କୁମିନ୍ସଙ୍କୁ ଅଥୟ କଲା କୋଭିଡ ସ୍ଥିତି, ଭାରତକୁ ସହାୟତାର ହାତ ବଢାଇଲେ ଅଷ୍ଟ୍ରେଲିଆ ଖେଳାଳି

ଭୁବନେଶ୍ୱର: ଦେଶରେ କୋଭିଡ ସ୍ଥିତି ଉଦବେଗଜନକ । ଅକ୍ସିଜେନ ଅଭାବରୁ ଅନେକ ପ୍ରାଣହାନୀ ଘଟୁଛି । ଏପରିସ୍ଥିତିରେ ଭାରତକୁ ସାହାଯ୍ୟର ହାତ ବଢାଇଛନ୍ତି ଅନେକ ଅନ୍ତ୍ରର୍ଜାତୀୟ ସଂଗଠନ । ଭାରତରେ କୋଭିଡ ଆକ୍ରାନ୍ତଙ୍କ ବିପର୍ଯ୍ୟସ୍ତ ପରିସ୍ଥିତିରେ ସହାୟତା ପ୍ରଦାନ କରିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ଖେଳଳୀ ପ୍ୟାଟ କୁମିନ୍ସ । ଅକ୍ସିଜେନ ପାଇଁ ପିଏମ କେୟାର ଫଣ୍ଡକୁ କମିନ୍ସ ଦାନ କରିଛନ୍ତି ୫୦ ହଜାର ୟୁଏସ ଡଲାର । ଭାରତୀୟ ମୁଦ୍ରାରେ ୩୮ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ଏହି ଖେଳାଳୀ ।

ପିଏମ କେୟାର ଫଣ୍ଡକୁ ଏହି ଅର୍ଥ ପ୍ରଦାନ କରିବା ସହ ପ୍ୟାଟ କୁମିନ୍ସ ଟ୍ବିଟରରେ ଲେଖିଛନ୍ତି ମୁଁ ଗତ କିଛି ଦିନ ହେବ ଭାରତରେ ଖେଳି ଆସୁଛି । ଭାରତୀୟ ଦର୍ଶକ ମୋତେ ଭଲପାଇବା ଦେଇଛନ୍ତି । କିନ୍ତୁ ସେହି ଦେଶର ଲୋକଙ୍କ ସ୍ଥିତି ଏବେ ଭଲ ନାହିଁ । କୋଭିଡ ସ୍ଥିତି ଭାରତରେ ବ୍ୟାପିବାରେ ଲାଗିଛି । ଅକ୍ସିଜେନ ଅଭାବରୁ ଅନେକ ଜୀବନ ଚାଲି ଯାଉଛି । ପୁଣି ଅନେକ ଆକ୍ରାନ୍ତ ବେଡ ପାଇ ପାରୁନାହାଁନ୍ତି । ତେଣୁ କିଛି ମାତ୍ରାରେ ସେବା କରିବାରେ ସାମର୍ଥ୍ୟ ହୋଇଛି ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଖେଳାଳୀ ।

Leave a Reply