯେଉଁ ପ୍ରସଙ୍ଗକୁ ନେଇ ଗୃହ ଚାଲି ପାରୁନି ତା’ଉପରେ ବିରୋଧୀଦଳ ନେତା ଅଜବ ଯୁକ୍ତି କରିଛନ୍ତି । ଆତ୍ମହତ୍ୟା ଅପରାଧ ନୁହେଁ । ସାନିଟାଇଜର୍ ପିଇଲେ କେହି ମରନ୍ତି ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ବବିତା ଫୋଗାଟଙ୍କ ଭଉଣୀ ରିତିକା ଫୋଗାଟଙ୍କ ମୃତ୍ୟୁ, ମ୍ୟାଚ୍ ହାରିଯିବା ଦୁଃଖରେ ଆତ୍ମହତ୍ୟା କରିଥିବା ସନ୍ଦେହ

ନୂଆଦିଲ୍ଲୀ: ରେସଲର ବବିତା ଫୋଗାଟଙ୍କ ମାମୁଁ ଝିଅ ୧୭ ବର୍ଷିୟା ରିତିକା ଫୋଗାଟଙ୍କ ମୃତ୍ୟୁ ହୋଇଛି । ରିତିକା ଆତ୍ମହତ୍ୟା କରିଥିବା ହରିୟାଣା ପୋଲିସ ଆଶଙ୍କା କରୁଛି । ପୋଲିସ ସୂଚନା ଅନୁଯାୟୀ ରିତିକା ଏକ ରେସଲିଙ୍ଗ ଟୁର୍ଣ୍ଣାମେଣ୍ଟରେ ଖୁବ କମ ବ୍ୟବଧାନରେ ହାରିଥିବାରୁ ଦୁଃଖୀ ଥିଲେ । ସେ ମାର୍ଚ୍ଚ ୧୨-୧୪ ମଧ୍ୟରେ ଭରତପୁରରେ ହୋଇଥିବା  ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ରିତିକାଙ୍କ ମୃତ ଦେହ ମାମୁଁ ମହାବୀର ଫୋଗାତଙ୍କ ଘରେ ମିଳିଥିଲା । ପୋଲିସ ସୂଚନା ମୁତାବକ ଟୁର୍ଣ୍ଣାମେଣ୍ଟରେ ହାରିଯିବାରୁ ଯେ ଖୁବ ଡିପ୍ରେସ ଥିଲେ । ରିତିକାଙ୍କ ବାପା ଏବଂ ମାମୁଁ ମହାବୀର ଫୋଗାଟ ଦୂହେଁ ଟୁର୍ଣ୍ଣାମେଣ୍ଟରେ ଉପସ୍ଥିତ ଥିଲେ ।

ସୂଚନା ଅନୁଯାୟୀ ରିତିକା ଫୋଗାଟ ମହାବୀର ଫୋଗାଟଙ୍କ ଠାରୁ ଟ୍ରେନିଂ ନେଉଥିଲେ । ମହାବୀର ଫୋଗାଟ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ବିଜେତା ରେସଲର୍ସ ଅଟନ୍ତି । ୨୦୧୬ ମସିହାରେ ତାଙ୍କ ଉପରେ ଏବଂ ତାଙ୍କ ଦୁଇ ଝିଅ ଗୀତା ଓ ବବିତାଙ୍କୁ ଟ୍ରେନିଂ ଦେବାର କାହାଣୀ ଉପରେ ଆମିର ଖାନଙ୍କ ଫିଲ୍ମ ଦଙ୍ଗଲ ସୁପରହିଟ ହୋଇଥିଲା । ସେ ମହାବୀର ଫୋଗାଟ ସ୍ପୋର୍ଡସ ଏକାଡେମୀ ଚଲାଉଥିଲେ, ଯେଉଁଛି ରିତିକା ଟ୍ରେନିଂ ନେଉଛିଲେ ।

ବିଜେପି ବିଧାୟକଙ୍କୁ ପାଛୋଟି ନେଇ କ’ଣ ବାର୍ତ୍ତା ଦେଲେ ନବୀନ ?

