ଅଣ୍ଡରୱର୍ଲ୍ଡ ଡନ୍ ଛୋଟା ରାଜନକୁ କରୋନା, ଦିଲ୍ଲୀ ଏମ୍ସରେ ଭର୍ତ୍ତି

Chhota Rajan Admitted In AIIMS Delhi After Corona Positive

ନୂଆଦିଲ୍ଲୀ: ତିହାଡ଼ ଜେଲରେ ବନ୍ଦୀ ଥିବା ଅଣ୍ଡରୱର୍ଲ୍ଡ ଡନ୍ ଛୋଟା ରାଜନ କରୋନା ସଂକ୍ରମିତ ହୋଇଛି । ତାକୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଜେଲ୍ ଅଧିକାରୀଙ୍କ ଅନୁସାରେ, ଏବେ ତାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍ଥାନୀୟ କୋର୍ଟକୁ ଏନେଇ ସୂଚନା ଦେଇଥିଲେ ଜେଲ୍ କର୍ତ୍ତୃପକ୍ଷ ।

ଛୋଟା ରାଜନ ୨୦୧୫ରେ ଇଣ୍ଡୋନେସିଆର ବାଲିରୁ ପ୍ରତ୍ୟର୍ପଣ ପରେ ତିହାଡ଼ ଜେଲରେ ଥିଲା । ମୁମ୍ବାଇରେ ବି ତା ବିରୋଧରେ ମାମଲା ଚାଲିଛି । ଉକ୍ତ ମାମଲାକୁ ସିବିଆଇକୁ ଦିଆଯାଇଛି । ଏହାର ଶୁଣାଣି ସ୍ୱତନ୍ତ୍ର କୋର୍ଟରେ ଚାଲିଛି । ସୋମବାର ତିହାଡ଼ର ସହାୟକ ଜେଲର ସ୍ଥାନୀୟ ଅଦାଲତଙ୍କୁ ଜଣାଇଥିଲେ ମାମଲାର ଶୁଣାଣି ପାଇଁ ଛୋଟା ରାଜନଙ୍କୁ ଭିଡିଓ କନଫରେନ୍ସିଂରେ ହାଜର କରାଯାଇ ପାରିବ ନାହିଁ । ସେ କରୋନା ସଂକ୍ରମିତ ହେବା ପରେ ତାକୁ ଏମ୍ସରେ ଭର୍ତ୍ତି କରାଯାଇଛି ।

୭୦ରୁ ଅଧିକ ମାମଲା

ଛୋଟା ରାଜନ ବିରୋଧରେ ଅପହରଣ ଓ ହତ୍ୟା ସହ ଜଡ଼ିତ ୭୦ରୁ ଅଧିକ ମାମଲା ଚାଲିଛି । ପତ୍ରକାର ଜ୍ୟୋତିର୍ମୟ ଦେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜୀବନ କାରାଦଣ୍ଡାଦେଶ ଆଦେଶ ମିଳିଥିଲା । ୧୯୯୩ରେ ମୁମ୍ବାଇ ସିଲିଏଲ୍ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ହେଉଛି ଛୋଟା ରାଜନ ।

Leave a Reply