DC vs RCB, IPL 2021: ମୁହାଁମୁହିଁ ହେବେ ଦିଲ୍ଲୀ-ବ୍ୟାଙ୍ଗଲୋର୍, କିଏ ମାରିବ ବାଜି?

ଅହମ୍ମଦାବାଦ: ଆଇପିଏଲ୍  ମଇଦାନରେ ମଙ୍ଗଳବାର ମୁହାଁମୁହିଁ  ହେବେ ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ। ଗତ ମ୍ୟାଚର ପରାଜୟ ପରେ ଆଜି ବିରାଟ ବାହୀନି ପୁଣିଥରେ ନିଜର ପୂରୁଣା ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବ। ଗତ ମ୍ୟାଚରେ ଆରସିବିକୁ ଧୋନିଙ୍କ ଚେନ୍ନାଇ ସୁପର କିଂଗ୍ସ 69 ରନରେ ହରାଇଥିଲା।

ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ କିନ୍ତୁ ଗତ ମ୍ୟାଚରେ ସରାଇଜର୍ସ ହାଇଦ୍ରାବାଦକୁ ମାତ ଦେଇଥିଲା ଓ ବିଜୟ ହାସଲ କରିଥିଲା। ତେବେ ଏଥର ମଧ୍ଯ ଋଷଭଙ୍କ ଟିମ୍ ଆରସିବିକୁ ହରାଇ ବିଜୟ ହାସଲ କରିବାକୁ ଚେଷ୍ଟା କରିବ। ତେବେ ଦିଲ୍ଲୀ ବିପକ୍ଷରେ ଆରସିବିକୁ ଜିତିବାକୁ ହେଲେ ମିଡିଲ ଓଭରରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଆରସିବିର ଦୁଇ ଓପନର ବିରାଟ କୋହଲି ଓ ଦେବଦତ୍ତ ପାଡ଼ିକଲ ଜବରସ୍ତ ଖେଳି ଭଲ ଓପନିଂ କରୁଛନ୍ତି। ତେବେ ତାଙ୍କ ସହ ମିଡିଲ ଓଭରରେ ମ୍ୟାକ୍ସୱେଲ ଓ ଏବି ଡେଭିଲିୟର୍ସ ଓ ୱାଶିଂଟନ ସୁନ୍ଦରଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ତେବେ ମ୍ୟାକ୍ସୱେଲ୍ ଗତ ମ୍ୟାଚଗୁଡ଼ିକରେ ଭଲ ପ୍ରଦର୍ଶନ କରିଛନ୍ତି।

ଏହା ବ୍ୟତୀତ ଆରସିବିକୁ ବୋଲିଂରେ ଟିକେ ବେଶି ଗୁରୁତ୍ୱ ଦେବାକୁ ପ଼ିବ। କାରଣ ଚେନ୍ନାଇ ବିପକ୍ଷ ମ୍ୟାଚରେ ଶେଷ ଓଭରରେ ଆରସିବିର ସବୁଠୁ ସଫଳ ବୋଲର ହର୍ଷଲ ପଟେଲଙ୍କ ବଲ୍ରେ ରବିନ୍ଦ୍ର ଜାଡେଜା  37 ରନ୍ ସ୍କୋର କରି ମ୍ୟାଚର ନକସା ବଦଳାଇଥିଲେ। ତେଣୁ ଏଥର ତାଙ୍କୁ ଟିକେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଏହା ବ୍ୟତୀତ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ କାଇଲ୍ ଜାମିସନଙ୍କୁ ମଧ୍ୟ ଭଲ କରିବାକୁ ପଡ଼ିବ। ଆରସିବି ନବଦୀପ ସାଇନି କିମ୍ବା ଡ୍ୟାନ୍ ଖ୍ରୀଷ୍ଟିଆନଙ୍କ ସ୍ଥାନରେ ବାମହାତୀ ସ୍ପିନର ଶାହାବାଜ ଅହମ୍ମଦଙ୍କୁ ଖେଲାଇପାରନ୍ତି।

ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ଓପନର ତଥା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ କରିଥିବା ଶିଖର ଧାୱନ (259 ରନ୍) ତାଙ୍କ ଫର୍ମ ବଜାୟ ରଖିବାକୁ ଓ ଶତକ ମାରିବାକୁ ଚେଷ୍ଟା କରିବେ। ତାଙ୍କ ବ୍ୟତୀତ ଓପନର୍ ପୃଥ୍ବୀ ଶ ମଧ୍ ଭଲ ସ୍କୋର କରିବାକୁ ଚହିଁବେ। ତେବେ ଦିଲ୍ଲୀ କ୍ୟାପିଟାଲ୍ସର ମିଡିଲ ବ୍ୟାଟିଂ ଅର୍ଡର ବେସ୍ ମଜଭୁତ ରହିଛି।  ଯେଉଁଥିରେ କ୍ୟାପ୍ଟେନ  ଋଷଭ ପନ୍ଥ, ଷ୍ଟିଭ୍ ସ୍ମିଥ୍, ମାର୍କସ ଷ୍ଟୋଇନିସ ଏବଂ ହେଟମାୟର ଅଛନ୍ତି ଆଉ ଏମାନେ ମ୍ୟାଚକୁ କେଉଁ ବି ସମୟରେ ପଲଟାଇପାରନ୍ତି।

ଅନ୍ୟପଟେ ଦିଲ୍ଲୀର ବୋଲିଂ ଉପରେ ସ୍ପିନର ଆର ଅଶ୍ୱିନଙ୍କ ଅନୁପସ୍ଥିତି ପ୍ରଭାବ ପକାଇପାରେ। ଅଶ୍ୱିନ କରନୋ ଭଳି କଠିନ ସମୟରେ ନିଜ ପରିବାର ସହ ରହିବାକୁ ଟୁର୍ଣ୍ଣାମେଣ୍ଟ ଅଧାରୁ ଛାଡ଼ିଦେଇଛନ୍ତି। ତେବେ ଦଳରେ ତାଙ୍କର ଅଭାବକୁ ଅକ୍ଷର ପଟେଲ ଏବଂ ଅମିତ ମିଶ୍ରଙ୍କୁ ପୂରଣ  କରିବାକୁ ପଡ଼ିବ। ଅକ୍ଷରର ସନରାଇଜର୍ସ ବିପକ୍ଷରେ ଏକ ଚମତ୍କାର ସୁପର ଓଭର ପକାଇ ଜିତିଥିବାବେଳେ ଅମିତ ମିଶ୍ର ମୁମ୍ବାଇ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଦ୍ରୁତ ବୋଲର ଆବେଶ ଖାନ ପାଞ୍ଚଟି ମ୍ୟାଚରେ 11 ୱିକେଟ୍ ନେଇଛନ୍ତି। ତେବେ ଆଜିର ମ୍ୟାଚରେ ଦଳ ପରିଚାଳକ ଲଲିତ ଯାଦବଙ୍କୁ ମଧ୍ୟ ଖେଳାଇପାରନ୍ତି, ଯିଏ କି ଅଫ୍ ସ୍ପିନ୍ ସହିତ ଭଲ ବ୍ୟାଟିଂ ବି କରିପାରିବେ।

ସାମ୍ଭାବ୍ୟ ପ୍ଲେଇଂ ଇଲେଭେନ୍:

ଆରସିବି: ଦେବଦତ୍ତ ପାଡ଼ିକଲ, ବିରାଟ କୋହଲି(କ୍ୟାପ୍ଟେନ), ଗ୍ଲେନ ମ୍ୟାକ୍ସ ୱେଲ୍, ଏବି ଡେଭିଲିୟର୍ସ, ଡାନିଏଲ୍ ଖ୍ରୀଷ୍ଟିଆନ, ୱାଶିଂଟନ୍ ସୁନ୍ଦର, ଡାନିଏଲ୍ ସାମସ୍, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଶାହାବାଜ ଅହମ୍ମଦ ଏବଂ ୟୁଜଭେନ୍ଦ୍ର ଚହଲ।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ବୀ ଶ, ଶିଖର ଧାୱନ, ଷ୍ଟିଭ ସ୍ମିଥ, ଋଷଭ ପନ୍ତ (ୱିକେଟକିପର, କ୍ୟାପ୍ଟେନ୍), ଶିମ୍ରନ ହେଟମେୟର, ମାର୍କସ ଷ୍ଟୋଇନିସ, ଅଷର ପଟେଲ, କାଗିସୋ ରାବାଡ଼ା, ଲଲିତ ଯାଦବ, ଅବେଶ ଖାନ, ଏବଂ ଉମେଶ ଯାଦବ।

Leave a Reply