ଭୁବନେଶ୍ୱର: ଗଣତନ୍ତ୍ର ଅଛି, ମାନେ ବିରୋଧ ଅଛି । ବିରୋଧ ଯଦି ଅଛି, ତେବେ ବିରୋଧୀ ରହିବେ । ବିରୋଧର ସ୍ୱରକୁ ସ୍ୱାଗତ କରିବା ଅସଲ ଗଣତନ୍ତ୍ର । ଯାହା ଆଜି ଓଡ଼ିଶାରେ ଦେଖିବାକୁ ମିଳିଛି । ଚାଷୀଙ୍କୁ ନେଇ ଚାଲିଥିବା ରାଜନୀତି କାରଣରୁ ପାଖାପାଖି ୬ ଦିନ ହେବ ବନ୍ଦ ରହିଛି ଓଡ଼ିଶା ବିଧାନସଭା । ଧାନକୁ ନେଇ ଧରାପରା ଭିତରେ ବଳି ପଡ଼ିଛି ଗୃହ କାର୍ଯ୍ୟ । ନିଜକୁ ଚାଷୀଙ୍କ ଦରଦି ଦେଖାଇବାକୁ ଯାଇ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପରଠାରୁ ରାଜନୀତି ଜୋର ଧରିଛି । ସେହି ରାଜନୀତି କ୍ରମରେ ଗୁରୁବାର ଦିନ ବିଜେପି ବିଧାୟକ ବିଧାନସଭା ଚଳାଇବା ଦାବିରେ ନବୀନ ନିବାସ ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ । କିନ୍ତୁ ଲକ୍ଷ୍ୟ ଥିଲା ରାଜନୀତି । ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିବା ବିଜେପି ନେତା ହଠାତ୍ ଧାରଣାରେ ବସିଗଲେ ।

What Message Give CM Naveen Patnaik By Welcoming BJP MLAs To Naveen Niwas

କିନ୍ତୁ ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କଲେ ତାହା ଆଗାମୀ ଦିନ ପାଇଁ ଉଦାହରଣ ହୋଇ ରହିବ । ବାହାରେ ବିରୋଧୀ ବସିଥିବା ବେଳେ ସେ ଚାହିଁଥିଲେ ଘର ଭିତରେ ରହି ପାରିଥାନ୍ତେ । କିନ୍ତୁ ମୁଖ୍ୟମନ୍ତ୍ରୀ ସେମିତି କରିନଥିଲେ । ସମୟ ଥିଲା ଦିନ ସାଢେ ଗୋଟାଏ । ବିଜେପି ନେତାଙ୍କ ଧାରଣା ଆରମ୍ଭ ହୋଇସାରିଥାଏ । ବିଜେଡି ନେତା ଧାରଣାରୁ ଉଠି ନବୀନ ନିବାସ ଭିତରକୁ ଯିବାକୁ ଅନୁରୋଧ କରୁଥାନ୍ତି । କିନ୍ତୁ ବିଜେପି ନେତା ନଛୋଡ଼ବନ୍ଦା । ଏମିତିରେ କିନ୍ତୁ ବିରୋଧୀଙ୍କ ଜିଦ୍ ଦେଖି ବିଚଳିତ ହୋଇପଡ଼ି ନଥିଲେ ନବୀନ । ବରଂ ବିରୋଧୀଙ୍କୁ ସମ୍ମାନ ଦେଇ ମୁଖ୍ୟମନ୍ତ୍ରୀ ଖୋଦ୍ ଖରାରେ ଚାଲି ଚାଲି ନବୀନ ନିବାସ ବାହାରକୁ ଆସିଥିଲେ । ବିରୋଧୀ ବିଜେପି ବିଧାୟକଙ୍କୁ ସସମ୍ମାନେ ନବୀନ ନିବାସକୁ ଡାକି ନେଇଥିଲେ ।

What Message Give CM Naveen Patnaik By Welcoming BJP MLAs To Naveen Niwas

ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ବିରୋଧୀଙ୍କ ରାଜନୀତିକ ରଣନୀତିକୁ ବିଫଳ କରି ଦେଇଥିଲା । ଅନ୍ୟ ଉପାୟ ନପାଇ ବିରୋଧୀ ନବୀନ ନିବାସ ଭିତରକୁ ଯିବାକୁ ବାଧ୍ୟ ହୋଇଥିଲେ ।

What Message Give CM Naveen Patnaik By Welcoming BJP MLAs To Naveen Niwas

ଓଡ଼ିଶା ରାଜନୀତିକ ଇତିହାସରେ ହୁଏତ ପ୍ରଥମଥର ପାଇଁ ଏମିତି ଘଟିଛି । ଯେଉଁଠି ମୁଖ୍ୟମନ୍ତ୍ରୀ ନିଜେ ବାହାରକୁ ଆସି ବିରୋଧୀଙ୍କୁ ଘର ଭିତରକୁ ଡାକି ନେଇଛନ୍ତି । ଏମିତି କରି ମୁଖ୍ୟମନ୍ତ୍ରୀ ଗୋଟିଏ ସନ୍ଦେଶ ଦେଇଛନ୍ତି ତାହା ହେଉଛି ରାଜନୀତିରେ ବିରୋଧ ରହିବ କିନ୍ତୁ ଏହା ସହ ବିରୋଧୀଙ୍କୁ ସମ୍ମାନ ଦେବା ମଧ୍ୟ ଜରୁରୀ ।